ପୁଞ୍ଜିବାଦ ଓ ପ୍ରତିଯୋଗିତା

ରୁବେନ୍‌ ମ୍ୟାକ୍ସିମିଆନୋ

ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ହେବା ଏକ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ଏହି ସମୟ ମଧ୍ୟରେ ଲଗାତର ତାଙ୍କୁ ଫ୍ରାଙ୍କଲିନ୍‌ ଡେଲାନୋ ରୁଜ୍‌ଭେଲ୍ଟଙ୍କ ସହ ତୁଳନା କରାଯାଇଆସୁଛି। ରୁଜ୍‌ଭେଲ୍ଟ ୧୯୩୦ ଦଶକରେ ଅର୍ଥନୀତିରେ ଏକ ନ୍ୟୁ ଡିଲ୍‌ ବା ନୂଆ ବ୍ୟବସ୍ଥା ଆରମ୍ଭ କରିଥିଲେ। ଆର୍ଥିକ କାର୍ଯ୍ୟକଳାପରେ ତାଙ୍କର ଗଭୀର ଆମତ୍ବିଶ୍ୱାସ ଏବଂ ସୁଯୋଗ ଯୋଗୁ ଏହା ସମ୍ଭବ ହୋଇଥିଲା। ଆମେରିକାର ପ୍ରଥମ ରାଷ୍ଟ୍ରପତି ଥେଓଡର ରୁଜ୍‌ଭେଲ୍ଟ କିମ୍ବା ‘ଟେଡି’ଙ୍କର ଆର୍ଥିକ କାର୍ଯ୍ୟସୂଚୀ ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ସେତେବେଳର କମ୍ପିଟିଶନ ପଲିସି ବା ପ୍ରତିଯୋଗିତା ନୀତିକୁ ଗ୍ରହଣ କରିଥିଲା ।
ଏବେ ବାଇଡେନ୍‌ ତାହା କରିବାକୁ ପାଦ ବଢ଼ାଇଛନ୍ତି। ଏଣୁ ଆର୍ଥିକ ଦୃଷ୍ଟିକୋଣରୁ ରୁଜ୍‌ଭେଲ୍ଟଙ୍କ ସହ ବାଇଡେନ୍‌ଙ୍କ ଅଧିକ ସାମଞ୍ଜସ୍ୟ ରହିଥିବା କୁହାଯାଇପାରେ। ଚଳିତ ବର୍ଷ ପ୍ରାରମ୍ଭରୁ ବାଇଡେନ୍‌ଙ୍କର ପ୍ରଥମ ଟେଡି ରୁଜ୍‌ଭେଲ୍ଟ ଅଭିଯାନ ଆରମ୍ଭ ହୋଇଥିଲା। ମହାମାରୀ ପରବର୍ତ୍ତୀ ସମୟରେ ଆର୍ଥିକ ସୁଧାର ପାଇଁ ୧ ବିଲିିୟନ ଡଲାର ଖର୍ଚ୍ଚ କରାଯିବ ବୋଲି ବାଇଡେନ୍‌ ପ୍ରଶାସନ ଘୋଷଣା କରିଥିଲା। ଉକ୍ତ ପୁଞ୍ଜି ମେଟାପ୍ୟାକେଜିଂ (ରପ୍ତାନି କିମ୍ବା ବିକ୍ରି ପାଇଁ ମାଂସ ପ୍ରସ୍ତୁତି ଏବଂ ପ୍ୟାକେଜିଂ) ସେକ୍ଟରରେ ପ୍ରତିଯୋଗିତା ବଢ଼ାଇବା ଲାଗି ଏହା କରାଯାଇଥିଲା। ହ୍ବାଇଟ୍‌ ହାଉସ୍‌ ଅନୁଯାୟୀ, ୪ଟି ଫାର୍ମ ସବୁ ମାଂସ ପ୍ରୋସେସିଂର ୮୫% ଓ ପର୍କ ମାର୍କେଟର ୭୦ ପ୍ରତିଶତ ନିୟନ୍ତ୍ରଣ କରନ୍ତି। ଏବେ ଖାଦ୍ୟର ଅହେତୁକ ମୂଲ୍ୟବୃଦ୍ଧି, ଆମେରିକାର ମୁଦ୍ରାସ୍ଫୀତିରେ ଦ୍ରୁତ ବୃଦ୍ଧିିକୁ ଦୃଷ୍ଟିରେ ରଖି ବାଇଡେନ ପ୍ରଶାସନ ମାଂସଶିଳ୍ପରେ ଏହି ଫାର୍ମଗୁଡ଼ିକର ଅତ୍ୟଧିକ ନିୟନ୍ତ୍ରଣ ବିରୋଧରେ ପଦକ୍ଷେପ ନେଇଛନ୍ତି। ମାଂସ ପ୍ରକ୍ରିୟାକରଣ ଶୃଙ୍ଖଳରେ ନୂଆ ବ୍ୟବସାୟୀଙ୍କୁ ଆଣି ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବ ବୋଲି ଆଶା ରଖିଛି।
ପରିଣାମ ଯାହା ହେଉ ନା କାହିଁକି ବାଇଡେନ୍‌ଙ୍କର ଏହା ଏକ ସାହସିକ ପଦକ୍ଷେପ। ପୁଞ୍ଜିବାଦୀ ମାର୍କେଟ ପ୍ରକ୍ରିୟା ବିରୋଧରେ ଏହାକୁ ଅତିଶୟ ହସ୍ତକ୍ଷେପ କିମ୍ବା ସେହିସବୁ ପ୍ରକ୍ରିୟାକୁ ସହଯୋଗ କରିବାର ପ୍ରୟାସ ବୋଲି ବୁଝିବା ଉଚିତ ନୁହେଁ। କୋଭିଡ୍‌-୧୯ ମହାମାରୀରେ ଲଗାତର ମାର୍କେଟ ବିଫଳତାକୁ ସୁଧାରିବା ଲାଗି ଏଭଳି ହସ୍ତକ୍ଷେପ କରାଯିବା ସ୍ପଷ୍ଟ ହୋଇଛି। ସବୁଠି ସରକାର ‘ଯାହା ହେଉ ପଛେ ଲକ୍ଷ୍ୟ ହାସଲ କରିବାକୁ ହେବ’; ଏହି ଉଦ୍ଦେଶ୍ୟରେ ସମାନ ମନୋଭାବ ଗ୍ରହଣ କରିଛନ୍ତି ଓ ଆର୍ଥିକ ସଙ୍କଟ ଟାଳିବା ପାଇଁ ଏଯାବତ୍‌ ପ୍ରାୟ ୧୭ ଟ୍ରିଲିୟନ ଡଲାର ଖର୍ଚ୍ଚ କରି ସାରିଛନ୍ତି।
ଏହି ଅନିବାର୍ଯ୍ୟ ଆର୍ଥିକ ସହାୟତା ବା ପ୍ରୋତ୍ସାହନ ପାଇଁ ଅଣାଯାଇଥିବା ବିଲ୍‌ ତା’ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ନକାରାମତ୍କ ପ୍ରଭାବ ହ୍ରାସ କରିବା ଲାଗି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯିବା ଦରକାର। ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଦେଶକୁ ବଡ଼ ଭୂମିକା ନେବାକୁ ହେବ। ଗତ ଦୁଇ କି ତିନି ଦଶନ୍ଧିରେ ଅର୍ଥ ବ୍ୟବସ୍ଥାରୁ ଧୀରେ ଧୀରେ ଲୋପ ପାଇ ଆସିଥିବା ପ୍ରତିଯୋଗିତାମୂଳକ କାର୍ଯ୍ୟଶକ୍ତିକୁ ପୁନର୍ବାର ଫେରାଇ ଆଣିବା ସକାଶେ ଯଦି ସରକାର ଏହି ଅଭିଯାନ ଚଳାନ୍ତି ତେବେ ଲାଭଦାୟକ ହେବ। ଟେଡି ରୁଜ୍‌ଭେଲ୍ଟଙ୍କ ସମୟରେ ଯେଭଳି ମାର୍କେଟ ପ୍ରତିଯୋଗିତା ଦୃଢ ହୋଇଥିଲା ମହାମାରୀ ସମୟରେ ସେଭଳି ପ୍ରତିଯୋଗିତା ଆବଶ୍ୟକ କରେ ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ। ବାସ୍ତବରେ ରୁଜ୍‌ଭେଲ୍ଟଙ୍କ ସମୟରେ ଅର୍ଥ ବ୍ୟବସ୍ଥାରେ ପ୍ରତିଯୋଗିତା ମଧ୍ୟବିତ୍ତବର୍ଗଙ୍କ ବିକାଶର ମାର୍ଗକୁ ପ୍ରଶସ୍ତ କରିଥିଲା। ଗତବର୍ଷ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାର ସବୁ କ୍ଷେତ୍ରରେ ଅକ୍ଷମତା ପ୍ରକାଶ ପାଇଛି। ଏହା ସତ୍ତ୍ୱେ ଆମେରିକା ଏବଂ ଅନ୍ୟ ବୈଶ୍ୱିକ ନୀତିନିର୍ଦ୍ଧାରକମାନେ ପ୍ରତିଯୋଗିତା, ସମ୍ପଦ ସୃଷ୍ଟ କରିବା ଏବଂ ବଣ୍ଟନ ମଧ୍ୟରେ ଥିବା ସମ୍ପର୍କକୁ ନୂଆ ସ୍ବୀକୃତି ଦେବା ଦ୍ୱାରା ଆର୍ଥିକ ପ୍ରଦର୍ଶନ ଖୁବ୍‌ ଶୀଘ୍ର ସଫଳ ହେଲା। ଉଲ୍ଲେଖନୀୟ ଯେ, ଦୁଇ କମ୍ପିଟିଶନ ଲ’ ଏକ୍ସପର୍ଟ (ବ୍ୟବସାୟରେ ପ୍ରତିଯୋଗିତାକୁ ହ୍ରାସ କରୁଥିବା ତ୍ତତ୍ତ୍ୱକୁ ଦୂର କରି ଏହାକୁ ଶକ୍ତି ଦେବା କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ)ଙ୍କୁ ବାଇଡେନ୍‌ ନିଯୁକ୍ତି ଦେଇଛନ୍ତି। ଲିନା ଖାନଙ୍କୁ ଫେଡେରାଲ ଟ୍ରେଡ୍‌ କମିଶନର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିବା ସହ ଟିମ୍‌ ଉଙ୍କୁ ରାଷ୍ଟ୍ରପତିଙ୍କ ନ୍ୟାଶନାଲ ଇକୋନୋମିକ କାଉନ୍‌ସିଲରେ ନିଯୁକ୍ତ କରିଛନ୍ତି। ଗତ ବର୍ଷ ଜୁଲାଇରେ ପ୍ରତିଯୋଗିତା ବଢ଼ାଇବା ଲାଗି ରାଷ୍ଟ୍ରପତି ୭୨ଟି ପ୍ରସ୍ତାବକୁ ଅନୁମତି ଦେଇ ଏକ ଏକ୍‌ଜିକ୍ୟୁଟିଭ ଅର୍ଡର ଜାରି କରିଥିଲେ। ଅନେକ ଆହ୍ବାନକୁ ନିୟନ୍ତ୍ରଣ କରିବା ଲାଗି ଏଥିରେ ବହୁ ସାମ୍ବିଧାନିକ ଏଜେନ୍ସିକୁ ସାମିଲ କରିଥିଲେ।
ପ୍ରତିଯୋଗିତାରେ ସମସ୍ୟାଗୁଡ଼ିକ କେତେକାଂଶରେ ଉଚ୍ଚ ମୁଦ୍ରାସ୍ଫୀତି ଦ୍ୱାରା ପ୍ରକାଶ ପାଇଛି ବୋଲି କେତେକେ କହନ୍ତି। ମାର୍କେଟରେ ଥିବା ଉଚ୍ଚ ଶେୟାର ଓ ଅଧିକ ପ୍ରଭାବର ଫାଇଦା ନେଉଥିବା କେତେକ କମ୍ପାନୀ ମଧ୍ୟ ଏଥିପାଇଁ ଦାୟୀ। କିନ୍ତୁ ମହାମାରୀ ଯୋଗୁ ଅପର୍ଯ୍ୟାପ୍ତ ପ୍ରତିଯୋଗିତା ଯୋଗାଣ ଚେନ୍‌ରେ କ୍ଷତି ବଢାଇ ଦେଇଛି। ଏହି ସମସ୍ୟାର ସମାଧାନ ଲାଗି ଏବେ ମାଂସ ଶିଳ୍ପରେ ପ୍ରତିଯୋଗିତା ବଢାଇବା ଲାଗି ଅଭିଯାନ ଆରମ୍ଭ କରିଛନ୍ତି ବାଇଡେନ୍‌। ସ୍ପଷ୍ଟ ପ୍ରତିଯୋଗିତା ନୀତି ନିର୍ଦ୍ଧାରଣ କରି ତାହାକୁ ଲାଗୁ ନ କଲେ ଆମେରିକା ଏବଂ ଅନ୍ୟ ଦେଶରେ ମାର୍କେଟ ବିଫଳତା ଲାଗି ରହିବ ଏବଂ ମହାମାରୀ ପରବର୍ତ୍ତୀ ସୁଧାର ପ୍ରଭାବିତ ହେବା ଯୋଗୁ ଏହା ଅତ୍ୟଧିକ କ୍ଷତିଗ୍ରସ୍ତ ହେବ। ଏପରି କି ସବୁଜ ଅର୍ଥନୈତିକ ପରିବର୍ତ୍ତନରେ ବାଧା ଉପୁଜିବ। ପ୍ରତିଯୋଗିତା ସହଜରେ ହୁଏ , ଏଭଳି ଏକ ଦୀର୍ଘମିଆଦୀ ଧାରଣାକୁ ଗ୍ରହଣ ନ କରି ଆମେରିକା ଏବଂ ସାରା ବିଶ୍ୱରେ ଆଣ୍ଟିଟ୍ରଷ୍ଟ ଅଥରିଟି (ବିଜ୍‌ନେସରେ ଏକଚାଟିଆ ଭାବକୁ ଦୂର କରି ପ୍ରତିଯୋଗିତା ବୃଦ୍ଧି କରିବା ଲାଗି କାର୍ଯ୍ୟରତ ଅଥରିଟି) ସବୁ ଲଗାତର ଉଦ୍ୟମ କରିଆସୁଛନ୍ତି। କିନ୍ତୁ ଯେଉଁ ଉପାୟରେ ଅର୍ଥ ବ୍ୟବସ୍ଥାଗୁଡ଼ିକ ଚାଲିଛି ଏବଂ ମାର୍କେଟଗୁଡ଼ିକ ପରିଚାଳିତ ହେଉଛି ସେଥିତ୍ରେ ପ୍ରତିଯୋଗିତା ନୀତି ନିଶ୍ଚିତ ଭାବେ ନିର୍ଣ୍ଣାୟକ ଭୂମିକା ନେଇପାରିବ।
ମାଂସ ଶିଳ୍ପରେ ବାଇଡେନ୍‌ ପ୍ରଶାସନର ହସ୍ତକ୍ଷେପ ଭବିଷ୍ୟତର ଏକ ସମ୍ଭାବ୍ୟ ପଥକୁ ସୂଚିତ କରେ। ବିଜ୍‌ନେସ ସେକ୍ଟରରେ ପ୍ରତିଯୋଗିତା ବୃଦ୍ଧି କରିବା ଏବଂ ନୂଆ ଉଦ୍ୟୋଗୀଙ୍କୁ ଏଥିରେ ପ୍ରବେଶ କରାଇବା ପାଇଁ ଫଡେରାଲ ଟ୍ରେଡ୍‌ କମିଶନ (ଏଫ୍‌ଟିସି) ଏକାକୀ କାର୍ଯ୍ୟ କରୁନାହଁି। ଏହା ବ୍ୟବସାୟରେ ପ୍ରତିଯୋଗିତାମୂଳକ ନୀତିର ଦେଖାରଖା କରୁଥିବା ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ ଏବଂ ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚର ସହିତ ମିଳିତ ଭାବେ କାର୍ଯ୍ୟ କରୁଛି। ସାଧାରଣତଃ ସବୁ କମ୍ପିଟିଶନ ଅଥରିଟି ମାର୍କେଟ ପରିବର୍ତ୍ତନକୁ ଠିକ୍‌ ଭାବେ ବୁଝିଥିବାରୁ ନୀତି ନିର୍ଦ୍ଧାରଣ ତାଲିକାରେ ସେମାନଙ୍କର ଏକ ସ୍ଥାନ ରହିବା ଉଚିତ। ସେମାନଙ୍କୁ ଯଥାର୍ଥ ସୁଯୋଗ ଦେବା ଦରକାର। ଅତି କମ୍‌ରେ ଇଣ୍ଡଷ୍ଟ୍ରି ଲବିଷ୍ଟ୍‌ (ଶିଳ୍ପ କ୍ଷେତ୍ରରେ ମଧ୍ୟସ୍ଥ ଭାବେ ବିଭିନ୍ନ ପ୍ରସଙ୍ଗରେ ରହି ସରକାରଙ୍କୁ ରାଜି କରୁଥିବା ବ୍ୟକ୍ତି) ମାନଙ୍କ ଅନୁଭୂତି ଶେୟାର କରିବା ପାଇଁ ସୁଯୋଗ ଦେବା ଦରକାର। ଅର୍ଥ ବ୍ୟବସ୍ଥାରେ ବଜାରରେ ପ୍ରତିଯୋଗିତା ବଢାଇବାରେ ‘ପ୍ରତିଯୋଗିତା ନୀତି’ପ୍ରମୁଖ ଭୂମିକା ରହିଛି। ଦୃଢ ପ୍ରତିଯୋଗିତା ବିକାଶ କରି ତାହାକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାର୍କେଟଗୁଡ଼ିକ ସେମାନଙ୍କ କମ୍‌ ମୂଲ୍ୟ ପ୍ରତିଶ୍ରୁତି ମୁତାବକ ଉପତ୍ାଦ ଯୋଗାଣ, ବିକଳ୍ପ ସମ୍ପ୍ରସାରିତ କରିବା, ନୂଆ ଉପତ୍ାଦ ଓ ସେବା ବଢ଼ାଇବା ଏବଂ ଶେଷରେ ଅଧିକ ସମୃଦ୍ଧି ଆଣିବା ନିଶ୍ଚିତ କରିବାକୁ ଦେବ। କିନ୍ତୁୁ ଏହା ପରିବର୍ତ୍ତେ ବିକଳ୍ପ ହ୍ରାସ ପାଉଛି ଏବଂ ଅକ୍ଷମତା ବଢୁଛି। କ୍ଷମତାରେ ଥିବା ହେଭିଓ୍ବେଟମାନେ ବା ବୃହତ୍‌ କମ୍ପାନୀଗୁଡ଼ିକ ସ୍ବଳ୍ପମିଆଦୀ ଶେୟାର ହୋଲ୍‌ଡର ଭାବେ ଅଧିକ ଲାଭ ପାଇବା ଉପରେ ଧ୍ୟାନ ଦେଇ ଛୋଟ ଛୋଟ ଆହ୍ବାନଗୁଡ଼ିକୁ ଦୂର କରୁନାହାନ୍ତି। ଫଳରେ ସେମାନେ ନୂତନତ୍ୱକୁ ରୋକିବେ ଏବଂ ଉଚ୍ଚ ମୁଦ୍ରାସ୍ଫୀତିକୁ ଆହୁରି ବଢ଼ାଇଚାଲିବେ।
କମ୍ପାନୀ ଓ ଲୋକମାନଙ୍କ ଅଧିକାର ବା ହିତ ଉପରେ ନଜର ରଖିଥିତ୍ବା ଅନ୍ୟ ନିୟାମକ ଭଳି ଏସମ୍ପର୍କରେ ମିଡିଆ ଚର୍ଚ୍ଚା କରିବା ସହ କମ୍ପିଟିଶନ ଅଥରିଟିସବୁକୁ ଅବଗତ କରୁଛି। ବିଭିନ୍ନ ଦେଶର ସରକାର ପୁଞ୍ଜିବାଦ ଠିକ୍‌ ଭାବେ ଚାଲିଛି ବୋଲି ନିଶ୍ଚିତ କରିବା ଦରକାର। ଯଦି ମାର୍କେଟ ଅର୍ଥ ବ୍ୟବସ୍ଥାଗୁଡ଼ିକ ଆମତ୍ନିର୍ଭରଶୀଳ କି ସ୍ବନିୟନ୍ତ୍ରିତ ନ ହୁଏ ତେବେ ଏହିସବୁ ଅଥରିଟି ‘ଗାଇଡ ଡଗ୍‌’ ବା ପଥ ପ୍ରଦର୍ଶକ ପାଲଟିବା ଆବଶ୍ୟକ। ପ୍ରତିଯୋଗିତା ଏବଂ ବର୍ଦ୍ଧିତ ସମୃଦ୍ଧି ପ୍ରତି ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ପ୍ରସ୍ତୁତ ରହିଛି ବୋଲି ନଶ୍ଚିତ କରିବାକୁ ହେବ। ଶେଷରେ ବିନା ପ୍ରତିଯୋଗିତାରେ ପୁଞ୍ଜିବାଦ କେବେ ପୁଞ୍ଜିବାଦ ନୁହେଁ ବୋଲି ଯାହା ଟେଡି ରୁଜଭେଲ୍ଟ ଅନୁଭବ କରିଥିଲେ ଏବେ ତାହାକୁ ବାଇଡେନ ସ୍ବୀକାର କରିଛନ୍ତି।
ସିନିୟର କମ୍ପିଟିଶନ ଅଥରିଟି, ଓଇସିଡି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri