କିଭଳି ଖୋଲା ଯିବ ସ୍କୁଲ, ସୂଚନା ଦେଲେ ଏମ୍ସ୍‌ ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୫।୯: କରୋନା ମହାମାରୀର ଦ୍ୱିତୀୟ ଲହର ଥମିବା ପରେ ପ୍ରାୟ ବହୁ ରାଜ୍ୟରେ ପିଲାମାନଙ୍କ ପାଇଁ ସ୍କୁଲ ଖୋଲା ଯାଇଛି। ତେବେ ଦେଶରେ ଦୈନିକ ସଂକ୍ରମଣ ୪୦ ହଜାରରୁ ଅଧିକ ରହିଛି। ସରକାରଙ୍କ ସ୍କୁଲ ଖୋଲା ନିଷ୍ପତ୍ତିକୁ ନେଇ ଏକ ନୂଆ ବିତର୍କ ଆରମ୍ଭ କରିଛି। କେତେକ ଏହାକୁ ସମର୍ଥନ କରୁଥିବାବେଳେ ଅନ୍ୟ କିଛି ଏହାକୁ ବିରୋଧ କରୁଛି। ଏପରିସ୍ଥଳେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌) ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ଅନୁଯାୟୀ, ଯେଉଁଠାରେ କରୋନା ସଂକ୍ରମଣ କମିଛି ଏବଂ ଯେଉଁଠାରେ କମ ସଂକ୍ରମଣ ହାର ରହିଛି ସେହି ଅଞ୍ଚଳରେ କଡା ମନିଟରିଂ ଏବଂ କୋଭିଡ ପ୍ରୋଟୋକଲ ସହିତ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବା ଉଚିତ।  ସ୍କୁଲଗୁଡିକ ୫୦ ପ୍ରତିଶତ ଉପସ୍ଥାନ କିମ୍ବା ବିଭିନ୍ନ ସିଫ୍ଟରେ ଆରମ୍ଭ ହୋଇପାରିବ। ପିଲାମାନଙ୍କୁ କରୋନାରୁ ରକ୍ଷା କରିବା ପାଇଁ ହ୍ୟାଣ୍ଡ ସାନିଟାଇଜର ଏବଂ ଅନ୍ୟାନ୍ୟ ଜିନିଷ ଦିଆଯିବା ଉଚିତ। ଯଦି ସଂକ୍ରମଣ ହାର ବୃଦ୍ଧି ପାଉଛି ତେବେ ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ଆବଶ୍ୟକ। ସ୍କୁଲ ଖୋଲିବାର ଅର୍ଥ ନୁହେଁ ଯେ ସ୍ଥାୟୀ ଭାବରେ ଖୋଲିବା। ଆବଶ୍ୟକ ସ୍ଥଳେ ବନ୍ଦ ମଧ୍ୟ ରଖିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି।

ଗୁଲେରିଆ କହିଛନ୍ତି ଯେ ପିଲାମାନଙ୍କୁ ତୃତୀୟ ଲହରର ଆଗମନ ବିଷୟରେ କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ପିଲାମାନଙ୍କୁ ଟିକାକରଣ କରାଯାଇ ନାହିଁ। ଯଦି  ଭାରତ, ୟୁରୋପ ଏବଂ ବ୍ରିଟେନର ଦ୍ୱିତୀୟ ଲହର ତଥ୍ୟକୁ ଦେଖିବା, ତେବେ ଆମେ ଜାଣିବା ଯେ ଏହି ଭାଇରସ ଦ୍ୱାରା ବହୁତ କମ ପିଲା ପ୍ରଭାବିତ ହୋଇଛନ୍ତି। ଏହା ବ୍ୟତୀତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ସେରୋ ସର୍ଭେରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୫୫ ପ୍ରତିଶତ ପିଲା ଏହି କରୋନା ମହାମରୀି ଭୁତାଣୁ ବିରୋଧରେ ଆଣ୍ଟିବଡି ପ୍ରସ୍ତୁତ କରିସାରିଛନ୍ତି। ଏଭଳି ପରିସ୍ଥିତିରେ କୋଭିଡ ପ୍ରୋଟୋକଲ ଏବଂ ମନିଟରିଂ ସହିତ ବିଦ୍ୟାଳୟଗୁଡ଼ିକ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।

ସମସ୍ତ ପିଲାଙ୍କୁ ଟିକାକରଣ ପାଇଁ ବହୁତ ସମୟ ଲାଗିବ ଏବଂ ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ପରେ ସ୍କୁଲ ଖୋଲାଯାଇପାରିବ। ନୂଆ ଭାରିଆଣ୍ଟ୍‌ ଆସିଲେ ବାଧ୍ୟ ହୋଇ ସ୍କୁଲକୁ ବନ୍ଦ ମଧ୍ୟ କରାଯିବ। ପିଲାମାନଙ୍କର ସାମଗ୍ରିକ ବିକାଶରେ ସ୍କୁଲ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟଗୁଡ଼ିକ କରୋନା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କୁଣ୍ଠାବୋଧ କରିବା ଉଚିତ ନୁହେଁ। ବିଦ୍ୟାଳୟ ପ୍ରଶାସନ ଯତ୍ନବାନ ହେବା ଉଚିତ ଯେ ପ୍ରାର୍ଥନା, ମଧ୍ୟାହ୍ନ ଭୋଜନ ଇତ୍ୟାଦି ପାଇଁ ଗୋଟିଏ ସ୍ଥାନରେ ପିଲାମାନଙ୍କର ଅଧିକ ଭିଡ଼ ଯେ ଭଳି ନ ହୁଏ। ଶିକ୍ଷକ ଏବଂ ସମସ୍ତ ସ୍କୁଲର କର୍ମଚାରୀଙ୍କୁ ଟିକାକରଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ପିତାମାତାଙ୍କୁ ନିଶ୍ଚିତ ହେବାକୁ ପଡିବ ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରୁଛୁ। ପ୍ରଥମେ ପିଲାମାନେ କିଛି ଦିନ ପାଇଁ ସ୍କୁଲକୁ ଅଳ୍ପ ସଂଖ୍ୟାରେ ଆସିବେ, କିନ୍ତୁ ଧୀରେ ଧୀରେ ପିତାମାତାଙ୍କ ଆତ୍ମବିଶ୍ୱାସ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri