ବିପଦରେ ମଣିଷ ସମାଜ

ପ୍ରେମାନନ୍ଦ ନାୟକ

 

ସମ୍ପ୍ରତି କରୋନା ମହାମାରୀ ବା କୋଭିଡ୍‌-୧୯ ରୋଗ ପୃଥିବୀ ସାରା ମଣିଷଙ୍କର ଜୀବନ-ଜୀବିକା ପ୍ରତି ମହା ବିପଦ ଭାବରେ ଉଭା ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହା ଯୋଗୁ ମଣିଷର ସ୍ବଭାବ, ଚରିତ୍ରରେ ଅସ୍ବାଭାବିକ ପରିବର୍ତ୍ତନ। ମଣିଷର ବୁଦ୍ଧି ବିବେକ, ଜ୍ଞାନ ଗରିମା, ନୀତି ନୈତିକତା ଆଦି ସୁଗୁଣ କରୋନାର ସର୍ବଗ୍ରାସୀ କ୍ଷୁଧା ଗ୍ରାସକରି ତାହା ପରିବର୍ତ୍ତେ ସ୍ବାର୍ଥପରତା, ଅବିବେକତା, ଅମାନବିକତା ଆଦି ଚାରିତ୍ରିକ ଦୁର୍ଗୁଣଗୁଡିକ ପଦାରେ ପକାଇ ଦେଇଛି। ହିନ୍ଦୁ ଧର୍ମର ମହାନ ମନ୍ତ୍ର ‘ସର୍ବଜନହିତାୟ’ ଓ ‘ବସୁଧୈବ କୁଟୁମ୍ବକମ୍‌’ ସହିତ ଅଧୁନା ପ୍ରଗତିର ମନ୍ତ୍ର ‘ବିଶ୍ୱାୟନ’ ବା ‘ଜଗତୀକରଣ’ ଆଜି ନିରର୍ଥକ। ସାମାଜିକ ପ୍ରାଣୀ ବୋଲାଉଥିବା ମଣିଷ ‘ଆପେ ବଞ୍ଚିଲେ ବାପର ନଁ। ’ ନ୍ୟାୟରେ ଏବେ ସମାଜକୁ ଛାଡି ଆତ୍ମସର୍ବସ୍ବ ହୋଇଉଠିଛି।
ତାମିଲନାଡୁରେ କାର୍ଯ୍ୟ କରୁଥିବା ଓଡିଶାର ପ୍ରବାସୀ ଶ୍ରମିକମାନଙ୍କୁ ସଂସ୍ଥାର ସୁରକ୍ଷାକର୍ମୀ ଗୋଡାଇ ଗୋଡାଇ ପିଟିବା ଏବଂ ଗୁଜରାଟରେ ଓଡିଶାର ଶ୍ରମିକଙ୍କ ପୋଲିସ ଆକ୍ରମଣରେ ମୃତ୍ୟୁ ହେବା ଇତ୍ୟାଦି ଘଟଣା ଦାରୁଣ ଦୁଃଖଦାୟକ। କାଲି ପର୍ଯ୍ୟନ୍ତ ଯେଉଁ ଶ୍ରମିକ ସେମାନଙ୍କର ଅକ୍ଳାନ୍ତ ଶ୍ରମ ବିନିମୟରେ ସଂସ୍ଥାର ମାଲିକମାନଙ୍କୁ ଲାଭବାନ କରିବା ସହିତ ଦେଶର ଅର୍ଥନୀତିକୁ ପରିପୁଷ୍ଟ କରୁଥିଲେ, କରୋନା ଭୟରେ ସେମାନେ ହଠାତ୍‌ ଅଲୋଡା ହୋଇପଡିଲେ। ଏପରି କି ସେମାନଙ୍କୁ ମାଡଦେଇ ଉକ୍ତ ସ୍ଥାନରୁ ଘଉଡ଼ାଇବାକୁ ପଡ଼ିଲା। ପ୍ରବାସୀ ଶ୍ରମିକ ଗାଁରେ ପହଞ୍ଚତ୍ବା ପରେ ମଧ୍ୟ ସେମାନଙ୍କୁ ଗାଁରେ ପୂରାଇ ଦିଆଗଲା ନାହିଁ। ଟିଟିଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହୋଇ ଗ୍ରାମକୁ ଫେରିଥିବା ଜଣେ ପ୍ରବାସୀ ଯୁବକ ନିଜ ଗାଁ ଘରେ ପଶିବାକୁ ଗ୍ରାମବାସୀଙ୍କ ଦୃଢ଼ ବିରୋଧର ସମ୍ମୁଖୀନ ହେଲେ। ସଙ୍ଗରୋଧ କେନ୍ଦ୍ରରେ ରହି ଅନ୍ୟ ଜାତିର ଲୋକଙ୍କ ସହିତ ମିଳାମିଶା କରିଥିବାରୁ ଗାଁରୁ ଏବଂ ଜାତିରୁ ତାଙ୍କୁ ବାସନ୍ଦ କରାଗଲା। ସ୍ବ ଜାତିରେ ଗ୍ରହଣ ପାଇଁ ଦେବଦେବୀଙ୍କ ପାଖରେ ପୂଜାର୍ଚ୍ଚନା ଓ ଛେଳି କୁକୁଡ଼ା ବଳିଦେବା ପାଇଁ ବାଧ୍ୟ କରାଗଲା, ଯାହା କି ଏକ ମଧ୍ୟଯୁଗୀୟ ସାମାଜିକ କୁସଂସ୍କାର ଓ କୁତ୍ସିତ ପରମ୍ପରା ବୋଲି କୁହାଯାଇପାରେ। ତେଣୁ ଅନେକ ପ୍ରବାସୀ ଅନନ୍ୟୋପାୟ ହୋଇ ଜଙ୍ଗଲକୁ ଚାଲିଗଲେ ତ ଆଉ କେତେକ ଗଛ ତଳେ କାଳଯାପନ କରିବାକୁ ବାଧ୍ୟ ହେଲେ।
କନ୍ଧମାଳ ଜିଲା ଘୁମୁସର ଉଦୟଗିରିଠାରେ ‘କରୋନା ଯୁଦ୍ଧରେ ଅଗ୍ରଣୀ ଯୋଦ୍ଧା’ ଭାବେ ପରିଚିତ ଜଣେ ଡାକ୍ତର ଏକ ଘରୋଇ କ୍ଲିନିକ କରି ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଲୋକଙ୍କ ସେବା କରିଆସୁଥିଲେ। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଏକ କାର୍‌ ଯୋଗେ ଫୁଲବାଣୀକୁ ଚିକିତ୍ସା ପାଇଁ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଆତ୍ମୀୟ ସ୍ବଜନ ତାଙ୍କ ମୃତଦେହକୁ ଘୁ.ଉଦୟଗିରି ଏନ୍‌ଏସିସ୍ଥିତ କନବାଗେରୀ ଗ୍ରାମ ନିକଟକୁ ସମାଧି ଦେବାକୁ ଯାଇଥିଲେ। ତେବେ ସେଠାକାର ସ୍ଥାନୀୟ ଲୋକେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ସମାଧି ଦେବାକୁ ବିରୋଧ କରିଥିଲେ। ବିଗତ ଦିନରେ ଯେଉଁମାନେ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିଲେ ତାଙ୍କର ମୃତ୍ୟୁ ପରେ କେହି ତାଙ୍କୁ ଚିହ୍ନିଲେ ନାହିଁ କି ସହଯୋଗର ହାତ ବଢାଇଲେ ନାହିଁ। କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଆଶଙ୍କାରେ ଜଣେ ଡାକ୍ତରଙ୍କ ମର ଶରୀରକୁ ନିଜ ଗାଁ ଶ୍ମଶାନରେ ମଧ୍ୟ ଶେଷକୃତ୍ୟ ପାଇଁ ଜାଗା ମିଳିଲାନି। ସେହିପରି ଗୁଣୁପୁର ଗୁଡ଼ାରି ବାରତମ ସାହିର ଜଣେ ୬୪ବର୍ଷୀୟ ବୃଦ୍ଧଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜି ପ୍ରାଣ ହରାଇଲେ। ବର୍ତ୍ତମାନ ପରିସ୍ଥିତିରେ କରୋନାଜନିତ ମୃତ୍ୟୁ ସନ୍ଦେହ କରି ଆତ୍ମୀୟ, ବନ୍ଧୁବାନ୍ଧବ କି ସାହିପଡ଼ିଶା କେହି ବି ତାଙ୍କ ଶବ ନିକଟକୁ ଯାଇ ନ ଥିଲେ କି କାନ୍ଧ ଦେବାକୁ ରାଜି ହୋଇ ନ ଥିଲେ। କୁହାଯାଏ, କାରୁବୁ ଥିଲେ ଶବର ସାଥୀ। ଏକାକୀ କୁମୁଟି ସମ୍ପ୍ରଦାୟର ୪୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଶବକୁ ନିଜେ କାନ୍ଧ ଦେଇ ଶ୍ମଶାନକୁ ନେଇଥିବା ବେଳେ, ତାଙ୍କୁ ଚାରିକାନ୍ଧ ନ ମିଳିବା ପ୍ରକୃତରେ ଦୁର୍ଭାଗ୍ୟଜନକ। ତାଙ୍କ ଶବକୁ ଏଭଳି ଅସମ୍ମାନ ପ୍ରଦର୍ଶନ ଦେଖି ଗ୍ରାମର ତିନିଜଣ ବଦାନ୍ୟ ଯୁବକ ଏକ ଟ୍ରଲିରେ ଶବକୁ ନେଇ ଶ୍ମଶାନରେ ଦାହ କରିଥିଲେ। କରୋନା ସଂକ୍ରମଣ ଭୟରେ ଜୀବନ୍ତ ମଣିଷ ବା ମର ଶରୀରର ଅବହେଳାଜନିତ ଅନେକ ଘଟଣା ରାଜ୍ୟ ତଥା ଦେଶ ସାରା ଘଟିବାରେ ଲାଗିଛି। ସବୁଠାରୁ ପୀଡ଼ାଦାୟକ ହେଉଛି କରୋନାଜନିତ ଭୟ ବା ଆତଙ୍କର ବାତାବରଣ। କରୋନାରେ ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ସମାଜ ଚକ୍ଷୁରେ ଘୃଣିତ ହେଲାଭଳି ରହୁଛି।
କରୋନା ଭୂତାଣୁ ଉଦ୍ଭାବନ କରି ସମଗ୍ର ପୃଥିବୀକୁ ସଂକ୍ରମିତ କରାଇଥିବା ଦେଶଟି ସେତିକିରେ ସନ୍ତୁଷ୍ଟ ହୋଇ ରହିନାହିଁ। ଏବେ ନୂତନ ମାରାତ୍ମକ ଭୂତାଣୁ ସୃଷ୍ଟିକରି ପୃଥିବୀବାସୀଙ୍କୁ ଆହୁରି କଲବଲ କରିବାକୁ ଚେଷ୍ଟିତ। ଏହା ହିଁ ଆଜି ମଣିଷ ସମାଜ ପାଇଁ ମସ୍ତବଡ଼ ଆହ୍ବାନ ତଥା ବିପଦ ବୋଲି କୁହାଯାଇପାରେ।
ଶହୀଦ ନଗର, ଭୁବନେଶ୍ୱର
ମୋ-୯୪୩୭୩୮୨୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?