Posted inରାଜ୍ୟ

କେତେ ସମ୍ପତ୍ତିର ମାଲିକ ମନମୋହନ ସାମଲ? ଜାଣିଲେ ଚମକି ପଡିବେ…

ଭୁବନେଶ୍ୱର,୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଭାଜପା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ, ଯାହା ପରେ କୌଣସି ପ୍ରତିଦ୍ୱନ୍ଦୀ ନ ଥିବାରୁ ତାଙ୍କୁ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସୱାଲ ସଭାପତି ଭାବେ ଘୋଷଣା କରିଛନ୍ତି। ଏହା ତାଙ୍କର ଚତୁର୍ଥ ଥର ପାଇଁ ରାଜ୍ୟ ଭାଜପା ସଭାପତି ଭାବେ ନିର୍ବାଚନ, ଯେଉଁଥିରେ ସେ ୧୯୯୯-୨୦୦୦, ୨୦୦୦-୨୦୦୪ ଏବଂ ୨୦୨୩ ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି।

୨୦୨୪ ନିର୍ବାଚନରେ ମନମୋହନ ସାମଲଙ୍କ ନେତୃତ୍ୱରେ ଭାଜପା ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରିଥିଲା। ଦଳ ୧୪୭ ବିଧାନସଭା ଆସନରୁ ୭୮ଟି ଏବଂ ୨୧ ଲୋକ ସଭା ଆସନରୁ ୨୦ଟି ଜିତିଥିଲା। ବିଜେଡି ସହ ମେଣ୍ଟ ନ କରି ଏକାକୀ ନିର୍ବାଚନ ଲଢ଼ିବା ପାଇଁ ମନମୋହନଙ୍କ ଦୃଢ଼ ନିଷ୍ପତ୍ତି ଦଳକୁ ଏକ ନୂଆ ପରିଚୟ ଦେଇଥିଲା।

ମନମୋହନ ସାମଲଙ୍କ ସମ୍ପତ୍ତି: ନିର୍ବାଚନୀ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାମରେ ଭୁବନେଶ୍ୱର ଓ ଭଦ୍ରକ ଜିଲାରେ ଜମି ଓ ଘର ରହିଛି। ଏହା ସହ ସେ କିଛି ଗାଡ଼ି ଓ ଅନ୍ୟାନ୍ୟ ଆସ୍ଥାବର ସମ୍ପତ୍ତିର ମାଲିକ। ତାଙ୍କ ମୋଟ ନେଟୱର୍ଥ କୋଟି କୋଟି ଟଙ୍କା। ମନମୋହନ ସାମଲଙ୍କ ମୋଟ Assets ୭.୫ କୋଟି ଟଙ୍କା, ଯେଉଁଥିରେ ୬.୨ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଓ ୧.୩ କୋଟି ଟଙ୍କା ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ତାଙ୍କର ମୋଟ ଘୋଷିତ ଆୟ ୧୪ ଲକ୍ଷ ଟଙ୍କା, ଯେଉଁଥିରୁ ୯ ଲକ୍ଷ ଟଙ୍କା ନିଜ ଆୟ। ମନମୋହନ ସାମଲଙ୍କର ମୋଟ liabilities ୧.୧ କୋଟି ଟଙ୍କା।

ତଥ୍ୟ ଅନୁସାରେ ମନମୋହନଙ୍କ ମୋଟ ସମ୍ପତ୍ତି ୭ କୋଟି। ୨୦୨୩-୨୦୨୪ରେ ତାଙ୍କ ରୋଜଗାର ୯,୦୩,୮୩୦ ଥିଲା । ତାଙ୍କ ନାମରେ ନଗଦ ୧,୪୨,୫୦୦ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୧,୫୩,୧୦୦ ଟଙ୍କା ଥିବା ଉଲ୍ଲେଖ ରହିଛି । ଏସବିଆଇ ବ୍ୟାଙ୍କ, ଯାଜପୁରରେ ୨୫ ହଜାରରୁ ଅଧିକ, ଏସବିଆର ବରମୁଣ୍ଡା ସ୍ଥିତ ବ୍ୟାଙ୍କରେ ୫ ଲକ୍ଷ, ନୂଆଦିଲ୍ଲୀ ଏସବିଆଇ ବ୍ୟାଙ୍କରେ ୨ ଲକ୍ଷ ଓ ଭଦ୍ରକ ବ୍ୟାଙ୍କରେ ୯ଲକ୍ଷ ଟଙ୍କା ରହିଛି । ଭୁବନେଶ୍ୱର ୟୁକୋ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ଡିପୋଜିଟ ଅଛି । ଏହା ଛଡା ତାଙ୍କ ନାମରେ Life SBI Insurance Policyରେ ୧୦ ଲକ୍ଷ ଓ PNB Met Life Insurance Policyରେ ୧୦ ଲକ୍ଷ ଜମା ଅଛି ।

ଗହଣା ଭାବରେ ମନମୋହନଙ୍କ ନାମରେ ୩୧ ଲକ୍ଷ ମୂଲ୍ୟର ୪୫ ଗ୍ରାମ ସୁନା ଅଛି । ତାଙ୍କ ନାମରେ ଥିବା କୃଷି ଜମିର ମୂଲ୍ୟ ୨୦ ଲକ୍ଷ ଥିବା ବେଳେ ୫ ଲକ୍ଷର ଅଣ ଚାଷ ଜମି ରହିଛି । ତାଙ୍କର କୌଣସି କମର୍ସିଆଲ ବିଲିଂ ନାହିଁ । ଏହା ସହ ୪୫ ଲକ୍ଷର ବାସଭବନ ଭଦ୍ରକ ରହିଛି । ଭୁବନେଶ୍ୱରରେ ୬୦ ଲକ୍ଷର ରେସିଡେଣ୍ଟାଲ ବିଲଡିଂ ଅଛି । ମନମୋହନ  ଏସବିଆଇ ପେନସନ ଲୋନ ଲକ୍ଷେ ଓ ୟୁକୋ ବ୍ୟାଙ୍କରେ ୪୪ ହଜାର ଟଙ୍କା ରହିଛି ।

ମନମୋହନ ସାମଲଙ୍କ ନେତୃତ୍ୱରେ ଭାଜପା ଆଗାମୀ ପଞ୍ଚାୟତ ର୍ନିବାଚନ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସେ ଦଳର ସାଙ୍ଗଠନିକ ସଂରଚନାକୁ ଆହୁରି ମଜବୁତ କରିବା ସହ ସରକାର ଓ ଦଳ ମଧ୍ୟରେ ସମନୱୟ ରକ୍ଷା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?