ଦୁର୍ଦ୍ଦିନ ବି କେଡ଼େ ଦୁଃଖଦାୟକ

ଭୁବନେଶ୍ୱର, ୨୫।୧୦(ସୁନିତ୍‌ ମିଶ୍ର): ବିଜେଡି ଗତ ଅକ୍ଟୋବର ୯ ରୁ ତା’ର ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ହେଲେ ଗତ ୨୪ ବର୍ଷ ଭିତରେ ଯେପରି ଦଳର ନେତା ଓ କର୍ମୀମାନେ ଏହି କାର୍ଯ୍ୟକୁ ଉତ୍ସାହ ସହକାରେ କରିଆସୁଥିଲେ ବର୍ତ୍ତମାନ କିନ୍ତୁ ସେହି କ୍ରମରେ ବ୍ୟତିକ୍ରମ ଦେଖାଦେଇଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ଲଗାତର ୨୪ ବର୍ଷ ଶାସନ କରିଆସିଥିବା ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଦଳ ଭୂମିକାକୁ ଆସି ଏହି କାର୍ଯ୍ୟ ଆରମ୍ଭ କରିଛି। ହେଲେ ବିଜେଡିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସକାଶେ ଦଳୀୟ ନେତାମାନେ ଆଉ ସେତେଟା ଆଗ୍ରହ ପୂର୍ବଭଳି ଦେଖାଉନାହାନ୍ତି। ଯେଉଁମାନେ ଆଗ ଥର ପର୍ଯ୍ୟନ୍ତ ଅଧିକ ସଦସ୍ୟଙ୍କୁ ଦଳରେ ଯୋଡ଼ିବା ଲାଗି ପ୍ରତିଯୋଗିତା କରିବାକୁ ପଛାଉ ନ ଥିଲେ ସେମାନେ ଏବେ ଦେଖା ବି ଦେଉନାହାନ୍ତି। ବିଜେଡିର ସଦସ୍ୟ ହେବା ଏବଂ କରେଇବା ଲାଗି ଲୋକମାନଙ୍କ ଭିତରେ ଆଉ ସେଇ ପୁରୁଣା ଆଗ୍ରହ ନ ଥିବା କେତେଜଣ ବରିଷ୍ଠ ନେତା ଖୋଲାଖୋଲି ମତ ଦେବା ଆରମ୍ଭ କରିଦେଇଛନ୍ତି। ଏହି ଅଭିଯାନକୁ ସଫଳ କରାଇବା ଲାଗି ଶଙ୍ଖ ଭବନରୁ ଟଙ୍କା ବଣ୍ଟା ପର୍ବ ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ବିଜେଡିର ସବୁଠାରୁ କ୍ଷମତାଶାଳୀ ବୋଲାଉଥିବା ନେତା ଜଣକ କୁଆଡ଼େ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସଦସ୍ୟତା ଅଭିଯାନକୁ ସଫଳ କରାଇବା ଲାଗି ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଡାକି ୫ ଲକ୍ଷ ଲେଖାଏଁ ଟଙ୍କା ଦେଉଥିବା ଶୁଣିବାକୁ ମିଳୁଛି। ପୂର୍ବରୁ କେବେ ଏ ସ୍ଥିତି ସୃଷ୍ଟିହୋଇ ନ ଥିବା ବେଳେ ଦୁର୍ଦ୍ଦିନ ବି କେଡ଼େ ଦୁଃଖଦାୟକ ଏକଥା ତାଙ୍କ ଦଳ ଭିତରୁ କୁହାକୁହି ହେଉଛନ୍ତି।
ସୂଚନାଯୋଗ୍ୟ, ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭକରି କୋଟିଏରୁ ଅଧିକ ପ୍ରାଇମେରି ମେମ୍ବର ଏବଂ ୩ ଲକ୍ଷରୁ ଅଧିକ ଆକ୍ଟିଭ ମେମ୍ବରଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଆଗରୁ ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ଏବଂ ମନ୍ତ୍ରୀମାନେ ପଞ୍ଚାୟତସ୍ତର ନେତାମାନଙ୍କୁ ମେମ୍ବରଶିପ୍‌ ଡ୍ରାଇଭ ପାଇଁ ବହି ଯୋଗାଇ ଦେଉଥିଲେ। ଜଣେ ୨୫ ଜଣଙ୍କୁ ପ୍ରାଇମେରି ମେମ୍ବର କଲେ ସେ ଆକ୍ଟିଭ ମେମ୍ବର ହୋଇପାରୁଥିଲେ। ପଞ୍ଚାୟତସ୍ତରର ନେତାମାନେ ଯେହେତୁ ସରକାରୀ ଦଳରେ ଥିଲେ ତେଣୁ ବାମ, ଡାହାଣ ଦସ୍ତଖତକରି ଲୋକଙ୍କ ନାଁ ପକାଇ ଆକ୍ଟିଭ ମେମ୍ବର ସହଜରେ ହୋଇଯାଉଥିଲେ। ଜଣେ ପ୍ରାଇମେରି ମେମ୍ବର ପାଇଁ ମାତ୍ର ୫ ଟଙ୍କା ଲେଖାଏଁ ଦେବାକୁ ପଡୁଥିବାରୁ ଏହା କିଛି ବଡ଼ ସଦସ୍ୟା ନ ଥିଲା। କ୍ଷମତାର ଉପଯୋଗରେ ସବୁକିଛି ସହଜରେ ତୃଣମୂଳସ୍ତରରୁ ସମ୍ଭବ ହୋଇପାରୁଥିଲା। ସଦସ୍ୟତା ଅଭିଯାନ ନେଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି, ଅକ୍ଟୋବର ୯ରୁ ଆରମ୍ଭହୋଇ ଜାନୁଆରୀ ପର୍ଯ୍ୟନ୍ତ ମେମ୍ବରଶିପ ଡ୍ରାଇଭ ଚାଲିବ। ଦଳର ସାଙ୍ଗଠନିକ ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଯେଉଁମାନେ ପୂର୍ବରୁ ସଦସ୍ୟ ରହିଛନ୍ତି ସେମାନେ ଆଉ ଥରେ ରିନ୍ୟୁ କରିପାରିବେ। ଏହି କାର୍ଯ୍ୟକ୍ରମ କରିବା ଲାଗି ଦଳ ପକ୍ଷରୁ କିଛି ଟଙ୍କା ଦିଆଯାଏ ନାହିଁ। ତୃଣମୂଳସ୍ତରରେ ସମସ୍ତଙ୍କ ଆଗ୍ରହ ଏଥିପ୍ରତି ରହୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?