କିପରି ଲଗାଇବେ ମୁଲତାନୀ ମାଟି

ମୁଲତାନୀ ମାଟି ତ୍ୱଚା ନିମନ୍ତେ ବରଦାନ ସଦୃଶ। ଏହାକୁ ସବୁ ପ୍ରକାରର ତ୍ୱଚାରେ ଲଗାଇ ହେବ। ଏହା ତ୍ୱଚାରେ କୌଣସି ସାଇଡ୍‌ ଇଫେକ୍ଟ ସୃଷ୍ଟି ନ କରି ଉଜ୍ୱଳତା ବୃଦ୍ଧି କରିଥାଏ। ତେବେ କେଉଁ ତ୍ୱଚାରେ କିଭଳି ମୁଲତାନୀ ମାଟି ଲଗାଇବାର ବିଧି ସମ୍ପର୍କରେ ଜାଣି ରଖନ୍ତୁ।
ତୈଳୀୟ ତ୍ୱଚା ପାଇଁ ଏକ କପ୍‌ ମୁଲତାନୀ ମାଟିରେ ୨ ବଡ଼ ଚାମଚ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ। ଏହି ପେଷ୍ଟକୁ ଲଗାଇବାର ୧୫ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାରେ ଥିବା ତୈଳୀୟ ଅଂଶ ଦୂର ହୋଇ ଉଜ୍ୱଳତା ବୃଦ୍ଧି ପାଇଥାଏ।
ସାଧାରଣ ତ୍ୱଚା ପାଇଁ: ଏକ ବଡ଼ ଚାମଚ ମୁଲତାନୀ ମାଟିରେ ୧ ବଡ଼ ଚାମଚ ଚନ୍ଦନ ପାଉଡର ଓ ୧ ଚାମଚ କଞ୍ଚା କ୍ଷୀର ମିଶାଇ ପେଷ୍ଟ ତିଆରି କରି ମୁହଁରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଶୁଖିଲା ହୋଇଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କଲେ ତ୍ୱଚା ଆକର୍ଷଣୀୟ ଲାଗିବ।
ଶୁଷ୍କ ତ୍ୱଚା ପାଇଁ: ଏକ ପାତ୍ରରେ ୧ ବଡ଼ ଚାମଚ ମୁଲତାନୀ ମାଟି, ୧ ବଡ଼ ଚାମଚବାଦାମ ପେଷ୍ଟ ସହିତ କଞ୍ଚା କ୍ଷୀର ମିଶାଇ ପେଷ୍ଟ ତିଆରି କରି ୨ ମିନିଟ୍‌ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ମାଟି ଫୁଲି ଯାଇଥିବ। ଏହାକୁ ଆଣି ମୁହଁରେ ହାଲ୍‌କା ସ୍କ୍ରବ କରି ଲଗାନ୍ତୁ। ଶୁଖିଯିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ଥର ଏପରି କରନ୍ତୁ।
ତ୍ୱଚାର ଦାଗ ଦୂର ପାଇଁ: ୨ ବଡ଼ ଚାମଚ ଟମାଟୋ ପେଷ୍ଟ, ମୁଲତାନୀ ମାଟି ୨ ବଡ଼ ଚାମଚ, ଚନ୍ଦନ ପାଉଡର ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ ନିଅନ୍ତୁ। ସବୁ ସାମଗ୍ରୀକୁ ଭଲଭାବେ ମିଶାଇ ପେଷ୍ଟ କରି ମୁହଁରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ହାଲ୍‌କା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ମୁହଁରେ ଅଧିକ ଦାଗ ଥିଲେ ଏହାକୁ ପ୍ରତିଦିନ ବ୍ୟବହାର କଲେ ଚଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି...

ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ପ୍ରତିଦିନ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ…

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର...

ଶୁଭାରମ୍ଭ କିଛି ନୂଆ ସଙ୍କଳ୍ପ ସହ

ନୂଆ ବର୍ଷ ଆରମ୍ଭରେ ଅନେକେ ନୂଆ ନୂଆ ସଙ୍କଳ୍ପ ନେଇଥାନ୍ତି ଜୀବନକୁ ସରସ ସୁନ୍ଦର କରିବା ପାଇଁ। ବିଶେଷ କରି ଉତ୍ତମ ସ୍ବାସ୍ଥ୍ୟ ସମ୍ପର୍କିତ ଏଭଳି...

ଏହି ୩ ରାଶିର ଯୁବକ ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ...

ମିଛ କହିବାରେ ପାରଙ୍ଗମ ଏହି ଝିଅମାନେ

ମାନବ ଜୀବନରେ ରାଶିଫଳର ମହତ୍ତ୍ୱ ବହୁତ ଅଧିକ। ରାଶି ନାମରୁ ମଣିଷର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। କିଛି ଲୋକ ଭଲ ପାଇଁ ମିଛ କହୁଥିବା ବେଳେ...

ଗେଡା ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ

ଡାଇବେଟିସ୍‌ ଏବେ ଚିକିତ୍ସକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। କାରଣ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ରିସର୍ଚ୍ଚ ମେଡିକାଲ...

ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଭିଟାମିନ୍‌ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ...

Advertisement


Archives

Model This Week