Posted inଫୁରସତ

ଯନ୍ତ୍ରଣାମୁକ୍ତ ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକ ଗୁରୁତ୍ୱପୂର୍ଣ୍ଣ

ସମ୍ପ୍ରତି ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ବିନା ସାଧାରଣ ପରୀକ୍ଷାଠାରୁ ଆରମ୍ଭ କରି ଛୋଟ ଅବା ବଡ଼ ଅପରେଶନ ସମ୍ଭବ ହୋଇପାରି ନ ଥାଏ। ନିଶ୍ଚେତକ ବ୍ୟବହାର ଦ୍ୱାରା ରୋଗୀ କଷ୍ଟ ଅନୁଭବ କରିପାରି ନ ଥାନ୍ତି। ଫଳରେ ଚିକିତ୍ସା ବିନା କଷ୍ଟ ଅନୁଭବରେ ହେବା ଦ୍ୱାରା ରୋଗୀ ମାନସିକସ୍ତରରେ ସୁଦୃଢ଼ ହୋଇପାରିଥାନ୍ତି ଏବଂ ଚିକିତ୍ସା ସେବା ଗ୍ରହଣ କରିବାକୁ ଅମଙ୍ଗ ହୋଇ ନ ଥାନ୍ତି। ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧୫ରେ ବିଶ୍ୱ ନିଶ୍ଚେତକ ଦିବସ ପାଳନ କରାଯାଇଥାଏ। ଏହାକୁ ଇଥର ଦିବସ ମଧ୍ୟ କୁହାଯାଇଥାଏ।
ଚିକିତ୍ସା କ୍ଷେତ୍ରରେ ୧୮୪୬ ଅକ୍ଟୋବର ୧୬ରେ ସଫଳତାର ସହିତ ଡାଇଇଥାଇଲ ଇଥର ନିଶ୍ଚେତକର ପ୍ରୟୋଗ କରାଯାଇଥିଲା। ଏହାକୁ ସ୍ମରଣ କରିବା ପାଇଁ ସାରା ବିଶ୍ୱରେ ବିଶ୍ୱ ନିଶ୍ଚେତକ ଦିବସ ପାଳନ କରାଯାଇଥାଏ।
ଡବ୍ଲ୍ୟୁଟିଜି ମୋର୍ଟନ ଆନୁଷ୍ଠାନିକ ଭାବେ ଡାଇଇଥାଇଲ ଇଥରର ପ୍ରଥମ ସଫଳ ବ୍ୟବହାର ହାଓ୍ବାର୍ଡ ସ୍କୁଲ ଅଫ ମେଡିସିନ୍‌ର ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ଏକ ଅପରେଟିଂ ଥିଏଟରରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?