ଲଗାଣ ବର୍ଷାରେ ଭାଙ୍ଗିଲା ଘର: ବାସହୀନ ଦୁଇ ପରିବାର

କୋକସରା,୨୩ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ଯୋଜନାରୁ ବାଦ୍‌ ପଡୁଛନ୍ତି। ଏମିତି ଦୁଇଟି ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକ ଗମ୍ଭାରୀଗୁଡ଼ା ଓ ମୋଟେର ପଞ୍ଚାୟତରେ। ଲଗାଣ ବର୍ଷା ଯୋଗୁ ମୋଟେର ଗ୍ରାମର ବୃଦ୍ଧା କୁମାରୀ ପୂଝାରୀ(୬୦) ଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଅନୁରୂପ ଭାବେ ସିର୍ଲିଗୁଡ଼ା ଗ୍ରାମର ଦନାର ଦୁର୍ଗା (୫୩)ଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ଦନାର ତାଙ୍କ ସ୍ତ୍ରୀ ଯମୁନା ଦୁର୍ଗା, ବୋହୂ ଭୂମିଲତା, ପୁଅ ଗୋପବନ୍ଧୁ ଓ ସାନପୁଅ ଚମ୍ପେଶ୍ୱର ଅତି ଦୟନୀୟ ଅବସ୍ଥାରେ ଲଗାଣ ବର୍ଷାରେ ରହୁଛନ୍ତି। ବୃଦ୍ଧା କୁମାରୀ ପୂଝାରୀଙ୍କ ଘର ଭାଙ୍ଗିବା ପରେ କୌଣସି ସରକାରୀ ସହାୟତା ମିଳିନାହିଁ । ବୃଦ୍ଧା ଜଣକ ଏକୁଟିଆ ରହୁଥିବା ବେଳେ ତାଙ୍କର କେହି ନାହାନ୍ତି। ଏନେଇ ମୋଟେର ସରପଞ୍ଚ ବାସନ୍ତୀ ନାଏକଙ୍କ ପ୍ରତିକ୍ରିୟା ନେବାରୁ ଆବାସ ଯୋଜନା ଲିଷ୍ଟରେ ବୃଦ୍ଧାଙ୍କ ନାମ ରହିଛି। ଆବାସ ଯୋଜନାରେ ଘର ଆସିଲେ ତାଙ୍କୁ ଦିଆଯିବ। ଅନ୍ୟପକ୍ଷରେ ରାଜସ୍ବ ନିରୀକ୍ଷକଙ୍କ ମୋବାଇଲ ସ୍ବିଚ୍‌ଅଫ୍‌ ଥିବାରୁ ଯୋଗାଯୋଗ ହୋଇ ପାରୁନାହିଁ। ଅନ୍ୟପଟେ ସିର୍ଲିଗୁଡ଼ା ଗାଁର ଦନାର ଦୁର୍ଗାଙ୍କ ଘର ଭାଙ୍ଗିବା ରିପୋର୍ଟ ପାଇବା ପରେ କୋକସରା ରାଜସ୍ବ ନିରୀକ୍ଷିକା ଝାନ୍ସି ରାଣୀ ଦିଶାରୀ ସ୍ଥିତି ଅନୁଧ୍ୟାନ କରି ପଲିଥିନ୍‌ ଖଣ୍ଡେ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରିଚାଳନା ନେଇ ମିଛ ତଥ୍ୟ ରଖୁଛନ୍ତି ସରକାର

ଭୁବନେଶ୍ୱର,୨।୧୦(ବ୍ୟୁରୋ): କରୋନା ପରିଚାଳନାରେ ସରକାର ଯେଉଁ ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର। ଅସତ୍ୟ ଉପରେ ଆଧାରିତ ତଥ୍ୟ ବଳରେ ଡବ୍ଲ୍ୟୁଏଚ୍‌ଓ...

ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଜମି ହଡ଼ପ ଅଭିଯୋଗ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା...

ଆଜି ରାଜ୍ୟରେ ୭୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଜପତିରୁ ଶୂନ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ...

ଜଳସଙ୍କଟରେ ଗୋଚ୍ଛାୟତସାହିବାସୀ

ବଅଁରପାଳ, ୨୪ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗ ଗୋଚ୍ଛାୟତ ସାହିରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ସାହିବାସୀ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା...

ଲଗାଣ ବର୍ଷାରେ ପୁଣି ଧୋଇଗଲା କଲଭର୍ଟ

ନାକଟିଦେଉଳ,୨୪୮(ଡ଼ି.ଏନ.ଏ.): ଲଗାଣ ବର୍ଷାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ଧାତୁକିମାଳ କମଳାନାଳୀ ରାସ୍ତା ନାଳ ଉପରେ ନବନିର୍ମିତ କଲଭର୍ଟ ପୁଣି ଥରେ ଧୋଇ ହୋଇଯାଇଛି। ଧାତୁକିମାଳ...

ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି...

ବିଜେପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୩ହଜାର ୩୬୫ ଭୋଟରେ ବିଜେଡି ଆଗରେ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ରୀତା ସାହୁ ୨୩ ହଜାର...

ବ୍ରାହ୍ମଣୀରେ ବୁଡ଼ିବ ‘କଙ୍କା’

ଗଁଦିଆ, ୧ା୧୦ ଜନବସତିକୁ ଗିଳିବାକୁ ଜିଭ ବଢ଼ାଇଛି ବ୍ରାହ୍ମଣୀ। ବର୍ଷକୁ ବର୍ଷ କୂଳ ଖାଇ ମାଡ଼ି ଆସୁଛି ଆଗକୁ। ଅନ୍ୟପଟେ ନଦୀରୁ ବାହାରିଥିବା ଶାଖା ନାଳ...

Advertisement
Archives

Model This Week