ଶରୀର ପାଇଁ କେତେ ଜରୁରୀ ସୂର୍ଯ୍ୟକିରଣ

ଶୀତଦିନେ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହ କିଛି ସମୟ ସୂର୍ଯ୍ୟକିରଣରେ ବସିବା ବି ଜରୁରୀ। କାରଣ ଏହିଦିନେ ଆମେ ଶୀତରୁ ରକ୍ଷା ପାଇବାକୁ ଗରମ ପୋଷାକ ପିନ୍ଧିବା ସହ ନିଜକୁ ଯେତେ ସମ୍ଭବ ଘୋଡ଼େଇଘାଡ଼େଇ ରଖିଥାଉ; ସେଥିପାଇଁ ଆମ ଶରୀର ଉପରେ ପର୍ଯ୍ୟାପ୍ତ ମାତ୍ରାରେ ସୂର୍ଯ୍ୟକିରଣ ପଡ଼ିପାରେ ନାହିଁ; ଯଦ୍ଦ୍ବାରା ଅନେକଙ୍କଠାରେ ଗୋଡ଼ହାତ ବିନ୍ଧାବିନ୍ଧି, ଥଣ୍ଡାଜନିତ ରୋଗ ଆଦି ହେବାର ସମସ୍ୟା ଦେଖାଯାଇଥାଏ। ସେଥିପାଇଁ କିଛି ସମୟ କଅଁଳ ଖରାରେ ବସିବା ଜରୁରୀ। ଏହାଦ୍ୱାରା ଶରୀରକୁ ଭିଟାମିନ୍‌ ଡି ପ୍ରଚୁର ମାତ୍ରାରେ ମିଳିଥାଏ, ଯାହାକି ମାଂସପେଶୀ ଏବଂ ଅସ୍ଥିଗୁଡ଼ିକୁ ମଜଭୁତ୍‌ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଯେଉଁମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ କିମ୍ବା ଯେଉଁମାନଙ୍କର ଥଣ୍ଡା ଦେହ, ସେମାନେ ପ୍ରତିଦିନ କିଛି କିଛି ସମୟ କଅଁଳ ଖରାରେ ବସିଲେ ଏହି ସମସ୍ୟାରୁ ଅନେକାଂଶରେ ମୁକ୍ତି ପାଇଥାନ୍ତି। ଅନ୍ୟପକ୍ଷେ ଭାରାକ୍ରାନ୍ତ ମନକୁ ହାଲ୍‌କା କରିବାରେ ବି ସୂର୍ଯ୍ୟକିରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ପ୍ରତିଦିନ ସମ୍ଭବ ନ ହେଲେ ବି ସପ୍ତାହରେ ୩/୪ ଦିନ ସକାଳେ ହେଉ ଅବା ଅପରାହ୍ନରେ କିଛି କିଛି ସମୟ ହାଲ୍‌କା ସୂର୍ଯ୍ୟକିରଣରେ ବସିଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଧ୍ୟାନ ରଖିବେ କେବେ ବି ପ୍ରଖର ସୂର୍ଯ୍ୟକିରଣରେ ଅଧିକ ସମୟ ବସିବେ ନାହିଁ; ନଚେତ୍‌ ଏହା ଉପକାର ହେବା ପରିବର୍ତ୍ତେ ଶରୀର ପାଇଁ କ୍ଷତିକାରକ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri