Posted inଫୁରସତ

Hug day: ବ୍ୟାୟାମ ଠାରୁ ଆଲିଙ୍ଗନ କରିବା ଶରୀର ପାଇଁ ୧୦୦ଗୁଣ ଭଲ, ଜାଣନ୍ତୁ ଦିନକୁ କେତେ ଥର ଆଲିଙ୍ଗନ କରିବା ଦରକାର…

ସ୍ବାସ୍ଥ୍ୟ ପାଇଁ, ସମସ୍ତେ ଖାଦ୍ୟ ଠାରୁ ଆରମ୍ଭ କରି ବ୍ୟାୟାମ ପର୍ଯ୍ୟନ୍ତ ସବୁକିଛି ଉପରେ ଧ୍ୟାନ ଦିଅନ୍ତି। ଆଜି ଭାଲେଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିନ, ଅର୍ଥାତ hug day ଆଲିଙ୍ଗନ ଦିବସ। ପ୍ରେମକୁ ଅନୁଭବ କରିବା ଏବଂ ଯନ୍ତ୍ରଣା କମ କରିବା ପାଇଁ, ସମସ୍ତେ ଆଲିଙ୍ଗନର ସାହାଯ୍ୟ ନିଅନ୍ତି। କୁହାଯାଏ କି, ଯାଦୁ କି ଝପପୀ ହିଁ ଖାଫି ହେ।

ଏଥିପାଇଁ ଆପଣଙ୍କୁ ଏହାର ଲାଭ ବିଷୟରେ ଜାଣିବା ଉଚିତ। ଆଲିଙ୍ଗନ କ’ଣ ଜରୁରୀ। ଗୋଟିଏ ଦିନରେ କେତେ ଥର ଆଲିଙ୍ଗନ କରିବା ଉଚିତ। ଆସନ୍ତୁ ଜାଣିବା…

ରିପୋର୍ଟ ଅନୁଯାୟୀ, ଭଲ ସୱାସ୍ଥ୍ୟ ବଜାୟ ରଖିବା ପାଇଁ ପୁରୁଷ ଏବଂ ମହିଳାମାନେ ଦିନକୁ ୮ରୁ ୧୨ ଥର ଆଲିଙ୍ଗନ କରିବା ଉଚିତ। ଯଦି ଆପଣ ଦିନକୁ ଚାରିଥର ଆଲିଙ୍ଗନ କରନ୍ତି, ତେବେ ଦିନଟା ଭଲ ଯାଇଥାଏ। ଏହା ବ୍ୟତୀତ, ୮ଥର ଆଲିଙ୍ଗନ ଜୀବନକୁ ସନ୍ତୁଳିତ କରିଥାଏ। ଏହା ବ୍ୟତୀତ, ଦିନକୁ ୧୨ଥର ଆଲିଙ୍ଗନ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। କହିରଖୁଛୁ କି ଗୋଟିଏ ଆଲିଙ୍ଗନ ଥରକେ ଅତି କମରେ ୨୦ ସେକେଣ୍ଡ ପାଇଁ ହେବା ଉଚିତ।

ଯେତେବେଳେ ଲୋକମାନେ ହଗ ଡେରେ ଆଲିଙ୍ଗନ କରନ୍ତି, ସେତେବେଳେ ଶରୀରରେ ଅକ୍ସିଟୋସିନ ନାମକ ଏକ ପ୍ରେମ ହରମୋନ ର୍ନିଗତ ହୁଏ, ଯାହା ସାଥୀମାନଙ୍କ ମଧ୍ୟରେ ଭାବପ୍ରବଣ ଏବଂ ପ୍ରେମ ସମ୍ପର୍କର ଏକ ମାଧ୍ୟମ। ଏହା ବ୍ୟତୀତ, ହାତକୁ କୌଣସି ପ୍ରକାରେ ଧରିଲେ କିମ୍ବା ଛୁଇଁଲେ ମଧ୍ୟ ଏହି ହରମୋନ ର୍ନିଗତ ହୁଏ। ଏହା କେବଳ ଦୁଇଜଣଙ୍କ ମଧ୍ୟରେ ପ୍ରେମ ବଢାଏ ତାହା ନୁହେଁ ବରଂ ପରସ୍ପର ପ୍ରତି ବିଶ୍ୱାସକୁ ମଧ୍ୟ ଦୃଢ଼ କରେ। ଏହି ପ୍ରେମ ହରମୋନ ବ୍ୟତୀତ, ଡୋପାମିନ ନାମକ ଏକ ପ୍ରେମ ହରମୋନ ମଧ୍ୟ ର୍ନିଗତ ହୁଏ, ଯାହା ବ୍ୟକ୍ତିକୁ ଭଲ ଅନୁଭବ କରାଏ।

ଆଲିଙ୍ଗନର ଲାଭ ଜାଣନ୍ତୁ
– ଯଦି ଦମ୍ପତିମାନେ ଦିନକୁ ୮ ରୁ ୧୨ ଥର ପରସ୍ପରକୁ ଆଲିଙ୍ଗନ କରନ୍ତି, ତେବେ ସେମାନଙ୍କର ଦିନ ବହୁତ ସୁନ୍ଦର କଟିଥାଏ। ଏହା ବ୍ୟତୀତ, ଆଲିଙ୍ଗନ ଏକ ଯନ୍ତ୍ରଣା ନିବାରକ ଯାହା ପ୍ରତ୍ୟେକ ଯନ୍ତ୍ରଣାର ଔଷଧ ଭାବରେ କାମ କରେ। ଆଲିଙ୍ଗନ ହେଉଛି ଦୁଃଖ ଏବଂ ଯନ୍ତ୍ରଣାକୁ ଭୁଲିଯିବାର ଏକ ମାଧ୍ୟମ।

-ହୃଦୟକୁ ସୁସ୍ଥ ରଖିବା ସହିତ ମନକୁ ସୁସ୍ଥ ରଖିବା ପାଇଁ ଆଲିଙ୍ଗନ ଆବଶ୍ୟକ। ଯେତେବେଳେ କେହି ଏକାକୀ ଅନୁଭବ କରନ୍ତି ଏବଂ କେହି ନିକଟତର ଆସି ତାଙ୍କୁ କୁଣ୍ଢେଇ ଦିଅନ୍ତି, ସେ ବହୁତ ଭଲ ଅନୁଭବ କରନ୍ତି ଏବଂ କିଛି କ୍ଷଣ ପାଇଁ ସବୁ ଚିନ୍ତା ଭୁଲିଯାଆନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନଚର୍ଯ୍ୟାରେ ଆଲିଙ୍ଗନକୁ ସାମିଲ କରିବା ଉଚିତ।

-ଗୋଟିଏ ଗୋଷ୍ଠୀକୁ ସେମାନଙ୍କ ସାଥୀଙ୍କ ହାତକୁ ୧୦ ମିନିଟ ଧରି ୨୦ ସେକେଣ୍ଡ ପାଇଁ ଆଲିଙ୍ଗନ କରିବାକୁ କୁହାଗଲା। ଦ୍ୱିତୀୟ ଗୋଷ୍ଠୀକୁ ଚୁପଚାପ ଏକାଠି ବସିବାକୁ କୁହାଗଲା। ଏହି ଗବେଷଣାରୁ ଜଣାପଡିଛି ଯେ ପ୍ରଥମ ଗୋଷ୍ଠୀର ଦମ୍ପତିମାନେ ପରସ୍ପରକୁ ଆଲିଙ୍ଗନ କରିବା ମାତ୍ରେ ସେମାନଙ୍କର ରକ୍ତଚାପ ଏବଂ ହୃଦସ୍ପନ୍ଦନ ହ୍ରାସ ପାଇଥିଲା, ଯେତେବେଳେ ଦ୍ୱିତୀୟ ଗୋଷ୍ଠୀ ସହିତ ଏପରି କିଛି ହୋଇନଥିଲା।

-୧୦ ସେକେଣ୍ଡ ପାଇଁ ଆଲିଙ୍ଗନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଯେଉଁମାନେ ସଂଧ୍ୟାରେ ଅଫିସରୁ କ୍ଳାନ୍ତ ହୋଇ ଘରକୁ ଫେରନ୍ତି, ଯଦି ସେମାନେ ପହଞ୍ଚିବା ମାତ୍ରେ ନିଜ ସାଥୀଙ୍କୁ ଆଲିଙ୍ଗନ କରନ୍ତି, ତେବେ ସେମାନଙ୍କର କ୍ଳାନ୍ତି କିଛି ସେକେଣ୍ଡ ମଧ୍ୟରେ ଦୂର ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ମୁହଁ ଖୋଲିଲେ ହାର୍ଦ୍ଦିକ, ଅଧିନାୟକତ୍ୱକୁ ନେଇ କଲେ ବଡ଼ ଖୁଲାସା: ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ଡିଲ ହୋଇଛି। ପଞ୍ଜାବ କିଙ୍ଗ୍ସର ଦ୍ରୁତ…

ଠିକାଦାରଙ୍କ ଦେଖା ମିଳୁନି, ଅନିଶ୍ଚିତତା ଘେରରେ ମା’ ରାମଚଣ୍ଡୀଙ୍କ ଦିବ୍ୟ ମନ୍ଦିର ନିର୍ମାଣ

ମହାକାଳପଡ଼ା,୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଇତିହାସ ଅତ୍ୟନ୍ତ ପୁରାତନ। କିମ୍ବଦନ୍ତୀ ଅନୁସାରେ, ୧୭୩୭ରେ…

୨୧ ଛକା ମାରି ଇତିହାସ ରଚିଲେ କିୱି ବ୍ୟାଟର, ତଥାପି ହାରିଲା ଦଳ

ନୂଆଦିଲ୍ଲୀ,୧୨।୧୧: ବ୍ୟାଟ୍‌ରୁ ବର୍ଷିଲା ଛକା ଓ ଚୌକା। ଗୋଟିଏ ଇନିଂସରେ ୨୧ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ବେଭନ୍ ଜାକବ୍ସ ।…

ସେୟାର ବଜାରରେ ଏଣ୍ଟ୍ରି ମାରିବ ହଳଦୀରାମ! ୧୦,୦୦୦ କୋଟି ଟଙ୍କାର IPO ଆଣିବାକୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୨।୧୧: ପାରମ୍ପରିକ ଭାରତୀୟ ମିଠା ଏବଂ ନମକିନ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନୀ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (IPO) ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତର ଅଧିନାୟକ ହେବେ ଏହି ଖେଳାଳି, ରଚିବେ ଇତିହାସ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍‌ରେ ନିୟମିତ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ…

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?