‘ଗୃହରକ୍ଷୀଙ୍କ ଅବଦାନ ପ୍ରଶଂସନୀୟ’

ଅନୁଗୋଳ ଅଫିସ, ୭।୧୨ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଗ୍ରାଉଣ୍ଡରେ ୫୯ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଏସ୍‌ପି ଜଗମୋହନ ମୀନା ଯୋଗ ଦେଇଥିଲେ। ଏହି ଅବସରରେ ଡିଆଇଜି ଷଡ଼ଙ୍ଗୀ କହିଥିଲେ, ସମାଜ ସୁରକ୍ଷାରେ ଗୃହରକ୍ଷୀଙ୍କ ଅବଦାନ ପ୍ରଶଂସନୀୟ। କରୋନା ନିୟନ୍ତ୍ରଣରେ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଜୀବନକୁ ବାଜି ଲଗାଇ ସେମାନେ କାର୍ଯ୍ୟ କରିଛନ୍ତି। ଏହାକୁ ସମ୍ମାନ ଜଣାଇବା ଆବଶ୍ୟକ। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବାକୁ ଡିଆଇଜି ଆହ୍ବାନ ଦେଇଛନ୍ତି। ଏସ୍‌ପି ମୀନା କହିଥିଲେ, ନିଷ୍ଠାର ସହ କାର୍ଯ୍ୟ କରିଲେ ସୁନାମ ମିଳିବ। ଏହି ଅବସରରେ ଅନୁଗୋଳ ଥାନାର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବଅଁରପାଳ ଥାନାର ନିତ୍ୟାନନ୍ଦ ଗଡ଼ନାୟକଙ୍କୁ ଶ୍ରେଷ୍ଠ ହୋମଗାର୍ଡ଼ ଭାବେ ପୁରସ୍କୃତ କରାଯାଇଥିଲା। ଅତିରିକ୍ତ ଏସ୍‌ପି ପ୍ରସନ୍ନ ବିଶ୍ୱାଳ, ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରିଜର୍ଭ ପୋଲିସ ଅଧିକାରୀ ସୁଶାନ୍ତ ସାହୁଙ୍କ ସମେତ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri