୧୧ ଦିନିଆ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ନୂଆଦିଲ୍ଲୀ, ୯।୯ : ଭିଡିଓକନ-ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୧ ଦିନିଆ ରିମାଣ୍ଡରେ ନେଇଛି। ମୁମ୍ବାଇର ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ସ୍ବତନ୍ତ୍ର କୋର୍ଟ ସେପ୍ଟେମ୍ବର ୧୯ ଯାଏ ତାଙ୍କୁ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କୁ ଇଡି ଗିରଫ କରିବା ପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା। ଦୀପକଙ୍କ ସ୍ତ୍ରୀ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କରେ ସିଇଓ ଥିବା ସମୟରେ ୨୦୦୯ରେ ଭିଡିଓକନ୍‌ ଇଣ୍ଟରନ୍ୟାଶନାଲ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ(ଭିଆଇଇଏଲ୍‌)କୁ ୩୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର ଋଣ ମଞ୍ଜୁରୀ କମିଟିର ଅଧ୍ୟକ୍ଷ ଭାବେ ଚନ୍ଦା କାର୍ଯ୍ୟ କରୁଥିଲେ। ଭିଆଇଇଏଲ୍‌ ଭିଡିଓକନ ଗ୍ରୁପ୍‌ର ଏକ ସହଯୋଗୀ କମ୍ପାନୀ ବୋଲି ଇଡି କହିଛି। ଋଣ ମଞ୍ଜୁର ହେବାର କିଛିଦିନ ପରେ ଭିଆଇଇଏଲ୍‌ ନ୍ୟୁ ପାଓ୍ବାର ରିନ୍ୟୁଏବଲ୍ସକୁ ୬୪ କୋଟି ଟଙ୍କା ପଠାଇଥିଲା। ଏହି କମ୍ପାନୀଟି ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ ହେଉଥିଲା ବୋଲି ଇଡି ଏହାର ରିମାଣ୍ଡ ଆବେଦନରେ ଦର୍ଶାଇଛି। ମାମଲାରେ ଅନେକ ହେରଫେର ହୋଇଥିଲେ ମଧ୍ୟ ଦୀପକ ତଦନ୍ତରେ ସହଯୋଗ କରୁ ନ ଥିବା ଇଡି କୋର୍ଟଙ୍କୁ କହିଛି। ଏହାକୁ ନଜରରେ ରଖି ରିମାଣ୍ଡ ଲାଗି ଅଧିକ ସମୟ ଲୋଡିଥିବା ଜଣାପଡିଛି। ଏହା ଏକ ଆପରାଧିକ ମାମଲା ହୋଇଥିବାରୁ ଏହାର ଠିକ୍‌ ତଦନ୍ତ ହେବା ନେଇ କୋର୍ଟ ଉପଲବ୍ଧ କରି ଏ ଭଳି ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଭିଯୋଗକୁ କୋଚ୍ଚରଙ୍କ ଓକିଲ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ବେଆଇନ ଅର୍ଥ କାରବାର ମାମଲା ନୁହେଁ। ଦୀପକ ୧୨ ଥର ଇଡିରେ ହାଜର ହେବା ସହ ବିଭିନ୍ନ ଦସ୍ତାବିଜ ପଇଠ କରିଛନ୍ତି। ଅଭିଯୁକ୍ତ ପରିବାର ସଦସ୍ୟଙ୍କ ସହ ଦେଖା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଓକିଲଙ୍କ ସହ ଦେଖା ହୋଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଚଳିତ ସପ୍ତାହରେ ପରିବାର ସଦସ୍ୟଙ୍କୁ ଜେରା ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମାମଲାରେ ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି। ଭିଡିଓକନ ଗ୍ରୁପ୍‌କୁ ୬ଟି କିସ୍ତିରେ ପ୍ରଦାନ କରାଯାଇଥିବା ୧୮୭୫ କୋଟି ଟଙ୍କାର ଋଣ ତଦନ୍ତ ପରିସରଭୁକ୍ତ ହୋଇଛି। ୨୦୦୯ ଜୁନ୍‌ରୁ ଅକ୍ଟୋବର ୨୦୧୧ ମଧ୍ୟରେ ଭିଡିଓକନ ଗ୍ରୁପ୍‌ କମ୍ପାନୀକୁ ଏହି ଋଣ ପ୍ରଦାନ କରାଯାଇଥିଲା। ଚନ୍ଦା କୋଚ୍ଚରଙ୍କ ଅଧ୍ୟକ୍ଷତାରେ କନର୍ସୋଟିୟମ ବ୍ୟାଙ୍କ ପ୍ରାୟ ୩୨୫୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?