ଗୃହିଣୀ ଓ ଇମ୍ୟୁନ୍‌ ବୁଷ୍ଟର

କରୋନା ଆସିବା ପରଠାରୁ ଇମ୍ୟୁନିଟି ବଢାଇବା ପାଇଁ ପ୍ରୟାସ ଚଳାଇଛନ୍ତି ସମସ୍ତେ। ଡାକ୍ତର ଓ ବିଶେଷଜ୍ଞମାନେ ବି ସ୍ବୀକାର କରୁଥିବା ଏମିତି ଏକ ଉଦ୍ୟମକୁ କାହିଁ କେଉଁ କାଳରୁ ନିଜ ଜୀବନଚଳଣିରେ ସାମିଲ କରି ଆସିଛନ୍ତି ଗୃହିଣୀମାନେ। ଘର ବଇଦ ଭଳି ପରିବାରକୁ ସୁରକ୍ଷା ଦେବା ପାଇଁ ସେମାନେ ସବୁବେଳେ ସଚେତନ। ଏବେ ପୁଣି ଥରେ କରୋନାର ତୃତୀୟ ଲହରରୁ ନିଜକୁ ଦୂରେଇ ରଖିବା ପାଇଁ ଆପଣାଉଛନ୍ତି ବିଭିନ୍ନ ହୋମ୍‌ ଇମ୍ୟୁନ ବୁଷ୍ଟର…

କରୋନାର ତୃତୀୟ ଲହର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସଚେତନ ହେବା ଉପରେ ଅଧିକ ଜୋର ଦିଆଯାଉଛି। ବିଶେଷକରି ସମସ୍ତେ ନିଜ ନିଜ ଇମ୍ୟୁନିଟି ବୃଦ୍ଧି କରିବା ଉପରେ ଯଥାସମ୍ଭବ ସମସ୍ତ ପଦକ୍ଷେପ ନେଉଛନ୍ତି। ଏ ଦୃଷ୍ଟିରୁ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଗୃହିଣୀମାନେ ହିଁ ବେଶି ସଚେତନ। କେଉଁ ସମୟରେ କ’ଣ ଖାଇବାକୁ ହେବ, କେତେବେଳେ ବାହାରେ ଚାଲିବାକୁ ଯିବାକୁ ପଡ଼ିବ ଏମିତି ସବୁ ଦିଗପ୍ରତି ସଜାଗ ରହୁଛନ୍ତି ସେମାନେ।
ଘରୋଇ କାଢ଼ା: ଥଣ୍ଡା, ଜ୍ୱର, କାଶ କିମ୍ବା ପେଟ ଖରାପ ଭଳି ବିଭିନ୍ନ ସମସ୍ୟାକୁ ଗୃହିଣୀମାନେ ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି ବେଶ୍‌ ସହଜରେ ଦୂରେଇ ଦେଉଥିଲେ। କେତେବେଳେ ତଳସୀ ପତ୍ର ସାଙ୍ଗରେ ମହୁ ତ କେବେ ଘିଅରେ ଭଜା ହୋଇଥିବା ଅଦା ଆଉ କେବେ ଗୋଲମରିଚ, ମିଶ୍ରି, ତେଜପତ୍ର, ଆଦି ବିଭିନ୍ନ ସାମଗ୍ରୀରୁ ପ୍ରସ୍ତୁତ ହେଉଥିଲା କାଢ଼ା। ଏସବୁ ଘରୋଇ ଔଷଧ ବ୍ୟବହାର କରି ଗୃହିଣୀମାନେ ବେଶ୍‌ ସହଜରେ ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରି ପାରୁଥିଲେ। ହେଲେ ଏସବୁର ବ୍ୟବହାର ଫଳରେ ରୋଗ ତ ଭଲ ହେଉଥିଲା ତା ସହ ଇମ୍ୟୁନିଟି ବି ମଜଭୁତ ହୋଇଥାଏ।
ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି କାହା ସହିତ କ’ଣ ମିଶାଇ ଖାଇବାକୁ କିମ୍ବା ପିଇବାକୁ ହେବ ସେସବୁକୁ ବେଶ୍‌ ସହଜରେ ମନେ ରଖିଥାନ୍ତି ଗୃହିଣୀମାନେ। ଆଉ ସେମାନଙ୍କର ଏସବୁ ପ୍ରାରମ୍ଭିକ ପ୍ରୟାସରେ ରୋଗ ନିୟନ୍ତ୍ରଣ ନ ହେଲେ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। ଠିକ୍‌ ଏଇ କଥା ଏବେ ଡାକ୍ତରମାନେ ବି କହିବା ଆରମ୍ଭ କଲେଣି।
ଯୋଗ ବ୍ୟାୟାମ: ଇମ୍ୟୁନିଟି ବଢ଼ାଇବା ପାଇଁ ଯୋଗ ଓ ବ୍ୟାୟାମ ବେଶ୍‌ ଫଳପ୍ରଦ। ଏଥିପାଇଁ ମଧ୍ୟ ଗୃହିଣୀମାନେ ବେଶ୍‌ ସଚେତନ। ପିଲାମାନଙ୍କ ସହିତ ଘରର ଅନ୍ୟମାନଙ୍କ ପାଇଁ ସେଭଳି କିଛି କିଛି କାମ ମାଧ୍ୟମରେ ଛୋଟ ମୋଟ ବ୍ୟାୟାମ କରାଇ ନେଇଥାନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ନିଜ ନିଜ ସାମର୍ଥ୍ୟ ଅନୁସାରେ ଛୋଟ ମୋଟ କାମ ହିଁ ସେମାନଙ୍କୁ ବ୍ୟାୟାମର ଉପକାରିତା ପ୍ରଦାନ କରିଥାଏ।
ଆହାର ବିହାର: ଠିକ୍‌ ସମୟରେ ଖିଆପିଆ କରିବା ସହିତ ସମସ୍ତ ନିତ୍ୟକର୍ମ କରିବା ମଧ୍ୟ ଏକ ପ୍ରକାରର ଯୋଗ। ତେଣୁ ପିଲାଙ୍କ ସହିତ ଘରର ଅନ୍ୟମାନେ ଯେପରି ଠିକ୍‌ ସମୟରେ ସ୍ନାନ କରିବେ ଏବଂ ସ୍ନାନ ପରେ ଠିକ୍‌ ସମୟରେ ଖାଇବେ ସେଥିପ୍ରତି ଦୃଷ୍ଟି ଦେଇଥାନ୍ତି ଗୃହିଣୀ। ପିଲାଙ୍କ ପ୍ରତି ଛୋଟବେଳରୁ ସେମାନଙ୍କର ଏହି ପ୍ରୟାସ ଇମ୍ୟୁନିଟି ବୁଷ୍ଟର ଭଳି କାମ କରିଥାଏ। ଏଥିପାଇଁ ଘରେ ତିଆରି ହୋଇଥାଏ ନିର୍ଦ୍ଦିଷ୍ଟ ଆଇନକାନୁନ। ସେହି ଅନୁସାରେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟ ପରେ କାହାକୁ ବି ଶୋଇବାର ଅନୁମତି ଦେଇ ନ ଥାନ୍ତି ଗୃହିଣୀ। ସେହିପରି ପ୍ରତ୍ୟେକ ଚାଲିଚଳଣିକୁ ପରମ୍ପରା ସହିତ ଯୋଡି ସେମାନେ ସମସ୍ତଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାନ୍ତି। ଗୃହିଣୀମାନଙ୍କର ଏସବୁ ପରମ୍ପରା ସହ ଏବେ ବିଜ୍ଞାନ ମଧ୍ୟ ଏକମତ ହୋଇପାରିଛି। ଏଇ ଯେମିତି ଛିଡ଼ାହୋଇ ପାଣି ନ ପିଇବା, ରାତିରେ ଦହି କିମ୍ବା ଶାଗ ନ ଖାଇବା ଆଦି ଏମିତି କେତେକଣ କଟକଣା ରଖାଯାଇଥିଲା। ବିଜ୍ଞାନ ମଧ୍ୟ ଏସବୁ ଅଭ୍ୟାସକୁ ଠିକ୍‌ ବୋଲି ପ୍ରମାଣ କରି ସାରିଛି। ତେଣୁ ଏସବୁ କଟକଣାକୁ ନ ମାନିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।
କ’ଣ କରନ୍ତି ଏମାନେ…
ସବୁଦିନ କାଢ଼ା ଦେଉଛି
ମୋ ପିଲାଙ୍କ ଇମ୍ୟୁନିଟି ବଢ଼ାଇବା ପାଇଁ ମୁଁ ପ୍ରତିଦିନ ସେମାନଙ୍କୁ ଗାଧୋଇବା ପରେ ତୁଳସୀ ପତ୍ର ସହିତ ମହୁ ମିଶାଇ ଖାଇବାକୁ ଦିଏ। ଆଉ ଖାଇବା ସମୟରେ ପ୍ରାୟ ସବୁଦିନେ କଞ୍ଚା ରସୁଣ ଖାଇବାକୁ ଦିଏ। ଏବେ କରୋନା ଆସିବା ଦିନରୁ ପ୍ରାୟ ସବୁଦିନେ କାଢ଼ା ତିଆରି କରି ଦେଉଛି। କାଢ଼ା ତିଆରି କରିବା ପାଇଁ ଡାଳଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ପାନମହୁରି ଆଦି ମିଶାଇ ଏକ ସ୍ବତନ୍ତ୍ର ମିଶ୍ରଣ ତିଆରି କରି ଦେଇଛି। ଏହି ମିଶ୍ରଣ ସହିତ କେବଳ ତେଜପତ୍ର ଓ ଅଦା ପକାଇ ଫୁଟାଇ ସହଜରେ କାଢ଼ା ତିଆରି କରି ଦେଉଛି।
-ମଧୁସ୍ମିତା ମିଶ୍ର
ନାଲକୋ ନଗର, ଅନୁଗୁଳ
ସବୁଦିନ ତୁଳସୀ
ପିଲାଙ୍କ ଇମ୍ୟୁନିଟି ବଢ଼ାଇବା ପାଇଁ ମୁଁ ଋତୁ ଅନୁସାରେ ଚିକିତ୍ସା କରେ। ଏବେ ଥଣ୍ଡା ଦିନ ହୋଇଥିବାରୁ ସବୁଦିନ ସମସ୍ତଙ୍କୁ ତୁଳସୀ ପତ୍ର ଖାଇବାକୁ ଦେଉଛି। ମୁଁ ଜଏଣ୍ଟ ଫାମିଲିରେ ରହୁଥିବାରୁ ପୁତୁରା, ଝିଆରି ଆଦି ସବୁ ପିଲାଙ୍କୁ କାଢା ତିଆରି କରି ସା ସମୟରେ ପିଇବାକୁ ଦେଉଛି। ବଡ଼ମାନଙ୍କ ପାଇଁ ଚା’ ତିଆରି ସମୟରେ ସେଥିରେ କିଛି ଅଦା, ଗୋଲମରିଚ ଓ ତୁଳସୀ ପତ୍ର ପକାଇ ଦେଉଛି। ଏଥିପାଇଁ ତ ମୁଁ ଘର ଚାରିପଟରେ ବହୁତ ତୁଳସୀ ଗଛ ଅଧିକ ଲଗାଇଛି। କାଢା ପାଇଁ ତୁଳସୀ ମିଳିବା ସହିତ ଘର ପରିବେଶ ବି ଭଲ ରହୁଛି।
-ସୁଧାଞ୍ଜଳି ନାୟକ
କିସମତ୍‌ କୃଷ୍ଣପୁର,
ବାସୁଦେବପୁର, ଭଦ୍ରକ
କ୍ଷୀରରେ ହଳଦୀ ଖାଉଛୁ
ଥଣ୍ଡା ଦିନେ ଏବେ ଇମ୍ୟୁନିଟି ବଢ଼ାଇବା ପାଇଁ ମୋର ବେଶି ଦରକାର ହେଉଛି ତୁଳସୀ। ପିଲାଙ୍କୁ ସିଧାସଳଖ ତୁଳସୀ ପତ୍ର ଦେଉଛି। ଆଉ ତା’ ସହିତ ରାତିରେ ସମସ୍ତଙ୍କୁ ଉଷୁମ କ୍ଷୀର ସହିତ ହଳଦୀ ମିଶାଇ ପିଇବାକୁ ଦେଉଛି। ବେଳେବେଳେ କଞ୍ଚା ହଳଦୀ ସକାଳୁ ବି ଖାଉଚୁ। ସମସ୍ତେ ଉଷୁମ ପାଣିରେ ଗାର୍ଗଲିଂ କରୁଛୁ।
-ସଂଯୁକ୍ତା ଦାସ
ନୟାପଲ୍ଲୀ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
କାଢ଼ା ସାଙ୍ଗକୁ ସୂର୍ଯ୍ୟକିରଣ
ଇମ୍ୟୁନିଟି ବଢ଼ାଇବାକୁ ଘରେ ସମସ୍ତଙ୍କୁ ଏବେ ସକାଳୁ ଚ୍ୟବନପ୍ରାସ ଖାଇବାକୁ ଦେଉଛି। ତା’ ଛଡ଼ା ସା ସମୟରେ କାଢ଼ା ବି ତିଆରି କରୁଛି। କରୋନାରୁ ରକ୍ଷା ପାଇବା ପାଇଁ ଘରୋଇ ଔଷଧଭାବେ କାଢ଼ା ପିଇବା ସହିତ ଷ୍ଟିମ୍‌ ନେଉଛୁ। ଆଉ ପ୍ରତିଦିନ ମୋ ଝିଅକୁ ଖରାରେ କିଛି ସମୟ ଖେଳିବା ପାଇଁ ଛାଡୁଛି। ଯଦି ଖେଳିବାର ସୁବିଧା ହେଉନି ତେବେ ତାକୁ ସାଇକେଲିଂ କରିବାକୁ କହୁଛି।
-ଅଂଶୁପା ପୁରୋହିତ
ଜେଲ୍‌ ଲାଇନ୍‌ ପଡ଼ା, ପାଟଣାଗଡ଼, ବଲାଙ୍ଗୀର


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri