ସଚେତନ କରୁନି ଉଦ୍ୟାନ ବିଭାଗ

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ଉଦ୍ୟାନ କୃଷି ବିଭାଗ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛି। ହେଲେ ସଚେତନତା ଅଭାବରୁ ଚାଷୀ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଜାଣି ପାରୁନି। ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଉ ନ ଥିବା ଅଭିଯୋଗ ହୋଇଛି। ହେଲେ ଏଥିପାଇଁ କୌଣସି ପଦକ୍ଷେପ ନାହିଁ।
ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉଦ୍ୟାନ କୃଷି ମିଶନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ରାଜ୍ୟ ଯୋଜନା, ରାଜ୍ୟ ଯୋଜନାରେ ଖରିଫ କାର୍ଯ୍ୟକ୍ରମ ଓ ରବି କାର୍ଯ୍ୟକ୍ରମ, ରାଜ୍ୟ ଯୋଜନାରେ ଜଳବାୟୁ ଉପଯୋଗୀ ସ୍ବତନ୍ତ୍ର ଫଳ ବଗିଚା ପ୍ରତିଷ୍ଠା ଯୋଜନା, ଫସଲ ଅମଳ ପରବର୍ତ୍ତୀ ଯନତ୍ ଏବଂ ବ୍ୟବସାୟ ସହାୟତା, ଫୁଲ ମିଶନ ଓ ଛତୁ ମିଶନ ବ୍ୟବସ୍ଥା ରହିଛି । ଛତୁ ମିଶନରେ ୧୫ ଲକ୍ଷ ଟଙ୍କାର ୩୦ ମେଟ୍ରିକ ଟନ ବିଶିଷ୍ଟ ଏକ ଶୀତଳଭଣ୍ଡାର ନୟାଗଡ଼ ଜିଲାରେ ସ୍ଥାପନ ପାଇଁ ସରକାର ସବ୍‌ସିଡି ଦେଉଛନ୍ତି। ଏହା କଲେ ଚାଷୀ ୫୫ ପ୍ରତିଶତ ସବ୍‌ସିଡି ପାଇବାର ରହିଛି । ହେଲେ ସରକାରୀ ଯୋଜନା ସମ୍ପର୍କରେ ଚାଷୀ ଅବଗତ ନ ଥିବାରୁ କେହି ଆବେଦନ କରୁ ନାହାନ୍ତି। ଫଳରେ ଜିଲାରେ ସରକାରୀ ଅନୁଦାନ ଫେରି ଯିବାର ସମ୍ଭାବନା ରହିଛି। ରାଜ୍ୟ ଯୋଜନାର ରବି କାର୍ଯ୍ୟକ୍ରମରେ ୩୦୦ ହେକ୍ଟର ଆଳୁ ଚାଷ ପାଇଁ ୧୭୪ ଲକ୍ଷ, ପିଆଜ ଚାଷ ୧୦୦ ହେକ୍ଟର ପାଇଁ ୫୮ ଲକ୍ଷ, ରସୁଣ ଚାଷ ୫୦ ହେକ୍ଟର ପାଇଁ ୪୧ ଲକ୍ଷ, ଲଙ୍କା ଚାଷ ୨୦୦ ହେକ୍ଟର ପାଇଁ ୫୬ ଲକ୍ଷ, ଧନିଆ ଚାଷ ୧୫୦ ହେକ୍ଟର ପାଇଁ ୩୦ ଲକ୍ଷ, ମେଥି ଚାଷ ୧୦୦ ହେକ୍ଟର ପାଇଁ ୨୦ ଲକ୍ଷ, ଶଙ୍କର ପନିପରିବା ଚାଷ ୧୦୦ ହେକ୍ଟର ପାଇଁ ୨୦ ଲକ୍ଷ ଅନୁଦାନ ଆସିଛି । ପୁଣି ଫୁଲ ମିଶନରେ ଗେଣ୍ଡୁ ଫୁଲ ଚାଷ ପାଇଁ ୪୦ ହେକ୍ଟର ପାଇଁ ୬ ଲକ୍ଷ, ୧୦ ହେକ୍ଟର ପାଇଁ ୪୦ ହଜାର, ପ୍ୟାକିଂ ଗୃହ ପାଇଁ ୨.୪୦ ଲକ୍ଷ ଟଙ୍କା ଅନୁଦାନ ଆସିଛି । ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସ୍ବୟଂ ସହାୟିକା ଗୋଷ୍ଠୀ ଏହାର ଫାଇଦା ନେଇ ପାରିବ। ତେବେ ଚାଷୀ କେଉଁଥି ପାଇଁ ଉଦ୍ୟାନ ଚାଷକୁ ଆପଣେଇ ପାରୁନି ତାର ସମୀକ୍ଷା ହେଉନି। ଏନେଇ ଭାପୁରର ଚାଷୀ ସପନି ନାୟକ କୁହନ୍ତି, ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ କିଛି ଅଣଚାଷୀ ଫାଇଦା ନେଉଛନ୍ତି। ଚାଷୀ ଧାନ, ବିରି, ମୁଗ ପରି ଚାଷ ବିଷୟରେ ସଚେତନ ହୋଇ ପାରୁନି। ଦଶପଲ୍ଲାର ଚାଷୀ ସୁଷମା ପ୍ରଧାନ କୁହନ୍ତି, କେତେଜଣ ଲୋକ କଦଳୀ, ରସୁଣ, ଲଙ୍କା, ଧନିଆ ଓ ମେଥି ଚାଷ ପରି ଚାଷ ଉଦ୍ୟାନ ବିଭାଗ ପକ୍ଷରୁ କରୁଛନ୍ତି। ତେବେ ସେମାନେ ଅନ୍ୟମାନଙ୍କୁ ଏହି ଚାଷ କିପରି କରାଯାଇପାରିବ ସେନେଇ କହୁ ନାହାନ୍ତି ।
ଉଦ୍ୟାନ ବିଭାଗର କର୍ମଚାରୀ କେଉଁଠି ରୁହନ୍ତି, ସେମାନଙ୍କ କାର୍ଯ୍ୟାଳୟ କେଉଁଠି ଅନେକ ଜାଣନ୍ତି ନାହିଁ। ପୁଣି ଠିକଣା ଖୋଜି ଅଫିସକୁ ଦୌଡିଲେ ବାବୁଙ୍କ ଭେଟ ହୁଏ ନାହିଁ। ଏଣୁ ଆମ ଜିଲାରେ ଉଦ୍ୟାନ ଚାଷ ଆଗେଇ ପାରୁନି।
ନୂଆଗାଁର ଚାଷୀ ରାମଚନ୍ଦ୍ର ସ୍ବାଇଁ ଓ ନୟାଗଡ଼ର ଅଲେଖ ସାହୁ କୁହନ୍ତି, ଉଦ୍ୟାନ ବିଭାଗ କ’ଣ, ଚାଷୀଙ୍କ ପାଇଁ ଏହା କି ପ୍ରକାରର କାମରେ ଲାଗି ପାରିବ ସେନେଇ ସଚେତନତାର ଆବଶ୍ୟକତା ରହିଛି । ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମକୁ ବ୍ଳକ, ପଞ୍ଚାୟତ ଓ ଗାଁସ୍ତରରେ ଚାଷୀଙ୍କୁ ସାମିଲ କରି ବୁଝାଇବାକୁ ପଡିବ।
ନ ହେଲେ ଅଣଚାଷୀ ବିଭାଗୀୟ ଅଧିକାରୀଙ୍କୁ ଧରାଧରି କରି ଫାଇଦା ମାରି ଚାଲିଥିବେ। ଉଦ୍ୟାନ ବିଭାଗ ସେମାନଙ୍କୁ ଚାଷୀ ଦେଖାଇ ଉଭୟ ସରକାରୀ ଅନୁଦାନକୁ ମିଳିମଶି ଚଳୁ କରି ଚାଲିଥିବେ। ଉଦ୍ୟାନ ବିଭାଗର କାର୍ଯ୍ୟର ସମୀକ୍ଷା ହେବା ଦରକାର। ଜିଲାପାଳ ଅଚାନକ ପରିଦର୍ଶନ କରିବା ଦରକାର। ଜିଲା ପରିଷଦ ସଭ୍ୟମାନେ ଏହି ଯୋଜନା ଉପରେ ଅଧିକ ଫୋକସ ଦେବା ଦରକାର ବୋଲି କହିଛନ୍ତି।
ଏନେଇ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା କୁହନ୍ତି, ଉଦ୍ୟାନ କୃଷିକୁ ଚାଷୀଙ୍କ ପାଖେରେ ପହଞ୍ଚାଇବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଜିଲାରେ ଗୋଟିଏ ଶୀତଳ ଭଣ୍ଡାର ଅଛି।
ଆଉ ଗୋଟିଏ ୩୦ ମେଟ୍ରିକ ଟନର ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଛି। ଚାଷୀ ଆଗ୍ରହ ପ୍ରକାଶ କଲେ ଆମେ ଏହାକୁ ପ୍ରତିଷ୍ଠା କରିବାକୁ ଆଗ୍ରହୀ ଅଛୁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?