ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ହସ୍ପିଟାଲ ସଂକ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ବିଶେଷକରି ହସ୍ପିଟାଲରେ ସଂକ୍ରମଣ ବ୍ୟାପିବା ପରେ ଏଭଳି ସଂକଟ ସୃଷ୍ଟି ହୋଇଥିଲା। କଡ଼ା କଟକଣା ଓ ସଂକ୍ରମଣ ଭୟ ଯୋଗୁ ବହୁ ଅଣ କରୋନା ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଆଖି ବୁଜିଥିଲେ। ଏବେ ରାଜ୍ୟରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ରହିଥିଲେ ମଧ୍ୟ ସେପରି ସ୍ଥିତି ଉପୁଜି ନାହିଁ। କିନ୍ତୁ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ଯେଭଳି ଭାବେ ସଂକ୍ରମଣ ବ୍ୟାପୁଛି, ତାହାକୁ ଦେଖିଲେ ଆଗାମୀ ଦିନରେ ପୁଣି ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ସୂଚନାନୁସାରେ, କଟକ ଏସ୍‌ସିବି ମେଡିକାଲର ୪୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ନର୍ସ, ବୁର୍ଲା ଭିମ୍‌ସାରରେ ୩୦ ଡାକ୍ତରୀ ଛାତ୍ରୀଛାତ୍ର୍ର, ୨୫ ଡାକ୍ତର ଓ ନର୍ସ, ଏମ୍ସ ଭୁବନେଶ୍ୱରର ୧୫୬ ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୩୦ଜଣ ଡାକ୍ତର ଓ ନର୍ସ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ସଂସ୍ପର୍ଶରେ ଆସି ବହୁ ରୋଗୀ ମଧ୍ୟ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ହସ୍ପିଟାଲ ସଂକ୍ରମଣର ହଟ୍‌ସ୍ପଟ ପାଲଟିବା ପୂର୍ବରୁ ରାଜ୍ୟ ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଆଡୁ ଚିକିତ୍ସା ସେବାରେ କଟକଣା ଲଗାଇଛନ୍ତି। ଏମ୍ସ ତା’ର ଆଉଟ୍‌ଡୋର୍‌ ପଞ୍ଜୀକରଣ ହ୍ରାସ କରିବା ସହ ଆଉ କେତେକ ଗାଇଡ୍‌ଲାଇନ୍‌ ଜାରି କରିଛି। ସେହିଭଳି ଅନ୍ୟ ସମସ୍ତ ହସ୍ପିଟାଲ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇ ପୁଣି ଟେଲିମେଡିସିନ ସେବା ଆରମ୍ଭ କରାଯାଇଛି। ହସ୍ପିଟାଲ ନ ଆସି ଅନ୍‌ଲାଇନ୍‌ରେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ହସ୍ପିଟାଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଓ କଟକଣା ପର୍ଯ୍ୟାପ୍ତ ହୋଇପାରୁନାହିଁ। ଏସବୁ ସତ୍ତ୍ୱେ ରାଜଧାନୀରେ ପ୍ରାଥମିକ ଚିକିତ୍ସାଳୟଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି କରୋନା ବ୍ୟାପିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ ଥିବା ୨୩ଟି ସରକାରୀ ଚିକିତ୍ସାଳୟରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଥିବାବେଳେ ଖୋଦ୍‌ ହସ୍ପିଟାଲ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି। ଡାକ୍ତର, ନର୍ସ ଓ କର୍ମଚାରୀମାନେ ଯେତେବେଳେ ସଂକ୍ରମିତ ହେଉଛନ୍ତି ସେତେବେଳେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି।
ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଓମିକ୍ରନ୍‌ର ପ୍ରଭାବ ଦିନକୁ ଦିନ ବଢ଼ୁଛି। ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସମୟ ସମୟ ବ୍ୟବଧାନରେ ସାନିଟାଇଜେଶନ ମଧ୍ୟ କରାଯାଉଛି। ସେହିଭଳି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ସାହୁ କହିଛନ୍ତି, ଗୁରୁତର ଚିକିତ୍ସା ତଥା ଅତି ଆବଶ୍ୟକୀୟ ସ୍ଥଳେ ହିଁ ହସ୍ପିଟାଲ ଆସନ୍ତୁ। ସେ ପର୍ଯ୍ୟନ୍ତ ଯଥା ସମ୍ଭବ ଘରେ ରହି ଉପଚାର କରନ୍ତୁ। ଅତି ଆବଶ୍ୟକ ହେଲେ କରୋନା ନିୟମ ମାନି ଆସିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ...

‘ବ୍ଲାକ୍‌ ଡାଇମଣ୍ଡ’ କହିବ କୋଇଲା କାହାଣୀ

ଅନୁଗୋଳ ଅଫିସ, ୨୪।୧୧ କୋଇଲାକୁ କାହିଁକି କଳାହୀରା କୁହାଯାଏ। ଏହି ପ୍ରାକୃତିକ ସମ୍ପଦର ଉତ୍ପତ୍ତି କେମିତି। ତା’ ଭିତରେ ଥିବା ଶକ୍ତିର ଆଧାର କ’ଣ। ମାଟିତଳେ...

ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା

ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ...

ତିର୍ତ୍ତୋଲ ଉପନିର୍ବାଚନ: ୩ ଦଳ ଆଶାବାଦୀ, ଅସନ୍ତୁଷ୍ଟ ହେବେ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ, ୧୯।୧୦: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ହେବ ଉପନିର୍ବାଚନ। ଗତ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ସରିଛି। ପୂର୍ବତନ ବିଧାୟକ...

ଆଜି ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଏହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ୨୯ଟି ଜିଲାରୁ ସର୍ବାଧିକ ୧୮୩୩...

ମାଓବାଦୀ ଅପରେଶନ: ୫ ଜିଲାକୁ ମିଳିବନି ଅନୁଦାନ

କଟକ ଅଫିସ,୧୦ା୭: ରାଜ୍ୟର ୫ଟି ଜିଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ...

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ: ୧୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିଦ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪...

ଓଜେଇଇ ଫଳ ପ୍ରକାଶିତ: ସ୍ମିତାରାଣୀ ଏମ୍‌ସିଏ ଟପ୍ପର

ମହାକାଳପଡ଼ା, ୨୦।୬ (ଡି.ଏନ୍‌.ଏ.): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ଓଜେଇଇ ଏମ୍‌ସିଏରେ ମହାକାଳପଡ଼ା ବ୍ଲକ ମହାକାଳପଡ଼ା ଗ୍ରାମର ହରପ୍ରିୟା...

Advertisement


Archives

Model This Week