Posted inଜାତୀୟ

ଗୋଟିଏ ଦଳକୁ ଭାଙ୍ଗିବାକୁ କେତେ ବିଧାୟକ ଇସ୍ତଫା ଦେବା ଦରକାର? ଜାଣନ୍ତୁ ରାଜନୀତିର ରୋଚକ କଥା

୨୦୨୫ ଦିଲ୍ଲୀ ବିଧାନସଭା ର୍ନିବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ୁ କହି ରଖୁଛୁ ଯେ ଦିଲ୍ଲୀର ୭୦ଟି ଆସନରେ ହୋଇଥିବା ଭୋଟରେ BJP ୪୮ଟି ଆସନ ଜିତିଛି, ଯେତେବେଳେ ଆମ ଆଦମୀ ପାର୍ଟିକୁ କେବଳ 22ଟି ଆସନ ମିଳିଛି। ଏହା ବ୍ୟତୀତ ଅନ୍ୟ କୌଣସି ଦଳର ଖାତା ଖୋଲିନାହିଁ। କିନ୍ତୁ ଆପଣ ଜାଣନ୍ତି କି ଗୋଟିଏ ପାର୍ଟିକୁ ଭାଙ୍ଗିବାକୁ ହେଲେ କେତେ ଜଣ ବିଧାୟକ ଏକାଠି ହେବାକୁ ପଡିବ।

ଦୁଇଥର ସରକାର ଗଠନ କରିଥିବା ଆମ ଆଦମୀ ପାର୍ଟି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏକ ବଡ଼ ପରାଜୟ ବରଣ କରିଛି। ପରାଜୟ ପର୍ଯ୍ୟନ୍ତ ପରିସ୍ଥିତି ଠିକ ଥିଲା, କିନ୍ତୁ ଏଏପିଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ବିଧାନସଭାରୁ ନିଜ ଆସନକୁ ମଧ୍ୟ ବଞ୍ଚାଇ ପାରି ନାହାନ୍ତିଁ। ଦିଲ୍ଲୀ ବିଧାନସଭା ର୍ନିବାଚନ ପରେ, ପଞ୍ଜାବରେ ଚହଳ ପଡିଛି। ଜାଣନ୍ତି କି କେତେବେଳେ ଏବଂ କେତେ ଜଣ ବିଧାୟକ କୌଣସି ଦଳ ଭାଙ୍ଗିପାରିବେ ଏବଂ ସେହି ସମୟରେ Anti-defection law ଲାଗୁ ହେବ କି ନାହିଁ।

ପ୍ରଥମେ, ଆସନ୍ତୁ ଜାଣିବା Anti-defection law କ’ଣ? ଆପଣଙ୍କୁ କହିରଖୁଛୁ ଯେ ରାଜନୀତିରେ ନେତାମାନେ ଦଳ ବଦଳାଇବା ସାଧାରଣ କଥା, ପ୍ରାୟତଃ ର୍ନିବାଚନ ପୂର୍ବରୁ ନେତାମାନେ କେତେବେଳେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ଯାଆନ୍ତି, କେତେବେଳେ ସେହି ଶିବିରକୁ ପୁଣି ଫେରନ୍ତି। ପ୍ରକୃତରେ, ଏହାକୁ ବନ୍ଦ କରିବା ପାଇଁ, ରାଜୀବ ଗାନ୍ଧୀ ସରକାର ୧୯୮୫ରେ ସମ୍ବିଧାନରେ ୯୨ତମ ସଂଶୋଧନ କରିଥିଲେ। ଏହି ସଂଶୋଧନରେ, ଦଳ ପରିବର୍ତ୍ତନ ବିରୋଧୀ ଆଇନ ଗୃହୀତ ହୋଇଥିଲା।

ସେତେବେଳେ, ଏହି ଆଇନର ଉଦ୍ଦେଶ୍ୟ ଥିଲା ରାଜନେତାମାନଙ୍କୁ ରାଜନୈତିକ ଲାଭ ପାଇଁ ଦଳ ପରିବର୍ତ୍ତନ ଏବଂ ଘୋଡା ବେପାରରୁ ରୋକିବା। ଏହି ଆଇନକୁ ସମ୍ବିଧାନର ଦଶମ ଅନୁସୂଚୀରେ ସ୍ଥାନିତ କରାଯାଇଛି। ଯେତେବେଳେ ଜଣେ ନେତା ଦଳ ପରିବର୍ତ୍ତନ କରନ୍ତି କିମ୍ବା ଏପରି ପଦକ୍ଷେପ ନିଅନ୍ତି ଯାହା ଅନ୍ୟ ଦଳର ନେତାଙ୍କ ସମର୍ଥନ ପାଏ, ତାହାକୁ ଘୋଡା ବେପାର କୁହାଯାଏ। ସାଧାରଣ ଭାଷାରେ ଏହାକୁ ଦଳ ପରିବର୍ତ୍ତନ କୁହାଯାଏ।

କହି ରଖୁଛୁ ଯେ ଯଦି କୌଣସି ବିଧାୟକ କିମ୍ବା ଏମପି ନିଜ ଇଚ୍ଛାରେ ଦଳୀୟ ସଦସ୍ୟତା ଛାଡି ଦିଅନ୍ତି, ତେବେ ତାଙ୍କ ଆସନ ଛଡ଼ାଇ ନିଆଯାଇପାରେ। ଅନ୍ୟପକ୍ଷରେ, ଯଦି କୌଣସି ବିଧାୟକ କିମ୍ବା ଏମପି ଜାଣିଶୁଣି ଭୋଟଦାନରେ ଅନୁପସ୍ଥିତ ରୁହନ୍ତି କିମ୍ବା ଦଳ ଦ୍ୱାରା ଜାରି ନିର୍ଦ୍ଦେଶ ବିରୋଧରେ ଭୋଟ ଦିଅନ୍ତି, ତେବେ ତାଙ୍କୁ ତାଙ୍କ ଆସନ ହରାଇବାକୁ ପଡ଼ିପାରେ। ସେହିପରି, ଯଦି କୌଣସି ସୱାଧୀନ ଏମପି କିମ୍ବା ବିଧାୟକ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ। ତଥାପି, ଯେକୌଣସି ବିଧାୟକ କିମ୍ବା ଏମପିଙ୍କୁ ଅଯୋଗ୍ୟ ଘୋଷଣା କରିବାର କ୍ଷମତା ବାଚସ୍ପତି କିମ୍ବା ବିଧାନସଭାର ଅଧ୍ୟକ୍ଷଙ୍କ ଦ୍ୱାରା ନିଆଯାଇଥାଏ।

Anti-defection law ଅନୁଯାୟୀ କିଛି ବ୍ୟତିକ୍ରମ ଅଛି। ଏହା ଅଧୀନରେ, ଏମପି ଏବଂ ବିଧାୟକମାନଙ୍କୁ ଦଳ ପରିବର୍ତ୍ତନ ବିରୋଧୀ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପ୍ରକୃତରେ, ଯଦି କୌଣସି ରାଜନୈତିକ ଦଳର ଏକ ତୃତୀୟାଂଶ ଏମପି କିମ୍ବା ବିଧାୟକ ଇସ୍ତଫା ଦିଅନ୍ତି, ତେବେ ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଏହା ବ୍ୟତୀତ, ଯଦି କୌଣସି ଦଳର ଦୁଇ-ତୃତୀୟାଂଶ ଏମପି କିମ୍ବା ବିଧାୟକ ଅନ୍ୟ ଦଳରେ ଯୋଗ ଦିଅନ୍ତି, ତେବେ ଏହି ପରିସ୍ଥିତିରେ ମଧ୍ୟ ଏହାକୁ ଦଳତ୍ୟାଗ ଭାବରେ ବିବେଚନା କରାଯାଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ମୁହଁ ଖୋଲିଲେ ହାର୍ଦ୍ଦିକ, ଅଧିନାୟକତ୍ୱକୁ ନେଇ କଲେ ବଡ଼ ଖୁଲାସା: ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ଡିଲ ହୋଇଛି। ପଞ୍ଜାବ କିଙ୍ଗ୍ସର ଦ୍ରୁତ…

ଠିକାଦାରଙ୍କ ଦେଖା ମିଳୁନି, ଅନିଶ୍ଚିତତା ଘେରରେ ମା’ ରାମଚଣ୍ଡୀଙ୍କ ଦିବ୍ୟ ମନ୍ଦିର ନିର୍ମାଣ

ମହାକାଳପଡ଼ା,୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଇତିହାସ ଅତ୍ୟନ୍ତ ପୁରାତନ। କିମ୍ବଦନ୍ତୀ ଅନୁସାରେ, ୧୭୩୭ରେ…

୨୧ ଛକା ମାରି ଇତିହାସ ରଚିଲେ କିୱି ବ୍ୟାଟର, ତଥାପି ହାରିଲା ଦଳ

ନୂଆଦିଲ୍ଲୀ,୧୨।୧୧: ବ୍ୟାଟ୍‌ରୁ ବର୍ଷିଲା ଛକା ଓ ଚୌକା। ଗୋଟିଏ ଇନିଂସରେ ୨୧ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ବେଭନ୍ ଜାକବ୍ସ ।…

ସେୟାର ବଜାରରେ ଏଣ୍ଟ୍ରି ମାରିବ ହଳଦୀରାମ! ୧୦,୦୦୦ କୋଟି ଟଙ୍କାର IPO ଆଣିବାକୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୨।୧୧: ପାରମ୍ପରିକ ଭାରତୀୟ ମିଠା ଏବଂ ନମକିନ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନୀ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (IPO) ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତର ଅଧିନାୟକ ହେବେ ଏହି ଖେଳାଳି, ରଚିବେ ଇତିହାସ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍‌ରେ ନିୟମିତ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ…

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?