ପ୍ରଳୟ କେତେ ଦୂର

ଅଲେଖ ଚନ୍ଦ୍ର ମିଶ୍ର

ଜୀବଜଗତର ସୃଷ୍ଟି, ସ୍ଥିତି ଓ ବିଲୟ ସହିତ ପ୍ରକୃତି ଓତପ୍ରୋତ ଭାବେ ଜଡିତ। ପ୍ରକୃତିର ଭାରସାମ୍ୟରେ ତା’ର ସୃଷ୍ଟି ହୁଏ। ସାମାନ୍ୟ କୋଡମାଡ଼ (ଦୁର୍ବିପାକ)ରେ ତା’ର ସ୍ଥିତି ବିପନ୍ନ ହୁଏ ଏବଂ କିଞ୍ଚିତ୍‌ ବିଶୃଙ୍ଖଳାରେ ତା’ର ବିଲୟ ଘଟେ। ପ୍ରାକୃତିକ ଦୁର୍ବିପାକ ଜୀବଜଗତ ପାଇଁ ସତର୍କ ଘଣ୍ଟି ହେଲେ ପ୍ରାକୃତିକ ଊର୍ଜାରେ ଅସନ୍ତୁଳନ ତା’ପାଇଁ ମୃତ୍ୟୁଘଣ୍ଟି ସଦୃଶ I ଅଧୁନା ଜୀବଜଗତ ଏହି ଦୁଇଟି ବିଭାବ ଦ୍ୱାରା ସୃଷ୍ଟ ଘୋର ଘଡ଼ିସନ୍ଧି ଦେଇ ଗତି କରୁଛି ଯାହାର ସମ୍ୟକ ସୂଚନା ଅଳ୍ପ ବହୁତେ ସମସ୍ତେ ଜାଣୁଥିବେ। ବିଶ୍ୱତାପନ, ପ୍ରବାଳ ପ୍ରାଚୀରର ଅବକ୍ଷୟ, ଆଣ୍ଟାର୍କଟିକାରେ ବରଫ ତରଳିବା, ଆଗ୍ନେୟଗିରିର ଅସ୍ବାଭାବିକ ଉଦ୍‌ଗିରଣ, ଫ୍ଲାସ ଫ୍ଲଡ, ସାମୁଦ୍ରିକ ଝଡ଼, ଋ଼ତୁଚକ୍ରରେ ଅନିୟମିତତା, ପରିବେଶରେ ପରିବର୍ତ୍ତନ, ଜୈବବିବିଧତାରେ ବିବର୍ତ୍ତନ, ଉର୍ବର ଭୂମି ଅନୁର୍ବର ପାଲଟିଯିବା ଇତ୍ୟାଦି ପ୍ରାକୃତିକ ବିଭବର ବିଘଟନ ଜୀବଜଗତକୁ ଧ୍ୱଂସମୁଖକୁ ଟାଣି ନେଉଥିବାର ସଂକେତ। ବିଶେଷଜ୍ଞମାନଙ୍କ ମତରେ ଏସବୁର ମୂଳ କାରଣ ଜଳବାୟୁ ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ତାପମାନ ଯାହାର ପ୍ରାଥମିକ ସୂଚନା ପ୍ରାୟ ଦୁଇଶହ ବର୍ଷ ପୂର୍ବେ ମିଳିଥିଲା। ୧୮୫୦ରୁ ୧୯୦୦ ମଧ୍ୟରେ ବିଶ୍ୱର ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଥିଲା, ଯାହାର ପରିଣାମ ସ୍ବରୂପ ସେବେଠାରୁ ଉଲ୍ଲିଖିତ ଅଘଟଣମାନ ଘଟି ଚାଲିଛି। ଉଦ୍‌ବେଗର କାରଣ ହେଲା ତାପମାତ୍ରାରେ ଏପରି ବୃଦ୍ଧି ହେଲେ ବାୟୁମଣ୍ଡଳରେ ଓଜୋନ ସ୍ତରର ସାନ୍ଧ୍ରତା ହ୍ରାସ ପାଇଯିବ ଏବଂ ସୂର୍ଯ୍ୟଙ୍କର ବିଷାକ୍ତ ୟୁଭି-ବି ରଶ୍ମି ସିଧାସଳଖ ଭୂପୃଷ୍ଠରେ ପ୍ରବେଶ କରିବ। ମଣିଷ ନାନା ପ୍ରକାରର ଅଜଣା ରୋଗର ଶିକାର ହେବେ, କୃଷି ଉତ୍ପାଦନ କମି ଯିବ, ବୃକ୍ଷଲତାର ପତ୍ର, ଫୁଲ, ଫଳ କ୍ଷୁଦ୍ର, ଶୁଷ୍କ ବା ବିକୃତ ହୋଇଯିବ, ମାଛ ଯାଆଁଳ ବଢ଼ିପାରିବେ ନାହିଁ, ଭୂମିର ଉର୍ବରତା ହ୍ରାସ ପାଇବ ଇତ୍ୟାଦି। ଅତଏବ ତାପମାତ୍ରା ଯଦି ଅଧିକ ବୃଦ୍ଧିପାଏ ଅବସ୍ଥା କେତେ ଅସମ୍ଭାଳ ହେବ ତା’ର ଭୟାବହତା ଉପଲବ୍ଧି କରି ତାକୁ ରୋକିବାକୁ ବିଗତ କିଛିବର୍ଷ ହେଲା ଆନୁଷ୍ଠାନିକ ସ୍ତରରେ ଧାରାବାହିକ ପ୍ରଚେଷ୍ଟା ଜାରି ରହିଛି। ସେଥିରୁ କେତେକ ହେଲା ଷ୍ଟକ୍‌ ହୋମ କନ୍‌ଫରେନ୍ସ (୧୯୭୨), ମଣ୍ଟରିଲ ଆକର୍ଡ (୧୯୮୭), ରିଓ କନ୍‌ଫରେନ୍ସ (୧୯୯୨), ବର୍ଲିନ କନ୍‌ଫରେନ୍ସ (୧୯୯୫), କ୍ୱେଟୋ ପ୍ରୋଟୋକଲ (୧୯୯୭), କୋପେନ ହାଗେନ ଆକର୍ଡ (୨୦୦୯) ଏବଂ ପ୍ୟାରିସ ଏଗ୍ରିମେଣ୍ଟ (୨୦୧୫)। ମାତ୍ର ଆବଶ୍ୟକ ସହମତି ଅଭାବରୁ ଦିଆଯାଇଥିବା ପ୍ରସ୍ତାବ ଆଗେଇ ପାରିଲା ନାହିଁ।
ଏବେ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବିଶ୍ୱର ଶତାଧିକ ବୈଜ୍ଞାନିକ,ବିଶେଷଜ୍ଞ ଓ ପରିବେଶବିତ୍‌ମାନଙ୍କୁ ନେଇ ମିଳିତ ଜାତିସଂଘ ଦ୍ୱାରା ଗଠିତ ଆଇପିସିସି(ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ)। ଯିଏ ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରତି ୬-୭ ବର୍ଷରେ ଥରେ ଆସେସ୍‌ମେଣ୍ଟ ରିପୋର୍ଟ ପ୍ରଦାନ କରୁଛି । ଅଗଷ୍ଟ୨୦୨୧ରେ ଏହି କମିଟି ୧୩୦୦ ପୃଷ୍ଟା ସମ୍ବଳିତ ଏହାର ଷଷ୍ଠ ରିପୋର୍ଟ ପ୍ରଦାନ କରିଛି , ଯାହାର ମୁଖ୍ୟାଂଶ (ଏସିଆ ମହାଦେଶ ସମ୍ବନ୍ଧରେ) ହେଲା;
-ଚଳିତ ଶତାବ୍ଦୀରେ ଦକ୍ଷିଣ ପଶ୍ଚିମ ଏସିଆରେ ଉଷ୍ମଲହରି ଓ ଗ୍ରୀଷ୍ମ ପ୍ରବାହ ବଢି ଚାଲିବ। ଏହାର ବିଶେଷ ପ୍ରଭାବ ଭାରତ ଉପରେ ପଡ଼ିବ। ବାର୍ଷିକ ଓ ଗ୍ରୀଷ୍ମକାଳୀନ ମୌସୁମୀ ପ୍ରବାହ କମିଯିବ ଏବଂ ତାହା ଅନିୟମିତ ହେବ। ଆଗାମୀ ଦଶନ୍ଧିରେ ଉତ୍ତାପର ପ୍ରକୋପ ବଢ଼ିବ ଓ ଶୀତ କମିବ। ଏହି ରିପୋର୍ଟରେ ସ୍ପଷ୍ଟ କରିଦିଆଯାଇଛି ଯେ ତାପମାତ୍ରା ବୃଦ୍ଧିକୁ ଯଦି ସମ୍ପୂର୍ଣ୍ଣ ଭାବରେ ରୋକା ନ ଯାଏ ତେବେ ଚଳିତ ଶତାବ୍ଦୀର ଶେଷ ବେଳକୁ ଜୀବଜଗତ ଲୋପ ପାଇଯିବ। ବିଶେଷ କରି ସବୁଜ ଗୃହରୁ ନିର୍ଗତ ବାଷ୍ପ (ଗ୍ରୀନ୍‌ ହାଉସ ଏମିସନ୍ସ) ପୃଥିବୀ ପାଇଁ ମୃତ୍ୟୁଦୂତ ସାଜିବ। ୧୭ା୯ା୨୦୨୧ରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ବର୍ଲିନଠାରେ ଚେତାବନୀ ଦେଇଛନ୍ତି ଯେମିତି ହେଲେ ସବୁଜଗୃହରୁ ବାଷ୍ପ ନିର୍ଗମନକୁ ୨୦୩୦ ଭିତରେ ୪୫% କମେଇବାକୁ ପଡିବ I ନଚେତ୍‌ ଏହା ଯୋଗୁ ତାପମାନ ୨.୭୦ ସେଲ୍‌ସିୟସ ବଢ଼ି ପୃଥିବୀ ପାଇଁ ଧ୍ୱଂସର କାରଣ ହେବ।
ଅକ୍ଟୋବର ୨୦୨୧ରେ ଭାଟିକାନ ସିଟିସ୍ଥିତ ପୋପ୍‌ଙ୍କ ବାସଭବନ ଅପୋଷ୍ଟୋଲିକ ପ୍ୟାଲେସ୍‌ରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ଆୟୋଜିତ ବିଶ୍ୱର ବିଭିନ୍ନ ଧର୍ମଗୁରୁଙ୍କ ସମ୍ମିଳନୀରେ ଏହି ସମସ୍ୟାକୁ ସୁଧାରିବା ପାଇଁ ଏକ ସ୍ମାରକପତ୍ର ମିଳିତ ଜାତିସଂଘକୁ ଦିଆଯାଇଛି। ଶହ ଶହ ବର୍ଷ ପୂର୍ବେ ଆମର ମୁନି ଋଷିମାନେ କରିଯାଇଥିବା ଭବିଷ୍ୟବାଣୀ ତଥା ମାଳିକାରେ ପରିକଳ୍ପିତ ‘ପ୍ରଳୟ’ ଏବେ ସତ୍ୟରେ ପରିଣତ ହେବାକୁ ଯାଉନି ତ !
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri