ଏଥିପାଇଁ ବୈବାହିକ ଜୀବନରେ ଆସେ ଝଡ଼, ସାଥୀଙ୍କ ସହ ବିବାଦରୁ ରକ୍ଷା ପାଇବା ପାଇଁ ମାନନ୍ତୁ ଚାଣକ୍ୟଙ୍କ ଏହି ୪ କଥା

ବିବାଦରେ ଫସୁଥିବା ଲୋକ ପାଖରେ ଜ୍ଞାନ ଏବଂ ଦୁରଦର୍ଶିତା କମ୍‌ ଥାଏ ବୋଲି ଚାଣକ୍ୟ କୁହନ୍ତି। କାରଣ ବିବାଦ ଧିରେ ଧିରେ ନୂଆ ନୂଆ ବିପଦ ଆଣି ଦେଇଥାଏ। ବିବାଦର ଅନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ଏପରି ପରିସ୍ଥିତିରେ, ପ୍ରତ୍ୟେକ ମଣିଷ ବିବାଦ ଭିତରକୁ ନ ଆସିବାକୁ ଚେଷ୍ଟା କରିବା ସହ ବିବାଦ ଉପୁଜୁଥିବା ସ୍ଥାନ ତ୍ୟାଗ୍‌ କରିବା ଉଚିତ। ତେବେ ବିବାଦ କେବଳ ବାହାର ଲୋକଙ୍କ ସହିତ ନୁହେଁ, ଜୀବନ ସାଥୀ ସହିତ ମଧ୍ୟ ଉପୁଜିପାରେ। ଏହାକୁ ଏଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଏଥିପାଇଁ ଚାଣକ୍ୟ କିଛି ଉପାୟ ବିଷୟରେ ନିଜର ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି,ଏହା ଜଣଙ୍କ ଜୀବନକୁ ସୁଖଶାନ୍ତିରେ ଭରିଦେବ।

ଚୁପ୍‌ ରହିବା ଶିଖ: ଚୁପ ରହିବା ଶିଖିଯାଇଥିବା ବ୍ୟକ୍ତି କେବେ ବି ବିବାଦୀୟ ପରିସ୍ଥିତିରେ ପଡ଼ନ୍ତି ନାହିଁ। କାରଣ ନୀରବରେ ବହୁତ ଶକ୍ତି ଅଛ। ଏହା ମୂଳରୁ ବିବାଦକୁ ସମାପ୍ତ କରିଥାଏ। ଏହା ଏପରି ଏକ ଅସ୍ତ୍ର ଯାହା ସାମ୍ନା ଲୋକଙ୍କୁ ହରାଇଦେଇଥାଏ। ତେଣୁ ଯେତେବେଳେ ବି ବିବାଦୀୟ ପରିସ୍ଥିତି ପଡେ ସେତେବେଳେ ନିଜକୁ ଚୁପ ରଖିବା ଉଚିତ। ନୀରବ ରହିଲେ ବୈବାହିକ ଜୀବନରେ ବିବାଦ ସହଜରେ ସମାଧାନ ହୋଇପାରିବ।

ସମ୍ମାନ କରିବା ଶିଖନ୍ତୁ: ବିବାହିତ ଜୀବନରେ ବିବାଦ ପାଇଁ ପରସ୍ପରର ସମ୍ମାନ କରିବାକୁ ଶିଖନ୍ତୁ। ଯେଉଁ ଘରେ ସ୍ବାମୀ-ସ୍ତ୍ରୀ ପରସ୍ପରର ମତକୁ ସମ୍ମାନ କରନ୍ତି, ସେଠାରେ କୌଣସି ବିବାଦ ଉପୁଜେ ନାହିଁ। ସମ୍ମାନର ଅଭାବ ବିବାଦ ସୃଷ୍ଟି କରେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୂକ୍ଷ୍ମ। ତେଣୁ ଏହି ସମ୍ପର୍କ ତିଷ୍ଟି ରହିବା ଲାଗି ସତ୍ୟ ଏବଂ ବିଶ୍ୱାସ କଦାପି ନଷ୍ଟ ହେବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି।

ଚୁଗୁଲିଠାରୁ ଦୂରରେ ରୁହ: କାହାର କଥାରେ ଆସ ଅନ୍ୟ କାହାକୁ ଘୃଣା କରିବା ଭୁଲ। ଚୁଗୁଲି ଶୁଣିବା ଦ୍ୱାରା ସମ୍ପର୍କ ଧିରେଧିରେ ନଷ୍ଟ ହୋଇଥାଏ। ଏଣୁ, କାହାର କଥାକୁ ବିଶ୍ୱାସ କରିବା ଉଚିତ ନୁହେଁ। ଅନ୍ୟ କାହାଠାରୁ କିଛି ଶୁଣି ନିର୍ଣ୍ଣୟ ନେବା ମୁର୍ଖର କାରଣ।

ଖରାପ ଭାବନାଠାରୁ ଦୂରେଇ ରୁହନ୍ତୁ: ନିଜ ଜୀବନସାଥୀଙ୍କ ପ୍ରତି ଖରାପ ଭାବନା ମନରେ ଆଣିଦେଇଥିବା ବ୍ୟକ୍ତି ନିଶ୍ଚିତ ଭାବରେ ନିଜ ପାଇଁ ଭୁଲ କରନ୍ତି। କାହାର ଚାଲିଚଳନ କିମ୍ବା କଥାବାର୍ତ୍ତା ଦ୍ୱାରା ନିଜ ମନରୁ ଏକ ଧାରଣା ତିଆରି କରିବା ଭୁଲ ଅଟେ । ଏହା ବିବାଦ ସୃଷ୍ଟି କରେ। ଏଣୁ ନିଜକୁ ପରୀକ୍ଷା କରିବା ପରେ ହିଁ କାହା ପାଇଁ ଏକ ଧାରଣା କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri