ସ୍ବାସ୍ଥ୍ୟ ପାଇଁ ଅମୃତ ପଇଡ଼ ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଉଦୁଉଦିଆ ଖରାଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ସାଜିଛି ଅଧିକାଂଶଙ୍କ ପାଇଁ ଅମୃତ ସଦୃଶ…

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଉଦୁଉଦିଆ ଖରାଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ସାଜିଛି ଅଧିକାଂଶଙ୍କ ପାଇଁ ଅମୃତ ସଦୃଶ…

ବର୍ତ୍ତମାନ ଚାରିଆଡ଼େ ପ୍ରବଳ ଖରା ହେଉଛି। ଓଡ଼ିଶାର କେତେକ ସ୍ଥାନରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ରା ରେକର୍ଡ ମଧ୍ୟ କରିଛି। ଏମିତିରେ ବାହାରକୁ କିଛି ସମୟ ବାହାରିବା ମାତ୍ରେ ପାଖରେ ପାଣି ବୋତଲ ଜରୁରୀ ହୋଇପଡୁଛି। ଏହାବ୍ୟତୀତ ସ୍ବାଦ ସହ ଆରାମ ଲାଗି ବିଭିନ୍ନ ଥଣ୍ଡା ପାନୀୟର ଚାହିଦା ଖୁବ୍‌ ବଢ଼ିଯାଇଛି। ଏମିତିକି ଅନେକେ ବିଶେଷକରି ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ସକୁ ପାଣି ଭଳି ଦୈନନ୍ଦିନ ପାନୀୟ ତାଲିକାରେ ସାମିଲ କରିଦେଇଥିବା ବି ଦେଖିବାକୁ ମିଳୁଛି। ହେଲେ ବର୍ତ୍ତମାନ ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ଯୁବପିଢି ପଇଡ଼ ପାଣି ପିଇବାକୁ ଭଲ ପାଉଛନ୍ତି। କାରଣ ଏହାର ଅନେକ ଉପକାରୀ ଗୁଣ ରହିଛି…
ଭରିରହିଛି ପୋଷକତତ୍ତ୍ୱ: ଏହାକୁ ପିଇବା ଦ୍ୱାରା ଶରୀର ଫିଟ୍‌ ରହିଥାଏ। କାରଣ ଏଥିରେ ଅନ୍ୟ ଥଣ୍ଡାପାନୀୟ ଭଳି କାର୍ବନ ଡାଇଅକ୍ସାଇଡ କିମ୍ବା ସ୍ବାସ୍ଥ୍ୟ ପ୍ରତି ହିତକର ଉପାଦାନ ବଦଳରେ ଭରିରହିଛି ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ, ଯାହା ସ୍ବାସ୍ଥ୍ୟ ପାଇଁ ଅମୃତ।
ବୃଦ୍ଧିକରେ ରୋଗ ପ୍ରତିରୋଧକ ଶକ୍ତି: ଖରାଦିନେ ଝାଳ ଆକାରରେ ଶରୀରରୁ ପୋଟାସିଅମ୍‌, ଶ୍ୱେତସାର, କ୍ଲୋରାଇଡ୍‌, ମ୍ୟାଗ୍ନେସିଅମ୍‌ ଭଳି ବିଭିନ୍ନ ଉପାଦାନ କ୍ଷୟ ହେଉଥିବାରୁ ଅନେକଙ୍କଠାରେ ଡିହାଇଡ୍ରେଶନ୍‌ ସମସ୍ୟା ଦେଖାଦେଇଥାଏ। ଏ ସମସ୍ତ ଉପାଦାନ ପଇଡ଼ ପାଣିରେ ଭରିରହିଛି। ତେଣୁ ଏହାକୁ ପିଇବା ଦ୍ୱାରା ଡିହାଇଡ୍ରେଶନ୍‌ ସମସ୍ୟା ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତେଣୁ ଡାକ୍ତରମାନେ ମଧ୍ୟ ରୋଗୀଙ୍କୁ ପଇଡ଼ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି।
ରୋଗଠୁ ଦୂରେଇ ରଖେ: ପାଠପଢ଼ା, ଜବ୍‌, ଖେଳ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଲାଗି ଖରାରେ ବାହାରକୁ ଯାଉଥିବା ଯୁବପିଢ଼ିଙ୍କ ଏହା ବେଶ୍‌ ଉପକାରୀ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଭରିରହିଛି, ଯାହା ସମସ୍ତ ପ୍ରକାରର ଅଣସଂକ୍ରାମକ ରୋଗ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଡିଜ୍‌ଅର୍ଡର ରୋଗ ଦୂର କରିଥାଏ। ଏଥିରେ ବେଶିମାତ୍ରାରେ ଇଲେକ୍ଟ୍ରୋଲାଇଟ୍‌ ଭରି ରହିଛି; ଯାହାକୁ ପିଇବା ଦ୍ୱାରା ଖରାଦିନେ ହେଉଥିବା ପେଟ ଗରମ, ପରିସ୍ରାପୋଡ଼ା, ଇନ୍‌ଫେକ୍ସନ ଭଳି ସମସ୍ୟା ଦୂର ହୋଇଥାଏ।
ସନ୍‌ଟ୍ୟାନ୍‌ରୁ ଦିଏ ମୁକ୍ତି: ପଇଡ଼ ପାଣି ପିଇବା ଯେତିକି ଉପକାରୀ ଏହାକୁ ତ୍ୱଚାରେ ଲଗାଇଲେ ସେତିକି ସୁଫଳ ମିଳିଥାଏ। ସୂର୍ଯ୍ୟକିରଣ ପ୍ରଭାବରୁ ସୃଷ୍ଟି ହେଉଥିବା ସନ୍‌ବର୍ନ ଏବଂ ଅନ୍ୟାନ୍ୟ ସମସ୍ୟା ଥିଲେ ପଇଡ଼ ପାଣି ଲଗାଇ ୨୦-୩୦ ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ଏଥିରେ ଭରପୂର ମାତ୍ରାରେ ଥିବା ଅଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍‌ ସି’ ଏହି ସମସ୍ୟା ଦୂର କରିଥାଏ। ଏମିତିକି ହାଡ଼ଫୁଟି, ବ୍ରଣ ଆଦିର ଦାଗ ଦୂର କରିବା ଲାଗି ମଧ୍ୟ ଏହା ବେଶ୍‌ ଉପକାରୀ।
ଦୂର କରେ ସ୍କିନ୍‌ ଇନ୍‌ଫେକ୍ସନ: ହର୍ମୋନ୍‌ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଖରା, ପ୍ରଦୂଷଣ ଆଦି କାରଣରୁ ବର୍ତ୍ତମାନ ଅନେକ ଯୁବତୀଯୁବକଙ୍କଠାରେ ବ୍ରଣ ସମସ୍ୟା ଦେଖାଦେଉଛି, ଯାହାକୁ ଦୂର କରିବା ଲାଗି ପଇଡ଼ ପାଣି ଉପକାରୀ। ଏଥିରେ ଥିବା ଆଣ୍ଟି ଫଙ୍ଗାଲ୍‌ ଓ ଆଣ୍ଟି ମାଇକ୍ରୋବିଆଲ ଉପାଦାନ ବ୍ରଣ ଦୂର କରିବା ସହ ତ୍ୱଚାକୁ ଚିକ୍କଣ ଏବଂ ବେଦାଗ କରିଥାଏ।
ରୋକିଥାଏ ଏଜିଂ ସମସ୍ୟା: ପରିବର୍ତ୍ତିତ ଜୀବନଶୈଳୀ, ପ୍ରଦୂଷଣ ଭଳି ବିଭିନ୍ନ କାରଣରୁ ବର୍ତ୍ତମାନ ଯୁବାବସ୍ଥାରୁ ଅନେକଙ୍କଠାରେ ରିଙ୍କିଲ୍‌, ଫାଇନ୍‌ ଲାଇନ୍‌, ବ୍ଲାକ୍‌ ସ୍ପଟ୍‌ ଭଳି ବିଭିନ୍ନ ଏଜିଂ ସମସ୍ୟା ସୃଷ୍ଟି କରୁଛି; ଯାହାକୁ ପ୍ରାକୃତିକ ଉପାୟରେ ଦୂର କରିବା ଲାଗି ପଇଡ଼ ପାଣି ସବୁଠୁ ଭଲ। ପଇଡ଼ରେ ଥିବା ଲରିକ୍‌ ଏସିଡ୍‌, ଯାହାକୁ ଆଣ୍ଟି ମାଇକ୍ରୋବିଆଲ୍‌ ପାଓ୍ବାରହାଉସ୍‌ ବୋଲି କୁହାଯାଇଥାଏ ଏହା ସ୍କିନ୍‌ ଇନ୍‌ଫେକ୍ସନ ଦୂର କରିଥାଏ। ସେହିପରି ଏଥିରେ ଥିବା ସାଇଟୋକାଇନ୍ସ ନାମକ ପ୍ରୋଟିନ୍‌ କୋଷଗୁଡ଼ିକୁ ବୃଦ୍ଧି ଏବଂ କାର୍ଯ୍ୟକ୍ଷମ କରାଇବାରେ ସାହାଯ୍ୟ କରିଥାଏ; ଯାହାକି ଏଜିଂ ସମସ୍ୟା ହେବାକୁ ଦେଇ ନ ଥାଏ।

 

ପଇଡ଼ ପାଣିର ବଢୁଛି ଚାହିଦା
ବୁଦ୍ଧିଆ ବାରିକ(ବ୍ୟବସାୟୀ, ପୁରୀ)- ପୁରୀ ବେଳାଭୂମିରେ ପ୍ରାୟ ୧୫ ବର୍ଷ ହେବ ପଇଡ଼ ବ୍ୟବସାୟ କରିଆସୁଛି। ଆରମ୍ଭରୁ ଏବେ ପର୍ଯ୍ୟନ୍ତ ଦାମ୍‌ ୫ ଟଙ୍କାରୁ ୩୦-୪୦ ଟଙ୍କାରେ ପହଞ୍ଚତ୍ଥିଲେ ହେଁ ବର୍ଷର ପ୍ରତିଟି ସମୟରେ ପଇଡ଼ର ଚାହିଦା କେବେ କମିଥିବା ଦେଖିନି। ହେଲେ ଖରାଦିନେ ଏହାର ବିକ୍ରି ସର୍ବାଧିକ। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ କେବଳ ପାଣି ପଇଡ଼, ଅଳ୍ପ ନାଳି ଏବଂ ମୋଟା ନାଳି ପଇଡ଼ର ଦାମ୍‌ ଭିନ୍ନ ଭିନ୍ନ ରହିଛି। ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକେ ଏହାକୁ ଭଲ ପାଇଥାନ୍ତି। ପୁରୀ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର କୂଳିଆ ପବନରେ ପଇଡ଼ ପାଣି ପିଇବାର ମଜା ନେଉଛନ୍ତି। ତେବେ ଚଳିତ ବର୍ଷ ଖରା ଅଧିକ ହେଉଥିବାରୁ ଏହାର ଡିମାଣ୍ଡ ବେଶି ଥିବାରୁ ଭଲ ବେପାର ହୋଇପାରୁଛି। ପ୍ରତିଦିନ ସାକ୍ଷୀଗୋପାଳରୁ ପଇଡ଼ ମଗାଇ ବିକ୍ରି କରିଥାଏ। କେବେ କେବେ ଗ୍ରାହକଙ୍କ ଚାହିଦା ଅଧିକ ହେଲେ ପଇଡ଼ ବେଶି ମଗାଇବାକୁ ପଡୁଛି।

ଏମାନେ କ’ଣ କୁହନ୍ତି

 

ଲିଜା ସାହୁ( ଛାତ୍ରୀ, କଟକ)- ଖରାଦିନେ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ବେଷ୍ଟ। ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ହିତକର। ତେଣୁ ବାହାରକୁ ଯାଇଥିଲେ ଶୋଷ ଲାଗିବା ସମୟରେ ଏହାକୁ ପିଇଥାଏ। ଖାଲି ଏତିକି ନୁହେଁ, ଖରାଦିନେ କଲେଜରୁ ଫେରିବା ପରେ ବେଳେବେଳେ ମୁହଁରେ ବି ପଇଡ଼ ପାଣି ଲଗାଏ। ଏହାଦ୍ୱାରା ତ୍ୱଚାର ଡଲ୍‌ନେସ୍‌ ଏବଂ ଟ୍ୟାନ୍‌ ଦୂର ହେବା ସହ ଫ୍ରେଶ୍‌ ବି ଲାଗିଥାଏ।
ସତ୍ୟ କୁମାର(ବ୍ୟବସାୟୀ, ଭୁବନେଶ୍ୱର)- ଖରାଦିନ ପାଇଁ ଦୋକାନରେ ପ୍ରାୟ ସବୁ ପ୍ରକାରର ଥଣ୍ଡାପାନୀୟ ରଖିଛି। ଯାହା ଭଲ ବିକ୍ରି ମଧ୍ୟ ହେଉଛି। ହେଲେ ଏବେ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକେ ଡିମାଣ୍ଡ କରୁଥିବାରୁ ପଇଡ଼ ମଧ୍ୟ ଆଣି ରଖୁଛି। ଆଗାମୀ ବର୍ଷକୁ ଏହି ବ୍ୟବସାୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସତ କହିବାକୁ ଗଲେ, ନିଜେ ମଧ୍ୟ ବାହାରକୁ ଗଲେ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ପଇଡ଼ ପାଣି ପିଇବାକୁ ବେଶି ଭଲପାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri