Posted inଖେଳ

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଶୁଟିଂ ଇଭେଣ୍ଟ ଫାଇନାଲ ପାଇଁ ରବିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କ ପିସ୍ତଲରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି। ଏଥି ଯୋଗୁ ତାଙ୍କୁ ପ୍ରାୟ ୨୦ ମିନିଟ୍‌ ହରାଇବାକୁ ପଡ଼ିଥିଲା। ଫଳରେ ଯୋଗ୍ୟତା ପର୍ଯ୍ୟାୟରୁ ଭାକରଙ୍କୁ ବିଦାୟ ନେବାକୁ ପଡ଼ିଛି।

ଆରମ୍ଭରୁ ଉନ୍ନତ ମାନର ପ୍ରଦର୍ଶନ କରିଥିଲେ ମନୁ। ହଠାତ୍‌ ତାଙ୍କ ପିସ୍ତଲର କକିଂ ଲିଭର ଭାଙ୍ଗି ଯାଇଥିଲା। ସେତେବେଳେ ତାଙ୍କୁ ୫୫ ମିନିଟ୍‌ରେ ୪୪ଟି ଶଟ୍‌ ମାରିବାର ଥିଲା। ପିସ୍ତଲକୁ ସଜାଡ଼ିବା ପରେ ବଳକା ଶଟ୍‌କୁ ଶେଷ କରିବା ପାଇଁ ତାଙ୍କ ହାତରେ ଥିଲା ମାତ୍ର ୩୬ ମିନିଟ୍‌। ଅବଶ୍ୟ ବଳକା ଶଟ୍‌ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ଦେଇଥିଲେ ଭାକର। କିନ୍ତୁ ଏହା ଯେକୌଣସି ସ୍ତରର ପ୍ରତିଯୋଗିତାରେ କଷ୍ଟକର କାର୍ଯ୍ୟ।

ସଜଡ଼ା ହେବା ପରେ ପିସ୍ତଲକୁ ଚେକ୍‌ କରିଥିଲେ ଜୁରି ମେମ୍ବର। କରୋନା କାରଣରୁ ଶୁଟିଂ ରେଞ୍ଜରେ ପିସ୍ତଲକୁ ଚେକ୍‌ କିମ୍ବା ରିପେୟାର କରିବାକୁ ଅନୁମତି ନାହିଁ। ଏଥିରେ ଆହୁରି ୪ରୁ ୫ ମିନିଟ୍‌ ଖର୍ଚ୍ଚ ହୋଇଥିଲା। ସାଧାରଣତଃ ପିସ୍ତଲକୁ ଚେକ୍‌ କରିବା ଲାଗି କିଛି ସେକେଣ୍ଡ୍‌ ଲାଗିଥାଏ। ଆଉ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ମଧ୍ୟ ଆମେ ଅଧିକ ସମୟ ଦାବି କରିପାରିଲୁ ନାହିଁ। ଏଣୁ ପିସ୍ତଲ ସଜଡ଼ା ହେବା ପରେ ତୁରନ୍ତ ଶୁଟିଂ କରିବାକୁ ମନୁଙ୍କୁ କହିଥିଲି ବୋଲି ପିସ୍ତଲ କୋଚ୍‌ ରୋନକ ପଣ୍ଡିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ...

ରାହାନେଙ୍କୁ ଗାଭାସ୍କରଙ୍କ ପ୍ରଶଂସା

ମେଲବୋର୍ନ,୨୭ା୧୨(ପି.ଟି.)-ଅଜିଙ୍କ୍ୟ ରାହାନେଙ୍କ ଫିଲ୍‌ଡିଂ ସଜ୍ଜାକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରାହାନେଙ୍କର ଅଧିନାୟକତ୍ୱ ଦକ୍ଷତାକୁ ନେଇ ସେ ଏବେଠାରୁ କୌଣସି...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ଦୌଡ଼ରେ ଶେଫାଳି, ସ୍ନେହ

ଦୁବାଇ, ୮।୭(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେଶନ ଶେଫାଳି ବର୍ମା ଏବଂ ଅଲ୍‌ରାଉଣ୍ଡର ସ୍ନେହ ରାଣାଙ୍କ ନାମ ଆଇସିସି ମହିଳା ପ୍ଲେୟର ଅଫ୍‌ ଦି ମନ୍ଥ...

ଆଜି ଦିନରେ ଶେଷ ଦିନିକିଆ ଖେଳିଥିଲେ ସଚିନ

ନୂଆଦିଲ୍ଲୀ,୧୮।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଜିକୁ ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୨ ମାର୍ଚ୍ଚ ୧୮ ତାରିଖରେ କ୍ୟାରିୟର ଶେଷ ଥର ପାଇଁ...

କୁଲଦୀପଙ୍କୁ ପାଇ କେକେଆର୍‌କୁ ଏମିତି କହିଲେ ଦିଲ୍ଲୀ ଫ୍ରାଞ୍ଚାଇଜ ମାଲିକ

ନୂଆଦିଲ୍ଲୀ,୧୩।୨: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ଠିକ୍‌ ଭାବେ ସମ୍ଭାଳି ନ ଥିଲା। ଚାଇନାମ୍ୟାନ ସ୍ପିନରଙ୍କୁ କିଣିବା ପରେ ଏଭଳି...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଆରମ୍ଭ: ଭାରତର ବିଜୟ ଅଭିଯାନ

କଟକ ଅଫିସ,୧୮ା୭-  ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ଦଳଗତ...

ଓସିଏ ପଦାଧିକାରୀଙ୍କୁ ଭେଟିଲା ଓସ୍‌ଜା ପ୍ରତିନିଧି ଦଳ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ”ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ...

କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରଖିପାରେ ଆରସିବି

ବାଙ୍ଗାଲୋର,୨୫।୧୧: ଆଇପିଏଲର ମେଗା ଅକଶନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରିଟେନ କରିବା ନିଶ୍ଚିତ। କିନ୍ତୁ କୋହଲିଙ୍କ...

Advertisement
Archives

Model This Week