ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ବେଡଶିଟ୍‌

ନୟାଗଡ,୧୩।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ଶର୍ଜରୀ, ମେଡିସିନ୍‌, ଶିଶୁ ଓ ପ୍ରସୂତି ପରି ୱାର୍ଡରେ ରୋଗୀଙ୍କୁ ବେଡଶିଟ୍‌ ଦିଆଯାଉନାହିଁ। ୩ଦିନ ହେଲା ଖାଲି ଶଯ୍ୟାରେ ରୋଗୀ ଶୋଇବା ପରି ଚିତ୍ର ନଜରକୁ ଆସିଛି। ନୂଆ ଏଜେନ୍ସ ନେଲା ପରେ ବଢ଼ିଛି ଅବ୍ୟବସ୍ଥା। ରୋଗୀଙ୍କୁ ବେଡଶିଟ୍‌ ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକୁ ନୂଆ ଏଜେନ୍ସି ଅଣଦେଖା କରିବା ପରେ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ଏ ନେଇ ସର୍ଜରୀ ୱାର୍ଡର କାଳନ୍ଦୀ ଚରଣ ସାହୁ, ପାଣ୍ଡେରୀପଡ଼ାର ଶଶିରେଖା କର, ଖଳିପାଟଣାର ସୁରେନ୍ଦ୍ର ଧଳ, ଖମାରସାହିର ଅନେଖା ପ୍ରଧାନ କୁହନ୍ତି, ପୂର୍ବରୁ ବେଡଶିଟ୍‌ ମିଳୁଥିଲା। ୪ ଦିନ ହେଲା ବେଡଶିଟ୍‌ ଦେଉନାହାନ୍ତି। ଆମେ ଅଭିଯୋଗ କଲେ ଆମ ଅଭିଯୋଗକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି। ଆମେ କିଛି ବେଡଶିଟ୍‌ ଘରୁ ଆଣିଥିଲୁ। ହେଲେ ଆମ ପାଖରେ ପ୍ରତିଦିନ ବେଡଶିଟ୍‌ ବଦଳାଇବାରେ ଅସୁବିଧା ହେଉଛି। ମେଡିସିନ ୱାର୍ଡରୁ ବଡ଼ପୁଟର ଗୀତାଞ୍ଜଳି ପ୍ରଧାନ କୁହନ୍ତି, ସବୁ ୱାର୍ଡରେ ବେଡଶିଟ୍‌ ସମସ୍ୟା ଦେଖା ଦେଇଛି। ଏଜେନ୍ସି ବଦଳିବା ପରେ ଏଭଳି ହୋଇଥିବା କୁହାଯାଉଛି। ପ୍ରତିଦିନ ବେଡଶିଟ୍‌ ମିଳିବ ବୋଲି କୁହାଯାଉଛି। ହେଲେ ବେଡଶିଟ ମିଳୁନି। ୪ଦିନ ହେଲା ଏଭଳି ସମସ୍ୟା ଲାଗି ରହିଛି। ଜିଲାପାଳ ଓ ସିଡିଏମ୍‌ ହସ୍ତକ୍ଷେପ ପରେ ପରିସ୍ଥିତ ବଦଳନ୍ତା ବୋଲି କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ସୁଧାଂଶୁ ଶେଖର ଷଡଙ୍ଗୀ କୁହନ୍ତି, ନୂଆ ଏଜେନ୍ସି ଆସିବା ପରେ ବେଡଶିଟ୍‌ ସମସ୍ୟା ଦେଖା ଦେଇଛି। ନୂଆ ଏଜେନ୍ସିକୁ ବାରମ୍ବାର କହିବା ପରେ କିଛି ସୁଫଳ ମିଳୁନି। ଏଣୁ ୪ଦିନ ହେଲା ରୋଗୀ ବେଡଶିଟ୍‌ ପାଇ ପାରୁନାହାନ୍ତି ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ରୋଗୀ କିପରି ଶୀଘ୍ର ବେଡଶିଟ୍‌ ପାଇବେ ସେନେଇ ମୋ ପକ୍ଷରୁ ପ୍ରୟାସ ଜାରି ରହିଥିବା କହିଛନ୍ତି। ସାମାଜିକ କର୍ମୀ ବିଭୂତି ପଟ୍ଟନାୟକ ଓ ରାମ ଶଙ୍କର ବେହେରା କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ବେଡଶିଟ୍‌ ନ ପାଇବା ଉଦ୍‌ବେଗର ବିଷୟ। ୪ ଦିନ ହେଲା ରୋଗୀ ବେଡଶିଟ୍‌ ନ ପାଇ କେବଳ ବେଡରେ ଶୋଉଛନ୍ତି। ଇନ୍‌ଫେକଶନ ହେବାର ଭୟ ରହିଛି। ଗୋଟେ ନୂଆ ଏଜେନ୍ସି କାମ ପ୍ରାରମ୍ଭରୁ ମନମାନି ଆରମ୍ଭ କରି ସାରିଲାଣି। ଆଗକୁ ରୋଗୀଙ୍କୁ ଅଧିକ ହଇରାଣ କରିବ। ଏଣୁ ନୂଆ ଏଜେନ୍ସିକୁ ଜିଲାପାଳ ବାତିଲ କରାନ୍ତୁ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri