ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ ଯାଞ୍ଚ ହେଉନି

ରାୟଗଡ଼ା,୨୪ା୨(ସ୍ବ.ପ୍ର.): ଗାଡ଼ିଗୁଡ଼ିକର ସୁରକ୍ଷା ଏବଂ ଚୋରି ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ(ଏଚ୍‌ଏସ୍‌ଆର୍‌ପି) ବ୍ୟବସ୍ଥା କରାଯାଇଛି। ଏହି ନମ୍ବର ପ୍ଲେଟରେ ପ୍ରି-ଡିଜାଇନ ହଲୋଗ୍ରାମ ଏବଂ ୟୁନିଫର୍ମାଲ ସିରିଏଲ ନମ୍ବର ରହିଛି। ଏହାଦ୍ୱାରା ସହଜରେ ଗାଡ଼ିର ତଥ୍ୟ ମିଳିପାରିବ। ନମ୍ବର ପ୍ଲେଟ ଯେଭଳି ସୁରକ୍ଷିତ ରଖିବା ପାଇଁ ମେଶିନ୍‌ ସାହାର୍ଯ୍ୟରେ ରିବିଟ୍‌ ଦେଇ ଲକ୍‌ କରାଯାଏ। ଉକ୍ତ ରିବିଟ ଲକ ଏବଂ ନମ୍ବର ପ୍ଲେଟର ସିରିଏଲ ନମ୍ବରକୁ କେହି ଟ୍ୟାମ୍ପରିଂ କରିବାକୁ ଚେଷ୍ଟା କଲେ ତାହା ଭାଙ୍ଗିଯିବ।  ଆଉ କାମରେ ବ୍ୟବହାର ହୋଇପାରିବନି। ଗାଡ଼ି ମାଲିକ ପୁଣି ଥରେ ଏଚଏସଆରପି ନମ୍ବର ପ୍ଲେଟ ପାଇଁ ଆବେଦନ କରିବାକୁ ପଡ଼ିବ। ତେବେ ପୋଲିସ ଓ ପରିବହନ ବିଭାଗ ବିଭିନ୍ନ ସ୍ଥାନରେ ହେଲମେଟ୍‌, ସିଟ ବେଲ୍ଟ, ଓଭର ସ୍ପିଡ଼ ଆଦି ଉପରେ ନଜର ରଖି ଜରିମାନା କରୁଥିଲେ ମଧ୍ୟ ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ଯାଞ୍ଚ କରୁ ନ ଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଗାଡ଼ିରେ ଫେକ ନମ୍ବର ପ୍ଲେଟ ଲଗାଇ ନିର୍ଭୟରେ ଚୋରି, ଛିନତାଇ ଆଦି କରୁଛନ୍ତି। ଯଦି କେବେ ଧରାପଡ଼େ ଫେକ୍‌ ନମ୍ବର ପ୍ଲେଟର ଅସଲ ମାଲିକଙ୍କ ନାମରେ ଇ-ଚାଲାଣ କଟାଯାଉଛି।ତାଙ୍କ ପାଖକୁ ମୋବାଇଲରେ ମେସେଜ ଚାଲିଯାଉଛି। ଯାହାଫଳରେ ଗାଡ଼ିମାଲିକ ଭୂଲ ନ କରି ମଧ୍ୟ ଜରିମାନା ଗଣିବାକୁ ପଡ଼ୁଛି। ଅନ୍ୟପକ୍ଷରେ ରାୟଗଡ଼ା ଆର୍‌ଟିଓ ଅଫିସ ପରିସରରେ ରହିଥିବା ଏଚଏସଆରପି ଫିଟମେଣ୍ଟ ସେଣ୍ଟରରେ ନମ୍ବର ପ୍ଲେଟ ଖଞ୍ଜିବା ପାଇଁ କୌଣସି କର୍ମଚାରୀ ନ ଥିବା ଦେଖାଇ ସମ୍ପୃକ୍ତ ଏଜେନ୍ସି ଲୋକଙ୍କୁ ନମ୍ବର ପ୍ଲେଟ ବାହାରେ ଲଗାଇବା ପାଇଁ କହୁଥିବା ଅଭିଯୋଗ ହେଉଛି।
ରାୟଗଡ଼ା ଜିଲା ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ କହିଛନ୍ତି, ଏଚଏସଆରପି ନମ୍ବର ପ୍ଲେଟରେ ରହିଥିବା ହଲୋଗ୍ରାମ ଏବଂ ୟୁନିଫର୍ମାଲ ସିରିଏଲ ନମ୍ବର ଯୋଗୁ ଏହା ସ୍କାନିଂ କରି ଗାଡ଼ିର ଚେସିସ ଓ ଇଞ୍ଜିନ୍‌ ନମ୍ବର ସହିତ ସମସ୍ତ ତଥ୍ୟ ସହଜରେ ଯାଞ୍ଚ କରିହେବ। ଉକ୍ତ ସ୍କାନିଂ ସିଷ୍ଟମ ଖୁବଶୀଘ୍ର ପରିବହନ ଓ ପୋଲିସ ବିଭାଗକୁ ମିଳିଯିବ ବୋଲି କହିଛନ୍ତି। ଉକ୍ତ ନମ୍ବର ପ୍ଲେଟର ରିବିଟିଂ ଲକ ସିଷ୍ଟମ ଯୋଗୁ ଏହାକୁ କେହି ଟାମ୍ପରିଂ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ରାୟଗଡ଼ା ଏମଭିଆଇ ରାଜକୁମାର ବେହେରା କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଫିଟମେଣ୍ଟ ସେଣ୍ଟରରେ ଏଚଏସଆରପି ନମ୍ବର ପ୍ଲେଟ ଖଞ୍ଜିବା ନିୟମ ରହିଛି। ଯଦି ଏହି ନିୟମ କୌଣସି ଫିଟମେଣ୍ଟ ସେଣ୍ଟର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଉକ୍ତ ସ୍କାନିଂ ସିଷ୍ଟମ ଖୁବଶୀଘ୍ର ପରିବହନ ଓ ପୋଲିସ ବିଭାଗକୁ ମିଳିଯିବ ବୋଲି କହିଛନ୍ତି। ଉକ୍ତ ନମ୍ବର ପ୍ଲେଟର ରିବିଟିଂ ଲକ ସିଷ୍ଟମ ଯୋଗୁ ଏହାକୁ କେହି ଟାମ୍ପରିଂ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ରାୟଗଡ଼ା ଏମଭିଆଇ ରାଜକୁମାର ବେହେରା କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ସ୍ବୀକୃତିପ୍ରାପ୍ତ ଫିଟମେଣ୍ଟ ସେଣ୍ଟରରେ ଏଚଏସଆରପି ନମ୍ବର ପ୍ଲେଟ ଖଞ୍ଜିବା ନିୟମ ରହିଛି। ଯଦି ଏହି ନିୟମ କୌଣସି ଫିଟମେଣ୍ଟ ସେଣ୍ଟର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଝଡ଼: ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀଙ୍କ ମେଳି, ଏକାଠି ହେଲେ କାଳୁଙ୍କ ସମର୍ଥକ 

ଖୋର୍ଦ୍ଧା,୨୯ା୩ (ପ୍ରଭାତ ପାଣିଗ୍ରାହୀ) : ଭୁବନେଶ୍ୱର, ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମ୍‌ପି ଅପରାଜିତାଙ୍କୁ ଦଳୀୟ କର୍ମୀ ବିରୋଧ କରିଛନ୍ତି। ଅପରାଜିତାଙ୍କ...

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri