ଯେତେ ଖୋଜିଲେ ସେତେ ମିଳୁଛି

କଟକ ଅଫିସ,୨୭ା୧୨: ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଘରେ ପୋଲିସ ଯେତେ ଖୋଜୁଛି ସେତେ ମିଳୁଛି ବନ୍ଧୁକ, ଗୁଳି ଓ ଟଙ୍କା। ଦୁଇଦିନର ତନାଘନା ପରେ କମିଶନରେଟ ପୋଲିସ ୩ ବନ୍ଧୁକ, ୫ ମାଗାଜିନ, ୧୭୫ ଗୁଳି ଓ ୧୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ସୁଶାନ୍ତ ଓ ସୁଶୀଲ ଜେଲ୍‌ରେ ଥିଲେ ମଧ୍ୟ ସହଯୋଗୀଙ୍କ ସହାୟତାରେ ଆପରାଧିକ କାର୍ଯ୍ୟକଳାପ ଚାଲୁ ରଖିଥିଲେ। ବନ୍ଧୁକ ଚୋରାକାରବାର ସହ ବାଲିଘାଟ ଓ ମଦ ଦୋକାନରୁ ନିୟମିତ ଦାଦାବଟି ଆଦାୟ କରୁଥିଲେ। ନିଜ ପତିଆରା ବୃଦ୍ଧି କରିବା ପାଇଁ ଏହି ସବୁ ଆପରାଧିକ କାର୍ଯ୍ୟ କରୁଥିଲେ ଜଣାପଡ଼ିଛି। ଜାମିନରେ ଫେରିଥିବା ସହଯୋଗୀ ଓ ନୂଆ କରି ଅପରାଧ ଦୁନିଆରେ ପାଦ ଥାପୁଥିବା ଯୁବପିଢିଙ୍କୁ ଗ୍ୟାଙ୍ଗରେ ସାମିଲ କରାଯାଉଥିଲା। ସେମାନଙ୍କ ହାତରେ ବନ୍ଧୁକ, ଗୁଳି ଧରାଇ ଦେଇ ବିଭିନ୍ନ ସଂଗଠିତ ଅପରାଧ ଘଟା ଯାଉଥିଲା। ଖାସ କରି ବାଲିଘାଟ ଓ ମଦ ଦୋକାନରୁ ମାସିକିଆ ବଟି ଆଦାୟ କରିବା ମୁଖ୍ୟ କାମ ଥିଲା। ଗ୍ୟାଙ୍ଗଷ୍ଟର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଭ୍ରାତାଙ୍କୁ ୨ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ପରେ ଏଭଳି ତଥ୍ୟ ପୋଲିସ ଜାଣିବାକୁ ପାଇଛି। ଶୁକ୍ରବାର ଓ ଶନିବାର ୨ଦିନ ଧରି ଚଢ଼ାଉ କରିବା ପରେ ରିମାଣ୍ଡର ଶେଷ ଦିନରେ ପୁଣି ତାଙ୍କ ଘରୁ ୩ବନ୍ଧୁକ, ୫ ମାଗାଜିନ ଓ ୧୭୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି। ସେହିପରି ଦାଦାବଟି ବାବଦରେ ଆଦାୟ ହୋଇଥିବା ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଶନିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଗତ ୯ ତାରିଖରେ ପ୍ରକାଶ ବେହେରା ଧରାପଡ଼ିବା ପରେ ଧଳସାମନ୍ତ ଭ୍ରାତାଙ୍କ ବନ୍ଧୁକ, ଗୁଳି କାରବାର ଘଟଣା ସାମ୍ନାକୁ ଆସିଥିଲା। ପ୍ରକାଶଙ୍କ ସୂଚନା ଆଧାରରେ ପୋଲିସ ମର୍କତନଗରସ୍ଥିତ ଧଳସାମନ୍ତ ଭ୍ରାତାଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ଘରେ ବିଭିନ୍ନ ଗୁପ୍ତସ୍ଥାନରେ ଲୁଚାଇ ରଖାଯାଇଥିବା ୧୬ ବନ୍ଧୁକ, ୧୦୯୫ ଜୀବନ୍ତ ଗୁଳି ଓ ୨୪ ମାଗାଜିନ ଜବତ କରାଯାଇଥିଲା । ଏହି ଲିଙ୍କ୍‌ରେ କଟକ ପୋଲିସ ଗତ ୧୬ରେ ଜିଲା ବାହାରୁ ପୁଣି ୭ଟି ବନ୍ଧୁକ, ୩୫ ଜୀବନ୍ତ ଗୁଳି ଜବତ କରିଥିଲା। ସମସ୍ତ ଅସ୍ତ୍ରଶସ୍ତ୍ର କାରବାରର ମୂଳଉତ୍ସ ଜେଲ୍‌ରେ ଥିବା ଡି-ବ୍ରଦର୍ସ ବୋଲି ତଦନ୍ତରୁ ଜଣାପଡ଼ିଥିଲା। କାରବାରର ଚେର ଖୋଜିବା ଲାଗି ପୋଲିସ ସୁଶାନ୍ତ ଓ ସୁଶୀଲକୁ ୨ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲା । ଏମିତିକି ଦୁଇ ଭାଇଙ୍କୁ ପୃଥକ ପୃଥକ ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଡିଏ ମର୍କତନଗରସ୍ଥିତ ଘରକୁ ନିଆଯାଇଥିଲା। ଘର ଭିତରେ ଥିବା କାଚ ଶୋ’ କେସ୍‌, ଛାତ ଉପର ସିଲିଂ, ଫର୍ନିଚର ର଼୍ୟାକ ଆଦିକୁ ଭାଙ୍ଗିବା ପରେ ସେଠାରୁ ପୁଳାପୁଳା ଗୁଳି ମିଳିଥିଲା। ସେହିପରି ଛାତ ଉପରେ ଥିବା ପାଣି ଟାଙ୍କି ଓ ଅଣ୍ଡର ଗ୍ରାଉଣ୍ଡ ଗ୍ୟାରେଜରେ ଥିବା ଏକ ସିକ୍ରେଟ ଚାମ୍ବରରୁ ୩ଟି ବନ୍ଧୁକ ମିଳିଥିଲା। ମୋଟାମୋଟି ଭାବେ ଘରର ୫୦ ପ୍ରତିଶତ କାନ୍ଥ ଓ ଛାତର ଇଣ୍ଟରିଅର ଡେକୋରେଶନକୁ ଭାଙ୍ଗିବା ପରେ

ଏହିସବୁ ଅସ୍ତ୍ରଶସ୍ତ୍ର ପୋଲିସ ହାତକୁ ଲାଗିଥିଲା। ଏହାଛଡ଼ା ସୁଶୀଲଙ୍କ ବେଡ୍‌ରୁମରୁ ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା, ଯାହାକି ଦାଦାବଟି ବାବଦରେ ଆଦାୟ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟ କଥା ହେଉଛି ଜେଲରେ ଥିଲେ ମଧ୍ୟ ଧଳସାମନ୍ତ ଭ୍ରାତା ସେମାନଙ୍କ ସହଯୋଗୀଙ୍କ ସହାୟତାରେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ଚାଲୁ ରଖିଥିଲେ ବୋଲି ଖୋଦ୍‌ ଡିସିପି ସିଂ ସ୍ବୀକାର କରିଛନ୍ତି । ଆବଶ୍ୟକ ହେଲେ ଆଗାମୀ ଦିନରେ ଦୁଇ ଭାଇଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri