Posted inଫୁରସତ

ଛାଡ଼ପତ୍ର ବଦଳରେ ମ୍ୟାରେଜ୍‌ ଗ୍ରାଜୁଏସନ କରୁଛନ୍ତି ଦମ୍ପତି; ଜାଣନ୍ତୁ କ’ଣ ଏହି ଟ୍ରେଣ୍ଡ, କାହିଁକି ଦମ୍ପତ୍ତି ମାନେ…

ନୂଆଦିଲ୍ଲୀ,୧୮।୯: ବୈବାହିକ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ। କେତେବେଳେ ପରିସ୍ଥିତି ଏପରି ହୋଇଥାଏ ଯାହାର ସମାଧାନ ବାହାରିପାରେ। କିନ୍ତୁ କେତେବେଳେ ପରିସ୍ଥିତି ଏମିତି ସୃଷ୍ଟି ହୁଏ ଯେ ବିବାହ ଆଗକୁ ବଢ଼ିପାରେ ନାହିଁ। ଶେଷରେ ଦମ୍ପତିମାନେ ଛାଡ଼ପତ୍ର ମୁହାଁ ହେଉଥିବା ଦେଖାଯାଏ। କିନ୍ତୁ ଏବେ ଏକ ନୂଆ ଟ୍ରେଣ୍ଡ ଆସିଛି। ଲୋକେ ଛାଡ଼ପତ୍ର ନେଉନାହାନ୍ତି, କିନ୍ତୁ ପତି-ପତ୍ନୀ ସମ୍ପର୍କରୁ ମୁକ୍ତ ହେଉଛନ୍ତି। ଏହି ଟ୍ରେଣ୍ଡ ଜାପାନରୁ ଆରମ୍ଭ ହୋଇଛି ଏବଂ ଧୀରେ ଧୀରେ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରସାରିତ ହେଉଛି। ଛାଡ଼ପତ୍ର ନ ନେଇ ମଧ୍ୟ ଅଲଗା ହେବାର ଏହି ନୂଆ ଟ୍ରେଣ୍ଡକୁ ‘ମ୍ୟାରେଜ ଗ୍ରାଜୁଏସନ’ (Marriage Graduation) କୁହାଯାଉଛି। ଜାପାନରେ ଏହାକୁ ‘ସୋତ୍ସୁକନ’ (Sotsukon) କୁହାଯାଏ।

**ମ୍ୟାରେଜ ଗ୍ରାଜୁଏସନ କ’ଣ?**
ମ୍ୟାରେଜ ଗ୍ରାଜୁଏସନ ବା ସୋତ୍ସୁକନରେ ପତି-ପତ୍ନୀ ପାରସ୍ପରିକ ସହମତିରେ ଅଲଗା ହେବାର ନିଷ୍ପତ୍ତି ନିଅନ୍ତି। ଏମାନେ ଛାଡ଼ପତ୍ର ନେଇ ନ ଥାନ୍ତି, କେବଳ ଅଲଗା ଅଲଗା ଜୀବନ ଯାପନ କରିବାକୁ ନିଷ୍ପତ୍ତି ନିଅନ୍ତି। ଯେପରି ଆମେ କୌଣସି କଲେଜରେ ନାମ ଲେଖାଇ ଗ୍ରାଜୁଏଟ ହୋଇ ବାହାରି ଆସୁ, ଠିକ ସେହିପରି ଏହି ଲୋକମାନେ ବିବାହିତ ଜୀବନରୁ ମୁକ୍ତ ହୋଇଯାଆନ୍ତି, ଯାହାକୁ ମ୍ୟାରେଜ ଗ୍ରାଜୁଏସନ କୁହାଯାଉଛି।

**ମ୍ୟାରେଜ ଗ୍ରାଜୁଏସନରେ କ’ଣ ହୁଏ?**
ଏହି ପ୍ରକାର ଅଲଗା ହେବାରେ ଦମ୍ପତିଙ୍କ ମଧ୍ୟରେ ପତି-ପତ୍ନୀ ସମ୍ପର୍କ ଶେଷ ହୋଇଯାଏ। ଉଭୟେ ନିଜ ନିଜର ଖର୍ଚ୍ଚ ଓ ଦାୟିତ୍ୱ ନିଜେ ସମ୍ଭାଳନ୍ତି। କେତେବେଳେ ମ୍ୟାରେଜ ଗ୍ରାଜୁଏସନ ପରେ ଲୋକମାନେ ଗୋଟିଏ ଘରେ ରୁମମେଟ ପରି ରହନ୍ତି, ଆଉ କେତେବେଳେ ଅଲଗା ଅଲଗା ବାସସ୍ଥାନ ତିଆରି କରନ୍ତି। ତଥାପି, ଅଲଗା ହେବା ପରେ ମଧ୍ୟ ଉଭୟେ ମିଳାମିଶା କରନ୍ତି ଏବଂ ପରସ୍ପରକୁ ସାହାଯ୍ୟ କରିଥାନ୍ତି।

**ମ୍ୟାରେଜ ଗ୍ରାଜୁଏସନର ଲାଭ**
ଯଦିଓ ମ୍ୟାରେଜ ଗ୍ରାଜୁଏସନ ମଧ୍ୟ ତଲାକ ପରି ବିବାହ ଶେଷ କରିବାର ଏକ ଉପାୟ, କିନ୍ତୁ ଏହା ତଲାକଠାରୁ ବେଶ ଭିନ୍ନ। ଏହାର ସବୁଠାରୁ ବଡ଼ ଲାଭ ହେଉଛି ଏଥିରେ କୌଣସି ଆଇନଗତ ଅଡ଼ୁଆ କିମ୍ବା ଅନାବଶ୍ୟକ ଖର୍ଚ୍ଚ ହୋଇ ନ ଥାଏ। ଏଠାରେ ପତି-ପତ୍ନୀ ଅଲଗା ହେବାକୁ ଚାହୁଁଥିଲେ ଏକାଠି ବସି ନିଜ ନିଜ ପଥ ଅଲଗା କରିନିଅନ୍ତି। ମ୍ୟାରେଜ ଗ୍ରାଜୁଏସନରେ ବିବାହ ଶେଷ ହେଲେ ମଧ୍ୟ କୌଣସି ତିକ୍ତତା କିମ୍ବା ମାନସିକ ଚାପ ରହିନଥାଏ। ଲୋକେ ପାରସ୍ପରିକ ସହମତିରେ ଏକକାଳୀନ ସମ୍ପର୍କ ମଧ୍ୟ ବଜାୟ ରଖିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri