Posted inଖେଳ

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ: ଏହି ଓ୍ବେବ୍‌ସାଇଟ ଜରିଆରେ କରିପାରିବେ ବୁକିଂ, ଜାଣନ୍ତୁ ଡିଟେଲ୍ସରେ ସବୁ କିଛି…

ନୂଆଦିଲ୍ଲୀ,୨୯।୧: ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ୫୦ ହଜାର ଭଳି ଲୋକଙ୍କ ସମାଙ୍ଗମ ହେବ। ତେଣୁ ଷ୍ଟାଡିୟମ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ ବିକ୍ରି ପାଇଁ କୌଣସି ସମସ୍ୟା ରହିବ ନାହିଁ ତା ଉପରେ ପୋଲିସ କମିଶନର ଜୋର ଦେଇଛନ୍ତି। ଏହା ବ୍ୟତୀତ ପାର୍କିଂ ଏବଂ ଅଗ୍ନି ନିରାପତ୍ତା ବାବଦରେ ମଧ୍ୟ ପୋଲିସ କମିଶନର ସମୀକ୍ଷା କରିଛନ୍ତି ।

ସେପଟେ ଆସନ୍ତା ୨୮ ଓ ୨୯ ତାରିଖରେ ଓସିଏ ଅନୁବନ୍ଧିତ କ୍ଲବମାନଙ୍କୁ ଟିକେଟ ଦିଆଯିବ। ୬ ଓ ୭ ତାରିଖରେ ସାଧାରଣ ଲୋକଙ୍କୁ ଟିକେଟ ବିକ୍ରି ହେବ । ତେଣୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଡିସିପି ଜୋର୍‌ ଦେଇଛନ୍ତି। ବିଶେଷ କରି କରି କେତୋଟି କାଉଣ୍ଟର ହେବ, ସେଥିରେ କେତେ ଟିକେଟ ଉପଲବ୍ଧ ହେବ, ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କି ପ୍ରକାରର ବ୍ୟବସ୍ଥା କରାଯିବ।

ଯେଉଁମାନେ ବାରବାଟୀ ଷ୍ଟାଡିୟମ କଟକ ଟିକେଟ ବୁକିଂ ଅନଲାଇନରେ କରିବାକୁ ଚାହୁଁଛନ୍ତି। ସେମାନେ https://www.viagogo.com/ ଅଫିସିଆଲ ୱେବସାଇଟକୁ ଯାଇ କରିପାରିବେ।

-ତା’ପରେ ଭାରତ VS ଇଂଲଣ୍ଡ ଦିନିକିଆ ବାରବାଟୀ ଷ୍ଟାଡିୟମ ଟିକେଟ ବୁକିଂ ଲିଙ୍କ ଉପରେ କ୍ଲିକ କରିବେ।
-ଟିକେଟ ନମ୍ବର, ତାରିଖ, ସମୟ, ଇତ୍ୟାଦି ପୂରଣ କରିବେ।
– ଆପଣଙ୍କ ନାମ, ମୋବାଇଲ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ଦେବାକୁ ହେବ।
– ଏହାପରେ ଟିକେଟ ଫି ପେମେଣ୍ଟ ।
– ଶେଷରେ ବୁକ ନାଓ ବଟନ ଉପରେ କ୍ଲିକ କରନ୍ତୁ।
-ଏହିପରି ଭାବରେ, ଆପଣ ଆପଣଙ୍କର ଟିକେଟ୍‌ ବୁକ୍‌ କରିପାରିବେ।

୍ୟାଲେରୀ ୧ ଓ ୩ ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା କରାଯାଇଛି । ସେମିତି ଗ୍ୟାଲେରୀ ୫ର ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦ ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ ୧୦୦୦୦ ଟଙ୍କା ରଖାଯାଇଛି । କାଉଣ୍ଟରରେ ଦର୍ଶକଙ୍କୁ ମ୍ୟାଚର ଦୁଇ ଦିନ ପୂର୍ବରୁ ଟିକେଟ ବିକ୍ରି କରାଯିବ । ଏଥିପାଇଁ କମିଶନ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?