Posted inଜାତୀୟ

୨୦୧୪ରୁ ୨୦୧୯ ଭିତରେ କେତେ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ମୋଦି ସରକାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନିଜ ଘୋଷଣା ପତ୍ର ଜାରି କରିଛି। ଏହି ଘୋଷଣା ପତ୍ରର ନାଁ ଦଳ ସଂକଳ୍ପ ପତ୍ର ରଖିଛି। ତେବେ ପୂର୍ବ ଦୁଇ ଲୋକ ସଭା ନିର୍ବାଚନରେ ଭାଜପା ନିଜ ବିଚାରଧାରା ସହ ସାମଞ୍ଜସ୍ୟ ପ୍ରମୁଖ ଦାବିକୁ ପୂରଣ କରିଛି। ଏଥିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଠାରୁ ଆରମ୍ଭ କରି ଜମ୍ମୁ-କଶ୍ମିରରୁ ୩୭୦ ଉଚ୍ଛେଦ ମଧ୍ୟ ସାମିଲ ରହିଛି।

୨୦୧୪ ସଂକଳ୍ପ ପତ୍ରରେ ଭାଜପା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ସମାନ ନାଗରିକ ସଂହିତା, କଶ୍ମିର ପଣ୍ଡିତଙ୍କୁ ଘାଟିରୁ ଫେରାଇ ଆଣିବା, ଜମ୍ମୁ କଶ୍ମିରରେ ଅନୁଚ୍ଛେଦ ୩୭୦ ନିରସ୍ତ୍ର କରିବା ନେଇ ସର୍ବସାଧାରଣଙ୍କ ସହମତି ଆଣିବା, ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା, ଡିଜିଟାଲଇଜେଶନ, କଳାଧନକୁ ଫେରାଇ ଆଣିବା, କୃଷକଙ୍କ ଆୟ ୨ଗୁଣ କରିବା, ଯୁବକଙ୍କୁ ରୋଜଗାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା।

ନିଜ ସଂକଳ୍ପ ପତ୍ରନୁସାରେ ୨୦୧୪ରେ ଭାଜପା ରାମ ମନ୍ଦିର ନିର୍ମାଣ ପାଇଁ ବିଚାର-ବିମର୍ଶ କରିଥିଲା। ପରେ ସୁପ୍ରିମକୋର୍ଟ ୩ ସଦସ୍ୟ ପ୍ୟାନେଲ ଜରିଆରେ ମଧ୍ୟସ୍ଥତା କରିବାକୁ ଆଦେଶ ଦେଇଥିଲେ। ୨୦୧୫ରେ ‘ବେଟି ବଚାଓ ବେଟି ପଢାଓ’ ଯୋଜନା ଆରମ୍ଭ କରିଥିଲା। ଆୟୁଷ୍ମାନ ଭାରତ ଲଞ୍ଚ ହୋଇଥିଲା। କଳାଧନ ପାଇଁ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା। ଷ୍ଟାର୍ଟଅପ୍‌ ଇଣ୍ଡିଆ ଓ ସ୍କିଲ ଇଣ୍ଡିଆ ଯୋଜନା ଆରମ୍ଭ କରିଥିଲା।

୨୦୧୯ରେ ମୋଦି ସରକାର ‘ଫିର ଏକ ବାର ମୋଦି ସରକାର’ ନାରା ଦେଇ ସଂକଳ୍ପ ପତ୍ର ଜାରି କରିଥିଲେ। ଏଥିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସହ ୩୭୦ ଉଚ୍ଛେଦ, ୟୁସିସି ଲାଗୁ, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ତିନ ତଲାକ ଓ ବହୁ ବିବାହ ଉଚ୍ଛେଦ, ଏନଆରସି ଲାଗୁ, ଏକ ଦେଶ ଏକ ନିର୍ବାଚନ ନେଇ ପ୍ରତିଶ୍ରୁତି ଦେଇଥିଲା।

ତେବେ ୨୦୧୯ ସଂକଳ୍ପ ଅନୁସାରେ ସୁପ୍ରିମକୋର୍ଟ ୨୦୧୭ ଅଗଷ୍ଟ ୨୨ରେ ତିନ ତଲାକ ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ୨୦୧୯ରେ ମୋଦି ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ୨୦୧୩ ସେପ୍ଟେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ୨୦୧୪ ଜାନୁଆରୀ ୨୨ରେ ରାମ ମନ୍ଦିର ନିର୍ମାଣ ହୋଇଥିଲା। ୨୦୧୪ ଫେବୃଆରୀ ୭ରେ ଉତ୍ତରାଖଣ୍ଡ ବିଧାନସଭା ଦ୍ୱାରା ସମାନ ନାଗରିକ ସଂହିତା ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନରେ ଲାଗୁ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତା କମିଟି ‘ଏକ ଦେଶ ଏକ ନିର୍ବାଚନ’ ଉପରେ ସମର୍ଥନ ଜଣାଇଥିଲେ। ୨୦୨୪ ମାର୍ଚ୍ଚରେ କେନ୍ଦ୍ର, ନାଗରିକ ସଂଶୋଧନ ଅଧିନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଅଧିସୂଚନା ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri