Posted inଫୁରସତ

ଘର ମହକାଉଛି ବାସିଫୁଲ

ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ ନିଜର ବିଦେଶୀ ବନ୍ଧୁଙ୍କ ସହ ବସିଥିବାବେଳେ ହଠାତ୍‌ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏଭଳି ଏକ ଷ୍ଟାର୍ଟଅପ୍‌ । ସହପାଠୀ ଅପୂର୍ବଙ୍କ ସହ ମିଶି ଅଙ୍କିତ ଆରମ୍ଭ କରିଥିବା ‘ଫୁଲ୍‌’ ଫାଉଣ୍ଡେଶନ ଏବେ ଶତାଧିକ ବେକାର ଯୁବତୀଯୁବକଙ୍କୁ ଦେଉଛି ରୋଜଗାର।
କାନପୁର: ଉତ୍ତରପ୍ରଦେଶ କାନପୁରରେ ରୁହନ୍ତି ଅଙ୍କିତ ଅଗ୍ରଓ୍ବାଲ। ପବିତ୍ର ମକର ସଂକ୍ରାନ୍ତିରେ ଚେକ୍‌ ରିପବ୍ଲିକର ଜଣେ ବନ୍ଧୁଙ୍କ ସହ ସେ ଗଙ୍ଗାନଦୀ କୂଳରେ ବସିଥିଲେ। ପ୍ରଦୂଷିତ ଗଙ୍ଗା ନଦୀକୁ ଦେଖି ଅଙ୍କିତଙ୍କ ବନ୍ଧୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନେକ ପ୍ରଶ୍ନ ପଚାରିଥିଲେ। ତେବେ ପ୍ରଚଳିତ ବ୍ୟବସ୍ଥା ଉପରେ ଦୋଷ ଲଦି ଅଙ୍କିତ କଥା ଟାଳିଦେଲେ। ଏହି ସମୟରେ ଏକ ବାସି ଫୁଲଭର୍ତ୍ତି ଅଟୋରିକ୍ସା ଆସି ନଦୀକୂଳରେ ଅଟକିଲା। ଗାଡ଼ି ଡ୍ରାଇଭର ସବୁ ଫୁଲକୁ ନଦୀରେ ଭସାଇଦେଲେ। ଏହି ଘଟଣା ଅଙ୍କିତଙ୍କ ମନକୁ ଆନ୍ଦୋଳିତ କଲା। ଏହାପରେ ବାସିଫୁଲକୁ ଉପଯୋଗ କରିବା ନେଇ ଅଙ୍କିତଙ୍କ ମୁଣ୍ଡରେ ପଶିଲା ଷ୍ଟାର୍ଟଅପ୍‌ ‘ଫୁଲ୍‌’।
ମନ୍ଦିରରେ ଚଢ଼ାଯାଇଥିବା ଫୁଲ ବାସି ହୋଇଯିବା ପରେ ଏହାକୁ ପୋତି ଦିଆଯାଏ ଅଥବା ପାଣିରେ ଫିଙ୍ଗି ଦିଆଯାଏ। ହେଲେ ପାଣିରେ ଫିଙ୍ଗି ଦେଇଥିବା ଫୁଲ ଜଳ ପ୍ରଦୂଷଣର କାରଣ ପାଲଟିଥାଏ। ଏହି ଫୁଲକୁ ସଂଗ୍ରହ କରି ଅତି ସହଜରେ ଅଗରବତି, ପ୍ଲେଦର (ଫୁଲରୁ ପ୍ରସ୍ତୁତ ଚମଡ଼ା) ତିଆରି କରାଯାଇପାରିବ। ଏହାଦ୍ୱାରା ପ୍ରଥମତଃ ଜଳପ୍ରଦୂଷଣକୁ ରୋକାଯାଇପାରିବ। ଦ୍ୱିତୀୟତଃ ଅନେକେ ରୋଜଗାରକ୍ଷମ ହୋଇପାରିବେ ବୋଲି ଅଙ୍କିତ କହିଛନ୍ତି। ଅଙ୍କିତ ନିଜର ନିଆରା ଷ୍ଟାର୍ଟଅପ୍‌ ପାଇଁ ପ୍ରଥମେ ମନ୍ଦିର ପରିଚାଳନା କମିଟି ସହିତ ଯୋଗାଯୋଗ କରିଥିଲେ। କାନପୁରର ବିଭିନ୍ନ ମଠମନ୍ଦିର ସମେତ ତିରୁପତି ମନ୍ଦିରରୁ ତାଙ୍କ ସଙ୍ଗଠନ ଦୈନିକ ସାଢେ ୩ ଟନ୍‌ ବାସିଫୁଲ ଉଠାଉଛନ୍ତି। ଏହାକୁ ବ୍ୟବହାର କରି ଅଗରବତି ସମେତ ଅନ୍ୟ ସୁଗନ୍ଧିତ ସାମଗ୍ରୀ ତିଆରି କରାଯାଉଛି। ଫୁଲକୁ ନେଇ ଏକପ୍ରକାର ଚମଡ଼ା ପ୍ରସ୍ତୁତ କରାଯାଉଛି। ଏଥିଲାଗି ଦୀର୍ଘ ୪ବର୍ଷ ଧରି ଗବେଷଣା କରିବାକୁ ପଡିଥିବା ଅଙ୍କିତ କହିଛନ୍ତି।
ଫୁଲକୁ ନେଇ ଷ୍ଟାର୍ଟଅପ୍‌ ଆରମ୍ଭ କରିବା ପୂର୍ବରୁ ଅଙ୍କିତ ଦୁଇମାସ ଧରି ଅନୁଧ୍ୟାନ କରିଥିଲେ। ପ୍ରଥମେ ୨ କେଜି ଫୁଲ ଏବଂ ୭୨ ହଜାର ଟଙ୍କା ବିନିଯୋଗ କରି ସେ ଉଦ୍ୟୋଗ ଆରମ୍ଭ କରିଥିଲେ। ନିଜର ଆଇଡିଆକୁ ନୂଆ ରୂପ ଦେବାକୁ ଆଇଆଇଟି, ଆଇଆଇଏମ୍‌ ସମେତ ଅନ୍ୟ ସଂସ୍ଥାନ ସହିତ ଯୋଗାଯୋଗ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିସହ ପାଖାପାଖି ୨୦ ଲକ୍ଷ ଟଙ୍କା ଯାଏ ପାଣ୍ଠି ଯୋଗାଡ଼ କରିପାରିଥିଲେ। ବର୍ଷେ ପରେ ମୋଟା ଅଙ୍କର ଚାକିରି ଛାଡ଼ି ସହପାଠୀ ଅପୂର୍ବଙ୍କ ସହ ମିଶି ନିଜର ଷ୍ଟାର୍ଟଅପ୍‌କୁ ସାକାର ରୂପ ଦେବାକୁ ଚିନ୍ତା କରିଥିଲେ। ଅଙ୍କିତଙ୍କ ପ୍ରମୁଖ ସହଯୋଗୀ ଅପୂର୍ବ କୁହନ୍ତି, ମନ୍ଦିରକୁ ଯାଇ ଫୁଲକୁ ପାଣିରେ ନ ଫିଙ୍ଗିବା ଏବଂ ସେହି ଫୁଲକୁ ତାଙ୍କ ସଙ୍ଗଠନକୁ ପ୍ରଦାନ କରିବା ଲାଗି ବୁଝାଇବା କାଠିକର ପାଠ ଥିଲା। ଏହା ପରେ ସେମାନେ ‘ତେରା ତୁଝକୋ ଅର୍ପଣ’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ। ଲୋକଙ୍କ ଆସ୍ଥା ବିଶ୍ୱାସକୁ ଯେପରି କୌଣସି ଆଘାତ ନ ଲାଗେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ଶ୍ରଦ୍ଧାଳୁ ଏବଂ ମନ୍ଦିର କମିଟି ଅଭିଯାନରେ ଯୋଡ଼ିହେବାକୁ ଆଗ୍ରହୀ ହେଲେ।
ବାସିଫୁଲ ଉଦ୍ୟୋଗ ସମ୍ପର୍କରେ ଅପୂର୍ବ କୁହନ୍ତି, ମନ୍ଦିରରୁ ଫୁଲ ଉଠାଇବା ଲାଗି ଲୋକଙ୍କୁ ନିୟୋଜିତ କରାଯାଇଛି। ଗାଡ଼ି ସହାୟତାରେ ବାସିଫୁଲ କମ୍ପାନୀରେ ପହଞ୍ଚେ। ମେଶିନରେ ଫୁଲରୁ ଜଳୀୟ ଅଂଶ ବାହାର କରି ଶୁଖାଇ ଦିଆଯାଏ। ଏହାପରେ ଫୁଲ, ପତ୍ର ସବୁକୁ ଅଲଗା କରି ଦିଆଯାଏ। ଏଥିରୁ ପ୍ରସ୍ତୁତ ପାଉଡରରେ ପ୍ରାକୃତିକ ସୁଗନ୍ଧ ଦ୍ରବ୍ୟ ମିଶାଇ ଧୂପକାଠି, ଅଗରବତି ପ୍ରସ୍ତୁତ କରାଯାଏ। ୨୦୧୮ରେ ପ୍ରଥମ ପ୍ରଡକ୍ଟ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇଥିଲା। ସେତେବେଳେ ଦିନକୁ ମାତ୍ର ୨-୩ଟି ଅର୍ଡର ଆସୁଥିଲା। ଏବେ ଏହା ୧୦୦୦ ଟପିଲାଣି। ଯେହେତୁ ଅଗରବତି ମାର୍କେଟ ଛୋଟ, ତେଣୁ ସେମାନେ ଏବେ ପ୍ଲେଦର ପ୍ରସ୍ତୁତ ଉପରେ ଅଧିକ ଫୋକସ୍‌ କରୁଛନ୍ତି। କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌ ସମୟରେ କମ୍ପାନୀ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। କର୍ମଚାରୀଙ୍କୁ ଦରମା ଦେବା କାଠିକର ପାଠ ହୋଇଗଲା। ଏଭଳି ପ୍ରତିକୂଳ ସମୟରେ ଷ୍ଟାର୍ଟଅପ୍‌କୁ ପାଣ୍ଠି ଯୋଗାଉଥିବା ସଂସ୍ଥା ଆଇଏଏନ୍‌ ଏବଂ ସାନ୍‌ ଫ୍ରାନ୍‌ସିସ୍‌କୋ ଟ୍ରେପର ରିଚାର୍ଡସ୍‌ କପ୍‌ଲାନ ଫାଉଣ୍ଡେଶନ ପକ୍ଷରୁ ୧୦.୪୦ କୋଟି ଟଙ୍କାର ସହାୟତା ମିଳିବା ପରେ ସମସ୍ୟାର ସମାଧାନ ହୋଇପାରିଛି ବୋଲି ଅପୂର୍ବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?