ଯେତେ ଖୋଜିଲେ ସେତେ ମିଳୁଛି

କଟକ ଅଫିସ,୨୭ା୧୨: ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଘରେ ପୋଲିସ ଯେତେ ଖୋଜୁଛି ସେତେ ମିଳୁଛି ବନ୍ଧୁକ, ଗୁଳି ଓ ଟଙ୍କା। ଦୁଇଦିନର ତନାଘନା ପରେ କମିଶନରେଟ ପୋଲିସ ୩ ବନ୍ଧୁକ, ୫ ମାଗାଜିନ, ୧୭୫ ଗୁଳି ଓ ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ସୁଶାନ୍ତ ଓ ସୁଶୀଲ ଜେଲ୍‌ରେ ଥିଲେ ମଧ୍ୟ ସହଯୋଗୀଙ୍କ ସହାୟତାରେ ଆପରାଧିକ କାର୍ଯ୍ୟକଳାପ ଚାଲୁ ରଖିଥିଲେ। ବନ୍ଧୁକ ଚୋରାକାରବାର ସହ ବାଲିଘାଟ ଓ ମଦ ଦୋକାନରୁ ନିୟମିତ ଦାଦାବଟି ଆଦାୟ କରୁଥିଲେ। ନିଜ ପତିଆରା ବୃଦ୍ଧି କରିବା ପାଇଁ ଏହି ସବୁ ଆପରାଧିକ କାର୍ଯ୍ୟ କରୁଥିଲେ ଜଣାପଡ଼ିଛି। ଜାମିନରେ ଫେରିଥିବା ସହଯୋଗୀ ଓ ନୂଆ କରି ଅପରାଧ ଦୁନିଆରେ ପାଦ ଥାପୁଥିବା ଯୁବପିଢିଙ୍କୁ ଗ୍ୟାଙ୍ଗରେ ସାମିଲ କରାଯାଉଥିଲା। ସେମାନଙ୍କ ହାତରେ ବନ୍ଧୁକ, ଗୁଳି ଧରାଇ ଦେଇ ବିଭିନ୍ନ ସଂଗଠିତ ଅପରାଧ ଘଟା ଯାଉଥିଲା। ଖାସ କରି ବାଲିଘାଟ ଓ ମଦ ଦୋକାନରୁ ମାସିକିଆ ବଟି ଆଦାୟ କରିବା ମୁଖ୍ୟ କାମ ଥିଲା। ଗ୍ୟାଙ୍ଗଷ୍ଟର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଭ୍ରାତାଙ୍କୁ ୨ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ପରେ ଏଭଳି ତଥ୍ୟ ପୋଲିସ ଜାଣିବାକୁ ପାଇଛି। ଶୁକ୍ରବାର ଓ ଶନିବାର ୨ଦିନ ଧରି ଚଢ଼ାଉ କରିବା ପରେ ରିମାଣ୍ଡର ଶେଷ ଦିନରେ ପୁଣି ତାଙ୍କ ଘରୁ ୩ବନ୍ଧୁକ, ୫ ମାଗାଜିନ ଓ ୧୭୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି। ସେହିପରି ଦାଦାବଟି ବାବଦରେ ଆଦାୟ ହୋଇଥିବା ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଶନିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଗତ ୯ ତାରିଖରେ ପ୍ରକାଶ ବେହେରା ଧରାପଡ଼ିବା ପରେ ଧଳସାମନ୍ତ ଭ୍ରାତାଙ୍କ ବନ୍ଧୁକ, ଗୁଳି କାରବାର ଘଟଣା ସାମ୍ନାକୁ ଆସିଥିଲା। ପ୍ରକାଶଙ୍କ ସୂଚନା ଆଧାରରେ ପୋଲିସ ମର୍କତନଗରସ୍ଥିତ ଧଳସାମନ୍ତ ଭ୍ରାତାଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ଘରେ ବିଭିନ୍ନ ଗୁପ୍ତସ୍ଥାନରେ ଲୁଚାଇ ରଖାଯାଇଥିବା ୧୬ ବନ୍ଧୁକ, ୧୦୯୫ ଜୀବନ୍ତ ଗୁଳି ଓ ୨୪ ମାଗାଜିନ ଜବତ କରାଯାଇଥିଲା । ଏହି ଲିଙ୍କ୍‌ରେ କଟକ ପୋଲିସ ଗତ ୧୬ରେ ଜିଲା ବାହାରୁ ପୁଣି ୭ଟି ବନ୍ଧୁକ, ୩୫ ଜୀବନ୍ତ ଗୁଳି ଜବତ କରିଥିଲା। ସମସ୍ତ ଅସ୍ତ୍ରଶସ୍ତ୍ର କାରବାରର ମୂଳଉତ୍ସ ଜେଲ୍‌ରେ ଥିବା ଡି-ବ୍ରଦର୍ସ ବୋଲି ତଦନ୍ତରୁ ଜଣାପଡ଼ିଥିଲା। କାରବାରର ଚେର ଖୋଜିବା ଲାଗି ପୋଲିସ ସୁଶାନ୍ତ ଓ ସୁଶୀଲକୁ ୨ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲା । ଏମିତିକି ଦୁଇ ଭାଇଙ୍କୁ ପୃଥକ ପୃଥକ ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଡିଏ ମର୍କତନଗରସ୍ଥିତ ଘରକୁ ନିଆଯାଇଥିଲା। ଘର ଭିତରେ ଥିବା କାଚ ଶୋ’ କେସ୍‌, ଛାତ ଉପର ସିଲିଂ, ଫର୍ନିଚର ର଼୍ୟାକ ଆଦିକୁ ଭାଙ୍ଗିବା ପରେ ସେଠାରୁ ପୁଳାପୁଳା ଗୁଳି ମିଳିଥିଲା। ସେହିପରି ଛାତ ଉପରେ ଥିବା ପାଣି ଟାଙ୍କି ଓ ଅଣ୍ଡର ଗ୍ରାଉଣ୍ଡ ଗ୍ୟାରେଜରେ ଥିବା ଏକ ସିକ୍ରେଟ ଚାମ୍ବରରୁ ୩ଟି ବନ୍ଧୁକ ମିଳିଥିଲା। ମୋଟାମୋଟି ଭାବେ ଘରର ୫୦ ପ୍ରତିଶତ କାନ୍ଥ ଓ ଛାତର ଇଣ୍ଟରିଅର ଡେକୋରେଶନକୁ ଭାଙ୍ଗିବା ପରେ

ଏହିସବୁ ଅସ୍ତ୍ରଶସ୍ତ୍ର ପୋଲିସ ହାତକୁ ଲାଗିଥିଲା। ଏହାଛଡ଼ା ସୁଶୀଲଙ୍କ ବେଡ୍‌ରୁମରୁ ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା, ଯାହାକି ଦାଦାବଟି ବାବଦରେ ଆଦାୟ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟ କଥା ହେଉଛି ଜେଲରେ ଥିଲେ ମଧ୍ୟ ଧଳସାମନ୍ତ ଭ୍ରାତା ସେମାନଙ୍କ ସହଯୋଗୀଙ୍କ ସହାୟତାରେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଚାଲୁ ରଖିଥିଲେ ବୋଲି ଖୋଦ୍‌ ଡିସିପି ସିଂ ସ୍ବୀକାର କରିଛନ୍ତି । ଆବଶ୍ୟକ ହେଲେ ଆଗାମୀ ଦିନରେ ଦୁଇ ଭାଇଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri