ରାଜଧାନୀର ସୁଆଦିଆ ‘କୋରାଖଇ’

ଭୁବନେଶ୍ୱର,୧୬।୪(ବ୍ୟୁରୋ) – ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଖାଦ୍ୟ ଓ ଭୋଗ କଥା ଉଠିଲେ, ମନକୁ ଆସେ ‘କୋରାଖଇ’। ଯେତିକି ସୁଆଦ, ସେତିକି ସ୍ବାସ୍ଥ୍ୟପ୍ରଦ। ଏହା ପୁଣି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରିୟ ଭୋଗ। ଜନ୍ମାଷ୍ଟମୀ ହେଉକି ରୁକୁଣାରଥଯାତ୍ରା ସବୁ ପର୍ବପର୍ବାଣିରେ ଠାକୁରଙ୍କ ନିକଟରେ ଏହି ଭୋଗ ଲାଗି ହୋଇଥାଏ। ଲିଆ, ନଡ଼ିଆପାତି, ଗୁଆଘିଅ, ଅଳେଇଚ, ଗୁଜୁରାତି, ଜୁଆଣି, କାଜୁ ଆଦି ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। କୋରାଖଇର ଜନ୍ମ ନେଇ ସ୍ପଷ୍ଟ ତଥ୍ୟ ନ ଥିଲେ ମଧ୍ୟ ପ୍ରାୟ ୧୫୦ ବର୍ଷ ପୂର୍ବେ ପୁରୁଣା ଭୁବନେଶ୍ୱରର ଲଳିତା ସୁନ୍ଦରୀ ବଓ୍ବୋ ପ୍ରଥମେ ଏହି ସୁଆଦିଆ ଖାଦ୍ୟକୁ ତିଆରି କରିଥିବା ଅଞ୍ଚଳବାସୀ କୁହନ୍ତି। କୋରାଖଇକୁ ନେଇ ମଧ୍ୟ ଅନେକ ଲୋକକଥା ଶୁଣିବାକୁ ମିଳେ। ଏହି ଅଞ୍ଚଳରେ ଥିବା ଭାରତ ବିଖ୍ୟାତ ବଇଆ କୋରାଖଇ, ଓଡ଼ିଶା ବିଖ୍ୟାତ କୋରାଖଇ, ଜଗତ ବିଖ୍ୟାତ କୋରାଖଇ ଆଦି ଦୋକାନରୁ ଛୁଟୁଥିବା ମହକ ହିଁ କହିଦିଏ, ଏହାର ବିଶ୍ୱ ପ୍ରସିଦ୍ଧିର କଥା। ପାଞ୍ଚ ପିଢ଼ି ଧରି କୋରାଖଇ ବେପାର ଅନେକଙ୍କ ଜୀବନଜୀବିକା ପାଲଟିଥିବାବେଳେ ଏହା ଦେଶବିଶେଷରେ ଓଡ଼ିଶା ତଥା ମନ୍ଦିରମାଳିନୀ ଭୁବନେଶ୍ୱରର ସ୍ବତନ୍ତ୍ର ପରିଚୟ ପାଲଟିଛି। କୋରାଖଇକୁ ଓଡ଼ିଶାବାସୀ ଯେତିକି ଭଲ ପାଆନ୍ତି, ବାହାର ରାଜ୍ୟ ବା ବିଦେଶରେ ଏହାଠାରୁ ଢ଼େର୍‌ ଅଧିକ ଚାହିଦା ରହିଛି। ଭୁବନେଶ୍ୱରରୁ ବିଦେଶକୁ ପଠାଯାଉଥିବା ଖାଦ୍ୟ ସାମଗ୍ରୀ ମଧ୍ୟରେ କୋରାଖଇ ସର୍ବାଧିକ ଥିବା ଦେଖାଯାଏ। କୋରାଖଇର ପ୍ରଚାରପ୍ରସାର ସହ ଜିଆଇ ମାନ୍ୟତା ପାଇଁ ଦାବି ଉଠୁଥିବାରୁ ଏହାର ଗୁରୁତ୍ୱ ବେଶ୍‌ ବଢ଼ିଯାଇଛି। ତେବେ କୋରାଖଇରେ କ’ଣ ରହିଛି, କାହିଁକି ଏହା ଏତେ ପ୍ରସିଦ୍ଧ, ସେସମ୍ପର୍କରେ ବ୍ୟବସାୟୀ, କାରିଗର ଓ ଅଞ୍ଚଳବାସୀଙ୍କ ମତକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

 

ତିଆରି କରିବା କଷ୍ଟ ହେଲେ ବି
ଆନନ୍ଦ ମିଳେ
ସହରରେ ଅନେକ ଗୁଡ଼ିଆ ଅଛନ୍ତି। ମାତ୍ର ଏ କୋରାଖଇ ପ୍ରସ୍ତୁତ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଏକାକୀ ୮୦ କିଲୋ ଓଜନର କୋରାଖଇ ଉଠାଇପାରୁଥିବା କାରିଗର ଏହି କାମ କରିପାରିବ। ଖାଇବାକୁ ପାଟିକୁ ଯେତିକି ସୁଆଦିଆ। ନିଆଁର ଧାସ ଓ ଧୂଆଁରେ ଏହାକୁ ପ୍ରସ୍ତୁତ କରିବା ସେତିକି କଷ୍ଟକର। ଏହା ଭୋଗ ହେଉଥିବାରୁ କୌଣସି ଗ୍ୟାସ ଚୁଲା ବ୍ୟବହାର କରାଯାଏ ନାହିଁ। ଏହା ଆମର କୌଳିକ ବୃତ୍ତି। ତେଣୁ ଯେତେ କଷ୍ଟ ହେଲେ ବି ଏଥିରୁ ଆମକୁ ଆନନ୍ଦ ମିଳେ। ଏଥିରେ ବ୍ୟବହାର ହେଉଥିବା ନଡ଼ିଆ ସାତଶଙ୍ଖ ଅଞ୍ଚଳରୁ ଆସୁଥିବାବେଳେ ଏଥିରୁ ପାତି ତିଆର କରାଯାଏ। ୨ରୁ ୩ ଜଣ କାରିଗର ଏକାଠି ହୋଇ ସବୁ କାମ କରିବାକୁ ପଡ଼େ ।
– କାଳିନ୍ଦୀ ଚରଣ ସାହୁ, ବରିଷ୍ଠ କାରିଗର
ଈଶ୍ୱରଙ୍କ କୃପା, ସମ୍ମାନ ବି ମିଳୁଛି
କୋରାଖଇ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁ ଈଶ୍ୱରଙ୍କ କୃପା। ସରକାରୀସ୍ତରରେ ଏତେ ପ୍ରଚାରପ୍ରସାର ନାହିଁ। ମାତ୍ର ଯେବେ ବି ଯେଉଁ ମେଳା ମହୋତ୍ସବରେ କୋରାଖଇ ପ୍ରଦର୍ଶିତ ହୋଇଛି, ତାହା ଆମକୁ ସଫଳତା ଓ ସମ୍ମାନ ଆଣିଦେଇଛି। ଆମ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଖାଦ୍ୟରେ କୋରାଖଇ ସାମିଲ ହୁଏ। ଘରକୁ କୁଣିଆ ଆସିଲେ ତାଙ୍କ ହାତରେ ପୁଞ୍ଜେ କୋରାଖଇ ଦିଅନ୍ତି। ପରିଶ୍ରମ ଅନୁସାରେ, ସେମିତି ବିଶେଷ ଲାଭ ନ ହେଲେ ମଧ୍ୟ ସହରର ସ୍ବତନ୍ତ୍ର ପରିଚୟ ପାଇଁ ଏହି ପରିଶ୍ରମ ଆତ୍ମସନ୍ତୋଷ ଦେଇଥାଏ। କୋଭିଡ୍‌ ପରେ ସବୁ ଜିନିଷର ଦରଦାମ ବଢ଼ିଥିଲେ ମଧ୍ୟ ଆମେ ଦର ବଢ଼ାଇନାହଁୁ।
– ଅଶୋକ କୁମାର ସାହୁ, ବ୍ୟବସାୟୀ
ଅସଲି କୋରାଖଇ ଖାଇଲେ
ହିଁ ମଜା ଲାଗିବ
କାହିଁ କେଉଁ କାଳରୁ ଏହି କୋରାଖଇ ପ୍ରସ୍ତୁତ ହୋଇଆସୁଛି। ମୁଁ ବିଜେବି ନଗରରୁ ଏଠାକୁ ହିଁ ଆସି ସବୁବେଳେ କୋରାଖଇ ନିଏ। ଯେଉଁମାନେ ଅସଲି କୋରାଖଇ ଖାଇନାହାନ୍ତି ସେମାନେ ତାହାର ମଜା କହିପାରିବେ ନାହିଁ। ମୁଁ ପ୍ରତିମାସରେ ୩ରୁ ୪ କେଜି କୋରା ଖଇ କିଣିନିଏ । କିଛି ଘରେ ପୂଜା ହୁଏ ଓ କଟକର ବୟାଳିଶ ମଉଜାସ୍ଥିତ ରାଧାକୃଷ୍ଣ ମନ୍ଦିରକୁ ନିଏ। ଏହାର ଉପାଦାନଗୁଡ଼ିକ ସ୍ବାସ୍ଥ୍ୟଗୁଡ଼ିକ ପାଇଁ ବେଶ୍‌ ଉପକାରୀ।
– କେଦାର ପଟ୍ଟନାୟକ, ଗ୍ରାହକ
ରାଜ୍ୟ ସରକାର ପ୍ରଚାରପ୍ରସାର କରନ୍ତୁ
ଆମ ଅଣଜେଜେଙ୍କ ଅମଳରୁ କୋରାଖଇ ପ୍ରସ୍ତୁତ ହୋଇଆସୁଥିବା ଆମେ ଦେଖୁଛୁ। ରାଜଧାନୀ ଭୁବନେଶ୍ୱର ଓଡ଼ିଶାର ବିଭିନ୍ନ ଖାଦ୍ୟର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ସେହି ସବୁ ଖାଦ୍ୟରେ କୋରାଖଇ ସାମିଲ କରାଯାଏ ନାହିଁ। ତେଣୁ ଯଦି ଏହାର ଅଧିକ ପ୍ରଚାର ପ୍ରସାର ହୋଇପାରନ୍ତା, ତେବେ ଲୋକେ ଏହି ନିଆରା ଖାଦ୍ୟ ସହ ପରିଚିତ ହୋଇପାରନ୍ତେ। ରାଜଧାନୀର ଏହି ନିଜସ୍ବ ସୁଆଦିଆ ଖାଦ୍ୟକୁ ଜିଆଇ ଟ୍ୟାଗ ପାର୍ଁଇ ଅନେକ ପ୍ରୟାସ କରାଯାଇଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ଶେଷରେ ସେ ସ୍ବର ଥମିଯାଇଛି।
– ଶଶୀକାନ୍ତ ସାହୁ, ବ୍ୟବସାୟୀ ତଥା କାରିଗର
ନକଲି କୋରାଖଇ ବଦନାମ କରୁଛି
ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ଲିଙ୍ଗରାଜ ମନ୍ଦିର ବୁଲି ଆସିଲେ ଏଠାରୁ କୋରାଖଇ ନେବାକୁ ଭୁଲନ୍ତି ନାହିଁ। କିନ୍ତୁ ରାଜ୍ୟରେ ବହୁତ ଲୋକଅଛନ୍ତି କୋରାଖଇ ପ୍ରକୃତ ଉପତ୍ତ୍ତି ସମ୍ପର୍କରେ ଜାଣନ୍ତି ନାହିଁ। ମନ୍ଦିର ସମ୍ମୁଖରେ ବିକ୍ରି ହେଉଥିବା ନକଲି କୋରାଖଇ ପ୍ରକୃତ କୋରାଖଇକୁ ବଦନାମ କରିବା ସହ ଏହାର ପ୍ରଚାରପ୍ରସାରରେ ବାଧକ ସାଜୁଛି।
– ରାଜକିଶୋର ମହାରଣା, ଅଞ୍ଚଳବାସୀ
ବିଦେଶୀମାନେ ମୋଠାରୁ କୋରାଖଇ ନିଅନ୍ତି
ଜେଜେମା’ ଲଳିତା ସୁନ୍ଦରୀ ବଓ୍ବୋ କୋରାଖଇ ତିଆରି କରିବା ଆରମ୍ଭ କରିଥିଲେ। କିନ୍ତୁ ଜେଜେବାପା ବୈରାଗୀ (ବଇଆ) ସାହୁଙ୍କ ନାମରେ ବ୍ୟବସାୟ ଆରମ୍ଭ ହୋଇଥିଲା। ଏବେ ଆମେ ପ୍ରସ୍ତୁତ କରୁଛୁ। ଯଦି ଆମ ପିଲାମାନେ ଚାହିଁବେ ଆଉ ଏକ ପିଢ଼ି ଏଥିରେ ଯୋଗଦେବେ। ଏବେ ବ୍ୟବସାୟ ଭଲ ଚାଲିଛି। ବିଦେଶୀମାନେ ଏଠାରୁ ବରାଦ ଦେଇ କୋରାଖଇ ନିଅନ୍ତି। କିନ୍ତୁ ରାଜଧାନୀର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବା କୋରାଖଇ ନିଜ ରାଜ୍ୟରେ ସେତିକି ଲୋକଲୋଚନକୁ ଆସିପାରିନାହିଁ।
– ସୁରେନ୍ଦ୍ର କୁମାର ସାହୁ, ବ୍ୟବସାୟୀ
ତଥା କାରିଗର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?