ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ା କେତେ ସହଜ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ):ଆସନ୍ତା ଶିକ୍ଷାବର୍ଷଠାରୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ ବୋଲି ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍ନିକାଲ ଏଜୁକେଶନ୍‌ (ଏଆଇସିଟିଇ) ସବୁଜ ସଙ୍କେତ ଦେଇଛି। ଫଳରେ ଓଡ଼ିଆ ଛାତ୍ରୀଛାତ୍ରମାନେ ଏଣିକି ମାତୃଭାଷାରେ ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷାଲାଭର ସୁଯୋଗ ପାଇବେ। କୁହାଯାଉଛି ଯେ, ଓଡ଼ିଆରେ ପଢ଼ାଇବାର ବ୍ୟବସ୍ଥା ହେଲେ ପଛୁଆ ଅଞ୍ଚଳର ଛାତ୍ରୀଛାତ୍ର ବେଶ୍‌ ଉପକୃତ ହୋଇପାରିବେ। ଫାଙ୍କା ପଡ଼ୁଥିବା ଇଞ୍ଜିନିୟରିଂ ସିଟ୍‌ଗୁଡ଼ିକ ପୂରଣ ହେବା ଦିଗରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବୈଷୟିକ ପାଠ୍ୟକ୍ରମକୁ ମାତୃଭାଷାରେ ପଢ଼ାଗଲେ ତାହାର ଭାବଗତ ବ୍ୟାଖ୍ୟାନ ଠିକ୍‌ ଭାବେ ପ୍ରକାଶ ପାଇପାରିବ ନାହିଁ। ସେଥିପାଇଁ ଇଂଲିଶକୁ ଦୀର୍ଘବର୍ଷ ଧରି ଏହାର ମାଧ୍ୟମ କରାଯାଇଆସିଛି ବୋଲି ଆଉ ଏକ ବର୍ଗ ମତ ଦେଉଛନ୍ତି। ତେଣୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ା କେତେ ସହଜ ହେବ, ସେନେଇ ବିଭିନ୍ନ ସ୍ତରରେ ଆଲୋଚନା ଆରମ୍ଭ ହେଲାଣି।
ଏକ ଇଂଲିଶ ସାପ୍ତାହିକରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତରେ କେବଳ ୭% ଇଞ୍ଜିନିୟରିଂ ସ୍ନାତକ ହେଉଛନ୍ତି ନିଯୁକ୍ତିଯୋଗ୍ୟ। ଏଥିରୁ ଅନୁମାନ କରିହେଉଛି ଯେ, ଦେଶରେ ପ୍ରତିବର୍ଷ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅତି ନଗଣ୍ୟ ଚାକିରି ପାଇବାକୁ ଯୋଗ୍ୟ ହେଉଛନ୍ତି। ଗୁଣାମତ୍କ ଶିକ୍ଷାର ଅଭାବ ଦେଶ ନିର୍ମାଣରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କ ଅଗ୍ରଗତିରେ ବାଧକ ସାଜୁଛି। ବର୍ତ୍ତମାନ ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ, ମରାଠୀ, ଗୁଜରାଟୀ, ବଙ୍ଗଳା ଓ ହିନ୍ଦୀ ଭଳି ୮ଟି ଭାଷାରେ ଇଞ୍ଜିନିୟରିଂ ପଢ଼ାଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଏଥିରେ ଓଡ଼ିଆ ସମେତ ଉର୍ଦ୍ଦୁ, ପଞ୍ଜାବୀ ଓ ଅହମିଆ ଭାଷାରେ ମଧ୍ୟ ପାଠ ପଢ଼ାଇବାକୁ ଏଆଇସିଟିଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ବୈଷୟିକ ଶିକ୍ଷାସମ୍ପନ୍ନ ଇଞ୍ଜିନିୟରିଂରେ ବ୍ୟବହୃତ ଶବ୍ଦକୁ ମାତୃଭାଷାରେ ବ୍ୟାଖ୍ୟା କଲାବେଳେ ସେହିଭଳି ଟେକ୍ନିକାଲ ଓଡ଼ିଆ ଶବ୍ଦକୋଷର ଆବଶ୍ୟକତା ରହିଛି। ଏଆଇସିଟିଇ ଅନୁଯାୟୀ ଯଦି ଆସନ୍ତା ବର୍ଷଠାରୁ ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବାର ସୁଯୋଗ ପାଇବେ ସେମାନଙ୍କୁ ପଢ଼ାଇବାକୁ ଥିବା ଅଧ୍ୟାପକମାନେ ଏଥିରେ କେତେ ଅଭ୍ୟସ୍ତ ଥିବେ ତାହା ସାଧାରଣରେ ଅନୁମାନ କରିହେଉନାହିଁ। ତେଣୁ ଟେକ୍ନିକାଲ ପାଠକୁ ଓଡ଼ିଆ ଭାଷାରେ ପଢ଼ାଇଲେ ତାହା ଛାତ୍ରୀଛାତ୍ରଙ୍କ ବୈଷୟିକ ବୁଦ୍ଧି ବଢ଼ାଇବାରେ ସହଜ କିମ୍ବା ସହାୟକ ହୋଇ ନ ପାରେ ବୋଲି କୁହାଯାଉଛି।
ଏଭଳି ପରିପ୍ରେକ୍ଷୀରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବା ସପକ୍ଷ ଓ ବିପକ୍ଷରେ କେତେକ ମତ ବାଢ଼ିଛନ୍ତି। ଏମାନଙ୍କ ମଧ୍ୟରେ ଇଞ୍ଜିନିୟର, ପୂର୍ବତନ ଇଞ୍ଜିନିୟରିଂ ଛାତ୍ର, ଅଧ୍ୟାପକ ଏବଂ ସଂଘ କର୍ମକର୍ତ୍ତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri