Posted inଫୁରସତ

ହାଓ୍ବଡା ବ୍ରିଜ୍‌

କଲିକତା ସହରରେ ଥିବା ହାଓ୍ବଡା ବ୍ରିଜ୍‌ର ନିଆରା ନିର୍ମାଣ ଶୈଳୀ ଏହାକୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ…

ମିଟର ଲମ୍ବ ବିଶିଷ୍ଟ ହାଓ୍ବଡା ବ୍ରିଜ୍‌କୁ ନିର୍ମାଣ କରିବା ଲାଗି ୨୬,୫୦୦ ଟନ୍‌ ଷ୍ଟିଲ୍‌ ବ୍ୟବହାର କରାଯାଇଛି। ହେଲେ ଏହି ବ୍ରିଜ୍‌ର ବିଶେଷତ୍ୱ ହେଉଛି ଏଥିରେ ଭାରସାମ୍ୟ ରକ୍ଷା କରିବା ଲାଗି କୌଣସି ଖୁଣ୍ଟ ନିର୍ମାଣ କରାଯାଇନାହିଁ କିମ୍ବା ନଟ୍‌, ବୋଲ୍ଟ ମଧ୍ୟ ବ୍ୟବହାର ହୋଇ ନାହିଁ।
ପାଲ୍‌ମର୍‌ ଏବଂ ଟ୍ରିଟନ୍‌ ଏହି ବ୍ରିଜ୍‌ର ଡିଜାଇନ୍‌ କରିଥିବା ବେଳେ କ୍ଲେଭ୍‌ଲାଣ୍ଡ ବ୍ରିଜ୍‌ ଆଣ୍ଡ ଇଞ୍ଜିନିୟରିଂ କମ୍ପାନୀ ଏହାର ନିର୍ମାଣ କାର୍ଯ୍ୟ କରିଥିଲା।
ନିର୍ମାଣ କାର୍ଯ୍ୟ ୧୯୩୬ ମସିହାରେ ଆରମ୍ଭ ହୋଇ ୧୯୪୨ରେ ଶେଷ ହୋଇଥିଲା ଏବଂ ୧୯୪୩, ଫେବୃୟାରୀ ୩ ତାରିଖରେ ଉଦ୍‌ଘାଟନ ହୋଇଥିଲା।
୧୯୬୫, ଜୁନ୍‌ ୧୪ରେ ଏହାର ନାମ ପରିବର୍ତ୍ତନ କରି ରବୀନ୍ଦ୍ର ସେତୁ ରଖାଯାଇଥିଲା ହେଲେ ଏହା ହାଓ୍ବଡା ବ୍ରିଜ୍‌ ନାମରେ ହିଁ ଜଣାଶୁଣା।
ଖୁବ୍‌ ସୁନ୍ଦର ଲାଇଟ୍‌ ଡେକୋରେଶନ୍‌ କରାଯାଇଛି। ତେଣୁ କେବଳ ଦିନ ନୁହେଁ ରାତିରେ ଏହାର ଦୃଶ୍ୟ ଖୁବ୍‌ ଦୃଷ୍ଟି ଆକର୍ଷକ ହୋଇଥିବାରୁ କେବଳ ବଙ୍ଗାଳୀ ନୁହେଁ ଅନେକ ଭାଷାଭାଷୀର ଚଳଚ୍ଚିତ୍ର ଶୁଟିଂ ଏହା ଉପରେ ଶୁଟିଂ କରାଯାଇଛି।
ବ୍ରିଜ୍‌ ଉପରେ ଦୈନିକ ପ୍ରାୟ ୧ ଲକ୍ଷ ଯାନବାହନ ଚଳାଚଳ କରୁଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ପଦଚାରୀ ଯାତାୟାତ କରିଥା’ନ୍ତି। ଏଣୁ ଏହାକୁ ପୃଥିବୀର ସର୍ବାଧିକ ଗହଳି ବ୍ରିଜ୍‌ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଥାଏ।
ପୋର୍ଟ ଟ୍ରଷ୍ଟ ପକ୍ଷରୁ ଏହି ବ୍ରିଜ୍‌ରୁ ପକ୍ଷୀମଳ ଏବଂ ଅନ୍ୟାନ୍ୟ ଆବର୍ଜନା ସଫା କରିବା ଲାଗି ବାର୍ଷିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri