ସ୍ବାସ୍ଥ୍ୟ ପାଇଁ ଅମୃତ ପଇଡ଼ ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଉଦୁଉଦିଆ ଖରାଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ସାଜିଛି ଅଧିକାଂଶଙ୍କ ପାଇଁ ଅମୃତ ସଦୃଶ…

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଉଦୁଉଦିଆ ଖରାଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ସାଜିଛି ଅଧିକାଂଶଙ୍କ ପାଇଁ ଅମୃତ ସଦୃଶ…

ବର୍ତ୍ତମାନ ଚାରିଆଡ଼େ ପ୍ରବଳ ଖରା ହେଉଛି। ଓଡ଼ିଶାର କେତେକ ସ୍ଥାନରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ରା ରେକର୍ଡ ମଧ୍ୟ କରିଛି। ଏମିତିରେ ବାହାରକୁ କିଛି ସମୟ ବାହାରିବା ମାତ୍ରେ ପାଖରେ ପାଣି ବୋତଲ ଜରୁରୀ ହୋଇପଡୁଛି। ଏହାବ୍ୟତୀତ ସ୍ବାଦ ସହ ଆରାମ ଲାଗି ବିଭିନ୍ନ ଥଣ୍ଡା ପାନୀୟର ଚାହିଦା ଖୁବ୍‌ ବଢ଼ିଯାଇଛି। ଏମିତିକି ଅନେକେ ବିଶେଷକରି ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ସକୁ ପାଣି ଭଳି ଦୈନନ୍ଦିନ ପାନୀୟ ତାଲିକାରେ ସାମିଲ କରିଦେଇଥିବା ବି ଦେଖିବାକୁ ମିଳୁଛି। ହେଲେ ବର୍ତ୍ତମାନ ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ଯୁବପିଢି ପଇଡ଼ ପାଣି ପିଇବାକୁ ଭଲ ପାଉଛନ୍ତି। କାରଣ ଏହାର ଅନେକ ଉପକାରୀ ଗୁଣ ରହିଛି…
ଭରିରହିଛି ପୋଷକତତ୍ତ୍ୱ: ଏହାକୁ ପିଇବା ଦ୍ୱାରା ଶରୀର ଫିଟ୍‌ ରହିଥାଏ। କାରଣ ଏଥିରେ ଅନ୍ୟ ଥଣ୍ଡାପାନୀୟ ଭଳି କାର୍ବନ ଡାଇଅକ୍ସାଇଡ କିମ୍ବା ସ୍ବାସ୍ଥ୍ୟ ପ୍ରତି ହିତକର ଉପାଦାନ ବଦଳରେ ଭରିରହିଛି ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ, ଯାହା ସ୍ବାସ୍ଥ୍ୟ ପାଇଁ ଅମୃତ।
ବୃଦ୍ଧିକରେ ରୋଗ ପ୍ରତିରୋଧକ ଶକ୍ତି: ଖରାଦିନେ ଝାଳ ଆକାରରେ ଶରୀରରୁ ପୋଟାସିଅମ୍‌, ଶ୍ୱେତସାର, କ୍ଲୋରାଇଡ୍‌, ମ୍ୟାଗ୍ନେସିଅମ୍‌ ଭଳି ବିଭିନ୍ନ ଉପାଦାନ କ୍ଷୟ ହେଉଥିବାରୁ ଅନେକଙ୍କଠାରେ ଡିହାଇଡ୍ରେଶନ୍‌ ସମସ୍ୟା ଦେଖାଦେଇଥାଏ। ଏ ସମସ୍ତ ଉପାଦାନ ପଇଡ଼ ପାଣିରେ ଭରିରହିଛି। ତେଣୁ ଏହାକୁ ପିଇବା ଦ୍ୱାରା ଡିହାଇଡ୍ରେଶନ୍‌ ସମସ୍ୟା ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତେଣୁ ଡାକ୍ତରମାନେ ମଧ୍ୟ ରୋଗୀଙ୍କୁ ପଇଡ଼ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି।
ରୋଗଠୁ ଦୂରେଇ ରଖେ: ପାଠପଢ଼ା, ଜବ୍‌, ଖେଳ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଲାଗି ଖରାରେ ବାହାରକୁ ଯାଉଥିବା ଯୁବପିଢ଼ିଙ୍କ ଏହା ବେଶ୍‌ ଉପକାରୀ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଭରିରହିଛି, ଯାହା ସମସ୍ତ ପ୍ରକାରର ଅଣସଂକ୍ରାମକ ରୋଗ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଡିଜ୍‌ଅର୍ଡର ରୋଗ ଦୂର କରିଥାଏ। ଏଥିରେ ବେଶିମାତ୍ରାରେ ଇଲେକ୍ଟ୍ରୋଲାଇଟ୍‌ ଭରି ରହିଛି; ଯାହାକୁ ପିଇବା ଦ୍ୱାରା ଖରାଦିନେ ହେଉଥିବା ପେଟ ଗରମ, ପରିସ୍ରାପୋଡ଼ା, ଇନ୍‌ଫେକ୍ସନ ଭଳି ସମସ୍ୟା ଦୂର ହୋଇଥାଏ।
ସନ୍‌ଟ୍ୟାନ୍‌ରୁ ଦିଏ ମୁକ୍ତି: ପଇଡ଼ ପାଣି ପିଇବା ଯେତିକି ଉପକାରୀ ଏହାକୁ ତ୍ୱଚାରେ ଲଗାଇଲେ ସେତିକି ସୁଫଳ ମିଳିଥାଏ। ସୂର୍ଯ୍ୟକିରଣ ପ୍ରଭାବରୁ ସୃଷ୍ଟି ହେଉଥିବା ସନ୍‌ବର୍ନ ଏବଂ ଅନ୍ୟାନ୍ୟ ସମସ୍ୟା ଥିଲେ ପଇଡ଼ ପାଣି ଲଗାଇ ୨୦-୩୦ ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ଏଥିରେ ଭରପୂର ମାତ୍ରାରେ ଥିବା ଅଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍‌ ସି’ ଏହି ସମସ୍ୟା ଦୂର କରିଥାଏ। ଏମିତିକି ହାଡ଼ଫୁଟି, ବ୍ରଣ ଆଦିର ଦାଗ ଦୂର କରିବା ଲାଗି ମଧ୍ୟ ଏହା ବେଶ୍‌ ଉପକାରୀ।
ଦୂର କରେ ସ୍କିନ୍‌ ଇନ୍‌ଫେକ୍ସନ: ହର୍ମୋନ୍‌ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଖରା, ପ୍ରଦୂଷଣ ଆଦି କାରଣରୁ ବର୍ତ୍ତମାନ ଅନେକ ଯୁବତୀଯୁବକଙ୍କଠାରେ ବ୍ରଣ ସମସ୍ୟା ଦେଖାଦେଉଛି, ଯାହାକୁ ଦୂର କରିବା ଲାଗି ପଇଡ଼ ପାଣି ଉପକାରୀ। ଏଥିରେ ଥିବା ଆଣ୍ଟି ଫଙ୍ଗାଲ୍‌ ଓ ଆଣ୍ଟି ମାଇକ୍ରୋବିଆଲ ଉପାଦାନ ବ୍ରଣ ଦୂର କରିବା ସହ ତ୍ୱଚାକୁ ଚିକ୍କଣ ଏବଂ ବେଦାଗ କରିଥାଏ।
ରୋକିଥାଏ ଏଜିଂ ସମସ୍ୟା: ପରିବର୍ତ୍ତିତ ଜୀବନଶୈଳୀ, ପ୍ରଦୂଷଣ ଭଳି ବିଭିନ୍ନ କାରଣରୁ ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କଠାରେ ରିଙ୍କିଲ୍‌, ଫାଇନ୍‌ ଲାଇନ୍‌, ବ୍ଲାକ୍‌ ସ୍ପଟ୍‌ ଭଳି ବିଭିନ୍ନ ଏଜିଂ ସମସ୍ୟା ସୃଷ୍ଟି କରୁଛି; ଯାହାକୁ ପ୍ରାକୃତିକ ଉପାୟରେ ଦୂର କରିବା ଲାଗି ପଇଡ଼ ପାଣି ସବୁଠୁ ଭଲ। ପଇଡ଼ରେ ଥିବା ଲରିକ୍‌ ଏସିଡ୍‌, ଯାହାକୁ ଆଣ୍ଟି ମାଇକ୍ରୋବିଆଲ୍‌ ପାଓ୍ବାରହାଉସ୍‌ ବୋଲି କୁହାଯାଇଥାଏ ଏହା ସ୍କିନ୍‌ ଇନ୍‌ଫେକ୍ସନ ଦୂର କରିଥାଏ। ସେହିପରି ଏଥିରେ ଥିବା ସାଇଟୋକାଇନ୍ସ ନାମକ ପ୍ରୋଟିନ୍‌ କୋଷଗୁଡ଼ିକୁ ବୃଦ୍ଧି ଏବଂ କାର୍ଯ୍ୟକ୍ଷମ କରାଇବାରେ ସାହାଯ୍ୟ କରିଥାଏ; ଯାହାକି ଏଜିଂ ସମସ୍ୟା ହେବାକୁ ଦେଇ ନ ଥାଏ।

 

ପଇଡ଼ ପାଣିର ବଢୁଛି ଚାହିଦା
ବୁଦ୍ଧିଆ ବାରିକ(ବ୍ୟବସାୟୀ, ପୁରୀ)- ପୁରୀ ବେଳାଭୂମିରେ ପ୍ରାୟ ୧୫ ବର୍ଷ ହେବ ପଇଡ଼ ବ୍ୟବସାୟ କରିଆସୁଛି। ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଦାମ୍‌ ୫ ଟଙ୍କାରୁ ୩୦-୪୦ ଟଙ୍କାରେ ପହଞ୍ଚତ୍ଥିଲେ ହେଁ ବର୍ଷର ପ୍ରତିଟି ସମୟରେ ପଇଡ଼ର ଚାହିଦା କେବେ କମିଥିବା ଦେଖିନି। ହେଲେ ଖରାଦିନେ ଏହାର ବିକ୍ରି ସର୍ବାଧିକ। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ କେବଳ ପାଣି ପଇଡ଼, ଅଳ୍ପ ନାଳି ଏବଂ ମୋଟା ନାଳି ପଇଡ଼ର ଦାମ୍‌ ଭିନ୍ନ ଭିନ୍ନ ରହିଛି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକେ ଏହାକୁ ଭଲ ପାଇଥାନ୍ତି। ପୁରୀ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର କୂଳିଆ ପବନରେ ପଇଡ଼ ପାଣି ପିଇବାର ମଜା ନେଉଛନ୍ତି। ତେବେ ଚଳିତ ବର୍ଷ ଖରା ଅଧିକ ହେଉଥିବାରୁ ଏହାର ଡିମାଣ୍ଡ ବେଶି ଥିବାରୁ ଭଲ ବେପାର ହୋଇପାରୁଛି। ପ୍ରତିଦିନ ସାକ୍ଷୀଗୋପାଳରୁ ପଇଡ଼ ମଗାଇ ବିକ୍ରି କରିଥାଏ। କେବେ କେବେ ଗ୍ରାହକଙ୍କ ଚାହିଦା ଅଧିକ ହେଲେ ପଇଡ଼ ବେଶି ମଗାଇବାକୁ ପଡୁଛି।

ଏମାନେ କ’ଣ କୁହନ୍ତି

 

ଲିଜା ସାହୁ( ଛାତ୍ରୀ, କଟକ)- ଖରାଦିନେ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ବେଷ୍ଟ। ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ହିତକର। ତେଣୁ ବାହାରକୁ ଯାଇଥିଲେ ଶୋଷ ଲାଗିବା ସମୟରେ ଏହାକୁ ପିଇଥାଏ। ଖାଲି ଏତିକି ନୁହେଁ, ଖରାଦିନେ କଲେଜରୁ ଫେରିବା ପରେ ବେଳେବେଳେ ମୁହଁରେ ବି ପଇଡ଼ ପାଣି ଲଗାଏ। ଏହାଦ୍ୱାରା ତ୍ୱଚାର ଡଲ୍‌ନେସ୍‌ ଏବଂ ଟ୍ୟାନ୍‌ ଦୂର ହେବା ସହ ଫ୍ରେଶ୍‌ ବି ଲାଗିଥାଏ।
ସତ୍ୟ କୁମାର(ବ୍ୟବସାୟୀ, ଭୁବନେଶ୍ୱର)- ଖରାଦିନ ପାଇଁ ଦୋକାନରେ ପ୍ରାୟ ସବୁ ପ୍ରକାରର ଥଣ୍ଡାପାନୀୟ ରଖିଛି। ଯାହା ଭଲ ବିକ୍ରି ମଧ୍ୟ ହେଉଛି। ହେଲେ ଏବେ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକେ ଡିମାଣ୍ଡ କରୁଥିବାରୁ ପଇଡ଼ ମଧ୍ୟ ଆଣି ରଖୁଛି। ଆଗାମୀ ବର୍ଷକୁ ଏହି ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସତ କହିବାକୁ ଗଲେ, ନିଜେ ମଧ୍ୟ ବାହାରକୁ ଗଲେ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ପଇଡ଼ ପାଣି ପିଇବାକୁ ବେଶି ଭଲପାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?