ଆତ୍ମସୁରକ୍ଷା

ଆଜିର ଦିନରେ ଚାରିଆଡ଼େ ଅପରାଧ ଏତେମାତ୍ରାରେ ବଢ଼ିଚାଲିଛି ଯେ, ପିଲାଠୁ ବୃଦ୍ଧ ସମସ୍ତେ ବିଶେଷ କରି ନାରୀମାନେ ଅସୁରକ୍ଷିତ। ତେଣୁ ପାଠପଢ଼ା, ଜବ୍‌ ଆଦି ଲାଗି ବାହାରକୁ ଯାଉଥିବା, ଏକାକୀ ବାହାରେ ରହୁଥିବା ଝିଅ କିମ୍ବା ମହିଳାଙ୍କଠାରୁ ଆରମ୍ଭ କରି ଗୃହିଣୀମାନେ ବି ଆତ୍ମସୁରକ୍ଷା ଲାଗି ବିଭିନ୍ନ ଦିଗ ପ୍ରତି ସଜାଗ ରହିବା ଦରକାର…

ଆତ୍ମସୁରକ୍ଷା କୌଶଳ ଶିଖିବା ଜରୁରୀ: ସାଧାରଣତଃ ନାରୀ ଅବଳା ଦୁର୍ବଳା ଏହି ଧାରଣା ଅଧିକାଂଶଙ୍କ ମନରେ ରହିଛି। ଯେଉଁଥିପାଇଁ ନାରୀଟିଏ ହିଁ ସର୍ବପ୍ରଥମେ ଯେକୌଣସି ଅପରାଧର ଶିକାର ହୋଇଥାଏ। ହେଲେ ଜୁଡ଼ୋ, କରାଟେ, ଟାଏକୋଣ୍ଡୋ, କୁମ୍ଫୁ ଆଦି ବିଭିନ୍ନ ଆତ୍ମରକ୍ଷା କଳା କୌଶଳ ଶିଖିବା ଦ୍ୱାରା ଜଣେ ଶାରୀରିକ ସ୍ତରରେ ମଜଭୁତ ହୋଇପାରିବା ସହ ଯେକୌଣସି ଅସୁବିଧାର ମୁକାବିଲା ସାହସର ସହ କରିପାରିବ। ତେବେ ଯେଉଁମାନେ ଏହିସବୁ କୌଶଳ ନ ଜାଣିଛନ୍ତି ସେମାନେ ସୁରକ୍ଷା ଦୃଷ୍ଟିରୁ ବାହାରକୁ ବାହାରିବା ପୂର୍ବରୁ ପାଖରେ ପେପରସ୍ପ୍ରେ, ଡିଓଡରାଣ୍ଟ, ନେଲ୍‌କଟର, ଛୁରି, ସେଫ୍ଟି ପିନ୍‌, ଲଙ୍କାଗୁଣ୍ଡ ପରି ଛୋଟ ଛୋଟ ଜିନିଷ ରଖନ୍ତୁ। ଯାହାକି ଅଘଟଣ ସମୟରେ କାର୍ଯ୍ୟରେ ଲାଗିପାରିବ।
ସେଫ୍ଟି ଆପ୍‌ ବ୍ୟବହାର କରନ୍ତୁ: ବର୍ତ୍ତମାନ ମହିଳାଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଅନ୍‌ ଲାଇନ୍‌ ଆପ୍‌ ସୁବିଧା ଯୋଗାଇ ଦିଆଯାଉଛି। ତେଣୁ ସେଫ୍ଟିପିନ୍‌, ରକ୍ଷା, ହିମତ୍‌, ସ୍ମାର୍ଟ ୨୪X୭, ସେକ୍‌ ଟୁ ସେଫ୍ଟି, ବିସେଫ୍ଟି ଭଳି ଆପ୍‌କୁ ନିଜ ମୋବାଇଲ୍‌ ଫୋନ୍‌ରେ ଡାଉନ୍‌ଲୋଡ୍‌ କରନ୍ତୁ। ଏହାର ବ୍ୟବହାର ଭଲ ଭାବେ ଶିଖନ୍ତୁ। ଏଭଳି ଆପ୍‌ରେ ସାଧାରଣତଃ ଆବଶ୍ୟକ ବେଳେ ବ୍ୟବହାର କରୁଥିବା ମହିଳାଙ୍କ ଫୋନ୍‌ରୁ ପୋଲିସ କଣ୍ଟ୍ରୋଲ୍‌ରୁମ୍‌କୁ ସୂଚନା ମିଳିବା ମାତ୍ରେ ଜିପିଏସ୍‌ ଦ୍ୱାରା ଲୋକେଶନ୍‌ ଟ୍ରାକ୍‌ କରାଯାଇ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯାଇଥାଏ।
ରୁହନ୍ତୁ ଆଲର୍ଟ: କାହାକୁ ଜଣାଇ କେବେ ବିପଦ ଆସେନି। ତେଣୁ ଘରେ ହେଉ ଅଥବା ବାହାରେ ନିଜର ସୁରକ୍ଷାକୁ ନେଇ ସତର୍କ ରୁହନ୍ତୁ। ବାହାରକୁ ଯିବାବେଳେ ଗହଣା କିମ୍ବା କୌଣସି ଦାମୀ ଅଳଙ୍କାର ପିନ୍ଧନ୍ତୁ ନାହିଁ ା ପାଖରେ ଅଧିକ କ୍ୟାଶ୍‌ ରଖିବା ମଧ୍ୟ ଠିକ୍‌ ନୁହେଁ। ଯଦି କୌଣସି ନୂଆ ସ୍ଥାନକୁ ଏକୁଟିଆ ଯାଉଛନ୍ତି, ସେଥିନେଇ ଘରେ ପୂର୍ବରୁ ଜଣାନ୍ତୁ। ଉକ୍ତ ସ୍ଥାନରେ ପହଞ୍ଚତ୍ବା ପରେ ପରିବାର ଓ ସମ୍ପର୍କୀୟଙ୍କ ସହିତ ଯୋଗାଯୋଗରେ ଥାଆନ୍ତୁ। ମନେରଖନ୍ତୁ ବାହାରକୁ ଯିବା ସମୟରେ ଯଦି ଆପଣଙ୍କ ମନରେ କେବେ ବି କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତିକୁ ନେଇ ସନ୍ଦେହ ଉପୁଜେ, କିଏ ଆପଣଙ୍କୁ ଫଲୋ କରେ ଅବା ହଠାତ୍‌ ଆକ୍ରମଣ କରେ ଯଥାଶୀଘ୍ର ରାସ୍ତା ବଦଳାଇ ଜନଗହଳି ସ୍ଥାନକୁ ଯାଆନ୍ତୁ। ଭୟରେ ଚୁପ୍‌ ରହିବା ବଦଳରେ ଆବଶ୍ୟକ ସ୍ଥଳେ ପ୍ରତିବାଦ କରନ୍ତୁ ଏବଂ ଏ ନେଇ ନିକଟସ୍ଥ ପୋଲିସ ଷ୍ଟେଶନରେ ସୂଚନା ଦିଅନ୍ତୁ।
କ୍ୟାଶ୍‌ଲେସ୍‌ ସୁବିଧା ଆପଣାନ୍ତୁ- ବର୍ତ୍ତମାନ ଖବରକାଗଜ ଏବଂ ନ୍ୟୁଜ୍‌ ଚ୍ୟାନେଲଗୁଡିକରେ ପ୍ରତିଦିନ ଟଙ୍କା ଚୋରି ଖବର ପ୍ରସାରିତ ହେଉଛି। ଏମିତିରେ ସୁରକ୍ଷା ପାଇଁ କ୍ୟାଶ୍‌ ବଦଳରେ କାର୍ଡ କିମ୍ବା ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଭଳି କ୍ୟାଶ୍‌ଲେସ୍‌ ସୁବିଧା ଆପଣାନ୍ତୁ। ରାତି ଅଧିକ ହୋଇଗଲେ ଏଟିଏମ୍‌ରୁ ଟଙ୍କା ବାହାର କରିବାରେ ଭୁଲ୍‌ କରନ୍ତୁ ନାହିଁ। ସବୁବେଳେ ଦିନ ସମୟରେ କିମ୍ବା ସନ୍ଧ୍ୟାରେ ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ରାତିରେ ଅକସ୍ମାତ୍‌ ଟଙ୍କା ଦରକାର ପଡ଼େ, ତା’ହେଲେ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମ୍‌ ବ୍ୟବହାର କରନ୍ତୁ। ଏହାଦ୍ବାରା ଲୁଟ୍‌ପାଟ୍‌ର ଶିକାର ହେବାଠୁ ବର୍ତ୍ତିଯିବେ। ଏଟିଏମ୍‌ରେ ଟ୍ରାଞ୍ଜାକ୍ସନ୍‌ରେ କୌଣସି ଅସୁବିଧା ହେଲେ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ସାହାଯ୍ୟ ନିଅନ୍ତୁ ନାହିଁ। ନଚେତ୍‌ ଚୋରି, ଡକାୟତି ସହ ଜୀବନପ୍ରତି ବିପଦର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ।
ଲୋକ ସମ୍ପର୍କ ବଢ଼ାନ୍ତୁ: ଆଜିକାଲି ଅଧିକାଂଶ କେବଳ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଖପାଖରେ କାହାର କ’ଣ ହେଲା ସେ ଦିଗରେ ଆଦୌ ଅବଗତ ନ ଥା’ନ୍ତି। ହେଲେ ପାଖ, ପଡ଼ୋଶୀ କିମ୍ବା ସହକର୍ମୀ ଓ ବନ୍ଧୁଙ୍କ ସହ ସୁସମ୍ପର୍କ ରଖନ୍ତୁ। କାରଣ ହଠାତ୍‌ କୌଣସି ଅସୁବିଧା ପରିସ୍ଥିତିରେ ପରିବାର ସଦସ୍ୟ କିମ୍ବା କେହି ଆତ୍ମୀୟ ପାଖରେ ପହଞ୍ଚତ୍ ପାରିବେ ତାହା ସବୁବେଳେ ସମ୍ଭବ ହୋଇପାରେନି। ହେଲେ ଏଭଳି ପରିସ୍ଥିତିରେ ଯଦି ଆପଣ ଅନ୍ୟମାନଙ୍କ ସହିତ ପୂର୍ବରୁ ପରିଚିତ ହୋଇଥିବେ ତେବେ ନିଶ୍ଚୟ ସାହାଯ୍ୟ ପାଇପାରିବେ। ତଣୁ ନିଜ ସୁରକ୍ଷା ଲାଗି ସବୁବେଳେ ଲୋକ ସମ୍ପର୍କ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ।
ପବ୍ଲିକ୍‌ ଟ୍ରାନ୍ସପୋର୍ଟ ହୋଇପାରେ ବିପଦପୂର୍ଣ୍ଣ: ଯିବା ଆସିବା କରିବା ଲାଗି ଅଧିକାଂଶ ମହିଳା ପବ୍ଲିକ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଇଥାନ୍ତି। ହେଲେ ଯଦି ଆପଣଙ୍କୁ ରାତିରେ ଯିବା ଆସିବା କରିବାକୁ ପଡୁଥାଏ, ତେବେ ଖାଲି ଥିବା ବସ୍‌ କିମ୍ବା ଅଟୋ ବଦଳରେ ଲୋକ ଗହଳି ଥିବା ଟ୍ରାନ୍ସପୋର୍ଟର ସୁବିଧା ନିଅନ୍ତୁ। ଯଦି ଏକୁଟିଆ କୌଣସି ଗାଡ଼ିରେ ଯିବାକୁ ପଡ଼େ ତେବେ ଯଥାଶୀଘ୍ର ସେ ଗାଡ଼ିର ନମ୍ବର ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଏସ୍‌ଏମ୍‌ଏସ୍‌ କରିଦିଅନ୍ତୁ। ଫଳରେ କୌଣସି ଅସୁବିଧା ହେଲେ ଉକ୍ତ ଗାଡ଼ି ବିଷୟରେ ଜାଣିବା ସହଜ ହୋଇପାରିବ।
ନିଅନ୍ତୁନି ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ: ଅଧିକାଂଶ ଯୁବତୀ ଏବଂ ମହିଳା ରାସ୍ତାରେ ଲିଫ୍ଟ ମାଗୁଥିବା ଦେଖିବାକୁ ମିଳେ। ହେଲେ ଅଜଣା ଲୋକଙ୍କ ସହ ବିଶେଷକରି ଚାରିଚକିଆ ଯାନରେ ଲିଫ୍ଟ ନେବା ସୁରକ୍ଷିତ ନୁହେଁ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ସେହିପରି କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦିଅନ୍ତୁ ନାହିଁ। ଜୀବନପ୍ରତି ବିପଦ ଆଶଙ୍କା ବଢ଼ପାରେ।

ଏମାନେ କ’ଣ କରନ୍ତି

ସମସ୍ତଙ୍କୁ ଆତ୍ମରକ୍ଷା କୌଶଳ ଶିଖିବା ଦରକାର
ଅଂଶିତା ସାହୁ(ଛାତ୍ରୀ, ଖୋର୍ଦ୍ଧା)- ଆଜିର ଦିନରେ ନାରୀ ସୁରକ୍ଷା ସମାଜ ପାଇଁ ସବୁଠାରୁ ବଡ ଆହ୍ବାନ। ଯଦିଓ ନାରୀଟିଏ କୌଣସି କ୍ଷେତ୍ରରେ ପୁରୁଷଠାରୁ କମ୍‌ ନୁହେଁ ତଥାପି ସେ ଅନେକ ଅଘଟଣର ଶିକାର ହେବା ଦୁର୍ଭାଗ୍ୟଜନକ। ମୋ ମତରେ କୌଣସି ନାରୀ ନିଜକୁ ଦୁର୍ବଳା ଭାବିବା ଠିକ୍‌ ନୁହେଁ। ପାଠ ପଢି କେବଳ ଉଚ୍ଚ ଶିକ୍ଷିତା ହେବା କିମ୍ବା ବଡ ଚାକିରି କଲେ ହେବ ନାହିଁ ଆତ୍ମସୁରକ୍ଷା ପାଇଁ ଶାରୀରିକ ସ୍ତରରେ ମଧ୍ୟ ସଶକ୍ତ ହେବାକୁ ପଡିବ। ଏଥିପାଇଁ ଜୁଡୋ, କରାଟେ ଭଳି ବିଭିନ୍ନ ମାର୍ଶଲ ଆର୍ଟ ବେଷ୍ଟ ଅପ୍ସନ। ନିଜେ ମଧ୍ୟ କରାଟେ ବ୍ଲାକ୍‌ ବେଲ୍ଟ ହାସଲ କରିସାରିଛି ଏବଂ ଆଗକୁ ଆହୁରି ଟ୍ରେନିଂ ଜାରି ରଖିଛି। ମୋ ମତରେ ସବୁ ଝିଅ ଏଭଳି ଆତ୍ମରକ୍ଷା କୌଶଳ ଶିଖିବା ନିହାତି ଆବଶ୍ୟକ।
ସୁରକ୍ଷା ପ୍ରତି ସଜାଗ ରହିବା ଆବଶ୍ୟକ
କୃଷ୍ଣପ୍ରିୟା ଆଚ୍ଚାର୍ଯ୍ୟ(କର୍ମଜୀବୀ, ଭୁବନେଶ୍ୱର)- ବର୍ତ୍ତମାନ ଯେଉଁଭଳି ଚୋରି,ଡକାୟତି, ଅପରାଧ ବଢିଚାଲିଛି ଏମିତିରେ ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ। ନିଜ କଥା କହିବି, ସୁରକ୍ଷା ଦୃଷ୍ଟିରୁ ରାତିରେ ଏକା କେଉଁଆଡେ ନ ଯିବା, ପାଖରେ ଅଧିକ ଟଙ୍କା ନ ରଖି ଇ-ବ୍ୟାଙ୍କିଙ୍ଗ୍‌ ବ୍ୟବହାର କରିବା, ବାହାରକୁ ଯିବା ବେଳେ ସୁନାଗହଣା ନ ପିନ୍ଧିବା ଆଦି ଦିଗରେ ଯତ୍ନଶୀଳ ରହିଥାଏ। ଅସୁବିଧାରେ ସାହାଯ୍ୟ ପାଇଁ ସର୍ବଦା ପାଖ ପଡୋଶୀଙ୍କ ସହ ସୁସମ୍ପର୍କ ରଖେ। ତେବେ କେବଳ ନିଜେ ନୁହେଁ ଦୁଇ ଝିଅଙ୍କୁ ମଧ୍ୟ ଏସବୁ ଶିଖାଇଥାଏ। ସେମାନଙ୍କୁ ଶାରୀରିକ ସ୍ତରରେ ଦୃଢ ଏବଂ ମାନସିକ ସ୍ତରରେ ସାହାସୀ ହେବା ଲାଗି କରାଟେ ତାଲିମ ନେବାକୁ ପଠାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri