‘ନବୀନ ସ୍ବଚ୍ଛତା ପ୍ରତିଶ୍ରୁତି ଦେଲେ ଘର ଦିଆଯିବ’

ଭୁବନେଶ୍ବର, ୧୨ା୮(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବ୍ୟାପକ ଅନିୟମିତତା ହୋଇଛି। ଘର ବଣ୍ଟନରେ ଆଦୌ ସ୍ବଚ୍ଛତା ନାହିଁ। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ୩୭% ଲୋକଙ୍କୁ ଘର ମିଳିବାରେ
ଏପଟସେପଟ ହୋଇଛି। ଏହି ଯୋଜନାରେ ସ୍ବଚ୍ଛତା ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଲେ ଅବଶିଷ୍ଟ ଘର ଯୋଗାଇବା ଲାଗି ମଞ୍ଜୁରୀ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ସିଂଙ୍କ ଏଭଳି ସିଧାସଳଖ ମନ୍ତବ୍ୟ ଓଡ଼ିଶା ସରକାରଙ୍କ ପ୍ରଶାସନିକ ସ୍ବଚ୍ଛତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ ମନ୍ତ୍ରୀ ଅମାତ ପିଏମ୍‌ଏଓ୍ବାଇରେ ଅନିୟମିତତା ହୋଇଥିବା ସ୍ବୀକାର କରିଛନ୍ତି।
ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ସମୀକ୍ଷା କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଏମ୍‌ଏଓ୍ବାଇରେ ସ୍ବଚ୍ଛତା ରହିବା ନେଇ ପ୍ରତିଶ୍ରୁତି ଦେବା ପରେ ଅବଶିଷ୍ଟ ୮ ଲକ୍ଷ ଘର ଓଡ଼ିଶା ପାଇଁ ମଞ୍ଜୁର କରାଯିବ। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବାକୁ ଗିରିରାଜ ସ୍ପଷ୍ଟ ଭାବେ ଅମାତଙ୍କୁ କହିଛନ୍ତି।
ଅନ୍ୟପଟେ ମନ୍ତ୍ରୀ ଅମାତ କହିଛନ୍ତି, ପିଏମ୍‌ଏଓ୍ବାଇରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ୪୪ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଥିବାବେଳେ ୨୨ ଜଣଙ୍କୁ ନିଲମ୍ବିତ କରାଯାଇଛି। ୨୬୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ସ୍ବଚ୍ଛତାର ସହ କାର୍ଯ୍ୟ କରାଯିବ ବୋଲି ଅମାତ କହିଛନ୍ତି। ବୈଠକ ପରେ ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି, ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଭାରତ ସରକାର ଟାର୍ଗେଟ ନେଇଥିଲେ। ହେଲେ ଏଥିରେ ଅନିୟମିତତା ହୋଇଛି। ୨୦୧୮ରେ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲିବା ପରେ କୌଣସି କାରଣରୁ ରାଜ୍ୟ ସରକାର ସେଥିରେ ନାମ ଦେଇପାରି ନ ଥିଲେ। ୨୦୧୯ରେ ବାତ୍ୟା ଫନୀ ପରେ ଆବାସ ପୋର୍ଟାଲ ପୁଣିଥରେ ଖୋଲିଥିଲା। ସେଥିରେ ଯେଉଁ ସବୁ ନାମ ଆସିଲା, ତାକୁ ନେଇ ନାନା ଆପତ୍ତି ଓ ଅଭିଯୋଗ ହେଲା। ଏହାପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ଏହି ଆଲୋଚନା ହୋଇଛି। ଚଳିତ ବର୍ଷ ପିଏମ୍‌ଏଓ୍ବାଇରେ ଓଡ଼ିଶା ପାଇଁ ୭ ହଜାର କୋଟି ଟଙ୍କା ରହିଛି। ୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ନିର୍ମାଣ ହେବ। କେନ୍ଦ୍ର ସରକାର ଯେଉଁ ଟଙ୍କା ପଠାଉଛନ୍ତି ତାହା ଠିକ୍‌ ଭାବେ କାମରେ ଲାଗୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସୂଚନାଯୋଗ୍ୟ, ପାର୍ଲାମେଣ୍ଟ ଅଧିବେଶନ ବେଳେ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏହି ପ୍ରସଙ୍ଗ ଉଠାଇଥିଲେ। ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇରହିଛନ୍ତି। ନୂଆ ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ। ଫନୀରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଘର ଦେବାରେ ସମସ୍ୟା ଉପୁଜୁଛି। ତେଣୁ ତୁରନ୍ତ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲିବା ସହିତ ନୂଆ ଘର ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଥିଲେ। ସେହିଦିନ ହିଁ ଗିରିରାଜଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପିଏମ୍‌ଏଓ୍ବାଇ ପୋର୍ଟାଲ ଖୋଲିବା ନେଇ ନିବେଦନ କରିଥିଲେ। ଏଥିସହ ଯୋଜନାରେ ହୋଇଥିବା ଦୁର୍ନୀତି ବିଷୟରେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri