ବଢୁଛି ତାତି, ମିଳୁନି ନିସ୍ତାର

ବରଗଡ଼ ଅଫିସ୍‌,୧୬।୪: ବରଗଡ଼ ଜିଲାରେ ଗତ କିଛିଦିନ ହେଲା ତାତି ଥମିବା ନାଁ ନେଉନାହିଁ। ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଶନିବାର ଏହା ୪୦.୬ ଡିଗ୍ରୀକୁ ବୃଦ୍ଧି ପାଇଛି। ଜିଲାରେ ଏଭଳି ତାପମାତ୍ରା ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଦିନ ୧୧ଟାରୁ ତାତି ଅନୁଭୂତ ହେଉଥିବାରୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ଟାଣଖରା, ଗ୍ରୀଷ୍ମ ପ୍ରବାହ ଯୋଗୁ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି । ରାସ୍ତାଘାଟ ଖାଁ ଖାଁ ଲାଗୁଥିବାବେଳେ ପୂର୍ବରୁ ଜନଗହଳି ରହୁଥିବା ବସ୍‌ଷ୍ଟାଣ୍ଡ, ଅନ୍ୟ ଛକ ଗୁଡ଼ିକରେ ମଧ୍ୟ ଆଗଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ଅପରାହ୍ନ ୫ଟା ହେଲେ କିଛିଟା ଆଶ୍ୱସ୍ତି ମିଳୁଛି।
ତାତିରୁ ରକ୍ଷା ପାଇବା ପାଇଁ ଲୋକେ ମୁଣ୍ଡରେ ପଗଡ଼ି ଏବଂ ମହିଳାମାନେ ଓଢ଼ଣୀ ଘୋଡ଼ାଇ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଆଖୁରସ, ଲସି, ସରବତ, ଦହିବରା ସମେତ ପଇଡ଼, ଲେମ୍ବୁ, ତରଭୁଜ, କାକୁଡ଼ି ଆଦିର ଚାହିଦା ବଢ଼ି ଚାଲିଛି। ଆଖୁ, ଲସି, ସରବତ ଗ୍ଲାସ ପ୍ରତି ୨୦ଟଙ୍କାରେ ବିକ୍ରି ହେଉଛି। ସେହିପରି ପଇଡ଼ ଗୋଟାକୁ ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଥିବାବେଳେ ଲେମ୍ବୁ ଦର ମଧ୍ୟ ଗୋଟିଏ ପ୍ରତି ମଧ୍ୟ ୫ଟଙ୍କାକୁ ଛୁଇଁଛି। ତରଭୁଜ, କାକୁଡ଼ି ଦର ମଧ୍ୟ ସେଭଳି ବୃଦ୍ଧି ପାଇଛି। ଏଭଳିସ୍ଥଳେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳଛତ୍ର ଖୋଲାଯାଇନାହିଁ। କାଁ ଭାଁ କେତେକ ସ୍ଥାନରେ ଜଳଛତ୍ର ଖୋଲିଛି, ହେଲେ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ସେହିପରି ଆଶ୍ରୟ ନେବା ପାଇଁ ବ୍ୟସ୍ତବହୁଳ ସ୍ଥାନରେ ଏଯାଏ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇନାହିଁ। ଲୋକେ ଗଛମୂଳେ କିମ୍ବା କୌଣସି ଦୋକାନ ବାରଣ୍ଡାରେ ଆଶ୍ରୟ ନେଉଥିବା ପରିଲକ୍ଷିତ ହେଉଛି। ତେବେ ଯେଉଁ ସ୍ଥାନଗୁଡ଼ିକରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ କିମ୍ବା ଯାତ୍ରୀ ପ୍ରତୀକ୍ଷାଳୟ ନାହିଁ, ସେଠାରେ ତାତି ଯୋଗୁ ଯାତ୍ରୀଙ୍କୁ ବହୁ ହଟହଟା ହେବାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ତାତି ବୃଦ୍ଧି ଯୋଗୁ ଅଙ୍ଗନୱାଡ଼ିଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ, ବେସରକାରୀ ସ୍କୁଲ ଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ବନ୍ଦ ରଖାଯାଇଛି। ତେବେ ଏହି ଅବଧି ରବିବାର ପର୍ଯ୍ୟନ୍ତ ରହିଛି। ତାତି ଥମିବାର ନାଁ ନେଉ ନ ଥିବା ଯୋଗୁ ଯଦି ସୋମବାର ଉକ୍ତ ଶ୍ରେଣୀର ପାଠପଢ଼ା ଚାଲେ ତେବେ ପିଲାମାନେ ତାତିରେ ସ୍କୁଲ ଯିବା ଆସିବା କାଠିକର ପାଠ ହୋଇପଡିବ। ସେହିପରି ଅଂଶୁଘାତ ଭୟ ମଧ୍ୟ ରହିଛି। ଏ ସମ୍ପର୍କରେ ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି, ତାତି ଓ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ସଚେତନ କରାଯିବା ସହ ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ନଳକୂପଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି କରିବା ତଥା ଜଳଛତ୍ର ଖୋଲିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri