ପୁଅକୁ କିଡ୍‌ନୀ ଦେଲେ ବାପା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି ଏମ୍ସ ଭୁବନେଶ୍ୱର। ଏମ୍ସରେ ପ୍ରଥମ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି। ପିତା ଓ ପୁତ୍ରଙ୍କ ମଧ୍ୟରେ ଏହି କିଡ୍‌ନୀ ପ୍ରତିରୋପଣ ହୋଇଥିଲା। ଅସୁସ୍ଥ ପୁଅକୁ ପିତା ନିଜ କିଡ୍‌ନୀ ଦାନ କରିଥିଲେ। ପ୍ରତିରୋପଣ ପରେ ଉଭୟ ପିତା ଓ ପୁତ୍ର ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। କିଡ୍‌ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ସେହିପରି କିଡ୍‌ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍‌ଚାର୍ଜ କରାଯାଇଛି। ଏହାପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ ଖୁସିବ୍ୟକ୍ତ କରିବା ସହିତ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍‌ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍‌ କିଡ୍‌ନୀ ରୋଗ(ସିକେଡି) ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ପୂର୍ବ ଭାରତରେ ବୃକକ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧି ପାଉଛି। ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ। କିନ୍ତୁ ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ଡା. ବିଶ୍ୱାସ କହିଛନ୍ତି। ଏଥିସହିତ ଖୁବ୍‌ଶୀଘ୍ର ଏମ୍ସ ଭୁବନେଶ୍ୱରରେ ଯକୃତ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହେବ ଏବଂ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ନେଫ୍ରୋଲୋଜି ବିଭାଗର ଡା. ସନ୍ଦୀପ ପଣ୍ଡା କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁରୋଲୋଜି ବିଭାଗ ମୁଖ୍ୟ ଡା. ପ୍ରଶାନ୍ତ ନାୟକ, ଡା. ମନୋଜ ଦାସ, ଡା. ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡା. ସମ୍ବିତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ପିଜିଆଇଏମ୍‌ଆର୍‌ ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବୋମିନ କେନୱାର ଏମ୍ସରେ ହୋଇଥିବା କିଡ୍‌ନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍‌ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ...

ମିଶିଲା କାଳିଆ-ପିଏମ୍‌ କିଷାନ ଯୋଜନା

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ପ୍ରଦାନ କରୁଛନ୍ତି। ତେବେ କାଳିଆ ଯୋଜନା ଆରମ୍ଭ...

‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ: ପୁଷ୍ଟିହୀନମୁକ୍ତ ପଞ୍ଚାୟତକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ରାଜ୍ୟରେ ୨୦୦୫-୦୬ ବେଳକୁ ଶିଶୁ ମୃତ୍ୟୁହାର ୬୫% ଥିବାବେଳେ ୨୦୧୫-୧୬ ବେଳକୁ ହ୍ରାସ ପାଇ ୪୦%ରେ ପହଞ୍ଚତ୍ଛି। ଶିଶୁ ମୃତ୍ୟୁର ପ୍ରମୁଖ କାରଣ...

ମୋତେ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ବଡ଼ ସରପ୍ରାଇଜ୍‌: ସୁଜିତ କୁମାର

ଭୁବନେଶ୍ୱର,୭ା୩(ବ୍ୟୁରୋ): ମୋତେ ରାଜ୍ୟ ସଭା ଲାଗି ପ୍ରାର୍ଥୀ କରିବା ମୋ’ ପାଇଁ ବହୁତ ବଡ଼ ସରପ୍ରାଇଜ୍‌ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଲାଗି...

ଡ୍ରେନ୍‌ ସଫେଇକୁ ପଦାରେ ପକାଇଲା ବର୍ଷା : ବଡ଼ଦାଣ୍ଡ, ବେଳାଭୂମି ରାସ୍ତାରେ ଜମିଲା ପାଣି

ପୁରୀ ଅଫିସ, ୨୬।୭ : ରଥଯାତ୍ରା ପୂର୍ବରୁ ଜିଲା ପ୍ରଶାସନ ଡ୍ରେନ୍‌ ସଫେଇକୁ ଏକପ୍ରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲା। ଖୋଦ୍‌ ଜିଲାପାଳ ଏହି ଦାୟିତ୍ୱ ନିଜ...

ଘନେଇଲା ‘ସାବରକର’ ବିବାଦ:

ନୂଆଦିଲ୍ଲୀ/ବାରାଣସୀ,୧୮-୧୦: ବୀର ବିନାୟକ ଦାମୋଦର ସାବରକର। ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରଣେତା ଭାବେ ପରିଚିତ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କୁ ଭାରତରନତ୍ ଉପାଧି ପ୍ରଦାନର ପ୍ରସ୍ତାବକୁ ନେଇ...

ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ବୁଧବାର ଶେଷ ହୋଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳରୁ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିବା ନେତା...

୨୦ ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ୨୦ଜଣ ଡାକ୍ତରଙ୍କ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ୮ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ପ୍ରଫେସର ର଼୍ୟାଙ୍କ୍‌...

Advertisement
Archives

Model This Week