ଭିନ୍ନକ୍ଷମଙ୍କୁ ମିଳୁନି ଆବାସ ଯୋଜନାରେ ଘର

ଯାଜପୁର ଅଫିସ/କାଏମା(ଡି.ଏନ୍‌.ଏ.), ୮ା୧୧:ଯାଜପୁର ଜିଲାରେ କେତେକ ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଉଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ବିଡ଼ମ୍ବନା ଯେ, ଭିନ୍ନକ୍ଷମମାନଙ୍କୁ ଏହି ଜନହିତକର ଯୋଜନାରେ ପକ୍କା ଘର ମିଳୁନାହିଁ। ଜିଲାର ଅନେକ ଭିନ୍ନକ୍ଷମ ପକ୍କାଘର ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ।
ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତର ମୁରତପୁର ଗ୍ରାମର ଦୃଷ୍ଟିହୀନ ମାନସ ଦଳାଇ ଓ ଦିବ୍ୟାଙ୍ଗ ପତ୍ନୀ ପ୍ରତିମାଙ୍କୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଭିନ୍ନକ୍ଷମମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ପୂର୍ବରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ପିଡି) ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲେ ହେଁ ତାହାର ସୁଫଳ ମିଳୁ ନଥିବା ପ୍ରତିମାଙ୍କ ସ୍ଥିତିକୁ ଦେଖିଲେ ବାରି ହେଉଛି। ଏହାସହ ଗତ ୮ ମାସ ହେଲା ପ୍ରତିମାଙ୍କ ଭିନ୍ନକ୍ଷମ ଭତ୍ତା ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି।
ଅସହାୟ ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାମାନ ରହିଛି। ହେଲେ ବହୁ ଅସହାୟ ଏହି ଯୋଜନାଗୁଡ଼ିକରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଯୋଜନା ଦ୍ୱାରା ଉପକୃତ କରାଇବା ଦିଗରେ ପ୍ରଶାସନିକ ଅଧିକାରୀ କି ଜନପ୍ରତିନିଧି କାହାରି ଦରଦି ଆଭିମୁଖ୍ୟ ନାହିଁ। ପ୍ରଶାସନିକ କଳ ଫାଇଲ ଚାଷରେ ବ୍ୟସ୍ତ ରହୁଥିବାବେଳେ ଅଧିକାରୀମାନଙ୍କ ପାଖରେ ସମୟ ନାହିଁ। ଏଥିରେ ଗ୍ରାମାଞ୍ଚଳର ଅସହାୟମାନେ ଭଗବାନଙ୍କୁ ଭରସା କରି କାଳାତିପାତ କରୁଛନ୍ତି। କଷ୍ଟେମଷ୍ଟେ କିଛି ସମ୍ବଳ ଯୋଗାଡ଼ କରି କଲେକେ୍‌ଟାରେଟକୁ ଆସି ଅଧିକାରୀଙ୍କଠାରୁ ନାନା ଆଶ୍ୱାସନା ପାଉଛନ୍ତି, ହେଲେ ତାହାକୁ କାର୍ଯ୍ୟକାରୀ କରିବାକୁ କାହାରି ନଜର ନାହିଁ। ଜିଲାରେ ପୁଣି ଏକ ଦୃଷ୍ଟାନ୍ତ ହେଲେ ପ୍ରତିମା। ପୁଅ ଲକି(୭ ବର୍ଷ) ଓ ଝିଅ ଅଞ୍ଜଳି(୪ବର୍ଷ)ଙ୍କ ସହିତ ୪ ପ୍ରାଣୀ କୁଟୁମ୍ବ ବହୁତ କଷ୍ଟରେ ଛିଣ୍ଡା ଜରିପାଲ ତଳେ ଦିନେ ଖାଇ ଦିନେ ଉପାସ ରହି ପରିବାର ପ୍ରତିପୋଷଣ କରୁଛନ୍ତି। ସରକାରୀ ସହାୟତା ଭାବେ ମାତ୍ର ୧୦ କିଲୋ ଚାଉଳ ମିଳୁଛି। ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣଙ୍କ ଭିନ୍ନକ୍ଷମ ପରିଚୟପତ୍ର ରହିଛି। ତେବେ କେବଳ ମାନସଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଥିବାବେଳେ ପ୍ରତିମାଙ୍କୁ ବାଦ୍‌ ଦିଆଯାଇଛି। ୩୫ ବର୍ଷ ବୟସ୍କ ମାନସ ୨ଠଠ୮ରେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଆଖିକୁ କମ ଦେଖାହେବା ଆରମ୍ଭ ହୋଇଥିଲା। ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ହୋଇ ନ ପାରିବାରୁ କିଛିବର୍ଷ ପରେ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ଦେଇଥିଲେ। ଏଥିପାଇଁ ସେ ଶତପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ସେବେଠୁ ସେ ରୋଜଗାରରୁ ଅକ୍ଷମ ହୋଇ ଘରେ ଅଛନ୍ତି। ୨୦୧୪ରେ ମାନସ ଓ ପ୍ରତିମାଙ୍କ ବାହାଘର ହୋଇଥିଲା। ସେତେବେଳେ ପ୍ରତିମା ୮୦ ପ୍ରତିଶତ ଭିନ୍ନକ୍ଷମ ଥିଲେ। ସେଥିପାଇଁ ସେ ନିଜ ଗ୍ରାମ ଅଣକା ପଞ୍ଚାୟତ ଅନ୍ତର୍ଗତ ମହାଦେଇପୁରଠାରେ ଭତ୍ତା ପାଉଥିଲେ। ବିବାହ ପରେ ବି ଗ୍ରାମକୁ ଯାଇ ଭତ୍ତା ଟଙ୍କା ନେଇଆସୁଥିଲେ। କିନ୍ତୁ ଏଇ ୮ ମାସ ହେବ ପ୍ରତିମାଙ୍କୁ ଭତ୍ତା ଟଙ୍କା ମିଳୁନାହିଁ। ନାମ ତାଲିକାରୁ କଟିଯାଇଥିବା କହି ପ୍ରତିମାଙ୍କ ନିଜ ଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ତାଙ୍କୁ ଫେରେଇ ଦିଆଯାଇଥିଲା। ଏହା ପରେ ସେ ଶାଶୁଘର ଗ୍ରାମ କୋତପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଯାଇଥିଲେ। ହେଲେ ସେଠାରେ ବି ତାଙ୍କ ନାମ ନାହିଁ ବୋଲି ପ୍ରତିମା ଅଭିଯୋଗ କରିଛନ୍ତି। ରହିବାକୁ ଘରଟେ ନାହିଁ। ମାଟିଝାଟି ଘରେ ଛିଣ୍ଡା ପାଲ ତଳେ ରହୁଛନ୍ତି ଓ ସାହି ପଡିଶାଙ୍କ ସହଯୋଗରେ ପରିବାର ଦୁର୍ଦ୍ଦଶା ଭିତରେ ବଞ୍ଚୁଛନ୍ତି ବୋଲି ଉଭୟେ କହିଛନ୍ତି। କୋତପୁର ସରପଞ୍ଚ ସୁନାକର ବେହେରାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କିଛି ଜାଣିନାହାନ୍ତି ଓ ଯାହାର ଅସୁବିଧା ଅଛି ଆସି ଲିଖିତ ଆକାରରେ ଦେଲେ ସେ ବୁଝିବେ ବୋଲି କହିଛନ୍ତି। ପୂର୍ବରୁ ଏକାଧିକ ଦୃଷ୍ଟିହୀନ ବ୍ୟକ୍ତି ଆବାସ ଯୋଜନାରେ ସାମିଲ କରିବାକୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସଚିବଙ୍କୁ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri