ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା ଗୃହକୁ ଅନୁମତି

ପୁରୀ ଅଫିସ,୨୧।୯: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ପୁଣି ପ୍ରକଳ୍ପର ନିଷିଦ୍ଧାଞ୍ଚଳ ମଧ୍ୟରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ଗୃହ(ରିସେପସନ୍‌ ସେଣ୍ଟର) ନିର୍ମାଣକୁ ନେଇ ବିବାଦ ଉଠିଛି। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ନେଇ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ପକ୍ଷରୁ ହୋଇଥିବା ଅନୁଧ୍ୟାନ ରିପୋର୍ଟରୁ ଏହା ଜଣାପଡ଼ିଛି। ତେଣୁ ଅଭ୍ୟର୍ଥନା ଗୃହ ନିର୍ମାଣ ନିଷିଦ୍ଧାଞ୍ଚଳ(ପ୍ରୋହିବିଟେଡ୍‌ ଏରିଆ) ପରିବର୍ତ୍ତେ ନିୟନ୍ତ୍ରିତ ଅଞ୍ଚଳ(ରେଗୁଲେଟୋରି ଏରିଆ)ରେ ନିର୍ମାଣ କରିବାକୁ ଏନ୍‌ଏମ୍‌ଏ ପକ୍ଷରୁ ଜିଲା ପ୍ରଶାସନକୁ ଏନ୍‌ଓସି ପ୍ରଦାନ କରାଯାଇଛି। ଗତ ଏପ୍ରିଲରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ବିସ୍ତୃତ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍‌)୨ୟ ଥର ପାଇଁ ଦାଖଲ କରିଥିଲେ। ଗତ ୯ତାରିଖରେ ଏନ୍‌ଏମ୍‌ଏ ପକ୍ଷରୁ ବୈଠକ କରାଯାଇ ଉକ୍ତ ଡିପିଆର୍‌ ଅନୁଧ୍ୟାନ କରାଯିବା ସହ ଏନ୍‌ଓସି ଜାରି କରାଯାଇଥିବା ସୂଚନା ମିଳିଛି। ଉକ୍ତ ବୈଠକରେ ଏନ୍‌ଏମ୍‌ଏ ଚେୟାରମ୍ୟାନ୍‌ ସଚ୍ଚିଦାନନ୍ଦ ଯୋଶୀ, ଅସ୍ଥାୟୀ ସଦସ୍ୟ ହେମରାଜ କୁମାର କାମ୍‌ଦାର, ପ୍ରଫେସର ଏମ୍‌. କୈଳାସ ରାଓ, ସଦସ୍ୟ ସମ୍ପାଦକ ଭାସ୍କର ବର୍ମା ପ୍ରମୁଖ ଯୋଗଦେଇଥିଲେ।
ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ଗୃହ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଅଭ୍ୟର୍ଥନା ଗୃହ ଶ୍ରୀମନ୍ଦିରଠାରୁ ୧୦୧.୫୦ ମିଟର ଦୂର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କରାଯିବ। ଉଚ୍ଚତା ୭.୫୦ ମିଟର ରହିବ। ଚଟଣାର କ୍ଷେତ୍ରଫଳ ୧୩୬୫ ବର୍ଗ ମିଟର(ଜିଏଫ୍‌) ଓ ୧୩୦୫ ବର୍ଗ ମିଟର(ଏଫ୍‌ଏଫ୍‌) ଏବଂ ମେଜାନାଇନ୍‌ ଫ୍ଲୋର ୧୪୩ ବର୍ଗମିଟର ରହିବ। ଆମସାର୍‌ ଆକ୍ଟ-୧୯୫୮ ନିୟମକୁ ଉଲ୍ଲଂଘନ କରି ରିସେପସନ୍‌ ସେଣ୍ଟର ନିର୍ମାଣ କରାଯାଉଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ବିବାଦ ଜୋର ଧରିଥିଲା। ଏହା ବିରୋଧରେ ଆଇନଗତ ଲଢ଼େଇ ହୋଇଥିଲା। ମାମଲା ବିଚାରାଧୀନ ହେବା ପରେ ଅଭ୍ୟର୍ଥନା ଗୃହର ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଏବେ ଏନ୍‌ଏମ୍‌ଏ ଅଭ୍ୟର୍ଥନା ଗୃହକୁ ନିଷିଦ୍ଧାଞ୍ଚଳ ବାହାରେ କରିବା ପାଇଁ ଏନ୍‌ଓସି ମିଳିବା ପରେ ବିଭିନ୍ନ ମହଲ୍‌ରେ ଏହାକୁ ସ୍ବାଗତ କରାଯାଇଛି। ଏ ନେଇ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ନିଷିଦ୍ଧାଞ୍ଚଳ ମଧ୍ୟରେ ସ୍ଥାୟୀ କାର୍ଯ୍ୟକୁ ବିରୋଧ କରିଥିଲୁ। ଏବେ ତାହା ସତ ପ୍ରମାଣିତ ହୋଇଛି। ଶ୍ରୀମନ୍ଦିର ଶହେ ମିଟର ପରିଧି ବାହାରେ ଅଭ୍ୟର୍ଥନା କକ୍ଷ ଆଇନତଃ ନିର୍ମାଣ ହେବା ସ୍ବାଗତଯୋଗ୍ୟ ନିଷ୍ପତ୍ତି। ସେହିଭଳି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏନ୍‌ଏମ୍‌ଏ ଅନୁମତି ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ୱରାନ୍ବିତ ହେବ। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେବ। ଅନ୍ୟପଟେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳଙ୍କ କହିବା ଅନୁଯାୟୀ, ପ୍ରଶାସନ ମନମୁଖି ଭାବେ ଅନୁମତି ନ ନେଇ ଅଭ୍ୟର୍ଥନା ଗୃହ ନିର୍ମାଣ କାର୍ଯ୍ୟ ଏମାର ମଠ ନିକଟରେ ଆରମ୍ଭ କଲେ। ସମ୍ପୃକ୍ତ ସ୍ଥାନ ନିଷିଦ୍ଧ ଅଞ୍ଚଳ ଭିତରେ ଆସୁଥିବାରୁ ଏହାକୁ ବିରୋଧ କରିବାରୁ ନିର୍ମାଣ ବନ୍ଦ ହେଲା। ସମ୍ପ୍ରତି ଏନ୍‌ଏମ୍‌ଏ ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର କରିବାକୁ ଏନ୍‌ଓସି ଦେବା ପରେ ପ୍ରଶାସନ ନୂଆ ସ୍ଥାନ ପାଇଛି। ବ୍ୟାପକ ଖନନ କରାଯାଇଥିବା ସ୍ଥାନଟି ଏବେ ପରିତ୍ୟକ୍ତ ହୋଇଛି। ୨୦ରୁ ୩୦ଫୁଟର ଗାତ କରି ସ୍ଥାନଟିକୁ ଅଦରକାରୀ କରିଦିଆଗଲା। ଏବେ ସେଠାରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି। ବଳକା ୧୫ ଫୁଟ ଜମି କୌଣସି କାର୍ଯ୍ୟରେ ଲାଗିନାହିଁ। ବହୁ ଟଙ୍କା ଖର୍ଚ୍ଚ କରି ପ୍ରଶାସନ କାହିଁକି ଏହାକୁ ଖୋଳିଲେ ଓ ସରକାରୀ ଅଧିକାରୀମାନେ ବିନା ଅନୁମତିରେ କିଭଳି ଖନନ କଲେ ତାହା ତଦନ୍ତ ହେବା ଜରୁରୀ। ଏ ନେଇ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସୂଚନା ଅଧିକାର କର୍ମୀ ବରାଳ କହିଛନ୍ତି। ତେବେ ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇଥିବା ଅଭ୍ୟର୍ଥନା ଗୃହର ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏନେଇ ଉପଜିଲାପାଳ ଭବତାରଣ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)ରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ପାଇଁ କେଉଁ ସ୍ଥାନ ପ୍ରସ୍ତାବିତ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ଯେଉଁ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଉଥିଲା, ତାହା ଏବେ ବନ୍ଦ ରହିଛି। ପରବର୍ତ୍ତୀ ସମୟରେ ଏହି ନିର୍ମାଣକୁ ନେଇ କ’ଣ କରାଯିବ ତାହା ଆଇନ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ସାହୁ କହିଛନ୍ତି।
ଅନ୍ୟପକ୍ଷେ, ୨୦୨୧ ସେପ୍ଟେମ୍ବର ୪ରେ ଏନ୍‌ଏମ୍‌ଏ ପକ୍ଷରୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଅଭ୍ୟର୍ଥନା ଗୃହ ବ୍ୟତୀତ ନିଷିଦ୍ଧାଞ୍ଚଳ ୧୦୦ମିଟର ମଧ୍ୟରେ ଭକ୍ତଙ୍କ ଉଦ୍ଦେଶ୍ୟରେ ମିଳିଥିବା ଅନୁମତି ଉପରେ କୌଣସି କଟକଣା ଲଗାଯାଇନାହିଁ। କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ଶେଲ୍‌ଟର ପାଭିଲିୟନ୍‌, ପୁରୁଷ ଓ ମହିଳା ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍ଟ୍ରିକାଲ୍‌ ରୁମ୍‌ ଓ ପାଭମେଣ୍ଟ ଅଞ୍ଚଳ ସମେତ ଧାଡ଼ିରେ ଠିଆ ହେବା ପାଇଁ ବ୍ୟବସ୍ଥାକୁ ଅନୁମତି ମିଳିଛି। ଆମସାର୍‌ ଆକ୍ଟ ୧୯୫୮, ୨(ଡି)ସିର ବ୍ୟତିକ୍ରମ ଧାରାରେ ଏହି ଅନୁମୋଦନ ମିଳିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି କର୍ତ୍ତୃପକ୍ଷ ଏକ ଅତିରିକ୍ତ ସେବାୟତ ଶୌଚାଳୟ ଓ କ୍ଲକ୍‌ ରୁମ୍‌ ପଶ୍ଚିମଦ୍ୱାର ପଟେ ନିର୍ମାଣକୁ ମଧ୍ୟ ସୁପାରିସ କରିଛନ୍ତି। ଶ୍ରୀମନ୍ଦିରର ଦୃଶ୍ୟପଟକୁ ପ୍ରଭାବିତ ନ କରିବା ଭଳି ଉଚ୍ଚତାରେ ଶେଲଟର ପାଭିଲିୟନ୍‌ ନିର୍ମାଣ କରାଯିବା ଦରକାର, ଯେଭଳି ଭକ୍ତ ସ୍ପଷ୍ଟ ଭାବେ ଐତିହ୍ୟ କୀର୍ତ୍ତିରାଜିକୁ ବାହାରୁ ଥାଇ ଦର୍ଶନ କରିପାରିବେ। ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣକୁ ଧ୍ୟାନ ଦେଇ ସୂଚନା କିଓସ୍କୋ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୋଲିସ ସେବା କେନ୍ଦ୍ର ଓ ଏଟିଏମ୍‌ କିଓସ୍କୋ ଭଳି ସୁବିଧା ପାଇଁ ଏକ ସ୍ବତନ୍ତ୍ର ଏନ୍‌ଓସି ପ୍ରଦାନ କରାଯାଇପାରେ ବୋଲି ଏନ୍‌ଏମ୍‌ଏ କର୍ତ୍ତୃପକ୍ଷ ବୈଠକରେ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?