ରାଜଧାନୀର ସୁଆଦିଆ ‘କୋରାଖଇ’

ଭୁବନେଶ୍ୱର,୧୬।୪(ବ୍ୟୁରୋ) – ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଖାଦ୍ୟ ଓ ଭୋଗ କଥା ଉଠିଲେ, ମନକୁ ଆସେ ‘କୋରାଖଇ’। ଯେତିକି ସୁଆଦ, ସେତିକି ସ୍ବାସ୍ଥ୍ୟପ୍ରଦ। ଏହା ପୁଣି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରିୟ ଭୋଗ। ଜନ୍ମାଷ୍ଟମୀ ହେଉକି ରୁକୁଣାରଥଯାତ୍ରା ସବୁ ପର୍ବପର୍ବାଣିରେ ଠାକୁରଙ୍କ ନିକଟରେ ଏହି ଭୋଗ ଲାଗି ହୋଇଥାଏ। ଲିଆ, ନଡ଼ିଆପାତି, ଗୁଆଘିଅ, ଅଳେଇଚ, ଗୁଜୁରାତି, ଜୁଆଣି, କାଜୁ ଆଦି ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। କୋରାଖଇର ଜନ୍ମ ନେଇ ସ୍ପଷ୍ଟ ତଥ୍ୟ ନ ଥିଲେ ମଧ୍ୟ ପ୍ରାୟ ୧୫୦ ବର୍ଷ ପୂର୍ବେ ପୁରୁଣା ଭୁବନେଶ୍ୱରର ଲଳିତା ସୁନ୍ଦରୀ ବଓ୍ବୋ ପ୍ରଥମେ ଏହି ସୁଆଦିଆ ଖାଦ୍ୟକୁ ତିଆରି କରିଥିବା ଅଞ୍ଚଳବାସୀ କୁହନ୍ତି। କୋରାଖଇକୁ ନେଇ ମଧ୍ୟ ଅନେକ ଲୋକକଥା ଶୁଣିବାକୁ ମିଳେ। ଏହି ଅଞ୍ଚଳରେ ଥିବା ଭାରତ ବିଖ୍ୟାତ ବଇଆ କୋରାଖଇ, ଓଡ଼ିଶା ବିଖ୍ୟାତ କୋରାଖଇ, ଜଗତ ବିଖ୍ୟାତ କୋରାଖଇ ଆଦି ଦୋକାନରୁ ଛୁଟୁଥିବା ମହକ ହିଁ କହିଦିଏ, ଏହାର ବିଶ୍ୱ ପ୍ରସିଦ୍ଧିର କଥା। ପାଞ୍ଚ ପିଢ଼ି ଧରି କୋରାଖଇ ବେପାର ଅନେକଙ୍କ ଜୀବନଜୀବିକା ପାଲଟିଥିବାବେଳେ ଏହା ଦେଶବିଶେଷରେ ଓଡ଼ିଶା ତଥା ମନ୍ଦିରମାଳିନୀ ଭୁବନେଶ୍ୱରର ସ୍ବତନ୍ତ୍ର ପରିଚୟ ପାଲଟିଛି। କୋରାଖଇକୁ ଓଡ଼ିଶାବାସୀ ଯେତିକି ଭଲ ପାଆନ୍ତି, ବାହାର ରାଜ୍ୟ ବା ବିଦେଶରେ ଏହାଠାରୁ ଢ଼େର୍‌ ଅଧିକ ଚାହିଦା ରହିଛି। ଭୁବନେଶ୍ୱରରୁ ବିଦେଶକୁ ପଠାଯାଉଥିବା ଖାଦ୍ୟ ସାମଗ୍ରୀ ମଧ୍ୟରେ କୋରାଖଇ ସର୍ବାଧିକ ଥିବା ଦେଖାଯାଏ। କୋରାଖଇର ପ୍ରଚାରପ୍ରସାର ସହ ଜିଆଇ ମାନ୍ୟତା ପାଇଁ ଦାବି ଉଠୁଥିବାରୁ ଏହାର ଗୁରୁତ୍ୱ ବେଶ୍‌ ବଢ଼ିଯାଇଛି। ତେବେ କୋରାଖଇରେ କ’ଣ ରହିଛି, କାହିଁକି ଏହା ଏତେ ପ୍ରସିଦ୍ଧ, ସେସମ୍ପର୍କରେ ବ୍ୟବସାୟୀ, କାରିଗର ଓ ଅଞ୍ଚଳବାସୀଙ୍କ ମତକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

 

ତିଆରି କରିବା କଷ୍ଟ ହେଲେ ବି
ଆନନ୍ଦ ମିଳେ
ସହରରେ ଅନେକ ଗୁଡ଼ିଆ ଅଛନ୍ତି। ମାତ୍ର ଏ କୋରାଖଇ ପ୍ରସ୍ତୁତ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଏକାକୀ ୮୦ କିଲୋ ଓଜନର କୋରାଖଇ ଉଠାଇପାରୁଥିବା କାରିଗର ଏହି କାମ କରିପାରିବ। ଖାଇବାକୁ ପାଟିକୁ ଯେତିକି ସୁଆଦିଆ। ନିଆଁର ଧାସ ଓ ଧୂଆଁରେ ଏହାକୁ ପ୍ରସ୍ତୁତ କରିବା ସେତିକି କଷ୍ଟକର। ଏହା ଭୋଗ ହେଉଥିବାରୁ କୌଣସି ଗ୍ୟାସ ଚୁଲା ବ୍ୟବହାର କରାଯାଏ ନାହିଁ। ଏହା ଆମର କୌଳିକ ବୃତ୍ତି। ତେଣୁ ଯେତେ କଷ୍ଟ ହେଲେ ବି ଏଥିରୁ ଆମକୁ ଆନନ୍ଦ ମିଳେ। ଏଥିରେ ବ୍ୟବହାର ହେଉଥିବା ନଡ଼ିଆ ସାତଶଙ୍ଖ ଅଞ୍ଚଳରୁ ଆସୁଥିବାବେଳେ ଏଥିରୁ ପାତି ତିଆର କରାଯାଏ। ୨ରୁ ୩ ଜଣ କାରିଗର ଏକାଠି ହୋଇ ସବୁ କାମ କରିବାକୁ ପଡ଼େ ।
– କାଳିନ୍ଦୀ ଚରଣ ସାହୁ, ବରିଷ୍ଠ କାରିଗର
ଈଶ୍ୱରଙ୍କ କୃପା, ସମ୍ମାନ ବି ମିଳୁଛି
କୋରାଖଇ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁ ଈଶ୍ୱରଙ୍କ କୃପା। ସରକାରୀସ୍ତରରେ ଏତେ ପ୍ରଚାରପ୍ରସାର ନାହିଁ। ମାତ୍ର ଯେବେ ବି ଯେଉଁ ମେଳା ମହୋତ୍ସବରେ କୋରାଖଇ ପ୍ରଦର୍ଶିତ ହୋଇଛି, ତାହା ଆମକୁ ସଫଳତା ଓ ସମ୍ମାନ ଆଣିଦେଇଛି। ଆମ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଖାଦ୍ୟରେ କୋରାଖଇ ସାମିଲ ହୁଏ। ଘରକୁ କୁଣିଆ ଆସିଲେ ତାଙ୍କ ହାତରେ ପୁଞ୍ଜେ କୋରାଖଇ ଦିଅନ୍ତି। ପରିଶ୍ରମ ଅନୁସାରେ, ସେମିତି ବିଶେଷ ଲାଭ ନ ହେଲେ ମଧ୍ୟ ସହରର ସ୍ବତନ୍ତ୍ର ପରିଚୟ ପାଇଁ ଏହି ପରିଶ୍ରମ ଆତ୍ମସନ୍ତୋଷ ଦେଇଥାଏ। କୋଭିଡ୍‌ ପରେ ସବୁ ଜିନିଷର ଦରଦାମ ବଢ଼ିଥିଲେ ମଧ୍ୟ ଆମେ ଦର ବଢ଼ାଇନାହଁୁ।
– ଅଶୋକ କୁମାର ସାହୁ, ବ୍ୟବସାୟୀ
ଅସଲି କୋରାଖଇ ଖାଇଲେ
ହିଁ ମଜା ଲାଗିବ
କାହିଁ କେଉଁ କାଳରୁ ଏହି କୋରାଖଇ ପ୍ରସ୍ତୁତ ହୋଇଆସୁଛି। ମୁଁ ବିଜେବି ନଗରରୁ ଏଠାକୁ ହିଁ ଆସି ସବୁବେଳେ କୋରାଖଇ ନିଏ। ଯେଉଁମାନେ ଅସଲି କୋରାଖଇ ଖାଇନାହାନ୍ତି ସେମାନେ ତାହାର ମଜା କହିପାରିବେ ନାହିଁ। ମୁଁ ପ୍ରତିମାସରେ ୩ରୁ ୪ କେଜି କୋରା ଖଇ କିଣିନିଏ । କିଛି ଘରେ ପୂଜା ହୁଏ ଓ କଟକର ବୟାଳିଶ ମଉଜାସ୍ଥିତ ରାଧାକୃଷ୍ଣ ମନ୍ଦିରକୁ ନିଏ। ଏହାର ଉପାଦାନଗୁଡ଼ିକ ସ୍ବାସ୍ଥ୍ୟଗୁଡ଼ିକ ପାଇଁ ବେଶ୍‌ ଉପକାରୀ।
– କେଦାର ପଟ୍ଟନାୟକ, ଗ୍ରାହକ
ରାଜ୍ୟ ସରକାର ପ୍ରଚାରପ୍ରସାର କରନ୍ତୁ
ଆମ ଅଣଜେଜେଙ୍କ ଅମଳରୁ କୋରାଖଇ ପ୍ରସ୍ତୁତ ହୋଇଆସୁଥିବା ଆମେ ଦେଖୁଛୁ। ରାଜଧାନୀ ଭୁବନେଶ୍ୱର ଓଡ଼ିଶାର ବିଭିନ୍ନ ଖାଦ୍ୟର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ସେହି ସବୁ ଖାଦ୍ୟରେ କୋରାଖଇ ସାମିଲ କରାଯାଏ ନାହିଁ। ତେଣୁ ଯଦି ଏହାର ଅଧିକ ପ୍ରଚାର ପ୍ରସାର ହୋଇପାରନ୍ତା, ତେବେ ଲୋକେ ଏହି ନିଆରା ଖାଦ୍ୟ ସହ ପରିଚିତ ହୋଇପାରନ୍ତେ। ରାଜଧାନୀର ଏହି ନିଜସ୍ବ ସୁଆଦିଆ ଖାଦ୍ୟକୁ ଜିଆଇ ଟ୍ୟାଗ ପାର୍ଁଇ ଅନେକ ପ୍ରୟାସ କରାଯାଇଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ଶେଷରେ ସେ ସ୍ବର ଥମିଯାଇଛି।
– ଶଶୀକାନ୍ତ ସାହୁ, ବ୍ୟବସାୟୀ ତଥା କାରିଗର
ନକଲି କୋରାଖଇ ବଦନାମ କରୁଛି
ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ଲିଙ୍ଗରାଜ ମନ୍ଦିର ବୁଲି ଆସିଲେ ଏଠାରୁ କୋରାଖଇ ନେବାକୁ ଭୁଲନ୍ତି ନାହିଁ। କିନ୍ତୁ ରାଜ୍ୟରେ ବହୁତ ଲୋକଅଛନ୍ତି କୋରାଖଇ ପ୍ରକୃତ ଉପତ୍ତ୍ତି ସମ୍ପର୍କରେ ଜାଣନ୍ତି ନାହିଁ। ମନ୍ଦିର ସମ୍ମୁଖରେ ବିକ୍ରି ହେଉଥିବା ନକଲି କୋରାଖଇ ପ୍ରକୃତ କୋରାଖଇକୁ ବଦନାମ କରିବା ସହ ଏହାର ପ୍ରଚାରପ୍ରସାରରେ ବାଧକ ସାଜୁଛି।
– ରାଜକିଶୋର ମହାରଣା, ଅଞ୍ଚଳବାସୀ
ବିଦେଶୀମାନେ ମୋଠାରୁ କୋରାଖଇ ନିଅନ୍ତି
ଜେଜେମା’ ଲଳିତା ସୁନ୍ଦରୀ ବଓ୍ବୋ କୋରାଖଇ ତିଆରି କରିବା ଆରମ୍ଭ କରିଥିଲେ। କିନ୍ତୁ ଜେଜେବାପା ବୈରାଗୀ (ବଇଆ) ସାହୁଙ୍କ ନାମରେ ବ୍ୟବସାୟ ଆରମ୍ଭ ହୋଇଥିଲା। ଏବେ ଆମେ ପ୍ରସ୍ତୁତ କରୁଛୁ। ଯଦି ଆମ ପିଲାମାନେ ଚାହିଁବେ ଆଉ ଏକ ପିଢ଼ି ଏଥିରେ ଯୋଗଦେବେ। ଏବେ ବ୍ୟବସାୟ ଭଲ ଚାଲିଛି। ବିଦେଶୀମାନେ ଏଠାରୁ ବରାଦ ଦେଇ କୋରାଖଇ ନିଅନ୍ତି। କିନ୍ତୁ ରାଜଧାନୀର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବା କୋରାଖଇ ନିଜ ରାଜ୍ୟରେ ସେତିକି ଲୋକଲୋଚନକୁ ଆସିପାରିନାହିଁ।
– ସୁରେନ୍ଦ୍ର କୁମାର ସାହୁ, ବ୍ୟବସାୟୀ
ତଥା କାରିଗର


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri