ଲଗାଣ ବର୍ଷା ବିତ୍ପାତ: ଭାଙ୍ଗିଛି ଶତାଧିକ କଚ୍ଚା ଘର

ଅମରପାଲି,୭ା୮(ପୀତାମ୍ବର ସାହୁ): ନିକଟରେ ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ରାସ୍ତାଘାଟ ଧୋଇ ହୋଇଯିବା ସହିତ ପୋଲ ଓ ଆପ୍ରୋଚ ରାସ୍ତା ମଧ୍ୟ ଭାଙ୍ଗିଯାଇଛି। ବର୍ଷା ପ୍ରଭାବରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ ଶ୍ରେଣୀର ଲୋକେ। ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଶତାଧିକ କଚ୍ଚାଘର ଭାଙ୍ଗି ଯାଇଛି। ଲୋକେ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକଙ୍କ ଘରର ମାଟି କାନ୍ଥ ଭାଙ୍ଗି ଯାଇଥିବା ବେଳେ କେତେଜଣଙ୍କ ଘର ଭୁସୁଡି ପଡିଛି। ବର୍ଷା ସମୟରେ ଘର ଭାଙ୍ଗି ଯିବାରୁ କେତେକ ନିଜ ନିଜ ଗାଁ ସ୍କୁଲରେ ଆଶ୍ରୟ ନେଇଥିଲେ। ବ୍ଲକର ଖଣ୍ଡହତା ପଞ୍ଚାୟତ ଅଧୀନ ରାମ୍ଭିପାଲି ଗ୍ରାମର ନାରାୟଣ ବାଙ୍କ, ଚୈତନ୍ୟ ବାଙ୍କ, ସମାରୁ ନାଏକ, ଦିଗଦହନ ବାଙ୍କ, ଗୌରମଣି ବାରିକ, ରାଧେଶ୍ୟାମ ବାରିକ, ମୁରଲି ରାଜହଂସ, ଶଙ୍କର ବାରିକ, ପଞ୍ଚାନନ ବିଶ୍ବାଳ, ବିଶି ବିଶ୍ବାଳ , ବହଳପଦର ପଞ୍ଚାୟତ ଅମରପାଲି ଗ୍ରାମର ରିଙ୍କୁ ସାହୁ, ମୋହନ ପଧାନ, ବିହାରୀ ଦେହୁରୀ, ବଳଭଦ୍ର ରଣା, ସ୍ନେହଲତା ଭୁଇ, ବହଲପଦର ଗ୍ରାମର ପଞ୍ଚାନନ ହୋତା, ମଙ୍ଗଳ ଭୁଇ, ଗୌଡଗାଡର ରଘୁ ବସ୍ତିଆ, ବିଶାଳପାଲିର ଅମ୍ବିକା ସାହୁ, କେନଝିରିଆପାଲି ଗ୍ରାମର ତରଣୀସେନ ନାଏକ, ତେଲିପାଲିର ଗୀତା ଗୁରୁଙ୍କ ଘର ଭାଙ୍ଗିଯାଇଛି। ସେହିପରି ହିଲୁଙ୍ଗ ଗ୍ରାମର ଅମିତ ବାଦୀ, ଲୁତୁରପଙ୍କ ଗ୍ରାମର ସୁଜିତ ମହାକୁର, ଭଲିଆପଦର ଗ୍ରାମର ଶମ୍ଭୁ ଖୁରା, ଚୌହାନପୁର ଗ୍ରାମର ଗିରିଧାରୀ ପଧାନ, ଦୁରଦୁରାର ଚତରୁ ନାଏକ, ବିକଳପୁର ଗ୍ରାମର ଭୂମିସୁତା ନାଏକ, କମିରାର ଜଳତା ବାଦୀ, ଜଗଡା ମହାନନ୍ଦ, ଜଗତ ବାଦୀ, ବେଦମତୀ ବାଦୀ, ପୁଲେଶ୍ବର ଗ୍ରାମର ବୃନ୍ଦାବନ ଭୋଇ, ସତ୍ୟ ଭୋଇ, ବାରଝୁଲା ଗ୍ରାମର ସନ୍ତୋଷ ନାଏକ, ପଦ୍ମନାଭ ନାଏକ, ଅଚଣ୍ଡାର ଲାଲା ନାଏକ, ବରଘାଟ ଦାଦରର ନନ୍ଦି ମହାକୁର, କୁଞ୍ଜାପାଲିର ମଧୁ ଜଗଦଲା, କୁହିଦାଦର ର ମଗସିର ମାହାର, ରିଝେଇଦାଦରର ମୀନ ଦେହେରୀ , ସାଗଯୋରୀ ଗ୍ରାମର ରାଜନ ମୁଣ୍ଡା ଆଦିଙ୍କ ଘର ଭାଙ୍ଗିଯାଇଛି। ଘର ନ ଥିବାରୁ ଉକ୍ତ ପରିବାର ହନ୍ତସନ୍ତ ହେଉଛନ୍ତି। ଅନେକ ଗାଈ ଗୁହାଳ ଓ ଛେଳି ଗୁହାଳ ମଧ୍ୟ ଭାଙ୍ଗିଯାଇଛି। ବିଭାଗ ତରଫରୁ ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଦେବା ସହିତ ପଲିଥିନ ଯୋଗାଇ ଦେବାକୁ ଦାବି ହେଉଛି। ଘର ଭାଙ୍ଗିଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହିତ ଭାଙ୍ଗିଥିବା ଗୁହାଳ ପାଇଁ ମୋ ଗୁହାଳ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି। ଏନେଇ ବୀରମହାରାଜପୁର ତହସିଲଦାର ବିବୁଧ ଗଡନାୟକଙ୍କୁ ପଚାରିବାରେ ରାଜସ୍ବ ନିରୀକ୍ଷକମାନେ ଗାଁ ଗାଁ ଯାଇ ଘରଭଙ୍ଗା ନେଇ ତଦନ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ଏବେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ଦିଆଯାଉଛି। କ୍ଷୟକ୍ଷତି ଆକଳନ ପରେ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri