୧୧ ଦିନିଆ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ନୂଆଦିଲ୍ଲୀ, ୯।୯ : ଭିଡିଓକନ-ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୧ ଦିନିଆ ରିମାଣ୍ଡରେ ନେଇଛି। ମୁମ୍ବାଇର ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ସ୍ବତନ୍ତ୍ର କୋର୍ଟ ସେପ୍ଟେମ୍ବର ୧୯ ଯାଏ ତାଙ୍କୁ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କୁ ଇଡି ଗିରଫ କରିବା ପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା। ଦୀପକଙ୍କ ସ୍ତ୍ରୀ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କରେ ସିଇଓ ଥିବା ସମୟରେ ୨୦୦୯ରେ ଭିଡିଓକନ୍‌ ଇଣ୍ଟରନ୍ୟାଶନାଲ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ(ଭିଆଇଇଏଲ୍‌)କୁ ୩୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର ଋଣ ମଞ୍ଜୁରୀ କମିଟିର ଅଧ୍ୟକ୍ଷ ଭାବେ ଚନ୍ଦା କାର୍ଯ୍ୟ କରୁଥିଲେ। ଭିଆଇଇଏଲ୍‌ ଭିଡିଓକନ ଗ୍ରୁପ୍‌ର ଏକ ସହଯୋଗୀ କମ୍ପାନୀ ବୋଲି ଇଡି କହିଛି। ଋଣ ମଞ୍ଜୁର ହେବାର କିଛିଦିନ ପରେ ଭିଆଇଇଏଲ୍‌ ନ୍ୟୁ ପାଓ୍ବାର ରିନ୍ୟୁଏବଲ୍ସକୁ ୬୪ କୋଟି ଟଙ୍କା ପଠାଇଥିଲା। ଏହି କମ୍ପାନୀଟି ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ ହେଉଥିଲା ବୋଲି ଇଡି ଏହାର ରିମାଣ୍ଡ ଆବେଦନରେ ଦର୍ଶାଇଛି। ମାମଲାରେ ଅନେକ ହେରଫେର ହୋଇଥିଲେ ମଧ୍ୟ ଦୀପକ ତଦନ୍ତରେ ସହଯୋଗ କରୁ ନ ଥିବା ଇଡି କୋର୍ଟଙ୍କୁ କହିଛି। ଏହାକୁ ନଜରରେ ରଖି ରିମାଣ୍ଡ ଲାଗି ଅଧିକ ସମୟ ଲୋଡିଥିବା ଜଣାପଡିଛି। ଏହା ଏକ ଆପରାଧିକ ମାମଲା ହୋଇଥିବାରୁ ଏହାର ଠିକ୍‌ ତଦନ୍ତ ହେବା ନେଇ କୋର୍ଟ ଉପଲବ୍ଧ କରି ଏ ଭଳି ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଭିଯୋଗକୁ କୋଚ୍ଚରଙ୍କ ଓକିଲ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ବେଆଇନ ଅର୍ଥ କାରବାର ମାମଲା ନୁହେଁ। ଦୀପକ ୧୨ ଥର ଇଡିରେ ହାଜର ହେବା ସହ ବିଭିନ୍ନ ଦସ୍ତାବିଜ ପଇଠ କରିଛନ୍ତି। ଅଭିଯୁକ୍ତ ପରିବାର ସଦସ୍ୟଙ୍କ ସହ ଦେଖା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଓକିଲଙ୍କ ସହ ଦେଖା ହୋଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଚଳିତ ସପ୍ତାହରେ ପରିବାର ସଦସ୍ୟଙ୍କୁ ଜେରା ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମାମଲାରେ ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଛନ୍ତି। ଭିଡିଓକନ ଗ୍ରୁପ୍‌କୁ ୬ଟି କିସ୍ତିରେ ପ୍ରଦାନ କରାଯାଇଥିବା ୧୮୭୫ କୋଟି ଟଙ୍କାର ଋଣ ତଦନ୍ତ ପରିସରଭୁକ୍ତ ହୋଇଛି। ୨୦୦୯ ଜୁନ୍‌ରୁ ଅକ୍ଟୋବର ୨୦୧୧ ମଧ୍ୟରେ ଭିଡିଓକନ ଗ୍ରୁପ୍‌ କମ୍ପାନୀକୁ ଏହି ଋଣ ପ୍ରଦାନ କରାଯାଇଥିଲା। ଚନ୍ଦା କୋଚ୍ଚରଙ୍କ ଅଧ୍ୟକ୍ଷତାରେ କନର୍ସୋଟିୟମ ବ୍ୟାଙ୍କ ପ୍ରାୟ ୩୨୫୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri