Posted inଫୁରସତ

ଘର ମହକାଉଛି ବାସିଫୁଲ

ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ ନିଜର ବିଦେଶୀ ବନ୍ଧୁଙ୍କ ସହ ବସିଥିବାବେଳେ ହଠାତ୍‌ ତାଙ୍କ ମୁଣ୍ଡକୁ ଜୁଟିଥିଲା ଏଭଳି ଏକ ଷ୍ଟାର୍ଟଅପ୍‌ । ସହପାଠୀ ଅପୂର୍ବଙ୍କ ସହ ମିଶି ଅଙ୍କିତ ଆରମ୍ଭ କରିଥିବା ‘ଫୁଲ୍‌’ ଫାଉଣ୍ଡେଶନ ଏବେ ଶତାଧିକ ବେକାର ଯୁବତୀଯୁବକଙ୍କୁ ଦେଉଛି ରୋଜଗାର।
କାନପୁର: ଉତ୍ତରପ୍ରଦେଶ କାନପୁରରେ ରୁହନ୍ତି ଅଙ୍କିତ ଅଗ୍ରଓ୍ବାଲ। ପବିତ୍ର ମକର ସଂକ୍ରାନ୍ତିରେ ଚେକ୍‌ ରିପବ୍ଲିକର ଜଣେ ବନ୍ଧୁଙ୍କ ସହ ସେ ଗଙ୍ଗାନଦୀ କୂଳରେ ବସିଥିଲେ। ପ୍ରଦୂଷିତ ଗଙ୍ଗା ନଦୀକୁ ଦେଖି ଅଙ୍କିତଙ୍କ ବନ୍ଧୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଅନେକ ପ୍ରଶ୍ନ ପଚାରିଥିଲେ। ତେବେ ପ୍ରଚଳିତ ବ୍ୟବସ୍ଥା ଉପରେ ଦୋଷ ଲଦି ଅଙ୍କିତ କଥା ଟାଳିଦେଲେ। ଏହି ସମୟରେ ଏକ ବାସି ଫୁଲଭର୍ତ୍ତି ଅଟୋରିକ୍ସା ଆସି ନଦୀକୂଳରେ ଅଟକିଲା। ଗାଡ଼ି ଡ୍ରାଇଭର ସବୁ ଫୁଲକୁ ନଦୀରେ ଭସାଇଦେଲେ। ଏହି ଘଟଣା ଅଙ୍କିତଙ୍କ ମନକୁ ଆନ୍ଦୋଳିତ କଲା। ଏହାପରେ ବାସିଫୁଲକୁ ଉପଯୋଗ କରିବା ନେଇ ଅଙ୍କିତଙ୍କ ମୁଣ୍ଡରେ ପଶିଲା ଷ୍ଟାର୍ଟଅପ୍‌ ‘ଫୁଲ୍‌’।
ମନ୍ଦିରରେ ଚଢ଼ାଯାଇଥିବା ଫୁଲ ବାସି ହୋଇଯିବା ପରେ ଏହାକୁ ପୋତି ଦିଆଯାଏ ଅଥବା ପାଣିରେ ଫିଙ୍ଗି ଦିଆଯାଏ। ହେଲେ ପାଣିରେ ଫିଙ୍ଗି ଦେଇଥିବା ଫୁଲ ଜଳ ପ୍ରଦୂଷଣର କାରଣ ପାଲଟିଥାଏ। ଏହି ଫୁଲକୁ ସଂଗ୍ରହ କରି ଅତି ସହଜରେ ଅଗରବତି, ପ୍ଲେଦର (ଫୁଲରୁ ପ୍ରସ୍ତୁତ ଚମଡ଼ା) ତିଆରି କରାଯାଇପାରିବ। ଏହାଦ୍ୱାରା ପ୍ରଥମତଃ ଜଳପ୍ରଦୂଷଣକୁ ରୋକାଯାଇପାରିବ। ଦ୍ୱିତୀୟତଃ ଅନେକେ ରୋଜଗାରକ୍ଷମ ହୋଇପାରିବେ ବୋଲି ଅଙ୍କିତ କହିଛନ୍ତି। ଅଙ୍କିତ ନିଜର ନିଆରା ଷ୍ଟାର୍ଟଅପ୍‌ ପାଇଁ ପ୍ରଥମେ ମନ୍ଦିର ପରିଚାଳନା କମିଟି ସହିତ ଯୋଗାଯୋଗ କରିଥିଲେ। କାନପୁରର ବିଭିନ୍ନ ମଠମନ୍ଦିର ସମେତ ତିରୁପତି ମନ୍ଦିରରୁ ତାଙ୍କ ସଙ୍ଗଠନ ଦୈନିକ ସାଢେ ୩ ଟନ୍‌ ବାସିଫୁଲ ଉଠାଉଛନ୍ତି। ଏହାକୁ ବ୍ୟବହାର କରି ଅଗରବତି ସମେତ ଅନ୍ୟ ସୁଗନ୍ଧିତ ସାମଗ୍ରୀ ତିଆରି କରାଯାଉଛି। ଫୁଲକୁ ନେଇ ଏକପ୍ରକାର ଚମଡ଼ା ପ୍ରସ୍ତୁତ କରାଯାଉଛି। ଏଥିଲାଗି ଦୀର୍ଘ ୪ବର୍ଷ ଧରି ଗବେଷଣା କରିବାକୁ ପଡିଥିବା ଅଙ୍କିତ କହିଛନ୍ତି।
ଫୁଲକୁ ନେଇ ଷ୍ଟାର୍ଟଅପ୍‌ ଆରମ୍ଭ କରିବା ପୂର୍ବରୁ ଅଙ୍କିତ ଦୁଇମାସ ଧରି ଅନୁଧ୍ୟାନ କରିଥିଲେ। ପ୍ରଥମେ ୨ କେଜି ଫୁଲ ଏବଂ ୭୨ ହଜାର ଟଙ୍କା ବିନିଯୋଗ କରି ସେ ଉଦ୍ୟୋଗ ଆରମ୍ଭ କରିଥିଲେ। ନିଜର ଆଇଡିଆକୁ ନୂଆ ରୂପ ଦେବାକୁ ଆଇଆଇଟି, ଆଇଆଇଏମ୍‌ ସମେତ ଅନ୍ୟ ସଂସ୍ଥାନ ସହିତ ଯୋଗାଯୋଗ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିସହ ପାଖାପାଖି ୨୦ ଲକ୍ଷ ଟଙ୍କା ଯାଏ ପାଣ୍ଠି ଯୋଗାଡ଼ କରିପାରିଥିଲେ। ବର୍ଷେ ପରେ ମୋଟା ଅଙ୍କର ଚାକିରି ଛାଡ଼ି ସହପାଠୀ ଅପୂର୍ବଙ୍କ ସହ ମିଶି ନିଜର ଷ୍ଟାର୍ଟଅପ୍‌କୁ ସାକାର ରୂପ ଦେବାକୁ ଚିନ୍ତା କରିଥିଲେ। ଅଙ୍କିତଙ୍କ ପ୍ରମୁଖ ସହଯୋଗୀ ଅପୂର୍ବ କୁହନ୍ତି, ମନ୍ଦିରକୁ ଯାଇ ଫୁଲକୁ ପାଣିରେ ନ ଫିଙ୍ଗିବା ଏବଂ ସେହି ଫୁଲକୁ ତାଙ୍କ ସଙ୍ଗଠନକୁ ପ୍ରଦାନ କରିବା ଲାଗି ବୁଝାଇବା କାଠିକର ପାଠ ଥିଲା। ଏହା ପରେ ସେମାନେ ‘ତେରା ତୁଝକୋ ଅର୍ପଣ’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ। ଲୋକଙ୍କ ଆସ୍ଥା ବିଶ୍ୱାସକୁ ଯେପରି କୌଣସି ଆଘାତ ନ ଲାଗେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ଶ୍ରଦ୍ଧାଳୁ ଏବଂ ମନ୍ଦିର କମିଟି ଅଭିଯାନରେ ଯୋଡ଼ିହେବାକୁ ଆଗ୍ରହୀ ହେଲେ।
ବାସିଫୁଲ ଉଦ୍ୟୋଗ ସମ୍ପର୍କରେ ଅପୂର୍ବ କୁହନ୍ତି, ମନ୍ଦିରରୁ ଫୁଲ ଉଠାଇବା ଲାଗି ଲୋକଙ୍କୁ ନିୟୋଜିତ କରାଯାଇଛି। ଗାଡ଼ି ସହାୟତାରେ ବାସିଫୁଲ କମ୍ପାନୀରେ ପହଞ୍ଚେ। ମେଶିନରେ ଫୁଲରୁ ଜଳୀୟ ଅଂଶ ବାହାର କରି ଶୁଖାଇ ଦିଆଯାଏ। ଏହାପରେ ଫୁଲ, ପତ୍ର ସବୁକୁ ଅଲଗା କରି ଦିଆଯାଏ। ଏଥିରୁ ପ୍ରସ୍ତୁତ ପାଉଡରରେ ପ୍ରାକୃତିକ ସୁଗନ୍ଧ ଦ୍ରବ୍ୟ ମିଶାଇ ଧୂପକାଠି, ଅଗରବତି ପ୍ରସ୍ତୁତ କରାଯାଏ। ୨୦୧୮ରେ ପ୍ରଥମ ପ୍ରଡକ୍ଟ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇଥିଲା। ସେତେବେଳେ ଦିନକୁ ମାତ୍ର ୨-୩ଟି ଅର୍ଡର ଆସୁଥିଲା। ଏବେ ଏହା ୧୦୦୦ ଟପିଲାଣି। ଯେହେତୁ ଅଗରବତି ମାର୍କେଟ ଛୋଟ, ତେଣୁ ସେମାନେ ଏବେ ପ୍ଲେଦର ପ୍ରସ୍ତୁତ ଉପରେ ଅଧିକ ଫୋକସ୍‌ କରୁଛନ୍ତି। କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌ ସମୟରେ କମ୍ପାନୀ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଥିଲା। କର୍ମଚାରୀଙ୍କୁ ଦରମା ଦେବା କାଠିକର ପାଠ ହୋଇଗଲା। ଏଭଳି ପ୍ରତିକୂଳ ସମୟରେ ଷ୍ଟାର୍ଟଅପ୍‌କୁ ପାଣ୍ଠି ଯୋଗାଉଥିବା ସଂସ୍ଥା ଆଇଏଏନ୍‌ ଏବଂ ସାନ୍‌ ଫ୍ରାନ୍‌ସିସ୍‌କୋ ଟ୍ରେପର ରିଚାର୍ଡସ୍‌ କପ୍‌ଲାନ ଫାଉଣ୍ଡେଶନ ପକ୍ଷରୁ ୧୦.୪୦ କୋଟି ଟଙ୍କାର ସହାୟତା ମିଳିବା ପରେ ସମସ୍ୟାର ସମାଧାନ ହୋଇପାରିଛି ବୋଲି ଅପୂର୍ବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri