ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ା କେତେ ସହଜ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ):ଆସନ୍ତା ଶିକ୍ଷାବର୍ଷଠାରୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ ବୋଲି ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍ନିକାଲ ଏଜୁକେଶନ୍‌ (ଏଆଇସିଟିଇ) ସବୁଜ ସଙ୍କେତ ଦେଇଛି। ଫଳରେ ଓଡ଼ିଆ ଛାତ୍ରୀଛାତ୍ରମାନେ ଏଣିକି ମାତୃଭାଷାରେ ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷାଲାଭର ସୁଯୋଗ ପାଇବେ। କୁହାଯାଉଛି ଯେ, ଓଡ଼ିଆରେ ପଢ଼ାଇବାର ବ୍ୟବସ୍ଥା ହେଲେ ପଛୁଆ ଅଞ୍ଚଳର ଛାତ୍ରୀଛାତ୍ର ବେଶ୍‌ ଉପକୃତ ହୋଇପାରିବେ। ଫାଙ୍କା ପଡ଼ୁଥିବା ଇଞ୍ଜିନିୟରିଂ ସିଟ୍‌ଗୁଡ଼ିକ ପୂରଣ ହେବା ଦିଗରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବୈଷୟିକ ପାଠ୍ୟକ୍ରମକୁ ମାତୃଭାଷାରେ ପଢ଼ାଗଲେ ତାହାର ଭାବଗତ ବ୍ୟାଖ୍ୟାନ ଠିକ୍‌ ଭାବେ ପ୍ରକାଶ ପାଇପାରିବ ନାହିଁ। ସେଥିପାଇଁ ଇଂଲିଶକୁ ଦୀର୍ଘବର୍ଷ ଧରି ଏହାର ମାଧ୍ୟମ କରାଯାଇଆସିଛି ବୋଲି ଆଉ ଏକ ବର୍ଗ ମତ ଦେଉଛନ୍ତି। ତେଣୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ା କେତେ ସହଜ ହେବ, ସେନେଇ ବିଭିନ୍ନ ସ୍ତରରେ ଆଲୋଚନା ଆରମ୍ଭ ହେଲାଣି।
ଏକ ଇଂଲିଶ ସାପ୍ତାହିକରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତରେ କେବଳ ୭% ଇଞ୍ଜିନିୟରିଂ ସ୍ନାତକ ହେଉଛନ୍ତି ନିଯୁକ୍ତିଯୋଗ୍ୟ। ଏଥିରୁ ଅନୁମାନ କରିହେଉଛି ଯେ, ଦେଶରେ ପ୍ରତିବର୍ଷ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅତି ନଗଣ୍ୟ ଚାକିରି ପାଇବାକୁ ଯୋଗ୍ୟ ହେଉଛନ୍ତି। ଗୁଣାମତ୍କ ଶିକ୍ଷାର ଅଭାବ ଦେଶ ନିର୍ମାଣରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କ ଅଗ୍ରଗତିରେ ବାଧକ ସାଜୁଛି। ବର୍ତ୍ତମାନ ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ, ମରାଠୀ, ଗୁଜରାଟୀ, ବଙ୍ଗଳା ଓ ହିନ୍ଦୀ ଭଳି ୮ଟି ଭାଷାରେ ଇଞ୍ଜିନିୟରିଂ ପଢ଼ାଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଏଥିରେ ଓଡ଼ିଆ ସମେତ ଉର୍ଦ୍ଦୁ, ପଞ୍ଜାବୀ ଓ ଅହମିଆ ଭାଷାରେ ମଧ୍ୟ ପାଠ ପଢ଼ାଇବାକୁ ଏଆଇସିଟିଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ବୈଷୟିକ ଶିକ୍ଷାସମ୍ପନ୍ନ ଇଞ୍ଜିନିୟରିଂରେ ବ୍ୟବହୃତ ଶବ୍ଦକୁ ମାତୃଭାଷାରେ ବ୍ୟାଖ୍ୟା କଲାବେଳେ ସେହିଭଳି ଟେକ୍ନିକାଲ ଓଡ଼ିଆ ଶବ୍ଦକୋଷର ଆବଶ୍ୟକତା ରହିଛି। ଏଆଇସିଟିଇ ଅନୁଯାୟୀ ଯଦି ଆସନ୍ତା ବର୍ଷଠାରୁ ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବାର ସୁଯୋଗ ପାଇବେ ସେମାନଙ୍କୁ ପଢ଼ାଇବାକୁ ଥିବା ଅଧ୍ୟାପକମାନେ ଏଥିରେ କେତେ ଅଭ୍ୟସ୍ତ ଥିବେ ତାହା ସାଧାରଣରେ ଅନୁମାନ କରିହେଉନାହିଁ। ତେଣୁ ଟେକ୍ନିକାଲ ପାଠକୁ ଓଡ଼ିଆ ଭାଷାରେ ପଢ଼ାଇଲେ ତାହା ଛାତ୍ରୀଛାତ୍ରଙ୍କ ବୈଷୟିକ ବୁଦ୍ଧି ବଢ଼ାଇବାରେ ସହଜ କିମ୍ବା ସହାୟକ ହୋଇ ନ ପାରେ ବୋଲି କୁହାଯାଉଛି।
ଏଭଳି ପରିପ୍ରେକ୍ଷୀରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବା ସପକ୍ଷ ଓ ବିପକ୍ଷରେ କେତେକ ମତ ବାଢ଼ିଛନ୍ତି। ଏମାନଙ୍କ ମଧ୍ୟରେ ଇଞ୍ଜିନିୟର, ପୂର୍ବତନ ଇଞ୍ଜିନିୟରିଂ ଛାତ୍ର, ଅଧ୍ୟାପକ ଏବଂ ସଂଘ କର୍ମକର୍ତ୍ତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?