Posted inଫୁରସତ

କାନରେ କେତେ ବଡ଼ କଣା

ଟାଟୁକୁ ନେଇ ଲୋକଙ୍କ ଭିତରେ ବଢୁଥିବା ପାଗଳପଣର ନଜିର ବହୁତ ଦେଖିବାକୁ ମିଳୁଛି। ତା’ସହ ବଡି ମୋଡିଫିକେଶନ କରାଉଥିବା ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଆମେରିକାର ବିୟାଙ୍କା ଫେରୋ ନାମ୍ନୀ ଯୁବତୀ ଏହି ଟ୍ରେଣ୍ଡରେ ନିଜକୁ ସାମିଲକରି ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କେବଳ ଯେ ସେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଛନ୍ତି ତାହା ନୁହେଁ, ପିୟର୍ସିଂ ଓ ବଡି ମୋଡିଫିକେଶନ ବି କରାଇଛନ୍ତି। ଏହି ବଡି ମୋଡିଫିକେଶନ ଭିତରେ କାନଫଳିରେ ବଡ଼ କଣା କରିବା ଅନ୍ୟତମ। ଏବେ ତାଙ୍କ କାନ ଫଳିର କଣାର ଲମ୍ବ ୩.୩ ଇଞ୍ଚ ଅଛି। ସେ ଏହାକୁ ଆହୁରି ବଡ଼ କରିବାକୁ ଚାହୁଁଛନ୍ତି, ଯେମିତିକି ସବୁଠୁ ବଡ଼ କାନଫଳି କଣାର ରେକର୍ଡ ତାଙ୍କ ନାମରେ ହେବ। ଏହି ରେକର୍ଡ ଏବେ ଯାହା ନାମରେ ଅଛି ତାଙ୍କ କାନଫଳିର କଣା ୪ ଇଞ୍ଚର । ବିୟାଙ୍କା ଚେଷ୍ଟା ଚଳାଇଛନ୍ତି ତାଙ୍କ କାନଫଳିର କଣାକୁ ୪ ଇଞ୍ଚରୁ ଅଧିକ କରି ସେହି ରେକର୍ଡ ନିଜ ନାମରେ କରାଇବାକୁ। ତେବେ ତାଙ୍କ ମାତାପିତା ଟାଟୁ କରାଇବାର ଶକ୍ତ ବିରୋଧୀ ଥିଲେ। ତଥାପି ବିୟାଙ୍କା ୧୬ ବର୍ଷ ବୟସରେ ମା’ଙ୍କୁ ଅନେକ ବୁଝାଇ ଶରୀରରେ ପ୍ରଥମ ଟାଟୁ କରାଇବାର ଅନୁମତି ପ୍ରାପ୍ତ କରିଥିଲେ। ଆଉ କହିଥିଲେ ସେ ସେହି ଟାଟୁ ଏମିତି ସ୍ଥାନରେ କରିବେ ଯାହାକୁ କି ତାଙ୍କ ବାପା ଦେଖିପାରିବେ ନାହିଁ। ଆଉ ସେହିଭଳି ଏକ ଟାଟୁ ସେ ପ୍ରଥମେ ନିଜ ଶରୀରରେ କରିଥିଲେ। ପ୍ରଥମ ଟାଟୁ ପରେ ଟାଟୁ ନିଶା ତାଙ୍କର ବଢ଼ିଯାଇଥିଲା। ଆଉ ବାପାଙ୍କୁ ବହୁ ଅନୁରୋଧ କରି ସେ ଦ୍ୱିତୀୟ ଟାଟୁ କରିଥିଲେ। ପରେ ଏହି ନିଶା ଏତେ ବଢ଼ିଗଲା ଯେ ଅନେକ ଟାଟୁ ସହ ବଡି ମୋଡିଫିକେଶନ୍‌ ବି କଲେ। ଆଉ ଏବେ ସେ କାନଫଳିରେ ବଡ଼ କଣାର ରେକର୍ଡ କରିବାକୁ ପ୍ରୟାସ କରୁଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri