ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା କରୁଥିବା ବେଳେ ଏଥିରୁ ଫାଇଦା ମିଳୁ ନ ଥିବା ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ହାଟଡିହୀ ଏରିଆ ହସ୍ପିଟାଲର ଅବସ୍ଥା ଦେଖିଲେ ବୁଝା ପଡ଼ିଯିବ। ଆନନ୍ଦପୁର-ଭଦ୍ରକ ୫୩ନଂ. ରାଜ୍ୟ ରାଜପଥ କଡ଼ରେ ଏହି ହସ୍ପିଟାଲ ଅବସ୍ଥିତ। ଏଠାରେ ପ୍ରାୟ ୧୦ ବର୍ଷ ହେବ ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇପାରିନାହିଁ। ଦୀର୍ଘ ମାସ ପୂର୍ବରୁ ଡିଏମ୍‌ଏଫ୍‌ ଫଣ୍ଡରୁ ଆସ୍ଥାୟୀ ଭାବେ ଡାକ୍ତର ନିଯୁକ୍ତି କରାଯାଇଥିଲା। କିନ୍ତୁ ଦେଢ଼ ବର୍ଷ ହେବ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। ବିନା ଡାକ୍ତରରେ ଡାକ୍ତରଖାନା ଚାଲିଥିବା ବେଳେ ଅନ୍ୟ କର୍ମଚାରୀ ରୋଗୀସେବା କରୁଛନ୍ତି। ଏଠାକୁ ଆସୁଥିବା ରୋଗୀ ଚିକିତ୍ସା ସେବା ନ ପାଇ ଫେରି ଯାଉଥିବା ବେଳେ ନାନା ଦୁର୍ଦ୍ଦଶା ଭୋଗୁୁଛନ୍ତି। ଅଧିକାଂଶ ସମୟରେ ରୋଗୀ ଖର୍ଚ୍ଚାନ୍ତ ହୋଇ ଅନ୍ୟତ୍ର ଚିକିତ୍ସା ପାଇଁ ଯାଉଛନ୍ତି। ତେବେ ରୋଗୀଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ସରକାରଙ୍କ ଏତେ ଯୋଜନା ଥାଇ ଲାଭ କ’ଣ ବୋଲି ପ୍ରଶ୍ନ ଉଠିଛି। ଟୁକୁଣା, ମୁଗୁପୁରରେ ବି ସମାନ ଅବସ୍ଥା। ଏଠାରେ ଦୀର୍ଘ ମାସ ହେବ ସ୍ଥାୟୀ ଭାବେ କୌଣସି ଡାକ୍ତର ରହୁ ନାହାନ୍ତି। ହାଟଡିହୀ ହସ୍ପିଟାଲ ଉପରେ ବହୁ ଲୋକ ନିର୍ଭର କରିଥାନ୍ତି l କିନ୍ତୁ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ କିଛି କର୍ମଚାରୀ ଛୁଟିରେ ଥିବା ବେଳେ ଜଣେ ଫାର୍ମାସିଷ୍ଟ, ସିକ୍ୟୁରିଟି ଗାର୍ଡ, ସୁଇପର ଡାକ୍ତରଖାନା ଚଳାଉଛନ୍ତି। ଦିନ ୮ରୁ ୧୨ ଏବଂ ୪ରୁ ୬ଟା ପରେ କାହାରି ଦେଖା ମିଳୁ ନାହିଁ।ି ଏପରି ନାନା ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛ। ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. ପ୍ରଭାତ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଡାକ୍ତର ନିଯୁକ୍ତି ନ ଥିବାରୁ ରୋଗୀ ସେବାରେ ବ୍ୟତିକ୍ରମ ସୃଷ୍ଟି ହେଉଛି। ଯେଉଁଠି ଡାକ୍ତର ନାହାନ୍ତି ସେଠାରେ ଫାର୍ମାସିଷ୍ଟ ରୋଗୀ ସେବା କରିବେ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଟଡିହୀ ବ୍ଲକର ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦ ଡାକ୍ତର ପଦବୀ ମଧ୍ୟରୁ ଏବେ ମାତ୍ର ୨ଜଣ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ୩୩ ଜଣିଆ ଗଣମାଧ୍ୟମ କମିଟି ଘୋଷିତ

ଭୁବନେଶ୍ୱର,୧।୭(ବ୍ୟୁରୋ): ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ...

ବିଧାନସଭା ପ୍ରବେଶ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ନୁହେଁ: ବାଚସ୍ପତି

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ତେବେ ଚଳିତ ଅଧିବେଶନ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ। ଏହା...

୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ...

ଅମରେଶ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ଦଶ...

ମିଳୁନି ଲେ ଆଉଟ୍‌: ହୋଇପାରୁନି ଘର ନିର୍ମାଣ

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି, ଓଡିଶା ପକ୍ଷରୁ ସମସ୍ତ ଗୃହହୀନଙ୍କୁ ଘର ମିଳୁଛି। କିନ୍ତୁ କେନ୍ଦୁଝର ଜିଲା...

ରାଜ୍ୟରେ ଲେଉଟିଲା ତାତି: ସବୁଠୁ ଉତ୍ତପ୍ତ ସହର ସୋନପୁର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ରାଜ୍ୟକୁ ତାତି ଫେରିଛି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଶନିବାର ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦...

ସରିଲା ନିର୍ବାଚନ: ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ସୁନ୍ଦରଗଡ଼,୨୪ା୨(ଡି.ଏନ୍‌.ଏ.): ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସୁନ୍ଦରଗଡ ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ସଦର,ଟାଙ୍ଗରପାଲି...

ଏପ୍ରିଲ ଶେଷ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ଡାକ୍ତରଙ୍କ ପାଇଁ ଖୁସି ଖବର। ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ...

Advertisement
Archives

Model This Week