ଭିନ୍ନକ୍ଷମଙ୍କୁ ମିଳୁନି ଆବାସ ଯୋଜନାରେ ଘର

ଯାଜପୁର ଅଫିସ/କାଏମା(ଡି.ଏନ୍‌.ଏ.), ୮ା୧୧:ଯାଜପୁର ଜିଲାରେ କେତେକ ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଉଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ବିଡ଼ମ୍ବନା ଯେ, ଭିନ୍ନକ୍ଷମମାନଙ୍କୁ ଏହି ଜନହିତକର ଯୋଜନାରେ ପକ୍କା ଘର ମିଳୁନାହିଁ। ଜିଲାର ଅନେକ ଭିନ୍ନକ୍ଷମ ପକ୍କାଘର ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ।
ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତର ମୁରତପୁର ଗ୍ରାମର ଦୃଷ୍ଟିହୀନ ମାନସ ଦଳାଇ ଓ ଦିବ୍ୟାଙ୍ଗ ପତ୍ନୀ ପ୍ରତିମାଙ୍କୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଭିନ୍ନକ୍ଷମମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ପୂର୍ବରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ପିଡି) ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲେ ହେଁ ତାହାର ସୁଫଳ ମିଳୁ ନଥିବା ପ୍ରତିମାଙ୍କ ସ୍ଥିତିକୁ ଦେଖିଲେ ବାରି ହେଉଛି। ଏହାସହ ଗତ ୮ ମାସ ହେଲା ପ୍ରତିମାଙ୍କ ଭିନ୍ନକ୍ଷମ ଭତ୍ତା ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି।
ଅସହାୟ ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାମାନ ରହିଛି। ହେଲେ ବହୁ ଅସହାୟ ଏହି ଯୋଜନାଗୁଡ଼ିକରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଯୋଜନା ଦ୍ୱାରା ଉପକୃତ କରାଇବା ଦିଗରେ ପ୍ରଶାସନିକ ଅଧିକାରୀ କି ଜନପ୍ରତିନିଧି କାହାରି ଦରଦି ଆଭିମୁଖ୍ୟ ନାହିଁ। ପ୍ରଶାସନିକ କଳ ଫାଇଲ ଚାଷରେ ବ୍ୟସ୍ତ ରହୁଥିବାବେଳେ ଅଧିକାରୀମାନଙ୍କ ପାଖରେ ସମୟ ନାହିଁ। ଏଥିରେ ଗ୍ରାମାଞ୍ଚଳର ଅସହାୟମାନେ ଭଗବାନଙ୍କୁ ଭରସା କରି କାଳାତିପାତ କରୁଛନ୍ତି। କଷ୍ଟେମଷ୍ଟେ କିଛି ସମ୍ବଳ ଯୋଗାଡ଼ କରି କଲେକେ୍‌ଟାରେଟକୁ ଆସି ଅଧିକାରୀଙ୍କଠାରୁ ନାନା ଆଶ୍ୱାସନା ପାଉଛନ୍ତି, ହେଲେ ତାହାକୁ କାର୍ଯ୍ୟକାରୀ କରିବାକୁ କାହାରି ନଜର ନାହିଁ। ଜିଲାରେ ପୁଣି ଏକ ଦୃଷ୍ଟାନ୍ତ ହେଲେ ପ୍ରତିମା। ପୁଅ ଲକି(୭ ବର୍ଷ) ଓ ଝିଅ ଅଞ୍ଜଳି(୪ବର୍ଷ)ଙ୍କ ସହିତ ୪ ପ୍ରାଣୀ କୁଟୁମ୍ବ ବହୁତ କଷ୍ଟରେ ଛିଣ୍ଡା ଜରିପାଲ ତଳେ ଦିନେ ଖାଇ ଦିନେ ଉପାସ ରହି ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରୀ ସହାୟତା ଭାବେ ମାତ୍ର ୧୦ କିଲୋ ଚାଉଳ ମିଳୁଛି। ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣଙ୍କ ଭିନ୍ନକ୍ଷମ ପରିଚୟପତ୍ର ରହିଛି। ତେବେ କେବଳ ମାନସଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଥିବାବେଳେ ପ୍ରତିମାଙ୍କୁ ବାଦ୍‌ ଦିଆଯାଇଛି। ୩୫ ବର୍ଷ ବୟସ୍କ ମାନସ ୨ଠଠ୮ରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଆଖିକୁ କମ ଦେଖାହେବା ଆରମ୍ଭ ହୋଇଥିଲା। ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ହୋଇ ନ ପାରିବାରୁ କିଛିବର୍ଷ ପରେ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ଦେଇଥିଲେ। ଏଥିପାଇଁ ସେ ଶତପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ସେବେଠୁ ସେ ରୋଜଗାରରୁ ଅକ୍ଷମ ହୋଇ ଘରେ ଅଛନ୍ତି। ୨୦୧୪ରେ ମାନସ ଓ ପ୍ରତିମାଙ୍କ ବାହାଘର ହୋଇଥିଲା। ସେତେବେଳେ ପ୍ରତିମା ୮୦ ପ୍ରତିଶତ ଭିନ୍ନକ୍ଷମ ଥିଲେ। ସେଥିପାଇଁ ସେ ନିଜ ଗ୍ରାମ ଅଣକା ପଞ୍ଚାୟତ ଅନ୍ତର୍ଗତ ମହାଦେଇପୁରଠାରେ ଭତ୍ତା ପାଉଥିଲେ। ବିବାହ ପରେ ବି ଗ୍ରାମକୁ ଯାଇ ଭତ୍ତା ଟଙ୍କା ନେଇଆସୁଥିଲେ। କିନ୍ତୁ ଏଇ ୮ ମାସ ହେବ ପ୍ରତିମାଙ୍କୁ ଭତ୍ତା ଟଙ୍କା ମିଳୁନାହିଁ। ନାମ ତାଲିକାରୁ କଟିଯାଇଥିବା କହି ପ୍ରତିମାଙ୍କ ନିଜ ଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ତାଙ୍କୁ ଫେରେଇ ଦିଆଯାଇଥିଲା। ଏହା ପରେ ସେ ଶାଶୁଘର ଗ୍ରାମ କୋତପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଇଥିଲେ। ହେଲେ ସେଠାରେ ବି ତାଙ୍କ ନାମ ନାହିଁ ବୋଲି ପ୍ରତିମା ଅଭିଯୋଗ କରିଛନ୍ତି। ରହିବାକୁ ଘରଟେ ନାହିଁ। ମାଟିଝାଟି ଘରେ ଛିଣ୍ଡା ପାଲ ତଳେ ରହୁଛନ୍ତି ଓ ସାହି ପଡିଶାଙ୍କ ସହଯୋଗରେ ପରିବାର ଦୁର୍ଦ୍ଦଶା ଭିତରେ ବଞ୍ଚୁଛନ୍ତି ବୋଲି ଉଭୟେ କହିଛନ୍ତି। କୋତପୁର ସରପଞ୍ଚ ସୁନାକର ବେହେରାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କିଛି ଜାଣିନାହାନ୍ତି ଓ ଯାହାର ଅସୁବିଧା ଅଛି ଆସି ଲିଖିତ ଆକାରରେ ଦେଲେ ସେ ବୁଝିବେ ବୋଲି କହିଛନ୍ତି। ପୂର୍ବରୁ ଏକାଧିକ ଦୃଷ୍ଟିହୀନ ବ୍ୟକ୍ତି ଆବାସ ଯୋଜନାରେ ସାମିଲ କରିବାକୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସଚିବଙ୍କୁ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri