ହାତକୁ କେମିତି ରଖିବେ ସୁନ୍ଦର

ହାତରେ ବାରମ୍ବାର ଧୂଳି, ମାଟି, ଝାଳ, ସାବୁନ ଫେଣ, ପାଣି ତଥା ସାନିଟାଇଜର୍‌ ଲାଗିଲେ କିମ୍ବା ଏହା ଅଧିକରୁ ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ, ହାତର ଚମକ୍‌ ଧୀରେ ଧୀରେ କମିଯାଏ। ଯଦି ଠିକ୍‌ ସମୟରେ ଏଥିପ୍ରତି ଧ୍ୟାନ ନ ଦିଆଯାଏ କିମ୍ବା ହାତର ଠିକ୍‌ ଯତ୍ନ ନ ନିଆଯାଏ, ତା’ହେଲେ ହାତର ଚର୍ମ ଲୋଚାକୋଚା ହୋଇ କମ୍‌ ବୟସରେ ବି ବୟସ୍କ ଲୋକଙ୍କ ହାତପରି ଦେଖାଯାଇଥାଏ। ସେଥିପାଇଁ ହାତକୁ ହାଇଡ୍ରେଟ୍‌ ରଖିବା ନିହାତି ଜରୁରୀ। ସନ୍ତୁଳିତ ଆହାର ସହ ପ୍ରଚୁର ମାତ୍ରାରେ ପାଣି ପିଇଲେ ହାତକୁ ଏପରି କି ଶରୀରକୁ ଠିକ୍‌ ପୋଷଣ ମିଳିଥାଏ। ସେହିପରି ଯଦି ଆପଣ ହାତକୁ ସାବୁନରେ ଧୋଉଥାନ୍ତି, ତା’ହେଲେ ସାଙ୍ଗେସାଙ୍ଗେ ହାତରେ ନଡ଼ିଆ ତେଲ କିମ୍ବା ବଡିଲୋଶନ ଲଗାଇ ଦିଅନ୍ତୁ। ସୂର୍ଯ୍ୟକିରଣରେ ବାହାରକୁ ବାହାରିବା ପୂର୍ବରୁ ଶରୀରରେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ। ଧୂଳି, ମାଟି, ଝାଳରୁ ହାତ କେମିତି ସୁରକ୍ଷିତ ରହିବ ସେ ପ୍ରତି ଧ୍ୟାନ ଦେବା ସହ ସାନିଟାଇଜର୍‌ର ବ୍ୟବହାର ଯେତେ ସମ୍ଭବ କମ୍‌ କରନ୍ତୁ। ସେହିପରି କୁହାଯାଏ, ଯେଉଁମାନେ ସ୍ମୋକିଂ କରନ୍ତି, ସେମାନଙ୍କ ହାତରେ ଖୁବ୍‌ ଶୀଘ୍ର ରିଙ୍କଲ୍ସ ଆସିଥାଏ। ତେଣୁ ଏସବୁ ପ୍ରତି ଯତ୍ନବାନ ହେଲେ ହାତ ସର୍ବଦା ସୁନ୍ଦର ତଥା ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri