Posted inଫୁରସତ

ବିନା ଛାତର ହୋଟେଲ

ବର୍ନ: ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ ଦମ୍ପତିମାନେ ସବୁଠୁ ଅଧିକ ପସନ୍ଦ କରନ୍ତି। ବିଶେଷ କରି ସୁନ୍ଦର ହୋଟେଲ ଦମ୍ପତିଙ୍କ ପ୍ରଥମ ପସନ୍ଦ ହୋଇଥାଏ। ତେବେ ଏମିତି ଏକ ହୋଟେଲ ରହିଛି ଯେଉଁଠି ଛାତ ନାହିଁ କି ପାଚେରି ନ ଥିଲେ ବି ତାହା ଲୋକଙ୍କ ପ୍ରିୟ ସ୍ଥାନ ପାଲଟିଛି। ଏହି ହୋଟେଲର ନାମ ହେଉଛି ‘ନଲ ଷ୍ଟର୍ନ’। ଏହା ସୁଇଜରଲାଣ୍ଡରେ ଅଛି। ଏହା ଏକ ଓପନ ଏୟାର ହୋଟେଲ। ଯେଉଁଥିରେ କେବଳ କୋଠରି ଅଛି। ଏଠାରେ
ରହୁଥିବା ଲୋକଙ୍କୁ ଖୋଲାରେ ଶୋଇବାକୁ ପଡ଼େ।
୨୦୧୬ରେ ଏଠାରେ ଗୋଟିଏ ବେଡ୍‌ ସହ ହୋଟେଲଟି ଆରମ୍ଭ ହୋଇଥିଲା। ସମୁଦ୍ର କୂଳରୁ ୬,୪୬୩ ଫୁଟ ଉଚ୍ଚରେ ଥିବା ଏହି ହୋଟେଲରେ ଗୋଟିଏ ରାତି ରହିବାକୁ ୧୭,୦୦୦ ଟଙ୍କା ଦେବାକୁ ପଡ଼ିଥାଏ। ମାତ୍ର ଏଠାରେ ରହିବାକୁ ହେଲେ ଉତ୍ତମ ଋତୁ ଦରକାର। ଭଲ ଋତୁ ହେଲେ ବହୁ ସଂଖ୍ୟାରେ ବୁକିଂ ହୋଇଥାଏ। ଆର୍ଟିଷ୍ଟ ଫ୍ରେକ ଏବଂ ରିକଲିନ ଏହି ହୋଟେଲ ନିର୍ମାଣ କରିଛନ୍ତି। ଏହି ହୋଟେଲରେ ଖୋଲା ଆକାଶ ତଳେ ବେଡ ରହିଛି। ଏଠାରେ ଟଏଲେଟ ବି ନାହିଁ। ପର୍ଯ୍ୟଟକମାନେ ଏଠାରୁ କିଛି ଦୂରରେ ଥିବା ସାଧାରଣ ଟଏଲେଟ ବ୍ୟବହାର କରିଥାନ୍ତି। ଚତୁଃପାର୍ଶ୍ୱରେ ପାହାଡ଼ ଘେରା ଏହି ସ୍ଥାନ ବହୁତ ସୁନ୍ଦର। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପ୍ରଥମେ ବେଡ୍‌ ବୁକ୍‌ କରିବାକୁ ପଡ଼ିଥାଏ। କରୋନା ମହାମାରୀ ସମୟରେ ଏଠାରେ ବୁକିଂ ବନ୍ଦ କରିଦିଆଯାଇଛି। ଏହାର ସୂଚନା ହେଟେଲର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଅପଲୋଡ କରିଦିଆଯାଇଛି। ଏଥିରେ ଲେଖାଅଛି, ୨୦୨୧ରେ ହୋଟେଲ ପାଇଁ ବୁକିଂ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

ଟେନ୍‌ସନ୍‌ରେ ଅଛନ୍ତି ମୃଣାଲ: ଦେଲେ ଚେତାବନୀ

ଆଜିକାଲି ଟେନ୍‌ସନ୍‌ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍‌ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri