ବିଧାନସଭା ବାହାରେ ପ୍ରବଳ ହଙ୍ଗାମା, ବ୍ୟାରିକେଡ ଭାଙ୍ଗିଲା କଂଗ୍ରେସ

ଭୁବନେଶ୍ୱର,୨୬।୩: କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ପରେ, ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତକାଲି ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ଘଣ୍ଟ ପିଟି ବିଧାନସଭା ଅଭିମୁଖେ ବାହାରିଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଅଭିମୁଖେ ବାହାରିଛନ୍ତି ନିଲମ୍ବିତ ୧୨ ବିଧାୟକଙ୍କ ସହ ତାରା ଓ ରମେଶ ଜେନା।

ତେବେ ବିଧାନସଭା ବାହାରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଅଟକାବାରୁ କଂଗ୍ରେସ କର୍ମୀ ପ୍ରତିବାଦ କରି ବ୍ୟାରିକେଡ ଭାଙ୍ଗିଛନ୍ତି। ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ଗୃହ। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହରେ କମ୍ପମାନ କରିଥିବାବେଳେ ପ୍ରମୁଖ ବିରୋଧୀ ବିଜେଡି ସଦସ୍ୟଙ୍କ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଗୃହୁ ଏକପ୍ରକାର ଅଚଳାବସ୍ଥାକୁ ଚାଲିଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିରୋଧୀ କିଛି ଶୁଣିବା ଅବସ୍ଥାରେ ନ ଥିଲେ। ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ସଦସ୍ୟଙ୍କୁ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ, ହେଲେ ସେମାନେ କର୍ଣ୍ଣପାତ କରି ନ ଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହାକୁ ନେଇ ୪ଟି ପର୍ଯ୍ୟାୟରେ ଗୃହ ମୁଲତବୀ ଘୋଷଣା ହୋଇଥିଲା। ମାତ୍ର ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଶେଷରେ ଅପରାହ୍ନ ୪ଟା ଯାଏ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଦେଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇଯାଇଥିଲା।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଂଗ୍ରେସର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତି ଘଣ୍ଟ ମାଡ଼କରି ଗୃହକୁ ହୁଲସ୍ଥୂଲ କରିଦେଇଥିଲେ। ଏଥିସହ କଂଗ୍ରେସର ଅନ୍ୟ ସଦସ୍ୟମାନେ କରତାଳି ଓ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ସେହିପରି ବିଜେଡି ସଂରକ୍ଷଣ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ପ୍ରବଳ ନାରାବାଜି କରିଥିଲା। ଫଳରେ ଗୋଟିଏ ମିନିଟ୍‌ ମଧ୍ୟ ଗୃହ ସୁରୁଖୁରୁରେ ଚାଲିବା ସମ୍ଭବପର ହୋଇପାରି ନ ଥିଲା। ପ୍ରଥମେ ବାଚସ୍ପତି ଗୃହକୁ ୧୧ଟା୩୦ ଯାଏ ମୁଲତବୀ ରଖିଥିଲେ। ଗୃହ ମୁଲତବୀ ପରେ ବିଜେଡି ସଦସ୍ୟମାନେ ବିଧାନସଭା ପ୍ରବେଶ ଦ୍ୱାରରେ ଧାରଣା ଦେବା ସହ ନାରାବାଜି କରିଥିଲେ। ସେହିପରି କଂଗ୍ରେସ ସଦସ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ମହିଳା ସୁରକ୍ଷା ପ୍ରସଙ୍ଗ ନେଇ ଧାରଣାରେ ବସିଥିଲେ। ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ସମୟରେ ଗୃହ ୧୨.୦୧, ୧୨.୩୧, ୧୨.୪୬ ମିନିଟ୍‌ ତିନୋଟି ପର୍ଯ୍ୟାୟରେ ମୁଲତବୀ ଘୋଷଣା ହୋଇଥିଲା। ମାତ୍ର ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ପରବର୍ତ୍ତୀ ସମୟରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ନିଜ ଆସନରେ ଛିଡାହୋଇ କଂଗ୍ରେସ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ବାଚସ୍ପତି କହିଥିଲେ, ବିଧାନସଭା କାର୍ଯ୍ୟ ଶୃଙ୍ଖଳାରେ ଚାଲିବାକୁ ହେଲେ ନିଜ ନିଜ ଆସନକୁ ଯାଆନ୍ତୁ। ଏପରି ପ୍ଲାକାର୍ଡ ପ୍ରଦର୍ଶନ, ଗୃହ ଭିତରେ ଘଣ୍ଟ ବଜାଇବା ଶୋଭନୀୟ ନୁହେଁ। ବିଧାୟକମାନେ ଆସନକୁ ଫେରିଯାଇ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ନିବେଦନ କରିଥିଲେ। ମାତ୍ର କଂଗ୍ରେସ ସଦସ୍ୟ ନିଜ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ୧୨ଟା ୫୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।
ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ମା’ମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ଗୃହ କମିଟି ଦାବିକରି ଆସୁଛି। ହେଲେ ସରକାର ନିଦାବିଷ୍ଣୁ ସାଜିଛନ୍ତି। ସେଥିପାଇଁ ଆମେ ବିଧାନସଭା ଗୃହ ତଥା ପବିତ୍ର ମନ୍ଦିରରେ ଘଣ୍ଟମାଡ଼ କରୁଛୁ। ଭାବୁଛୁ ସରକାର ଟିକେ ଚେତିବେ, ହେଲେ ତାଙ୍କର ନାରୀ ପ୍ରତି ଟିକିଏ ବି ସମ୍ମାନ ନାହିଁ। ଯେପର୍ଯ୍ୟନ୍ତ ସେମାନେ ଗୃହ କମିଟି ଗଠନ ପାଇଁ ରୁଲିଂ ଦେଇନାହାନ୍ତି ସେପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି କାଡ଼ାମ କହିଥିଲେ।
ସଦସ୍ୟ ଅରୁଣ କୁମାର ସାହୁ କହିଛନ୍ତି, ଭାଜପା ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ। ଯେତେବେଳେ ବିରୋଧୀ ଦଳ ଲୋକଙ୍କ ସ୍ବରକୁ ଶାଣିତ କରୁଛି, ସେତେବେଳେ ସେମାନେ କହୁଛନ୍ତି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି। ହେଲେ ଗୃହ ଚଳାଇବା ଦାୟିତ୍ୱ ସରକାରଙ୍କର। ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ୍‌ ଆଗରେ ବସିଲୁ। ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ? ଯେବେ ଜମ୍ମୁ- କଶ୍ମୀର ଏସ୍‌ଟିଏସ୍‌ସି/ଓବିସି ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କଲେ, ଓଡ଼ିଶାରେ କିଛି ନ କରି ଶିଶୁ ସରକାର ହୋଇ ରହିବ କି ବୋଲି ସାହୁ ପ୍ରଶ୍ନ କରିଥିଲେ।
ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବିରୋଧୀ ସଦସ୍ୟମାନେ ଗୃହ ଭିତରେ ଦୁଃଶାସନ ଓ ଦୁର୍ଯ୍ୟୋଧନ ଭଳି ହେଉଛନ୍ତି। ବାଚସ୍ପତିଙ୍କୁ ଗୃହ ଚଳାଇବାକୁ ଦେଉନାହାନ୍ତି। ଏହାଦ୍ୱାରା ଅନ୍ୟ ସଦସ୍ୟମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉତ୍‌ଥାପନ କରିପାରୁନାହାନ୍ତି। ବିରୋଧୀମାନେ ବିରୋଧ କରିବାକୁ ମନା ନାହିଁ, ହେଲେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସୀମା ଟପିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?