Exit Poll: କିଭଳି କରାଯାଏ ଏକ୍‌ଜିଟ୍‌ ପୋଲ୍‌? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ…

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ ଫଳାଫଳ ଉପରେ ରହିବ। ତେବେ ଏହା ପୂର୍ବରୁ ଜୁନ ୧ ତାରିଖ ସାରେ ଏକ୍‌ଜିଟ୍‌ ପୋଲ ଆସିବା ଆରମ୍ଭ ହେବ। ଏହି ସର୍ଭେ ମାଧ୍ୟମରେ ପ୍ରତ୍ୟେକ ଦଳ କେତେ ଆସନ ପାଇବେ ତାହା ଆକଳନ କରାଯିବ। ଦେଶର ବିଭିନ୍ନ ଏଜେନ୍ସି ସେମାନଙ୍କର ନିଜସ୍ବ ଆକଳନ ପ୍ରକାଶ କରିବେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପୋଲ୍‌ ତଥ୍ୟ କେତେ ସଠିକ ହେବ ତାହା ସ୍ପଷ୍ଟ ହୋଇଯିବ।
ନିୟମ କହୁଛି ଯେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଶେଷ ହେବାର ମାତ୍ର ୩୦ ମିନିଟ୍‌ ପରେ ଏକ୍‌ଜିଟ୍‌ ପୋଲ ପ୍ରକାଶ କରାଯାଇପାରିବ। କିନ୍ତୁ ଓଡିଶାରେ ଏହି ନିୟମ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଟିଭି ଚ୍ୟାନେଲ ଏକ୍‌ଜିଟ୍‌ ପୋଲ ପୂର୍ବରୁ ପ୍ରସାରଣ କରିଛି। ଏହା ପରେ ଉକ୍ତ ଚ୍ୟାନେଲ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ।
ଆସନ୍ତୁ ଜାଣିବା ଏକ୍‌ଜିଟ୍‌ ପୋଲ୍‌ କ’ଣ? ଏହା କିପରି କରାଯାଏ? ଏହାର ନିୟମ କ’ଣ? ଏହାକୁ ଭାଙ୍ଗିବା ପାଇଁ କ’ଣ ଦଣ୍ଡ ବ୍ୟବଧାନ ରହିଛି?
ଏଗ୍‌ଜିଟ୍‌ ପୋଲ୍‌ କ’ଣ?
ମତଦାନ ପରେ ଜନତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଆଧାରରେ ଏକାଠି କରାଯାଇଥିବା ଡାଟାକୁ ଏଗ୍‌ଜିଟ୍‌ ପୋଲ୍‌ କୁହାଯାଏ। ଏହା ଏକ ପ୍ରକାର ନିର୍ବାଚନୀ ସର୍ଭେ। ଯେତେବେଳେ ମତଦାତା ନିଜର ମତାଧିକାର ବ୍ୟବହାର କରି ପୋଲିଂ ବୁଥ୍‌ରୁ ବାହାରକୁ ଆସେ  ସେତେବେଳେ ଭିନ୍ନ ଭିନ୍ନ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାଲେଲ ମତଦାନକୁ ନେଇ ପ୍ରଶ୍ନ ପଚାରିଥାନ୍ତି। ଏଥିରେ ଭୋଟରଙ୍କ ମନକୁ ପଢ଼ିବାକୁ ଚେଷ୍ଟା କରାଯାଏ। ଯେମିତି କି-ଆପଣ କାହାକୁ ଭୋଟ୍‌ ଦେଲେ? ଆପଣଙ୍କୁ କେଉଁ ଦଳର କାମ ପସନ୍ଦ? ଇତ୍ୟାଦି।
ମତଦାନ ଶେଷ ହେବା ପରେ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାନେଲ ପାଖରେ ସମସ୍ତ ସୂଚନା ଏକତ୍ରିତ ହୋଇଯାଇଥାଏ। ଏହି ଅଙ୍କ ଆଧାରରେ ଡାଟା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଦଳ, ରାଜ୍ୟ ଏବଂ ଜାତି ଆଧାରରେ ଡାଟା ବାହାର କରାଯାଇଥାଏ।
କେତେବେଳେ ଏଗ୍‌ଜିଟ ପୋଲ୍‌ ଜାରି କରାଯାଏ?
ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୧୨୬ ଏ ଅନୁଯାୟୀ ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବାର ଅଧା ଘଣ୍ଟା ଯାଏ ଏହା ଉପରେ ରୋକୋ ଥାଏ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ତାକୁ ଦଣ୍ଡିତ କରାଯାଇପାରେ। ଏପରିକି ଏଥିଯୋଗୁ ୨ ବର୍ଷ ଜେଲ, ଜରିମାନା ନଚେତ ଉଭୟ ଲାଗିପାରେ।

Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?