Exit Poll: କିଭଳି କରାଯାଏ ଏକ୍‌ଜିଟ୍‌ ପୋଲ୍‌? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ…

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ ଫଳାଫଳ ଉପରେ ରହିବ। ତେବେ ଏହା ପୂର୍ବରୁ ଜୁନ ୧ ତାରିଖ ସାରେ ଏକ୍‌ଜିଟ୍‌ ପୋଲ ଆସିବା ଆରମ୍ଭ ହେବ। ଏହି ସର୍ଭେ ମାଧ୍ୟମରେ ପ୍ରତ୍ୟେକ ଦଳ କେତେ ଆସନ ପାଇବେ ତାହା ଆକଳନ କରାଯିବ। ଦେଶର ବିଭିନ୍ନ ଏଜେନ୍ସି ସେମାନଙ୍କର ନିଜସ୍ବ ଆକଳନ ପ୍ରକାଶ କରିବେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପୋଲ୍‌ ତଥ୍ୟ କେତେ ସଠିକ ହେବ ତାହା ସ୍ପଷ୍ଟ ହୋଇଯିବ।
ନିୟମ କହୁଛି ଯେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଶେଷ ହେବାର ମାତ୍ର ୩୦ ମିନିଟ୍‌ ପରେ ଏକ୍‌ଜିଟ୍‌ ପୋଲ ପ୍ରକାଶ କରାଯାଇପାରିବ। କିନ୍ତୁ ଓଡିଶାରେ ଏହି ନିୟମ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଟିଭି ଚ୍ୟାନେଲ ଏକ୍‌ଜିଟ୍‌ ପୋଲ ପୂର୍ବରୁ ପ୍ରସାରଣ କରିଛି। ଏହା ପରେ ଉକ୍ତ ଚ୍ୟାନେଲ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ।
ଆସନ୍ତୁ ଜାଣିବା ଏକ୍‌ଜିଟ୍‌ ପୋଲ୍‌ କ’ଣ? ଏହା କିପରି କରାଯାଏ? ଏହାର ନିୟମ କ’ଣ? ଏହାକୁ ଭାଙ୍ଗିବା ପାଇଁ କ’ଣ ଦଣ୍ଡ ବ୍ୟବଧାନ ରହିଛି?
ଏଗ୍‌ଜିଟ୍‌ ପୋଲ୍‌ କ’ଣ?
ମତଦାନ ପରେ ଜନତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଆଧାରରେ ଏକାଠି କରାଯାଇଥିବା ଡାଟାକୁ ଏଗ୍‌ଜିଟ୍‌ ପୋଲ୍‌ କୁହାଯାଏ। ଏହା ଏକ ପ୍ରକାର ନିର୍ବାଚନୀ ସର୍ଭେ। ଯେତେବେଳେ ମତଦାତା ନିଜର ମତାଧିକାର ବ୍ୟବହାର କରି ପୋଲିଂ ବୁଥ୍‌ରୁ ବାହାରକୁ ଆସେ  ସେତେବେଳେ ଭିନ୍ନ ଭିନ୍ନ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାଲେଲ ମତଦାନକୁ ନେଇ ପ୍ରଶ୍ନ ପଚାରିଥାନ୍ତି। ଏଥିରେ ଭୋଟରଙ୍କ ମନକୁ ପଢ଼ିବାକୁ ଚେଷ୍ଟା କରାଯାଏ। ଯେମିତି କି-ଆପଣ କାହାକୁ ଭୋଟ୍‌ ଦେଲେ? ଆପଣଙ୍କୁ କେଉଁ ଦଳର କାମ ପସନ୍ଦ? ଇତ୍ୟାଦି।
ମତଦାନ ଶେଷ ହେବା ପରେ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାନେଲ ପାଖରେ ସମସ୍ତ ସୂଚନା ଏକତ୍ରିତ ହୋଇଯାଇଥାଏ। ଏହି ଅଙ୍କ ଆଧାରରେ ଡାଟା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଦଳ, ରାଜ୍ୟ ଏବଂ ଜାତି ଆଧାରରେ ଡାଟା ବାହାର କରାଯାଇଥାଏ।
କେତେବେଳେ ଏଗ୍‌ଜିଟ ପୋଲ୍‌ ଜାରି କରାଯାଏ?
ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୧୨୬ ଏ ଅନୁଯାୟୀ ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବାର ଅଧା ଘଣ୍ଟା ଯାଏ ଏହା ଉପରେ ରୋକୋ ଥାଏ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ତାକୁ ଦଣ୍ଡିତ କରାଯାଇପାରେ। ଏପରିକି ଏଥିଯୋଗୁ ୨ ବର୍ଷ ଜେଲ, ଜରିମାନା ନଚେତ ଉଭୟ ଲାଗିପାରେ।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ରାସ୍ତାରେ ପଡି ଗୁରୁତର ସାଇକେଲ ଆରୋହିଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଡାକ୍ତରଖାନାରେ ମୃତ୍ୟୁ

ଲାଞ୍ଜିଗଡ଼,୧୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ଖଜୁରଗୁଡା ଗାଁ ମାଣ୍ଡିଆ ରୁଚା ନିକଟରେ ଏକ ସାଇକେଲ ଆରୋହି...

ସଂଗ୍ରାମୀ ନେତାଙ୍କୁ ଆଜି ବି ଝୁରେ ସାନଖେମୁଣ୍ଡି: ସେ ଥିଲେ କୃଷକ ଆନ୍ଦୋଳନର କର୍ଣ୍ଣଧାର

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ...

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ...

‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି...

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri