ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସଲ୍ଲୁ ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀ ଲଞ୍ଚ କରିବା ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ସଲମାନ ତାଙ୍କ ବିଙ୍ଗ୍‌ ହ୍ୟୁମାନ୍‌ ଜରିଆରେ ସମାଜ ତଥା ଅନାଥ ପିଲାମାନଙ୍କ ପାଇଁ କାମ କରନ୍ତି। ଇଣ୍ଡଷ୍ଟ୍ରିର ବଡ ସୁପରଷ୍ଟାର ହୋଇଥିବାରୁ ସଲମାନଙ୍କ ଜୀବନଶୈଳୀ ମଧ୍ୟ ବିଳାସପୂର୍ଣ୍ଣ। ସଲମାନ ନିଜର ସରଳତା ପାଇଁ ମଧ୍ୟ ଜଣାଶୁଣା। କିନ୍ତୁ ତାଙ୍କର ରୋଜଗାର, ଘର-ସମ୍ପତ୍ତି ଏବଂ ଯାନ ସଂଗ୍ରହ ସଲମାନଙ୍କ ସମୃଦ୍ଧତାକୁ ଦର୍ଶାଏ।
ଇଣ୍ଡଷ୍ଟ୍ରିରେ ଚଳଚ୍ଚିତ୍ର ପାଇଁ ସଲମାନ ଖାନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା। ସଲମାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୬୦ ମିଲିୟନ ଡଲାର ଅଟେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୨୩୦୪ କୋଟି ଟଙ୍କା।
ସଲମାନ ଖାନଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ଫିଲ୍ମ। ସଲମାନ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୬୦ କୋଟି ଟଙ୍କା ନିଅନ୍ତି। ଫିଲ୍ମ ବ୍ୟତୀତ ସଲମାନ ଖାନ ବିଜ୍ଞାପନ, ବ୍ରାଣ୍ଡ ପ୍ରମୋଶନ, ନିବେଶ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଭଲ ରୋଜଗାର କରନ୍ତି । ସଲମାନ ବିଗ ବସ’ରେ ମଧ୍ୟ ଅଭିନୟ କରନ୍ତି। ସଲମାନ ବିଗ ବସ ୧୫ ପାଇଁ ୩୫୦ କୋଟି ଟଙ୍କା ନିଅନ୍ତି। ସଲମାନଙ୍କର ନିଜର ବ୍ରାଣ୍ଡ ଅଛି। ସେ ଅନ୍ୟାନ୍ୟ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ଏବଂ ଏଥିପାଇଁ ତାଙ୍କ ଦେୟ ୮-୧୦ କୋଟିରୁ ଅଧିକ ଅଟେ।
ସଲମାନ ଖାନ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି । ସଲମାନଙ୍କ ଘରର ନାମ ହେଉଛି ଗାଲାକ୍ସି ଆପାର୍ଟମେଣ୍ଟ। ସଲମାନ ତାଙ୍କ ପରିବାର ସହିତ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି, ଯାହା ଏକ ପ୍ରାସାଦଠାରୁ କମ ନୁହେଁ।ଏହା ବ୍ୟତୀତ ସଲମାନଙ୍କ ପାଖରେ ୫ ବିଏଚ୍‌କେ ବଙ୍ଗଳା ଅଛି। ପାନଭେଲରେ ଏକ ଫାର୍ମ ହାଉସ ମଧ୍ୟ ଅଛି। ଦିଲ୍ଲୀ, ନୋଏଡା ଏବଂ ଚଣ୍ଡିଗଡ଼ ଭଳି ସ୍ଥାନରେ ସଲମାନଙ୍କର ମଧ୍ୟ ଅନେକ ସମ୍ପତ୍ତି ରହିଛି।
ସଲମାନ ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି। ତାଙ୍କର ଅନେକ ଦାମୀ କାର୍‌ ଅଛି। ସଲମାନଙ୍କ ପାଖରେ ଅଡି, ବେଣ୍ଟଲି, ରୋଲ୍ସ ରୟାଲ ଏବଂ ମର୍ସିଡିଜ ଭଳି ଅନେକ କାର ଅଛି, ଯାହାର ମୋଟ ମୂଲ୍ୟ ୧୪ କୋଟିରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri