ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ଓ ବଉଳମାଳା ପଥର ଜିଲା ତଥା ବାହାର ଜିଲାକୁ ଚାଲାଣ କରୁଛନ୍ତି। ଏପରି କି ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ ଆରିଆପଡା ବୃଷବନ୍ଧ ପାହାଡ଼, ୧୬ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ରହିଥିବା ପାହାଡକୁ ନଣ୍ଡା କରିସାରିଲେଣି। ରାଜପଥ ସମ୍ପ୍ରସାରଣ ଆଳରେ ପଥର ଏବଂ ମୋରମ ଚାଲାଣ କରାଯାଉଛି। ଏନେଇ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଲୋକଦେଖାଣିଆ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ପାହାଡ଼ କଟାଯାଇ ମୋରମ ଚାଲାଣ ଯୋଗୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷାହେଲେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ପ୍ରଶାସନ ଏବଂ ପୋଲିସର କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତବାରିଶି କରି ମାଫିଆମାନେ ଲଘୁ ଖଣିଜ ସମ୍ପଦ ହରିଲୁଟ କରିଚାଲିଛନ୍ତି। ଜାତୀୟ ରାଜପଥ ଏମାନଙ୍କ ଗଳାବାଟ ସାଜିଛି। ବେଆଇନ ଖଣିରେ ଚଢ଼ାଉ ପୂର୍ବରୁ ମାଫିଆଙ୍କୁ ସୂଚନା ମିଳିଯାଉଥିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରୁଛନ୍ତି। ତେବେ ପ୍ରଶାସନ ମେଶିନ, ଯନ୍ତ୍ରପାତି ଏବଂ ପଥର ବୋଝେଇ ଯାନ ଜବତ କରିବା ସହ ଏହାର ଚାଳକଙ୍କୁ ଗିରଫ କରୁଛି। ଅନ୍ୟପକ୍ଷରେ ବେଆଇନ ଭାବେ ପଥର ଖନନ, ବ୍ଲାଷ୍ଟିଂ, ପଥର ଚାଲାଣ ରୋକିବାକୁ ଦୈନିକ ଏକାଧିକ ଗ୍ରାମବାସୀ ଜିଲା ପ୍ରଶାସନର କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ବି କାର୍ଯ୍ୟକାରୀ ହେଉନାହିଁ। ଏସ୍‌ଟିଏଫ୍‌ର ବାରମ୍ବାର ଚଢ଼ାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିିଥିଲା। ତେବେ କିଛି ଦିନ ପରେ ଏସଟିଏଫ ଶୀଥିଳ ପଡିଗଲା। ଅନ୍ୟପକ୍ଷରେ ଏନେଇ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କୁହନ୍ତି, ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପୋଲିସକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯିବ। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥର ଖଣି ଏବଂ କ୍ରଶର ୟୁନିଟ ଉପରେ ଚଢ଼ାଉ କରିବ। ରାଜ୍ୟ ପ୍ରଦୂଷଣ ବୋର୍ଡ ବିନା ଅନୁମତିରେ ଚାଲିଥିବା କ୍ରଶର ୟୁନିଟ୍‌ ସିଲ୍‌ କରାଯିବ। ଏଣିକି ଚୋରାଚାଲାଣରେ ବ୍ୟବହାର ଗାଡ଼ି ଧରାପଡିଲେ ଜରିମାନା ସହ ଏହାର ଲାଇସେନ୍ସ ରଦ୍ଦ କରାଯିବ। ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍‌ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଗଛ ତଳେ ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୯।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରାୟ ଦେଢ଼ମାସ ହେଲା ଲକ୍‌ଡାଉନ କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି।...

୧୩,୫୬୮ ଯୁକ୍ତ୨ ସିଟ୍‌ ବୃଦ୍ଧି

ଭୁବନେଶ୍ୱର,୩୧।୫(ବ୍ୟୁରୋ): ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ଯୁକ୍ତ୨ ସିଟ୍‌ ସଂଖ୍ୟା ବଢ଼ିବ। ମାଟ୍ରିକ ପରୀକ୍ଷାରେ ପାସ୍‌ ହାରକୁ ଦୃଷ୍ଟିରେ ରଖି ଯୁକ୍ତ୨ରେ ସିଟ୍‌ ଅଭାବ ଦୂର...

୧୯ ବଦଳରେ ଅଛନ୍ତି ୩ ଡାକ୍ତର

ଗୁଣପୁର,୧୩ା୩(ଡି.ଏନ.ଏ):ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଦେଖାଦେଇଛି। ଏଠାରେ ୧୯ ଜଣ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୩ ଜଣ।...

ଆଧ୍ୟାତ୍ମିକ ଦିବ୍ୟ ପ୍ରବଚନ ପୂଜାମଣ୍ଡପର ଗୁରୁତ୍ୱ ବଢାଉଛି

ବାସୁଦେବପୁର,୮ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଚଳିତବର୍ଷ ୩ଟି ପୂଜାମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ସହରର ଜାଫରପୁର ସ୍ଥିତ ବିଦ୍ୟୁତ୍‌ ମାର୍ଗ ଶାରଦୀୟ ପୂଜାମଣ୍ଡପରେ...

ବୀରମିତ୍ରପୁରରେ ପୁଣି ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା,୧।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା...

ମଣ୍ଟଫୋର୍ଟ ସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ: ଅପସଂସ୍କୃତିଠାରୁ ଦୂରେଇ ରୁହ

ଢେଙ୍କାନାଳ ଅଫିସ, ୮।୧୨ – ଇଂଲିଶ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୬୯ରେ ପ୍ରତିଷ୍ଠା ହୋଇଥିଲା ମଣ୍ଟଫୋର୍ଟ ସ୍କୁଲ। ଏହାକୁ ପ୍ରତିଷ୍ଠା କରିବାରେ ତତ୍କାଳୀନ ସମୟରେ...

Advertisement
Archives

Model This Week