ଓଡ଼ିଶା କେତେ ପ୍ରସ୍ତୁତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ପାରେ ବୋଲି ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ସିବିକେ ମହାନ୍ତି ଆଶଙ୍କା ପ୍ରକାଶ କରିଛନ୍ତି। ଗତ ୩/୪ଦିନର ଦୈନିକ ସଂକ୍ରମଣ ସ୍ଥିତି ଦେଖିଲେ ଡିଏମ୍‌ଇଟିଙ୍କ କଥା ସତ ହେବା ଭଳି ଲାଗୁଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼ ଆଦି କେତେକ ରାଜ୍ୟରେ କରୋନା ଯେପରିି ଘାତକ ରୂପ ନେଇଛି ସେହି ସ୍ଥିତି ଓଡ଼ିଶାରେ ନ ଥିଲେ ମଧ୍ୟ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗି ଚାଲିଛି। ଏହିସ୍ଥଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟକୁ ଯେଭଳି ଅକ୍ସିଜେନ ଯୋଗାଇବାରେ ଲାଗିଛନ୍ତି, ତାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କଲେଣି। କରୋନା ଦ୍ୱାରା ସାଧାରଣତଃ ସଂକ୍ରମିତଙ୍କ ଅକ୍ସିଜେନ ସ୍ତର କମିଯାଉଥିବାବେଳେ ଏବେ ଅମ୍ଲଜାନ ଅଭାବରୁ ଦେଶର ହସ୍ପିଟାଲଗୁଡ଼ିକରେ ପ୍ରତିମୁହୂର୍ତ୍ତରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ ସଙ୍କଟର ସଦ୍ୟ ଦୃଷ୍ଟାନ୍ତ। ଏହି କଥାରୁ ଓଡ଼ିଶା ସରକାର ହେଜିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି। ରାଜ୍ୟରେ ବିପଦ କେତେ ଘନେଇବ ତାହାକୁ ଆକଳନ

କରିବା ପାଇଁ କୌଣସି ମାପକାଠି ନାହିଁ ବୋଲି ସେମାନେ ଚେତେଇ ଦେଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ଦୈନିକ ୨୩.୬୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଥିବା ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ମହାପାତ୍ର ଆହୁରି କହିଛନ୍ତି ଯେ, ୫ ଇସ୍ପାତ ଶିଳ୍ପ ଦୈନିକ ୩୭୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଉତ୍ପାଦନ କରୁଛନ୍ତି। ଓଡ଼ିଶାରେ ଅକ୍ସିଜେନ ଯଥେଷ୍ଟ ବଳକା ରହୁଥିବାରୁ ଅନ୍ୟ ରାଜ୍ୟକୁ ଦିଆଯାଉଥିବା ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାଲୁ ରହିଥିବା ଇସ୍ପାତ କାରଖାନାରେ ଅକ୍ସିଜେନର ଯଥେଷ୍ଟ ଚାହିଦା ରହିଥାଏ। ସରକାର ଦେଉଥିବା ତଥ୍ୟ ସେହି କାରଖାନାଗୁଡ଼ିକର ସମୁଦାୟ ଅକ୍ସିଜେନ ଉତ୍ପାଦନ। ତାହାର ଅର୍ଥ ନୁହେଁ ଯେ, ସମସ୍ତ ଉତ୍ପାଦିତ ଅକ୍ସିଜେନ ରାଜ୍ୟ ସରକାରଙ୍କ କତ୍ତୃତ୍ୱାଧୀନ। କାରଖାନାର ଚାହିଦା ମେଣ୍ଟିବା ପରେ କେତେ ବଳକା ଅକ୍ସିଜେନ ରହିବ ସେହି ପରିସଂଖ୍ୟାନ ଧରିତ୍ରୀକୁ ମିଳିପାରିନାହିଁ।
ଓଡ଼ିଶା ସରକାରଙ୍କ ଦ୍ୱାରା ବାହାରକୁ ଅକ୍ସିଜେନ ପଠାଇବାର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଥିବାବେଳେ ଯଦି ତାହା ହଠାତ୍‌ ଦୁଇରୁ ତିନିଗୁଣା ବଢ଼ିଯାଏ ତା’ହେଲେ ଅକ୍ସିଜେନ କେତେ ଆବଶ୍ୟକ ହେବ ତାହାର ଆକଳନ ଏବେଠୁ କରିବା ସରକାରଙ୍କ ପାଇଁ ସମ୍ଭବପର ନୁହେଁ। ଏହାଛଡ଼ା ରାଜ୍ୟରେ ଅକ୍ସିଜେନ ପରିବହନ ପାଇଁ ଆବଶ୍ୟକ ଟ୍ୟାଙ୍କର ନାହିଁ। ଏଥିପାଇଁ ଶୁକ୍ରବାର ଅନ୍ୟ ରାଜ୍ୟରୁ ବାୟୁସେନା ସ୍ବତନ୍ତ୍ର ବିମାନ ଯୋଗେ ଖାଲି ଟ୍ୟାଙ୍କର ଅଣାଯାଇଛି, ଯାହାକି ଏକ ଚିନ୍ତାଜନକ ବିଷୟ। ଯଦି ଅଳ୍ପ କିଛିଦିନ ମଧ୍ୟରେ ଓଡ଼ିଶାରେ ମହାରାଷ୍ଟ୍ର, ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତା’ହେଲେ ମାଲକାନଗିରି, କୋରାପୁଟ୍‌, ନୂଆପଡ଼ା, ମୟୂରଭଞ୍ଜ ଭଳି ଜିଲାର କୋଣ ଅନୁକୋଣରେ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଥିବା ସରକାରୀ ଓ ଘରୋଇ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ନିମନ୍ତେ ସରକାର କେତେ ପ୍ରସ୍ତୁତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି।
ରାଜ୍ୟର କେତେଜଣ ସିଡିଏମ୍‌ଓଙ୍କ କହିବାନୁଯାୟୀ ସେମାନଙ୍କ ଜିଲାରେ ଅକ୍ସିଜେନ ଅଭାବ ନାହିଁ। ବର୍ତ୍ତମାନ ଉକ୍ତ ଜିଲାଗୁଡ଼ିକରେ ଅକ୍ସିଜେନ୍‌ ଟ୍ୟାଙ୍କ ଭରି ରହିଥିବାରୁ ସେମାନେ ଏଭଳି କହୁଛନ୍ତି। କିନ୍ତୁ ଅକ୍ସିଜେନ ଟ୍ୟାଙ୍କ କ୍ଷମତା ଏବଂ ପୁନଃ ଭରଣ ସମୟକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମହାରାଷ୍ଟ୍ର ଭଳି ସମ୍ଭାବ୍ୟ ସଙ୍କଟକୁ ଚିନ୍ତା କଲେ ବୁଝାପଡ଼ୁଛି ଯେ, ସିଡିଏମ୍‌ଓମାନେ ଏକ ବିରାଟ ଜରୁରିକାଳୀନ ସ୍ଥିତିକୁ ଆକଳନ କରିପାରୁନାହାନ୍ତି। ସେହିପରି ଘରୋଇ ହସ୍ପିଟାଲରେ କେତେ ଅକ୍ସିଜେନ ମହଜୁଦ୍‌ ଅଛି ସେ ବିଷୟରେ ମଧ୍ୟ ସେମାନଙ୍କ ଧାରଣା ନାହିଁ ବୋଲି ଅବସରପ୍ରାପ୍ତ ଡାକ୍ତର ହରିବନ୍ଧୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?