ସାବୁନ ଦ୍ୱାରା ଘୁଞ୍ଚିଲା ୩ମହଲା ବିଲ୍ଡିଂ, ଭିଡିଓ ଭାଇରାଲ

ଅଟାଓ୍ବା,୧୨।୧୨: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ। ଯଦି ନିକଟରେ ହୋଇଥିବା ଘଟଣାନୁସାରେ ଆପଣଙ୍କୁ କହିବୁ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ ଘୁଞ୍ଚା ଯାଇଛି କଣ ଆପଣ ବିଶ୍ୱାସ କରିବେ। କାନାଡାର ଏକ ସହର ନୈାବା ସ୍କୋଟିଆରେ ଏପରି ଘଟଣା ଦେଖିବାକୁ ମିଳିଛି। ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

 

ନୈାବା ସ୍କୋଟିଆର ଏକ ରିଅଲ ଇଷ୍ଟେଷ୍ଟ କମ୍ପାନୀ ୧୯୭ବର୍ଷ ପୁରୁଣା ଏକ ବିଲ୍ଡିଂକୁ ଭାଙ୍ଗିବା ବଦଳରେ ପୁରା ବିଲ୍ଡିଂକୁ ଘୁଞ୍ଚାଇଦେଇଛି। ୭୦୦ଖଣ୍ଡ ସାବୁନ ବ୍ୟବହାର କରି ଶ୍ରମିକମାନେ ୨୨୦ଟନର ୩ମହଲା ବିଲ୍ଡିଂକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନାଥାଉ କି, କାନାଡାର ସ୍କୋଟିଆ ସହରରେ ଏହି ବିଲ୍ଡିଂ ୧୮୨୬ରେ ତିଆରି କରାଯାଇଥିଲା। ଯାହାକୁ ପର ବୂହୁର୍ତ୍ତରେ ଏଲମ୍ବୁଡ ହୋଟେଲ ଭାବେ ପରିବର୍ତ୍ତନ କରାଯାଇଥିଲା। ୨୦୧୮ରେ ଏହି ବିଲ୍ଡିଂକୁ ଭାଙ୍ଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଏହାକୁ ଭଙ୍ଗା ହେବ କି ନାହିଁ ଏହି ଦ୍ୱନ୍ଦ ଭିତରେ ରିଅଲ ଇଷ୍ଟେଷ୍ଟ କମ୍ପାନୀ ଗ୍ୟାଲେକ୍ସି ପ୍ରପୋଟିଜ ଏହି ବିଲ୍ଡିର ମାଲିକାନାକୁ କିଣି ନେଇଥିଲା। ଏବଂ ପର ମୂହୁର୍ତ୍ତରେ ଏହାକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ୩୦ଫୁଟ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ନେଇଥିଲା।

ଏହାକୁ ନେଇ କମ୍ପାନୀ ମାଲିକ ଶୋଲଡେନ ଶ୍ଟେନ କହିଛନ୍ତି, ଏହା ଏକ ଐତିହାସିକ ପଦକ୍ଷେପ। ନୂଆ ବିଲ୍ଡି ତିଆରି ହେବା ପରେ ପୁରୁଣା ବିଲ୍ଡିଂକୁ ଅନ୍ୟ ସ୍ଥାନକୁ ଶିଫ୍ଟ କରାଯିବାର ଯୋଜନା ରହିଛି। ଏପରି ଟେକ୍ନୋଲଜି ଦ୍ୱାରା ଐତିହାସିକ କାରୁକାର୍ଯ୍ୟକୁ ସଂରକ୍ଷିତ ରଖିବା ସହ ପୁର୍ନସ୍ଥାପିତ ମଧ୍ୟ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?