ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ସଲମାନ-ଶାହରୁଖ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନ ସେମାନଙ୍କ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଉଭୟ ଷ୍ଟାର ସେମାନଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଦର୍ଶକ ସେମାନଙ୍କ ଫିଲ୍ମର ମୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଏହା ବ୍ୟତୀତ, ଉଭୟ ଗୋଟିଏ ଫିଲ୍ମ ପାଇଁ ମଧ୍ୟ ମୋଟା ଅଙ୍କର ଫିସ ପାଆନ୍ତି।

ଶାହାରୁଖ ଖାନ ବଲିଉଡର କିଙ୍ଗ୍‌ ଏବଂ ସର୍ବାଧିକ ଦରମା ପାଉଥିବା ଅଭିନେତା। ଫୋବର୍ସ ଅନୁଯାୟୀ, ପଠାନ ଅଭିନେତା ପ୍ରତି ଫିଲ୍ମ ପାଇଁ ୧୫୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଫେବୃଆରୀ ୨୦୨୫ରେ, ଏସ୍କୱାୟାର ପତ୍ରିକା ବିଶ୍ୱର ସବୁଠାରୁ ଧନୀ ଅଭିନେତାଙ୍କ ବାର୍ଷିକ ତାଲିକା ପ୍ରକାଶ କରିଥିଲା। ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ପ୍ରାୟ ୭୫୦୦ କୋଟି ଟଙ୍କା । ସେ ବିଶ୍ୱର ଚତୁର୍ଥ ସବୁଠାରୁ ଧନୀ ଅଭିନେତା।

ଶାହାରୁଖ ଖାନଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଫିଲ୍ମ ଏବଂ ବ୍ରାଣ୍ଡ ଡିଲ। କିନ୍ତୁ ସେ ଏକ ବ୍ୟବସାୟିକ ସାମ୍ରାଜ୍ୟ ମଧ୍ୟ ଗଢ଼ିଛନ୍ତି। ତାଙ୍କର ରେଡ ଚିଲିଜ ଏଣ୍ଟରଟେନମେଣ୍ଟ, ଏକ ପ୍ରଡକ୍ସନ ହାଉସ ଏବଂ VFX କମ୍ପାନୀ, ଏବଂ IPL ଦଳ କୋଲକାତା ନାଇଟ ରାଇଡର୍ସର ମାଲିକ।

ଶାହାରୁଖ ରିଅଲ ଇଷ୍ଟେଟ ପୋର୍ଟଫୋଲିଓ କେବଳ ଭାରତ ପର୍ଯ୍ୟନ୍ତ ସୀମିତ ନୁହେଁ, ତାଙ୍କର ଦୁବାଇ ଏବଂ ଲଣ୍ଡନ ଭଳି ସହରରେ ଅନେକ ସମ୍ପତ୍ତି ମଧ୍ୟ ଅଛି।

ସଲମାନ ଖାନ ଜଣେ ବଲିଉଡ ସୁପରଷ୍ଟାର। ତାଙ୍କର ନେଟ ୱର୍ଥ ୨,୯୦୦ କୋଟି। ଫୋର୍ବସ ଅନୁଯାୟୀ, ସଲମାନ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ୧୫୦ କୋଟି ପର୍ଯ୍ୟନ୍ତ ଚାର୍ଜ କରନ୍ତି। ସଲମାନ ଖାନ ଜଣେ ଅଭିନେତା-ପ୍ରଯୋଜକ ମଧ୍ୟ, ତାଙ୍କର ନିଜସ୍ବ ପ୍ରଯୋଜନା ସଂସ୍ଥା SKF (ସଲମାନ ଖାନ ଫିଲ୍ମସ) ରହିଛି। ତାଙ୍କର ଏକ ଡ୍ରେସ୍‌ ବ୍ରାଣ୍ଡ, ବିଇଂ ହ୍ୟୁମାନ ମଧ୍ୟ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri