Posted inଫୁରସତ

ରୋବୋ ସିଇଓ

ବିଜ୍ଞାନର ଅଗ୍ରଗତି ଏଭଳିଭାବେ ହେବାରେ ଲାଗିଛି ଯେ ପୂର୍ବେ ଆମେ ଯାହାକୁ କଳ୍ପନା ବୋଲି ଭାବୁଥିଲୁ, ଆଜି ତାହା ବାସ୍ତବରେ ପରିଣତ ହୋଇପାରୁଛି। ଆଉ ବିଜ୍ଞାନ ତଥା ଅତ୍ୟାଧୁନିକ ଉପକରଣ ତ ଆମ ଜୀବନକୁ ସହଜ ଓ ସରଳ କରିବାରେ ଲାଗିଛି। ଆଜିକାଲି ବୈଜ୍ଞାନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହୃତ ହ୍ୟୁମାନୋଏଡ ରୋବୋ ମଧ୍ୟ ତିଆରି କରୁଛନ୍ତି, ଯାହାର କର୍ମ କୁଶଳତା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହେବା ସୁନିଶ୍ଚିତ। ଚାଇନାର ମେଟାଓ୍ବର୍ସ କମ୍ପାନୀ ନେଟ୍‌ଡ୍ରାଗନ ଓ୍ବେସଫ୍ଟ ନିଜ ଅଫିସ୍‌ରେ ବସ୍‌ ତଥା ସିଇଓଭାବେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବାଲା ହ୍ୟୁମାନୋଏଡ୍‌ ରୋବୋକୁ ନିଯୁକ୍ତ କରିଛି। ଏ ହେଉଛି ପୃଥିବୀର ପ୍ରଥମ ଘଟଣା ଯେଉଁଠି କମ୍ପାନୀର ଏକ ମୁଖ୍ୟ ପଦବୀରେ ରୋବୋ କାମ କରୁଛି। ଶୁଣିବାକୁ ଏହା କୌଣସି ସାଇନ୍ସ ଫିକ୍ସନ ମୁଭି ପରି ଲାଗୁଥିବ। କିନ୍ତୁ ବାସ୍ତବରେ ଚାଇନାର ଏକ କମ୍ପାନୀରେ ରୋବୋ ସିଇଓ ପଦବୀରେ ନିଯୁକ୍ତି ପାଇଛି। ଉକ୍ତ ରୋବୋର ନାମ ହେଉଛି ‘ଏମ୍‌ଏସ୍‌ ତାଙ୍ଗ ୟୁ’। ସିଇଓ ଭାବରେ ତାଙ୍ଗ ୟୁ କମ୍ପାନୀର ସଙ୍ଗଠନ ଓ କୌଶଳ ବିଭାଗର ନେତୃତ୍ୱ ନେବା ସହ ଟ୍ୟାଲେଣ୍ଟ ଡେଭେଲପମେଣ୍ଟରେ ବି ମୁଖ୍ୟ ଭୂମିକା ତୁଲାଇବ। ତା’ସହ ଡାଟା ଆନାଲିସିସ୍‌ରେ ମଧ୍ୟ ସାହାଯ୍ୟ କରିବ। ୧୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟଯୁକ୍ତ ଏହି କମ୍ପାନୀ ପ୍ରେସ୍‌ ବିଜ୍ଞପ୍ତି ଦ୍ୱାରା ଏହା ଜଣାଇଛି ଯେ ତାଙ୍କ କମ୍ପାନୀରେ ସିଇଓ ଭାବେ ଏକ ରୋବୋକୁ ନିଯୁକ୍ତି ମିଳିଛି। ଆଉ ଏଇ ପଦକ୍ଷେପ ନେଇ ସେ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବେ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri