ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ଯାଞ୍ଚ ହେଉନି

ରାୟଗଡ଼ା,୨୪ା୨(ସ୍ବ.ପ୍ର.): ଗାଡ଼ିଗୁଡ଼ିକର ସୁରକ୍ଷା ଏବଂ ଚୋରି ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ(ଏଚ୍‌ଏସ୍‌ଆର୍‌ପି) ବ୍ୟବସ୍ଥା କରାଯାଇଛି। ଏହି ନମ୍ବର ପ୍ଲେଟରେ ପ୍ରି-ଡିଜାଇନ ହଲୋଗ୍ରାମ ଏବଂ ୟୁନିଫର୍ମାଲ ସିରିଏଲ ନମ୍ବର ରହିଛି। ଏହାଦ୍ୱାରା ସହଜରେ ଗାଡ଼ିର ତଥ୍ୟ ମିଳିପାରିବ। ନମ୍ବର ପ୍ଲେଟ ଯେଭଳି ସୁରକ୍ଷିତ ରଖିବା ପାଇଁ ମେଶିନ୍‌ ସାହାର୍ଯ୍ୟରେ ରିବିଟ୍‌ ଦେଇ ଲକ୍‌ କରାଯାଏ। ଉକ୍ତ ରିବିଟ ଲକ ଏବଂ ନମ୍ବର ପ୍ଲେଟର ସିରିଏଲ ନମ୍ବରକୁ କେହି ଟ୍ୟାମ୍ପରିଂ କରିବାକୁ ଚେଷ୍ଟା କଲେ ତାହା ଭାଙ୍ଗିଯିବ।  ଆଉ କାମରେ ବ୍ୟବହାର ହୋଇପାରିବନି। ଗାଡ଼ି ମାଲିକ ପୁଣି ଥରେ ଏଚଏସଆରପି ନମ୍ବର ପ୍ଲେଟ ପାଇଁ ଆବେଦନ କରିବାକୁ ପଡ଼ିବ। ତେବେ ପୋଲିସ ଓ ପରିବହନ ବିଭାଗ ବିଭିନ୍ନ ସ୍ଥାନରେ ହେଲମେଟ୍‌, ସିଟ ବେଲ୍ଟ, ଓଭର ସ୍ପିଡ଼ ଆଦି ଉପରେ ନଜର ରଖି ଜରିମାନା କରୁଥିଲେ ମଧ୍ୟ ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ଯାଞ୍ଚ କରୁ ନ ଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଗାଡ଼ିରେ ଫେକ ନମ୍ବର ପ୍ଲେଟ ଲଗାଇ ନିର୍ଭୟରେ ଚୋରି, ଛିନତାଇ ଆଦି କରୁଛନ୍ତି। ଯଦି କେବେ ଧରାପଡ଼େ ଫେକ୍‌ ନମ୍ବର ପ୍ଲେଟର ଅସଲ ମାଲିକଙ୍କ ନାମରେ ଇ-ଚାଲାଣ କଟାଯାଉଛି।ତାଙ୍କ ପାଖକୁ ମୋବାଇଲରେ ମେସେଜ ଚାଲିଯାଉଛି। ଯାହାଫଳରେ ଗାଡ଼ିମାଲିକ ଭୂଲ ନ କରି ମଧ୍ୟ ଜରିମାନା ଗଣିବାକୁ ପଡ଼ୁଛି। ଅନ୍ୟପକ୍ଷରେ ରାୟଗଡ଼ା ଆର୍‌ଟିଓ ଅଫିସ ପରିସରରେ ରହିଥିବା ଏଚଏସଆରପି ଫିଟମେଣ୍ଟ ସେଣ୍ଟରରେ ନମ୍ବର ପ୍ଲେଟ ଖଞ୍ଜିବା ପାଇଁ କୌଣସି କର୍ମଚାରୀ ନ ଥିବା ଦେଖାଇ ସମ୍ପୃକ୍ତ ଏଜେନ୍ସି ଲୋକଙ୍କୁ ନମ୍ବର ପ୍ଲେଟ ବାହାରେ ଲଗାଇବା ପାଇଁ କହୁଥିବା ଅଭିଯୋଗ ହେଉଛି।
ରାୟଗଡ଼ା ଜିଲା ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ କହିଛନ୍ତି, ଏଚଏସଆରପି ନମ୍ବର ପ୍ଲେଟରେ ରହିଥିବା ହଲୋଗ୍ରାମ ଏବଂ ୟୁନିଫର୍ମାଲ ସିରିଏଲ ନମ୍ବର ଯୋଗୁ ଏହା ସ୍କାନିଂ କରି ଗାଡ଼ିର ଚେସିସ ଓ ଇଞ୍ଜିନ୍‌ ନମ୍ବର ସହିତ ସମସ୍ତ ତଥ୍ୟ ସହଜରେ ଯାଞ୍ଚ କରିହେବ। ଉକ୍ତ ସ୍କାନିଂ ସିଷ୍ଟମ ଖୁବଶୀଘ୍ର ପରିବହନ ଓ ପୋଲିସ ବିଭାଗକୁ ମିଳିଯିବ ବୋଲି କହିଛନ୍ତି। ଉକ୍ତ ନମ୍ବର ପ୍ଲେଟର ରିବିଟିଂ ଲକ ସିଷ୍ଟମ ଯୋଗୁ ଏହାକୁ କେହି ଟାମ୍ପରିଂ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ରାୟଗଡ଼ା ଏମଭିଆଇ ରାଜକୁମାର ବେହେରା କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଫିଟମେଣ୍ଟ ସେଣ୍ଟରରେ ଏଚଏସଆରପି ନମ୍ବର ପ୍ଲେଟ ଖଞ୍ଜିବା ନିୟମ ରହିଛି। ଯଦି ଏହି ନିୟମ କୌଣସି ଫିଟମେଣ୍ଟ ସେଣ୍ଟର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଉକ୍ତ ସ୍କାନିଂ ସିଷ୍ଟମ ଖୁବଶୀଘ୍ର ପରିବହନ ଓ ପୋଲିସ ବିଭାଗକୁ ମିଳିଯିବ ବୋଲି କହିଛନ୍ତି। ଉକ୍ତ ନମ୍ବର ପ୍ଲେଟର ରିବିଟିଂ ଲକ ସିଷ୍ଟମ ଯୋଗୁ ଏହାକୁ କେହି ଟାମ୍ପରିଂ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ରାୟଗଡ଼ା ଏମଭିଆଇ ରାଜକୁମାର ବେହେରା କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଫିଟମେଣ୍ଟ ସେଣ୍ଟରରେ ଏଚଏସଆରପି ନମ୍ବର ପ୍ଲେଟ ଖଞ୍ଜିବା ନିୟମ ରହିଛି। ଯଦି ଏହି ନିୟମ କୌଣସି ଫିଟମେଣ୍ଟ ସେଣ୍ଟର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?