‘ସଂକ୍ରମଣ ବଢ଼ିଲେ ବି ହସ୍ପିଟାଲ ଯିବା ସଂଖ୍ୟା କମ୍‌’

ଭୁବନେଶ୍ୱର, ୧୪ା୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହଁା ରହିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଖୁବ୍‌ କମ୍‌ ଦିନରେ ଆମେ ଦ୍ୱିତୀୟ ଲହରର ଶୀର୍ଷକୁ ଅତିକ୍ରମ କରିଯାଇପାରୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଗୋଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢିବ, ତା’ପରେ କିଛିଦିନ ସମାନ୍ତରାଳରେ ରହିବ ଓ ପରେ କମିବ। ଏବେ ଦେଶରେ କରୋନା ସଂକ୍ରମଣ ବଢୁଛି ତେଣୁ ଆମ ରାଜ୍ୟରେ ମଧ୍ୟ ତାହା ବଢିବାରେ ଲାଗିଛି। ତେବେ ସଂକ୍ରମଣ ବଢିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ବହୁତ କମ୍‌ ରହିଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ସ୍ଥିତି ଅନୁଯାୟୀ, ସାଧାରଣ ଶଯ୍ୟା ୬.୫୧ ପ୍ରତିଶତ, ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ୩.୬୨ ପ୍ରତିଶତ ରୋଗୀ ରହିଛନ୍ତି। ବର୍ତ୍ତମାନ ମୁଖ୍ୟତଃ ୫ଟି ଦିଗ ଉପରେ ନଜର ରଖାଯାଇଛି। ଟେଷ୍ଟ ପଜିଟିଭ୍‌ ହାର, ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା, ମୃତ୍ୟୁହାର, ଲୋକଙ୍କ ବ୍ୟବହାର ଦେଖିବା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା କମ୍‌ ରହିଛି। ଦ୍ୱିତୀୟ ଲହର ତୁଳନାରେ ଡାକ୍ତରଖାନାକୁ ଆକ୍ରାନ୍ତଙ୍କ ଯିବା ସଂଖ୍ୟା ଏବେ ବହୁତ କମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଭିତ୍ତିଭୂମି ବଢାଇବା ଜାରି ରଖିବା ସହ ଔଷଧ, ଅକ୍ସିଜେନ ଓ ଶଯ୍ୟା ପ୍ରସ୍ତୁତ କରି ରଖାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ...

ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା...

ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା: ସାମିଲ ହେଲେ ବୈଜ୍ଞାନିକ, ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଭୁବନେଶ୍ୱର ସମେତ ଦେଶର ପ୍ରାୟ ୮୦ଟି ସହରରେ ହଜାର ହଜାର ସଂଖ୍ୟାରେ ବୈଜ୍ଞାନିକ, ଗବେଷକ ତଥା ବିଜ୍ଞାନପ୍ରେମୀ ଛାତ୍ରୀଛାତ୍ରଙ୍କ ସହ ‘ଭାରତର ବିଜ୍ଞାନ...

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର, ୨୦।୧୦: ଓଡ଼ିଶାରେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଶତାଧିକ ନିରାଶ୍ରୟଙ୍କୁ ଜଳଖିଆ ଦେଲା ବିଏମ୍‌ସି

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ଶୁକ୍ରବାର ସକାଳେ ସହରରେ ଥିବା ନିରଶ୍ରୟଙ୍କୁ ଜଳଖିଆ ପ୍ରଦାନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ ଓ ରାମ ମନ୍ଦିର ପାର୍ଶ୍ୱରେ ଥିବା ୫୦୦...

ଖବରକାଗଜ ବିତରକଙ୍କ ଦାବି ପୂରଣ ହେବ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଖବରକାଗଜ ବିତରକମାନଙ୍କୁ ମିଳିବ ସ୍ବୀକୃତି। ସେମାନଙ୍କୁ ସାମାଜିକ ସୁରକ୍ଷା ବଳୟକୁ ଅଣାଯିବା ସହ ବାସଗୃହ, ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଖୁବ୍‌ଶୀଘ୍ର ଏ...

୮ ବରିଷ୍ଠ ଓଏଏସ୍‌ଙ୍କୁ ଆଇଏଏସ୍‌ ପଦୋନ୍ନତି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):: ରାଜ୍ୟ ସରକାରଙ୍କ ୮ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଆଇଏଏସ୍‌ ଅଫିସର ପାହ୍ୟା ପଦୋନ୍ନତିକୁ କେନ୍ଦ୍ର ସରକାର ମୋହର ମାରିଛନ୍ତି। ରାଜ୍ୟ ସରକାରଙ୍କ...

ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର...

Advertisement
Archives

Model This Week